ଦିଲ୍ଲୀ ବୈଠକରେ ଟଳିଲାନି ଇସ୍ତଫା ବିପଦ: ୨୬ରେ ବିଧାୟକ ଦଳ ବୈଠକ ଡକାଇଲେ ୟେଦୁରପ୍ପା

ନୂଆଦିଲ୍ଲୀ: ସରିଆସୁଛି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପାଙ୍କ କାର୍ଯ୍ୟକାଳ । ଦିଲ୍ଲୀରେ ପ୍ୟାଚ୍ ପକାଇବା ଲାଗି ଏକରକମ ବିଫଳ ହୋଇଛନ୍ତି ୟେଦୁ । ଗତକାଲି ଦିଲ୍ଲୀରେ ମାରାଥନ ବୈଠକ କରିଥିବା ସିଏମ୍ ଆସନ୍ତା ୨୬ ତାରିରେ ବିଧାୟକ ଦଳ ବୈଠକ ଡାକିଛନ୍ତି । ଏହି ବୈଠକରେ ସେ କରିପାରନ୍ତି କିଛି ବଡ଼ ଘୋଷଣା । ଶନିବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ସାକ୍ଷାତ କରିବା ପରେ ୟେଦୁରପ୍ପା କହିଥିଲେ, ଇସ୍ତଫା ଖବର ମିଛ । ମାତ୍ର ସେ ଗତକାଲି ସମସ୍ତ ଚେଷ୍ଟା କରି ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିପାରି ନଥିଲେ । ଗତକାଲିର ସମସ୍ତ ଆଲୋଚନାରୁ କିନ୍ତୁ ସ୍ପଷ୍ଟ ହେଉଛି ଯେ, ୟେଦୁରପ୍ପାଙ୍କ କାର୍ଯ୍ୟକାଳ ବେଶୀ ଦିନ ନୁହେଁ । କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଅବଶ୍ୟମ୍ଭାବୀ । ଏପରିକି ସେ ନିଜ ଆଡୁ ନିଷ୍ପତ୍ତି ନେବା ଲାଗି ତାଙ୍କୁ କୁହାଯାଇଛି । ପୁଅ ବିଜୟେନ୍ଦ୍ରଙ୍କୁ ଦଳୀୟ ରାଜନୀତିରେ ଅଗ୍ରାଧିକାର ଦେବା ଲାଗି ସେ ସମସ୍ତ ଚେଷ୍ଟା କରିଛନ୍ତି । ରାଜ୍ୟ ବିଜେପି ଦାୟିତ୍ୱରେ ଥିବା ଅରୁଣ ସିଂହ କହିଥିଲେ, ୟେଦିୟୁରାପ୍ପାଙ୍କ ପ୍ରତି ଦଳ ନେତାଙ୍କ ସମର୍ଥନ ରହିଛି । ତାଙ୍କ ନେତୃତ୍ୱରେ ସରକାର ଭଲ କରୁଛି । ତେବେ ରାଜ୍ୟରେ ଦୁର୍ନୀତି ଓ ପୁଅ ବିଜୟେନ୍ଦ୍ରଙ୍କ ପ୍ରଭାବ ଯୋଗୁ ଖୁବ୍ ଅଡୁଆରେ ପଡିଛନ୍ତି ୟେଦୁରପ୍ପା ।

ଏଥିସହିତ ପଢ଼ନ୍ତୁ: ଉତ୍ତରପ୍ରଦେଶ ପୋଲିସର ଲଜ୍ଜାଜନକ ଚେହେରା: ମହିଳାଙ୍କୁ ମାଡ଼ି ବସିଲେ ପୋଲିସ ଅଧିକାରୀ, ଭିଡିଓ ଭାଇରାଲ୍

Leave a Reply