ଅଗଷ୍ଟରେ ଆସିବ କରୋନାର ତୃତୀୟ ଲହର: ଓଡ଼ିଶା ନେଇ କିଛି ଏଭଳି କହିଲେ ବିଶେଷଜ୍ଞ

1 min read

ଭୁବନେଶ୍ୱର: ଅଗଷ୍ଟରେ ଆସିବ କରୋନାର ତୃତୀୟ ଲହର, ଅକ୍ଟୋବରରେ ଛୁଇଁବ ପିକ୍‌ । ଆଇଆଇଟି କାନପୁର ଓ ବିଭିନ୍ନ ଗବେଷଣାରୁ ଏଭଳି ଆକଳନ କରାଯାଇଛି । ଦେଶର ୧୦ଟି ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ତେବେ ଓଡିଶାରେ ଆର- ଭ୍ୟାଲ୍ୟୁ କମ୍ ଥିବାରୁ ତୃତୀୟ ଲହରରେ ଦୈନିକ ସଂକ୍ରମଣ ୫ହଜାର ଟପିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଏପଟେ କିନ୍ତୁ ରାଜ୍ୟରେ କମୁଛି କରୋନା ।

ସରିନି ଦ୍ୱିତୀୟ ଲହର ଡରାଇଲାଣି ତୃତୀୟ ଲହର । ଦେଶରେ ଦୈନିକ ସଂକ୍ରମଣ ୧ଲକ୍ଷରୁ ଦେଢଲକ୍ଷରେ ପହଞ୍ଚିବ । ହାଇଦ୍ରାବାଦ ଓ କାନପୁର ଆଇଆଇଟି ଗବେଷଣାରୁ ଏଭଳି ତଥ୍ୟ ଆସିଛି । ଧୀରେ ଧୀରେ ଦେଶର ୧୦ଟି ରାଜ୍ୟରେ କରୋନା ସଂକ୍ରମିତ ବୃଦ୍ଧି ଓ କିଛି ରାଜ୍ୟରେ ଆର-ଭ୍ୟାଲ୍ୟୁ ବଢ଼ିବା ଏହାର ସଂକେତ ବୋଲି ଗବେଷଣା ରିପୋର୍ଟରେ କୁହାଯାଇଛି । ତେବେ ଆଶ୍ୱସ୍ତିକର କଥା, ଓଡିଶାରେ ତୃତୀୟ ଲହରର ପ୍ରଭାବ ସେତେଟା ପଡ଼ିବନି । ରାଜ୍ୟରେ ସଂକ୍ରମଣ ନିମ୍ନଗାମୀ ଥିବାରୁ ତୃତୀୟ ଲହରରେ ଦୈନିକ ସଂକ୍ରମଣ ୫ହଜାର ଭିତରେ ସୀମିତ ରହିବ ।

ଓଡିଶାରେ ଆର-ଭ୍ୟାଲ୍ୟୁ ଅନ୍ୟରାଜ୍ୟ ତୁଳନାରେ ଭଲ ଅଛି । ଆର-ଭ୍ୟାଲୁ ୧ ପଏଣ୍ଟ ଉପରେ ରହିଲେ ଅଧିକ ଲୋକ ସଂକ୍ରମିତ ହେବେ । ହେଲେ ଏଯାଏଁ ଓଡିଶାରେ ଆର-ଭ୍ୟାଲ୍ୟୁ ୧ ତଳେ ରହିଛି । ଏପରିକି ଦେଶରେ ଦ୍ୱିତୀୟ ଲହର ଆର-ଭ୍ୟାଲ୍ୟୁ ଉପରେ ସେତେଟା ପ୍ରଭାବ ପକାଇନାହିଁ । ତେଣୁ ଏବେଠାରୁ ଲୋକେ ସତର୍କ ଓ ସଚେତନ ହେବା ସହ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ । ତୃତୀୟ ଲହର ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ । ଭିତ୍ତିଭୂମି ସହ ଏକ୍‌ମୋ ମେସିନ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱତନ୍ତ୍ର ତାଲିମ ସହ ଶିଶୁମାନଙ୍କ ପାଇଁ ବିଶେଷ ଫୋକସ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ବିଦେଶରେ ଓଡ଼ିଆଙ୍କୁ ସାହା ହେଲେ ଆଉ ଜଣେ ଓଡ଼ିଆ: କୋମାରେ ଥିବା ଶ୍ରମିକଙ୍କ କରାଉଛନ୍ତି ଚିକିତ୍ସା

Leave a Reply