spot_img
Home Blog Page 5511

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର: ପଞ୍ଚଭୂତରେ ବିଲୀନ ହେଲେ ତପୁ ମିଶ୍ର । ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୁଖାଗ୍ନି ଦେଇଛନ୍ତି ସ୍ୱାମୀ ଦୀପକ ପୂଜାରୀ । ତପୁଙ୍କ ଶେଷଦର୍ଶନ କରିଥିଲେ ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା ଦାସ, ଉଷସୀ ମିଶ୍ର, ସୋଫିଆ ଆଲାମ, ରାଖି, ଅଭିନେତା ବୁଲୁ ପ୍ରମୁଖ। ଗତକାଲି ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ ଘଟିଛି । କରୋନାରୁ ସୁସ୍ଥ ହେବା ପରେ ଫୁସଫୁସ ସଂକ୍ରମଣରେ ପୀଡ଼ିତ ଥିଲେ ତପୁ । ଭୁବନେଶ୍ୱର ସମ୍‌ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ତପୁଙ୍କ ବାସଭବନରେ ତାଙ୍କ ବନ୍ଧୁ ପରିଜନ ଶେଷ ଦର୍ଶନ କରିଥିଲେ । ଏହାପରେ ବାସଭବନରୁ ସତ୍ୟନଗର ଶ୍ମଶାନ ନିଆଯାଇଥିଲା ତାଙ୍କ ପାର୍ଥିବ ଶରୀର । ସେଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତ ମାସ ମେ ୨୦ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନଆସିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାସେ କାଳ ସଂଘର୍ଷ କରି ଶେଷରେ ହାରି ଯାଇଛନ୍ତି ତପୁ ମିଶ୍ର । ମାତ୍ର ୩୬ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ଜଣେ ସଫଳ କଣ୍ଠଶିଳ୍ପୀ ଭାବେ ବେଶ ସୁନାମ ଅର୍ଜନ କରିଥିଲେ ତପୁ । ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ବରିଷ୍ଠ ଅଭିନେତାଙ୍କ ସହ ଅନେକ କଳାକାର, କଣ୍ଠଶିଳ୍ପୀ ଓ ତପୁଙ୍କ ପ୍ରଶଂସକମାନେ ତାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: କୋଭିଡ କ୍ଷତିପୂରଣ ପ୍ରଦାନ ନେଇ ଅସମର୍ଥତା ପ୍ରକାଶ କଲେ ସରକାର

 

୮୧ ଦିନ ପରେ ଦେଶରେ ୬୦ହଜାରରୁ କମ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୁର୍ବଳ ହେଉଛି କରୋନାର ଦ୍ବିତୀୟ ଲହର । ଗତ ୨୪ ଘଣ୍ଟାରେ ଦେଶରେ ୫୮ ହଜାର ୪୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । ୮୧ ଦିନ ପରେ ଦୈନିକ କେସ୍ ୬୦ ହଜାର ତଳକୁ ଖସିଛି  । ସେହିଭଳି ୨୪ ଘଣ୍ଚାରେ ୧ ହଜାର ୫୭୬ ଜଣକ ଜୀବନ ନେଇଛି ମହାମାରୀ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୮୭ ହଜାର ୬୧୯ ସଂକ୍ରମିତ । ଦେଶରେ ଏବେ ୭ ଲକ୍ଷ ୨୯ ହଜାର ୨୪୩ ଆକଟିଭ୍ କେସ୍ ରହିଛି  । ମୋଟ୍ ୨ କୋଟି ୮୭ ଲକ୍ଷ ୬୬ ହଜାର ୯ ଜଣ ସୁସ୍ଥ ହୋଇଥିବାବେଳେ ୩ ଲକ୍ଷ ୮୬ ହଜାର ୭୧୩ ଜଣକ ମୃତ୍ୟୁ ହୋଇଛି  । ପ୍ରାୟ ୨୮ କୋଟି ଲୋକେ ଟିକାକରଣରେ ସାମିଲ ହୋଇଛନ୍ତି  ।

ଦେଶରେ କରୋନାରୁ ମୃତ୍ୟୁ ହାର ୧.୨୯ ପ୍ରତିଶତ ହୋଇଥିବାବେଳେ ସୁସ୍ଥତା ହାର ପ୍ରାୟ ୯୬ ପ୍ରତିଶତ ରହିଛି। ସକ୍ରିୟ ମାମଲା ୩ ପ୍ରତିଶତରୁ କମ୍ ହୋଇଛି। କରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ସଂକ୍ରମିତ ମୋଟ ସଂଖ୍ୟା ଅନୁଯାୟୀ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକା ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ।

ଶନିବାର ଦିନ ରାଜଧାନୀରେ ୧୩୫ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ କୋଭିଡ -19 ରେ ଆଉ ୭ଜଣଙ୍କର ମୃତ୍ୟୁ ହୋଇଛି। ଏପ୍ରିଲ ତାରିଖରୁ ମୃତକଙ୍କ ସଂଖ୍ୟା ସବୁଠାରୁ କମ୍ । ସହରରେ ମହାମାରୀ ଯୋଗୁଁ ଏପର୍ଯ୍ୟନ୍ତ ୨୪,୯୦୭ ରୋଗୀଙ୍କର ମୃତ୍ୟୁ ହୋଇଛି । ଗୁଜୁରାଟରେ ୨୨୮ଟି ନୂଆ ମାମଲା ରୁଜୁ ହୋଇଛି । ଏହା ସହିତ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮,୨୨,୧୪୯କୁ ବୃଦ୍ଧି ପାଇଛି । ଆଜି ଆଉ ପାଞ୍ଚ ଜଣ ରୋଗୀଙ୍କ ମୃତ୍ୟୁକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୦,୦୨୮କୁ ବୃଦ୍ଧି ପାଇଛି।

କୋଭିଡ କ୍ଷତିପୂରଣ ପ୍ରଦାନ ନେଇ ଅସମର୍ଥତା ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ: କୋଭିଡରେ ମୃତବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଟଙ୍କା କ୍ଷତିପୂରଣ ଦିଆଯାଇପାରିବ ନାହିଁ । ସୁପ୍ରିମକୋର୍ଟରେ ଏହି ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର । କୋର୍ଟରେ ସରକାର କହିଛନ୍ତି ଏହି ଭୟଙ୍କର ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୮୫ ହଜାରରୁ ଅଧିକ ହେଲାଣି । ଭବିଷ୍ୟତରେ ଏହି ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ତେବେ ମୃତବ୍ୟକ୍ତିଙ୍କ ପରିବାର ଲାଗି ସରକାର କ୍ଷତିପୂରଣ ଦେଇପାରିବେ ନାହିଁ । ବିପର୍ଯ୍ୟସ୍ତ ପରିଚାଳନା ଆଇନ ଅନୁସାରେ ଭୂମିକମ୍ପ, ବନ୍ୟା କ୍ଷେତ୍ରରେ ହିଁ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଛି । ମହାମାରୀ କାଳରେ ଗଣମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ଦେବାର ଆଇନରେ ବ୍ୟବସ୍ଥା ନାହିଁ । କୋଭିଡ କ୍ଷେତ୍ରରେ ଏଣୁ ଏହା ପ୍ରଯୁଜ୍ୟ ନୁହେଁ । ସୁପ୍ରିମକୋର୍ଟରେ ସରକାର ଆହୁରି କହିଛନ୍ତି, କୋଭିଡ ଯୋଗୁ ପ୍ରାୟ ସମସ୍ତ ରାଜ୍ୟ ଗଭୀର ଆର୍ଥିକ ସଂକଟରେ ରହିଛନ୍ତି । ସ୍ୱାସ୍ଥ୍ୟ ବାବଦ ଖର୍ଚ୍ଚ ଓ କର ବାବଦରେ ସ୍ୱଳ୍ପ ରାଜସ୍ୱ ଆଦାୟ ଯୋଗୁଁ ରାଜ୍ୟ ଗୁଡ଼ିକର ଆର୍ଥିକ ସ୍ଥିତି ଭଲ ରହିନାହିଁ । ହଜାର  ହଜାର କୋଭିଡ ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ଦେବା ସମ୍ଭବ ନୁହେଁ । କ୍ଷତିପୂରଣ ବାବଦରେ ଏହି ବିପୁଳ ଅର୍ଥ ପ୍ରଦାନ କରାଗଲେ ଉକ୍ତ ମହାମାରୀ ସମୟରେ ସ୍ୱାସ୍ଥ୍ୟ ସେବା ଲାଗି ଖର୍ଚ୍ଚ ହ୍ରାସ ପାଇବ ।  ଫଳରେ ଭଲ ବଦଳରେ ଅଧିକ କ୍ଷତି ଘଟିବ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି କେନ୍ଦ୍ର ସରକାର ।

ଏଥିସହିତ ପଢ଼ନ୍ତୁ: ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ମହାମାରୀ ଆଇନ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ: ୭ବର୍ଷ ଯାଏଁ ଜେଲ୍, ୫ଲକ୍ଷ ଟଙ୍କା ଜରିମାନା

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ମହାମାରୀ ଆଇନ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ: ୭ବର୍ଷ ଯାଏଁ ଜେଲ୍, ୫ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: କୋଭିଡ ସଂକଟବେଳେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାରେ କ୍ଷୁବ୍ଧ କେନ୍ଦ୍ର । ଆକ୍ରମଣକାରୀଙ୍କ ବିରୋଧରେ ମହାମାରୀ ରୋଗ(ସଂଶୋଧନ) ଆଇନ ୨୦୨୦ ଲାଗୁ କରିବା ଲାଗି ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ବିଭିନ୍ନ ସ୍ଥାନରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବିରୋଧରେ ହେଉଥିବା ଆକ୍ରମଣ ଘଟଣା କ୍ରମେ କଠୋର ପଦକ୍ଷେପ ନେବାକୁ ପତ୍ର ଦେଇଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣ ହେବା ଯୋଗୁଁ ସେମାନେ ମାନସିକ ଆଘାତ ପାଉଛନ୍ତି ଯାହାକି ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ଭାଲ୍ଲା ଉଲ୍ଲେଖ କରିଛନ୍ତି । କୋଭିଡ ସଂକଟ ବେଳେ ଡାକ୍ତରଙ୍କ ବିରୋଧରେ ହେଉଥିବା ଆକ୍ରମଣକୁ ପ୍ରତିହତ କରିବା ଲାଗି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ ଭାଲ୍ଲା ନିର୍ଦ୍ଦେଶ ଦେଇଛନ୍ତି । ଆକ୍ରମଣକାରୀଙ୍କ ବିରୋଧରେ ବିଧିବଦ୍ଧ ଏଫଆଇଆର ରୁଜୁ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ଆଇନ ଅନୁସାରେ ଆକ୍ରମଣକାରୀଙ୍କୁ ୫ ବର୍ଷ ଯାଏଁ ଜେଲଦଣ୍ଡ ସହ ୨ ଲକ୍ଷ ଟଙ୍କା ଯାଏଁ ଜରିମାନାର ବ୍ୟବସ୍ଥା ରହିଛି । ଏହା ସହ ଯଦି ଆକ୍ରମଣରେ ଡାକ୍ତର ବା ସ୍ୱାସ୍ଥ୍ୟ କର୍ମଚାରୀ ଅଧିକ ଗୁରୁତର ହୁଅନ୍ତି ତେବେ ୭ବର୍ଷ ଯାଏଁ ଜେଲ ଓ ୫ ଲକ୍ଷ ଟଙ୍କା ଯାଏଁ ଜରିମାନା ବ୍ୟବସ୍ଥା ରହିଛି । ଆଇନ ଅନୁସାରେ ଏହି ଅପରାଧଗୁଡିକ ଲାଗି ଜାମିନର ବ୍ୟବସ୍ଥା ନାହିଁ । ଏହି ଘଟଣାଗୁଡିକରେ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ବିଭିନ୍ନ ତ୍ରୁଟିପୂର୍ଣ୍ଣ ମତଗୁଡିକ ପ୍ରତି ମଧ୍ୟ ସାବଧାନ ରହିବା ଲାଗି ଭାଲ୍ଲା ପରାମର୍ଶ ଦେଇଛନ୍ତି । ଏଥିନିମନ୍ତେ ସଚେତନତାଧର୍ମୀ ପଦକ୍ଷେପ ନେବାକୁ ସେ କହିଛନ୍ତି । ପୂର୍ବରୁ ଏପ୍ରିଲ ୨୭ ଓ ଜୁନ ୯ରେ ବି ଭାଲ୍ଲା ଏନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାସହ କୋଭିଡ ଚିକିତ୍ସାକେନ୍ଦ୍ରଗୁଡିକରେ ଉପଲବ୍ଧ ହେଉଥିବା ବିଭିନ୍ନ ସମ୍ବଳ ସମ୍ପର୍କରେ ତଥ୍ୟ ଦେବା ଲାଗି ଏଣ୍ଟ୍ରି ପଏଣ୍ଟରେ ସୂଚନା ଉଲ୍ଲେଖ କରିବାକୁ ସେ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସ୍ପର୍ଶକାତର କେନ୍ଦ୍ରରେ କୌଣସି ବିଶୃଙ୍ଖଳାକୁ ରୋକିବା ଲାଗି ତ୍ୱରିତ ପୋଲିସ ବାହିନୀ ମୁତୟନ କରିବା ଲାଗି ପତ୍ରରେ ଉଲ୍ଲେଖ ରହିଛି ।

ଏଥିସହିତ ପଢ଼ନ୍ତୁ: ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ବର୍ଷାର ପରିମାଣ । ଜୁନ ୧୯ ତାରିଖ ସୁଦ୍ଧା ଓଡ଼ିଶାରେ ସ୍ୱାଭାବିକ ଠାରୁ ୨୬ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ୧୦୯ ଦଶମିକ ୪ ମିଲିମିଟର ବର୍ଷା ହେବା କଥା । କିନ୍ତୁ ଜୁନ ୧ରୁ ୧୯ ତାରିଖ ମଧ୍ୟରେ ରାଜ୍ୟରେ ୧୩୪ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ଠାରୁ ୨୬ ପ୍ରତିଶତ ଅଧିକ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସେପଟେ ଆସନ୍ତା୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବାଂଲାଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ରାଜସ୍ଥାନଠାରୁ ଉତ୍ତର ପୂର୍ବ ବଙ୍ଗୋପସାଗର ମଧ୍ୟରେ ସକ୍ରିୟ ଥିବା ମୌସୁମୀ ଟ୍ରପ ଲାଇନ ପ୍ରଭାବରେ ବର୍ଷା ଜାରି ରହିବ । ରାଜ୍ୟର ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୟୂରଭ଼ଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜଗତସିଂହପୁର, ଦେବଗଡ଼, ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର ମୋଟ ୧୪ଟି ଜିଲ୍କାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ୨୨ ତାରିଖରେ ୪ଟି ଜିଲ୍ଲା ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ବର୍ଷା ସମୟରେ ପବନର ବେଗ ୪୦ରୁ ୫୦ କିଲୋମିଟର ଏବଂ ଝଟକା ପବନ ୬୦ କିଲୋମିଟର ବହିବା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ତପୁଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ‘ସଙ୍ଗୀତ ଜଗତରେ ତାଙ୍କ କୀର୍ତ୍ତି ସ୍ମରଣୀୟ କରି ରଖିବ’

 

ରାଜ୍ୟରେ ୩ହଜାର ୫୭୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣାଧୀନ ହେବାରେ ଲାଗିଛି କରୋନା ସ୍ଥିତି । ଆଉ ୩ ହଜାର ୫୭୭ ନୂଆ ସଂକ୍ରମିତ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୨୦୩୯ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୨୭, ବାଲେଶ୍ୱରରୁ ୨୦୫, ବରଗଡ଼ରୁ ୫୧, ଭଦ୍ରକରୁ ୧୮୬, ବଲାଙ୍ଗୀରରୁ ୩୬, ବୌଦ୍ଧ ୫୯, କଟକରୁ ୪୦୭, ଦେବଗଡ଼ରୁ ୧୨, ଢେଙ୍କାନାଳରୁ ୯୬, ଗଜପତି ୨୯, ଗଞ୍ଜାମ ୨୭, ଜଗତସିଂହପୁର ୧୦୩, ଯାଜପୁର ୩୩୭, ଝାରସୁଗୁଡ଼ା ୧୩, କଳାହାଣ୍ଡି ୪୧, କନ୍ଧମାଳ ୪୧, କେନ୍ଦ୍ରାପଡ଼ା ୧୪୧, କେନ୍ଦୁଝର ୬୧, ଖୋର୍ଦ୍ଧା ୫୭୧, କୋରାପୁଟ ୫୯, ମାଲକାନଗିରି ୮୬, ମୟୂରଭଞ୍ଜ ୧୮୭, ନବରଙ୍ଗପୁର ୫୭, ନୟାଗଡ଼ ୧୧୪, ନୂଆପଡ଼ା ୧୯, ପୁରୀ ୨୩୭, ରାୟଗଡ଼ା ୮୮, ସମ୍ୱଲପୁର ୩୧, ସୋନପୁର ୨୯, ସୁନ୍ଦରଗଡ଼ ୪୩ ଏବଂ ଷ୍ଟେଟ୍ ପୁଲରୁ ୮୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଅପରପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୫ହଜାର ୨୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ତେବେ ଏଯାବତ୍ ରାଜ୍ୟରେ ମୋଟ ୩୮ ହଜାର ୨୭ଜଣ କରୋନା ମାମଲା ସକ୍ରିୟ ରହିଛି ।

ତପୁଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ‘ସଙ୍ଗୀତ ଜଗତରେ ତାଙ୍କ କୀର୍ତ୍ତି ସ୍ମରଣୀୟ କରି ରଖିବ’

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ସଙ୍ଗୀତ ଜଗତରେ ସେ ସ୍ଥାପନ କରିଥିବା କୀର୍ତ୍ତି ସର୍ବଦା ତାଙ୍କୁ ସ୍ମରଣୀୟ କରି ରଖିବ ବୋଲି ନିଜ ଟ୍ୱିଟ୍‌ରରେ ଲେଖିଛନ୍ତି । ଏଥିସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

 

 

 

ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତପୁଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ମୃତ୍ୟୁ ଖରବ ତାଙ୍କୁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ କରିଥିବା ସେ କହିଛନ୍ତି । ନିଜର ସୁମଧୁର ସ୍ୱର ମାଧ୍ୟମରେ ଖୁବ କମ ସମୟରେ ଓଡ଼ିଆଙ୍କ ଘରେ ଘରେ ପରିଚିତ ହୋଇପାରିଥିଲେ ।ତାଙ୍କ ବିୟୋଗରେ ଓଡ଼ିଶା ସଙ୍ଗୀତ ଜଗତ ଜଣେ ପ୍ରତିଭାସମ୍ପନ୍ନ ଗାୟିକାଙ୍କୁ ହରାଇଲା ବୋଲି ଶ୍ରୀ ପ୍ରଧାନ ନିଜ ଟ୍ୱିଟରେ ଲେଖିଛନ୍ତି ।

 

ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି  ମୃତ୍ୟୁ ହୋଇଛି । ଆଧୁନିକ ଓଡ଼ିଆ ସଂଗୀତ ଜଗତରେ ଜଣାଶୁଣା ନାଁ ଥିଲେ ତପୁ ମିଶ୍ର । ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକ ଓ ଶ୍ରୋତାଙ୍କୁ ଦେଇଛନ୍ତି ବହୁ ହିଟ୍‌ ଗୀତ । । ଜଣେ ଭର୍ସାଟାଇଲ ଫିମେଲ ପ୍ଲେ- ବ୍ୟାକ୍‌ ସିଙ୍ଗର ଭାବେ ସେ ହାତେଇଛନ୍ତି ବହୁ ପ୍ରଶଂସା । ଯେତେବେଳେ ମୁମ୍ବାଇ ଓ କୋଲକାତାରୁ ସିଙ୍ଗରମାନେ ଆସି ଓଡ଼ିଆ ଗୀତ ଗାଉଥିଲେ, ସେତେବେଳେ ତପୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ରଖିଥିଲେ ପାଦ ।

ପନ୍ଦର ବର୍ଷ ହୋଇଥିବା ବେଳେ ତପୁ ଆରମ୍ଭ କରିଥିଲେ କ୍ୟାରିଅର୍‌ । କଭର ସଙ୍ଗ୍‌ ହେଉ ଅବା ଷ୍ଟୁଡିଓ ଭର୍ସନ ପ୍ରତିଟି ଗୀତକୁ ସେ ମନ ଦେଇ ଗାଇଥାନ୍ତି । ରଙ୍ଗବତୀ ଗୀତର ଗୁରୁ ପ୍ରଭୁଦତ୍ତ ପ୍ରଧାନ ଓ ଜ୍ଞାନ ରଞ୍ଜନ ମହାପାତ୍ରଙ୍କ ଠାରୁ କ୍ଲାସିକାଲ ଗୀତ ଶିକ୍ଷା କରିଛନ୍ତି ତପୁ ମିଶ୍ର । ଏହାପରେ ବିଶିଷ୍ଟ ଗୀତିକାର, ନିର୍ଦ୍ଦେଶକ ସ୍ୱରୂପ ନାୟକ ତାଙ୍କୁ ଓଲିଉଡ୍‌ରେ ବ୍ରେକ ଦେଇଥିଲେ । ତାଙ୍କ ସହିତ ସେ କୋଲକାତା ଯାଇ ଅନେକ ଡବିଂ କରିଛନ୍ତି । ଫିଲ୍ମ କୁଳନନ୍ଦନରେ ସେ ପ୍ରଥମ ଗୀତ ଗାଇଥିଲେ ।

ଏଯୁଗର କୃଷ୍ଣ ସୁଦାମା, ମାତୃଶକ୍ତି, ଯେ ପାଞ୍ଚେ ପରମନ୍ଦ, ଆଇ ଲଭ୍‌ ୟୁ ଓ ଚକୋଲେଟ ଭଳି ବହୁ ଫିଲ୍ମରେ ସେ ହିଟ୍‌ ଗୀତ ଗାଇଛନ୍ତି । ଆଇ ଲଭ୍‌ ୟୁ ଫିଲ୍ମରେ ସେ ପାଇଥିଲେ ଢେରସାରା ପ୍ରଶଂସା । ଆରେ ନା  ।  ବଜାନା ବଂଶୀ, ଏହି ଗୀତ ତାଙ୍କୁ ଆଣିଦେଇଥିଲା ପ୍ଲେ-ବ୍ୟାକ୍‌ ସିଙ୍ଗରର ପ୍ରସିଦ୍ଧି । ସେ ସମ୍ବଲପୁରୀ ଭାଷାରେ ଅନେକ ଗୀତ ଗାଇଛନ୍ତି । କିଛି ଗୀତରେ ସେ ନିଜେ ନିର୍ଦ୍ଦେଶନା ବି ଦେଇଛନ୍ତି । ଚାରିଥର ରାଜ୍ୟ ପୁରସ୍କାର ପାଇଛନ୍ତି ତପୁ ମିଶ୍ର ।

ଚୋରା ପଥରଖଣି କାରବାର ନେଇ ଯୁବକଙ୍କୁ ନିର୍ମମ ହତ୍ୟାକାଣ୍ଡ

ଢେଙ୍କାନାଳ: ସଦରଥାନା ଅନ୍ତର୍ଗତ ବଳଦିଆବନ୍ଧ ଆଇ ହସ୍ପିଟାଲ ନିକଟରେ ଯୁବକଙ୍କୁ ନିର୍ମମ ହତ୍ୟା । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ବଳଦିଆବନ୍ଧର ମିଥୁନ ଜେନା । ଧାରୁଆ ଅସ୍ତ୍ରରେ ମିଥୁନଙ୍କ ମୁଣ୍ଡ ଓ ବେକକୁ ବାରମ୍ବାର ଆକ୍ରମଣ କରାଯାଇଛି । ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ, ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚୋରା ପଥରଖଣି କାରବାର ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ସଂନ୍ଧ୍ୟାରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି  । ଚୋରା ପଥରଖଣି କାରବାର ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଇଥିବାବେଳେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଇଥିବା ଜଣାପଡ଼ିଛି  ।

ଆଉ ଶୁଭିବନି ତପୁଙ୍କ ସ୍ୱର, ଅଧରାତିରେ ବୁଜିଲେ ଆଖି

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ । କରୋନାରୁ ସୁସ୍ଥ ପରେ ଫୁସଫୁସ ସଂକ୍ରମିତ ଥିଲେ ତପୁ । ଭୁବନେଶ୍ବରର ସମ୍‌ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି  ମୃତ୍ୟୁ ହୋଇଛି । ଆଧୁନିକ ଓଡ଼ିଆ ସଂଗୀତ ଜଗତରେ ଜଣାଶୁଣା ନାଁ ଥିଲେ ତପୁ ମିଶ୍ର । ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକ ଓ ଶ୍ରୋତାଙ୍କୁ ଦେଇଛନ୍ତି ବହୁ ହିଟ୍‌ ଗୀତ । । ଜଣେ ଭର୍ସାଟାଇଲ ଫିମେଲ ପ୍ଲେ- ବ୍ୟାକ୍‌ ସିଙ୍ଗର ଭାବେ ସେ ହାତେଇଛନ୍ତି ବହୁ ପ୍ରଶଂସା । ଯେତେବେଳେ ମୁମ୍ବାଇ ଓ କୋଲକାତାରୁ ସିଙ୍ଗରମାନେ ଆସି ଓଡ଼ିଆ ଗୀତ ଗାଉଥିଲେ, ସେତେବେଳେ ତପୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ରଖିଥିଲେ ପାଦ ।

ପନ୍ଦର ବର୍ଷ ହୋଇଥିବା ବେଳେ ତପୁ ଆରମ୍ଭ କରିଥିଲେ କ୍ୟାରିଅର୍‌ । କଭର ସଙ୍ଗ୍‌ ହେଉ ଅବା ଷ୍ଟୁଡିଓ ଭର୍ସନ ପ୍ରତିଟି ଗୀତକୁ ସେ ମନ ଦେଇ ଗାଇଥାନ୍ତି । ରଙ୍ଗବତୀ ଗୀତର ଗୁରୁ ପ୍ରଭୁଦତ୍ତ ପ୍ରଧାନ ଓ ଜ୍ଞାନ ରଞ୍ଜନ ମହାପାତ୍ରଙ୍କ ଠାରୁ କ୍ଲାସିକାଲ ଗୀତ ଶିକ୍ଷା କରିଛନ୍ତି ତପୁ ମିଶ୍ର । ଏହାପରେ ବିଶିଷ୍ଟ ଗୀତିକାର, ନିର୍ଦ୍ଦେଶକ ସ୍ୱରୂପ ନାୟକ ତାଙ୍କୁ ଓଲିଉଡ୍‌ରେ ବ୍ରେକ ଦେଇଥିଲେ । ତାଙ୍କ ସହିତ ସେ କୋଲକାତା ଯାଇ ଅନେକ ଡବିଂ କରିଛନ୍ତି । ଫିଲ୍ମ କୁଳନନ୍ଦନରେ ସେ ପ୍ରଥମ ଗୀତ ଗାଇଥିଲେ ।

ଏଯୁଗର କୃଷ୍ଣ ସୁଦାମା, ମାତୃଶକ୍ତି, ଯେ ପାଞ୍ଚେ ପରମନ୍ଦ, ଆଇ ଲଭ୍‌ ୟୁ ଓ ଚକୋଲେଟ ଭଳି ବହୁ ଫିଲ୍ମରେ ସେ ହିଟ୍‌ ଗୀତ ଗାଇଛନ୍ତି । ଆଇ ଲଭ୍‌ ୟୁ ଫିଲ୍ମରେ ସେ ପାଇଥିଲେ ଢେରସାରା ପ୍ରଶଂସା । ଆରେ ନା  ।  ବଜାନା ବଂଶୀ, ଏହି ଗୀତ ତାଙ୍କୁ ଆଣିଦେଇଥିଲା ପ୍ଲେ-ବ୍ୟାକ୍‌ ସିଙ୍ଗରର ପ୍ରସିଦ୍ଧି । ସେ ସମ୍ବଲପୁରୀ ଭାଷାରେ ଅନେକ ଗୀତ ଗାଇଛନ୍ତି । କିଛି ଗୀତରେ ସେ ନିଜେ ନିର୍ଦ୍ଦେଶନା ବି ଦେଇଛନ୍ତି । ଚାରିଥର ରାଜ୍ୟ ପୁରସ୍କାର ପାଇଛନ୍ତି ତପୁ ମିଶ୍ର ।

ପୁରୀ ଜିଲ୍ଲା ପୋଲିସର କଡା ସୁରକ୍ଷା ବ୍ୟବସ୍ଥା, ବସ୍ନାନ ପୂର୍ଣ୍ଣିମା ପାଇଁ ୪୫ପ୍ଲାଟୁନ ପୋଲିସ ଫୋର୍ସ ମୁତ୍ତୟନ

ପୁରୀ: ଦେବସ୍ନାନ ପୁର୍ଣିମାକୁ ନେଇ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା । ପୁରୀ ଏସପିଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପୁରୀ ଜିଲ୍ଲାକୁ ୬ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ୪୫ପ୍ଲାଟୁନ ପୋଲିସ ଫୋର୍ସ ,୫୩୦ଜଣ ହୋମ ଗାର୍ଡ, ଏଏସଆଇ ଓ ଏସଆଇ ରାଙ୍କର ୧୬୦ ଜଣ ମୃତୟନ ହେବେ । ଏହାସହ ୪୪ଜଣ ଇନସ୍ପେକ୍ଟର, ୨୦ଜଣ ଡିଏସପି ଓ ୬ ଜଣ ଏଡିସନାଲ ଏସପି ରାଙ୍କର ଅଧିକାରୀ ମୁତୟନ ହେବେ ।

ପୁରୀର ୫ଟି ପ୍ରମୁଖ ପ୍ରବେଶ ପଥରେ ପୋଲିସ ମୁତୟନ ହେବା ସହ 12ଟି ସିସିଟିଭି ଦ୍ୱାରା ବିଶେଷ ସ୍ଥାନ ମାନଙ୍କରେ ଅନୁଧ୍ୟାନ କରାଯିବ । ସେହିପରି ବିନା ଅନୁମତି ପ୍ରାପ୍ତ କୌଣସି ବି ଲୋକଙ୍କୁ ବଡଦାଣ୍ଡକୁ ବାରଣ କରାଯାଇଛି । ଏହାସହ ଶୃଙ୍ଖଳାକୁ ନେଇ ବଡଦାଣ୍ଡ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ତିନି ପ୍ରକାର କଡର୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।