ସୋନିଆଙ୍କ ବୈଠକରେ ସବୁ ବିରୋଧି ଏକ , ବିଜେପିକୁ ରୋକିବାକୁ ମାଷ୍ଟରପ୍ଲାନ

ନୂଆଦିଲ୍ଲା: ୨୦୨୪ ଲୋକସଭା ନିର୍ବାଚନରେ ରୋକିବାକୁ ହେବ ବିଜେପିର ବିଜୟ ରଥ । ଏ ନେଇ କରିବାକୁ ହେବ ସ୍ବତନ୍ତ୍ର ରଣନୀତି । ଆଜି ତମାମ ବିରୋଧୀ ଦଳ ନେତାଙ୍କୁ ଏଭଳି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷାସୋନିଆ  ଗାନ୍ଧି । ଆଜି ସୋନିଆ ଗାନ୍ଧିଙ୍କ ଭର୍ଚୁଆଲ ବୈଠକରେ ସାମିଲ ହୋଇଥିଲେ ୧୯ଟି ରାଜନୈତିକ ଦଳର ନେତା । ଏହି ଅବସରରେ ବିଜେପି ବିରୋଧରେ ଏକଜୁଟ ହେବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ ସୋନିଆ ଗାନ୍ଧି । ବିଜେପିକୁ ରୋକିବାକୁ ହେଲେ ସମସ୍ତ ଆଞ୍ଚଳିକ ଦଳକୁ ଏକଜୁଟ ହେବାକୁ ପଡିବ ଓ ସ୍ୱତନ୍ତ୍ର ରଣନିତି ଜରିଆରେ ବିଜେପିକୁ ରୋକିବାକୁ ହେବ ।

ମୋଦି ସରକାର ଜାଣିଶୁଣି ସଂସଦ ଅଧିବେଶନ ଚଳାଇ ଦେଲେନାହିଁ । ଏହା ଦେଶବାସୀଙ୍କ ପାଇଁ ଏକ ଶୁଭ ସଙ୍କେତ ନୁହେଁ ବୋଲି କହିଥିଲେ ସୋନିଆ ଗାନ୍ଧି । ସେହିଭଳି ଅନ୍ୟ ନେତାମାନେ ମଧ୍ୟ ବିଜେପି ବିରୋଧରେ ଏକ ହେବା ପାଇଁ ଅପିଲ୍ କରିଥିଲେ । ବୈଠକରେ କଂଗ୍ରେସ, ଟିଏମସି, ଏନସିପି, ଡିଏମକେ, ଜେଏମଏମ, ଶିବସେନା ଓ ବାମ ଦଳର ନେତାମାନେ ସାମିଲ ହୋଇଥିଲେ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାମଲିନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ଏନସିପି ମୁଖ୍ୟ ଶରଦ ପାଓ୍ବାର ପ୍ରମୁଖ ସାମିଲ ବୈଠକରେ ହୋଇଥିଲେ । ପୂର୍ବରୁ ମମତା ବାନାର୍ଜୀ ସମସ୍ତ ଦଳକୁ ଏକ ହେବା ପାଇଁ ଆହ୍ବାନ ଦେଇଥିବାବେଳେ ଆଜି ସୋନିଆ ଗାନ୍ଧିଙ୍କ ବୈଠକ ଅନେକ ଗୁରୁତ୍ବ ବହନ କରୁଛି । ସେପଟେ ବିଜେପି ଏହି ବୈଠକକୁ ଅତି ହାଲୁକା ଭାବେ ନେଇଛି

Leave a Reply