ଶହେ ଫୁଟ ତଳକୁ ଖସିଲା ଟ୍ରକ୍, ଜଣେ ମୃତ ଜଣେ ଗୁରୁତର

ମୟୁରଭଞ୍ଜ: ମରଣଜନ୍ତା ପାଲଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟି। ପ୍ରତ୍ୟେକ ଦିନ କିଛି କିଛି ଛୋଟ ବଡ ଦୁର୍ଘଟଣା ଏଠାରେ ଘଟିଥାଏ। ତେବେ ଆଜି ଭୋର ସମୟରେ ଭାରସାମ୍ୟ ହରାଇ ଘାଟିରେ ଶହେ ଫୁଟ ତଳକୁ ଖସିଛି ଟ୍ରକ୍। ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲ୍‌ପରଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଅବସ୍ଥାରେ ହେଲପରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁୟାୟୀ, ଆଜି ଭୋରରୁ ଟ୍ରକଟି କେନ୍ଦୁଝରରୁ କୋଲକାତା ଅଭିମୁଖେ ଯାଉଥିଲା। ଟ୍ରକରେ ଲୁହା ପଥର ସହିତ କିଛି କେମିକାଲ୍ ଡବା ଲୋଡ୍ କରାଯାଇଥିଲା। ଘାଟି ରାସ୍ତାରେ ଯିବା ବେଳେ ଭାରସାମ୍ୟ ହରାଇ ଟ୍ରକଟି ଶହେ ଫୁଟ ତଳକୁ ଖସି ପଡ଼ିଥିଲା। ଖବର ପାଇ ବାଙ୍ଗିରିପୋଷି ଥାନା ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ରାମବାସୀ ଟ୍ରକର ହଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଗାଡ଼ି ତଳେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଟ୍ରକ ତଳୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି।

Leave a Reply