ଏବେ ପୁଣି ବସ ଉପରୁ ଜୁଲାଇ ମାସର ଟିକସ ଛାଡ, ମାଲିକଙ୍କ ଦୁଃଖ ଶୁଣିଲେ ସରକାର

ଭୁବନେଶ୍ୱର:  ବସ ଟିକସ ଛାଡ଼ କଲେ ରାଜ୍ୟ ସରକାର  । ରାଜ୍ୟର ସମସ୍ତ ବସ ଉପରୁ ତିନି ମାସର ଟିକସ ଛାଡ କରାଯାଇଛି  । ଜୁଲାଇ ମାସ ପାଇଁ ଟିକସ ଛାଡ଼ କରିଛନ୍ତି ରାଜ୍ୟ ସରକାର ।  କରୋନା ସମୟରେ ଗାଡ଼ି ଚଳାଚଳ ବନ୍ଦ ରହିଥିବାବେଳେ ମାଲିକମାନେ ଟିକସ ଦେବାରେ ଅସମର୍ଥ ନେଇ ସରକାରଙ୍କ ନିକଟରେ ଦାବି ରଖିଥିଲେ  । ସମସ୍ତ ସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟର ସମସ୍ତ ବସ୍‌ ଉପରୁ ଛାଡ଼ ହୋଇଛି ଜୁଲାଇ ମାସର ପରିବହନ ଟିକସ।

କରୋନା ଦ୍ବିତୀୟ ଲହରରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ ପାଇଁ ବସ୍‌ ଚଳାଚଳରେ ସମସ୍ୟା ହେଉଥିଲା। ଫଳରେ କ୍ଷତି ସହିଥିଲେ ବସ ମାଲିକ । ତେଣୁ ଏପ୍ରିଲ, ମେ ଓ ଜୁନ ମାସ ଟିକସ ଛାଡ଼ କରାଯାଇଥିଲା  । ଏହା ପରେ ଆଜି ଜୁଲାଇ ମାସ ପାଇଁ ପରିବହନ ଟିକସ ଛାଡ କରିଛନ୍ତି ସରକାର। ସମସ୍ତ ଶିକ୍ଷାନୁଷ୍ଠାନର ବସ ଉପରୁ ମଧ୍ୟ ଟିକସ ଛାଡ଼ କରାଯାଇଛି ।  ବସ ମାଲିକ ସଂଘ ଏନେଇ ସରକାରଙ୍କୁ ନିବେଦନ କରିଥିଲେ । ଏହା ପରେ ଆଜି ପରିବହନ ଟିକସ ଛାଡ କରିଛନ୍ତି । ସମସ୍ତ ଶିକ୍ଷାନୁଷ୍ଠାନର ବସ ଉପରୁ ଟିକସ ଛାଡ଼ କରାଯାଇଛି ।

 

Leave a Reply