Tokyo Olympics 2020: ମହିଳା ଡିସକସ୍ ଥ୍ରୋ ଫାଇନାଲ, ଷଷ୍ଠ ସ୍ଥାନରେ ରହିଲେ ଭାରତର କମଲପ୍ରୀତ କୌର

1 min read

ଟୋକିଓ: ହାତ ଛଡ଼ା ହେଲା ଆଉ ଏକ ପଦକ । ମହିଳା ଡିସକସ୍ ଥ୍ରୋ ଫାଇନାଲରେ ଷଷ୍ଠ ସ୍ଥାରେ ରହିଛନ୍ତି ଭାରତୀୟ ପ୍ରତିଯୋଗୀ କମଲପ୍ରୀତ କୌର ।  ପ୍ରଥମ ରାଉଣ୍ଡରେ ୬୧.୬୨ ମିଟରର ଥ୍ରୋ ସହ ଷଷ୍ଠ ସ୍ଥାନରେ ରହିଥିଲେ । ଅପରପକ୍ଷରେ ୟୁଏସ୍ଏର ପ୍ରତିଯୋଗୀ ଭାଲାରୀ ଅଲ୍‌ମାନ ୬୮.୯୮ ମିଟର ଥ୍ରୋ କରିବା ସହ ପ୍ରଥମ ସ୍ଥାନରେ ରହିଥିଲେ । ସେହିଭଳି ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା କମଲପ୍ରୀତ କୌର ସପ୍ତମ ସ୍ଥାନରେ ରହିଥିଲେ । ଅପରପକ୍ଷରେ ୬୮.୯୮ ମିଟର ବେଷ୍ଟ ଥ୍ରୋ ସହ ପ୍ରଥମ ସ୍ଥାନ ବଜାୟ ରଖିଥିଲେ ୟୁଏସଏ ଖେଳାଳି ।  କ୍ୟୁବା ପ୍ରତିଯୋଗୀ ୟାମୀ ପ୍ରୀଜ୍ ୬୫.୭୨ ମିଟର ଥ୍ରୋ ସହ ଦ୍ୱିତୀୟ ଓ ଜର୍ମାନୀର କ୍ରିଷ୍ଣନ୍ ପୁଡେଞ୍ଜ ୬୫.୩୪ ମିଟର ଥ୍ରୋ ସହ ତୃତୀୟ  ସ୍ଥାନରେ ରହିଥିଲେ । ତେବେ ୬୩.୭୦ମିଟରର ବେଷ୍ଟ ଥ୍ରୋ ସହ ଷଷ୍ଠ ସ୍ଥାନରେ ରହିଥିଲେ କମଲପ୍ରୀତ କୌର ।

Image

ତେବେ ଖେଳ ଶେଷ ବେଳକୁ ୟୁଏଏସ୍‌ର ଆଲମନ୍ ୬୮.୯୮ ମିଟରର ବେଷ୍ଟ ଥ୍ରୋ ସହ ସ୍ୱର୍ଣ୍ଣ, ଜର୍ମାନୀର କ୍ରିଷ୍ଣନ୍ ପୁଡେଞ୍ଜ ୬୬,୮୬ ମିଟର ଥ୍ରୋ ସହ ରୌପ୍ୟ ଓ କ୍ୟୁବାର ୟାମୀ ପ୍ରୀଜ୍ ୬୫,୭୨ର ବେଷ୍ଟ ଥ୍ରୋ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମହିଳା ଏବଂ ପୁରୁଷ ହକିର ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ସାମ୍ବାଦିକ ରାଜଦୀପ ସରଦେଶାଇ

Leave a Reply