ବିଦେଶରେ ଓଡ଼ିଆଙ୍କୁ ସାହା ହେଲେ ଆଉ ଜଣେ ଓଡ଼ିଆ: କୋମାରେ ଥିବା ଶ୍ରମିକଙ୍କ କରାଉଛନ୍ତି ଚିକିତ୍ସା

ବ୍ରହ୍ମପୁର: ଶ୍ରମିକ ଯନ୍ତ୍ରଣାର ବିକଳ ଚିତ୍ର । ସାତ ଦରିଆ ସେପଟେ ସ୍ୱାମୀ ପଡ଼ିଛି କୋମାରେ । ଏପଟେ ଅସହାୟ ପରିବାରର ଆଖିରୁ ଶୁଖୁନି ଲୁହ । ସ୍ୱାମୀଙ୍କୁ ବଞ୍ଚାଇ ଗାଁକୁ ଆଣିବା ପାଇଁ ସ୍ତ୍ରୀ ଓ ପୁଅର କରିଛନ୍ତି ଆକୁଳ ନିବେଦନ । ସେପଟେ ଏହି ଅସହାୟ ଓଡ଼ିଆଙ୍କ ପାଇଁ ଆଉ ଜଣେ ଓଡ଼ିଆ ଦେବଦୂତ ସାଜିଛନ୍ତି ।

ଆଖିରୁ ଶୁଖୁନି ଲୁହ । କାନ୍ଦ ବୋବାଳିରେ ଫାଟି ଫଡୁଛି ଘର । ପରିବାରର ରୋଜଗାରିଆ ପୁଅକୁ ଫେରାଇ ଆଣିବାକୁ ଆକୁଳ ନିବେଦନ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟ ତୋଟାଗାଁର ସୀମାଞ୍ଚଳ ରାଉତ । ପରିବାର ପୋଷିବା ପାଇଁ ତାଙ୍କୁ ଯିବାକୁ ପଡ଼ିଥିଲା ବିଦେଶ । ହେଲେ କିଏ ଯାଣିଥିଲା ସେଠି ମିଳିବ ଜୀବନ ଯନ୍ତ୍ରଣା । କୋମାରେ ପଡ଼ି ମୃତ୍ୟୁ ସହ କରିବେ ସଂଗ୍ରାମ । ଦୁବାଇର ବେରିହିନରେ ଏନଏସଏଚ ନିଗମରେ ମେକାନିକାଲ ଲିଡ ମେନ ଭାବେ କାର୍ଯ୍ୟ କରୁଥିଲେ ସିମାଂଚଳ । କିନ୍ତୁ ଗତ ୧୮ ତାରିଖରେ ସୀମାଞ୍ଚଳଙ୍କ ମସ୍ତିସ୍କରୁ ରକ୍ତଶ୍ରାବ ହୋଇ କୋମାକୁ ଚାଲି ଯାଇଥିଲେ । ସେଠାରେ ସେ ମେଡିକାଲରେ ଚିକତ୍ସିତ ହେଉଛନ୍ତି । ଏହି ଖବର ଶୁଣିବା ପରେ ଏବେ ଧର୍ଯ୍ୟହରା ପରିବାର । ସ୍ୱାମୀକୁ ଫେରାଇ ଅଣିବାକୁ ସରକାରଙ୍କୁ ସ୍ତ୍ରୀ କରିଛନ୍ତି ଆକୁଳ ନିବେଦନ । ସେପଟେ ଏହି ଅସହାୟ ଓଡ଼ିଆଙ୍କ ପାଇଁ ଆଉ ଜଣେ ଓଡ଼ିଆ ଦେବଦୂତ ସାଜିଛନ୍ତି । ସେଠାକାର ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜ । ସୀମାଞ୍ଚଳଙ୍କ ଉପଯୁକ୍ତ ଚିକତ୍ସା ପାଇଁ ସମସ୍ତ ସହାୟତା ଯୋଗାଇଛନ୍ତି । ଏପରିକି ଭିଡ଼ିଓ କଲ ସାହାର୍ଯ୍ୟରେ ପରିବାରକୁ ସୀମାଞ୍ଚଳଙ୍କୁ ସାକ୍ଷାତ କରାଉଛନ୍ତି ଅରୁଣ ।

Leave a Reply