ଆହୁରି ସୁଦୃଢ ହେବ ମିଶନ ଶକ୍ତି, ଅର୍ଥନୀତି ଅଭିବୃଦ୍ଧିରେ ମହିଳାଙ୍କର ରହିବ ଭୂମିକା

ଭୁବନେଶ୍ୱର: ସହରାଞ୍ଚଳରେ ମିଶନ ଶକ୍ତିକୁ ଅଧିକ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ଏଥିପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ମିଳିତ ଭାବେ ଏହି ବୈଠକ ଆୟୋଜନ କରାଯାଇଥିଲା । ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିଭାଥନନ୍‌, ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ ପ୍ରମୁଖ ଯୋଗ ଦେଇଥିଲେ । ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା ହୋଇଥିଲା ।

ଏଥିସହ ଅର୍ଥନୀତି ଅଭିବୃଦ୍ଧିରେ ମଧ୍ୟ ମହିଳାଙ୍କ ଭୂମିକାକୁ ଆଲୋକପାତ କରିଥିଲେ ସୁଜାତା କାର୍ତ୍ତିକେୟନ । ବିଭିନ୍ନ ସେବା କ୍ଷେତ୍ରରେ ଠିକାଦାର ବ୍ୟବସ୍ଥା ବଦଳରେ ବିଭିନ୍ନ ଗୋଷ୍ଠୀଙ୍କୁ ନିୟୋଜିତ କରାଗଲେ ଏହାଦ୍ବାରା ରାଜ୍ୟର ମହିଳା ଓ ସମ୍ବେଦିନଶୀଳ ବର୍ଗର ଲୋକେ ଶସକ୍ତ ହୋଇପାରିବେ ବୋଲି ସେ କହିଥିଲେ । ମିଶନ ଶକ୍ତି ଗୋଷ୍ଠିକୁ ମୁକ୍ତା ଯୋଜନାରେ ବିଭିନ୍ନ ପ୍ରକଳ୍ପ ଲାଗି ପୁଞ୍ଜି ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ।

Leave a Reply