ଲକ୍ଷଣ ଥାଇ ବି ଟେଷ୍ଟ କରୁନାହାଁନ୍ତି ଲୋକ: ଡୋର୍ ଟୁ ଡୋର୍ ସର୍ଭେଲାନ୍ସରେ ବାହାରିବ ହିଡେନ କେସ୍

1 min read

ଭୁବନେଶ୍ୱର: ଅଗଷ୍ଟ ମାସ ଶେଷ ସପ୍ତାହ ବେଳକୁ କରୋନାର ତୃତୀୟ ଲହର ଆସିବା ଆଶଙ୍କା ରହିଛି । ଏହି ତଥ୍ୟ ଦେଇଛି ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ-ICMR । କରୋନାର ପ୍ରଥମ ଲହର ପରି ତୃତୀୟ ଲହର ସମୟରେ ଦୈନିକ ସଂକ୍ରମଣ ୧ ଲକ୍ଷ ହୋଇପାରେ । କମ ଟିକାକରଣ ଓ ଅନଲକ ଯୋଗୁ ଏଭିଳି ହେବାର ଆଶଙ୍କା ରହିଛି।  ହେଲେ ଏବେ ବି ଲୋକମାନେ ସଚେତନ ହେଉନାହାଁନ୍ତି । କରୋନା ଲକ୍ଷଣ ଦେଖାଗଲେ ମଧ୍ୟ ଅନେକ ଲୋକ ଟେଷ୍ଟ କରିବାକୁ ଆସୁନାହାନ୍ତି । ଏଭଳି ଚିନ୍ତା ବ୍ୟକ୍ତ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଯଦି ଜଣେ ଆସିବେ ନାହିଁ ଓ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହୋଇପାରିବ ନାହିଁ, ତେଣୁ ଅନେକ ହିଡେନ କେସ ମଧ୍ୟ ରହୁଛନ୍ତି । ତେଣୁ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୩ ମାସ ଇଣ୍ଟିଗ୍ରେଟେଡ୍‌ କରାଯିବ ବୋଲି ବିଜୟ ମହାପାତ୍ର  ସୂଚନା ଦେଇଛନ୍ତି । ଯେହେତୁ ଏହି ସମୟରେ ଡେଙ୍ଗୁ ମଧ୍ୟ ବଢ଼ିଥାଏ, ତେଣୁ ଡେଙ୍ଗୁ ଓ ଏନସିଡିର କିଛି ରୋଗକୁ ନେଇ ମଧ୍ୟ ସର୍ଭେଲାନ୍ସ କରାଯାଉଥିଲା। ଅଗଷ୍ଟ ପର୍ଯ୍ୟନ୍ତ ସର୍ଭେଲାନ୍ସ ଚାଲିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

କୋଭିଡ୍‌ ପାଇଁ ଆକ୍ଟିଭ ସର୍ଭେଲାନ୍ସ ଓ ସ୍ୱତନ୍ତ୍ର ଭାବେ ଡେଙ୍ଗୁ ପାଇଁ ମଧ୍ୟ ଚାଲିବ। ଆଶା କର୍ମୀମାନଙ୍କ ଦ୍ୱାରା ଯେଉଁ ଡୋର ଟୁ ଡୋର ସର୍ଭେ ଓ ମନିଟର ହୋଇଥିଲା, ତାହା ଦ୍ୱାରା ୧ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହେଲେ । ମୁଖ୍ୟତଃ ସର୍ଭେଲାନ୍ସ କରି ହିଡେନ କେସଗୁଡ଼ିକ ବାହାର କଲେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ। ଯଦି ତୃତୀୟ ଲହର ଆସୁଛି ତେବେ ହିଡେନ କେସ ନିଶ୍ଚିତ ରହିବ । ତେଣୁ ଡୋର ଟୁ ଡୋର ସର୍ଭେଲାନ୍ସ ଏକ ଅମୋଘ ଅସ୍ତ୍ର। ଅଗଷ୍ଟ ୨୪ ପରେ ମଧ୍ୟ ସର୍ଭେଲାନ୍ସ ଜୋରସୋରରେ ଚାଲିବ ।

ଇଣ୍ଟିଗ୍ରେଟେଡ୍‌ ଡିଜିଜ ସର୍ଭେଲାନ୍ସରେ ସାପ୍ତାହିକ ସର୍ଭେଲାନ୍ସ ହୁଏ। ସେଥିରେ ଡାଟା ଆସିଥାଏ ଏବଂ ଯେଉଁ କର୍ମଚାରୀମାନେ ସର୍ଭେଲାନ୍ସରେ ଯାଇଥାନ୍ତି, ସେମାନେ ରିପୋର୍ଟ ଦିଅନ୍ତି। ସବୁ ହାଉସହୋଲ୍‌ଡ ଟଚ କରିବାକୁ ପ୍ରାଧାନ୍ୟ ଦିଆଯାଉଛି । ତାହାଦ୍ୱାରା ହିଡେନ କେସ ସାମ୍ନାକୁ ଆସିପାରିବ। କାରଣ ବହୁତ ଲୋକ ଏମିତି ଅଛନ୍ତି, ଯେଉଁମାନେ ରିପୋର୍ଟ ହିଁ କରୁନାହାନ୍ତି । ଜ୍ଵର ହେଲେ ଔଷଧ ଖାଇଦେଉଛନ୍ତି। ସେଥିପାଇଁ ମେଡିସିନ ଦୋକାନୀମାନଙ୍କୁ ନିର୍ଦ୍ଦେଶ ରହିଥିଲା, ଯେ ଯିଏ ବି ଜ୍ଵର ଓ ଥଣ୍ଡା ପାଇଁ ମେଡିସିନ ନେଇ ଖାଉଛନ୍ତି, ସେମାନଙ୍କର ତଥ୍ୟ ସରକାରଙ୍କୁ ଦେବେ । କଟକ, ଭୁବନେଶ୍ୱର, ବାଲେଶ୍ଵର ଓ ବାରିପଦା ସବୁବେଳେ ଫୋକସରେ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

Leave a Reply