ପଦାରେ ପଡ଼ିଲା ଆମେରିକାର ମିଛ: ୧ ଟ୍ରିଲିୟନ୍ ନୁହେଁ ବରଂ ଏତିକି ଟଙ୍କା ଖର୍ଚ୍ଚ କରିଛି ଆମେରିକା

1 min read
America Increase Oil Import From Russia And Pressurizing India Not To Buy

ନ୍ୟୁୟର୍କ: ଆଫଗାନିସ୍ତାନ ଲାଗି ଆମେରିକାର ୧ ଟ୍ରିଲିୟନ ଡଲାର ଖର୍ଚ୍ଚର ପ୍ରକୃତ ସତ ଆସୁଛି ପଦାକୁ । ଆମେରିକା ରାଷ୍ଟ୍ରପତି ଏହା ଦର୍ଶାଇ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ଯଥାର୍ଥ ଥିଲା ବୋଲି କହିଥିଲେ । ହେଲେ ପ୍ରକୃତ ସତ ରହିଛି ଅଲଗା । ଆଫଗାନିସ୍ତାନକୁ ଆମେରିକା ଦେଇଥିଲା ୫୪୯ ନିୟୁତ ଡଲାରର ବିଭିନ୍ନ ଯୁଦ୍ଧ ବିମାନ ଯାହା ଅବ୍ୟବହୃତ ହୋଇ ରହିଥିଲା । ଜି-୨୨୨ ଶ୍ରେଣୀର ୧୮ଟି ଯୁଦ୍ଧବିମାନ ଶେଷରେ ସ୍କ୍ରାପରେ ପରିଣତ ହୋଇଥିଲା । ଗର୍ଦେଜ ଓ ଖୋସ୍ତ ମଧ୍ୟରେ ୧୦୧ କିଲୋମିଟର ରାସ୍ତା ଲାଗି ୧୭୬ ନିୟୁତ ଡଲାର ଖର୍ଚ୍ଚ ହୋଇଥିଲା ଯାହା ଅବ୍ୟବହୃତ ହୋଇଛି । ଆଫଗାନିସ୍ତାନରେ ଆମେରିକା ସୈନ୍ୟଙ୍କ ଲାଗି ପ୍ରାୟ ୨୮ ନିୟୁତ ଡଲାର ମୂଲ୍ୟର କେବଳ ପୋଷାକ କିଣାଯାଇଥିଲା ଯାହା ଆବଶ୍ୟକତାଠାରୁ ଅଧିକ ଥିଲା । ଗତ ମେ ୨୦୧୨ରେ ଲୋଗାର ପ୍ରଜାତନ୍ତ୍ରରେ ୫ ଲକ୍ଷ ଡଲାର ବିନିମୟରେ ଏକ ପ୍ରତିଷ୍ଠାନ ନିର୍ମିତ ହୋଇଥିଲା ଯେଉଁଥିରେ ଜଣେ ଆଫଗାନ କଣ୍ଟ୍ରାକ୍ଟର ସାମିଲ ଥିଲେ । ଏହାର କାମ ଅତି ନିମ୍ନମାନର ଥିଲା । ନିଶାଦ୍ରବ୍ୟ କାରବାର ରୋକିବା ଲାଗି ଆମେରିକା ଖର୍ଚ୍ଚ କରିଥିଲା ପ୍ରାୟ ୮.୬ ବିଲିୟନ ଡଲାର । ଏକ ପାଓ୍ୱାର ଷ୍ଟେସନ ନିର୍ମାଣ ଲାଗି ବି ଆମେରିକା ଖର୍ଚ୍ଚ କରିଥିଲା ପ୍ରାୟ ୧୧୬ ନିୟୁତ ଡଲାର । ୬୦ ନିୟୁତ ଡଲାର ମୂଲ୍ୟରେ ନିର୍ମିତ ଅନ୍ୟ ଏକ ଶକ୍ତି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନଥିଲା । ହେଲମାନ୍ଦ ପ୍ରଜାତନ୍ତ୍ରରେ ୩୬ ନିୟୁତ ଡଲାର ମୂଲ୍ୟରେ ଆମେରିକା ନିର୍ମାଣ କରିଥିଲା ଏକ କମାଣ୍ଡ କଣ୍ଟ୍ରୋଲ ଫାସିଲିଟି ଯାହା କାମରେ ଲାଗି ନଥଇଲା । ଓଭରସିଜ ପ୍ରାଇଭେଟ ଇନଭେଷ୍ଟମେଣ୍ଟ କର୍ପୋରେସନ ଦ୍ୱାରା  କରାଯାଇଥିବା ୮୫ ନିୟୁତ ଡଲାରର ଋଣ କ୍ଷେତ୍ରରେ ମଧ୍ୟ ଅନେକ ଅନିୟମିତତା ଦେଖାଦେଇଥିଲା । ତୁର୍କମେନିସ୍ତାନ ସୀମାରେ ଏକ ଶିବିର ନିର୍ମାଣ କରିବା ଲାଗି ବି ଆମେରିକା ଖର୍ଚ୍ଚ କରିଥିଲା ୩.୭ ନିୟୁତ ଡଲାର ଯାହାକୁ ନେଇ ଅନେକ ସନ୍ଦେହ ପ୍ରକାଶ ପାଇଛି ।

ଏଥସହିତ ପଢ଼ନ୍ତୁ: ତାଲିବାନୀଙ୍କ ବର୍ବରତା: ସାମ୍ୱାଦିକଙ୍କ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା

Leave a Reply