spot_img
Home Blog Page 5432

୪୦ ଏକର ଜାଗାରେ ନିର୍ମାଣ ହେବ ୭୫୦ ଶଯ୍ୟା ବିଶିଷ୍ଟ ଶ୍ରୀଶଙ୍କର କ୍ୟାନସର ଆଣ୍ଡ ରିସର୍ଚ୍ଚ ସେଣ୍ଟର

ଭୁବନେଶ୍ୱର: ସ୍ୱପ୍ନ ହେଉଛି ସତ । ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଶ୍ରୀଗୁଣ୍ଡିଚା ଦିନ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ପଦକ୍ଷେପ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଇନ୍‌ଫୋଭ୍ୟାଲି ଚଣ୍ଡିହଦା ନିକଟରେ କ୍ୟାନସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ । ୪୦ ଏକର ଜାଗାରେ ନିର୍ମାଣ ହେବ ୭୫୦ ଶଯ୍ୟା ବିଶିଷ୍ଟ ଶ୍ରୀଶଙ୍କର କ୍ୟାନସର ଆଣ୍ଡ ରିସର୍ଚ୍ଚ ସେଣ୍ଟର ଏବଂ ବାଗଚୀ କରୁଣାଶ୍ରୟ କେନ୍ଦ୍ର । ୨ ବର୍ଷ ଭିତରେ ଏହା ନିର୍ମାଣ ପାଇଁ ଲକ୍ଷ୍ୟ ରାଜ୍ୟ ସରକାର ରଖିଛନ୍ତି । ଯାହା ଆଗାମୀ ଦିନରେ ଏକ ଷ୍ଟେଟ ଅଫ ଆର୍ଟରେ ପରିଣତ ହେବ ବୋଲି ନବୀନ ଆଶା କରିଛନ୍ତି ।

Naveen Lays Foundation Stone Of Two Cancer Care Institutes In Bhubaneswar

ରାଜ୍ୟକୁ ଖୁବଶୀଘ୍ର ମିଳିବ ଆଉ ଏକ ବିଶାଳ ସ୍ୱାସ୍ଥ୍ୟ ଭିତ୍ତିଭୂମି । ପୂର୍ବ ପ୍ରତିଶ୍ରୁତି ପୂରଣ କରି ମୁଖ୍ୟମନ୍ତ୍ରୀ ଆଜି ସ୍ୱପ୍ନକୁ ଦେଇଛନ୍ତି ବାସ୍ତବ ରୂପ । ଘୋଷଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଉପହାରରେ ଦେଇଛନ୍ତି ବିଶ୍ୱସ୍ତରୀୟ କର୍କଟ ହସ୍ପିଟାଲ ଓ ପାଲିଏଟିଭ କେୟାର ସେଣ୍ଟର । ଖୋର୍ଦ୍ଧା ଜଟଣୀ ନିକଟ ଇନଫୋଭ୍ୟାଲି ମୌଜାରେ କ୍ୟାନସର ହସ୍ପିଟାଲର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଆଗାମୀ ୨ ବର୍ଷ ଭିତରେ ସମ୍ପୂର୍ଣ୍ଣ ହୋଇ ଏହା ରାଜ୍ୟବାସୀଙ୍କୁ ସେବା ଯୋଗାଇ ଦେବ ।

Naveen Lays Foundation Stone Of Two Cancer Care Institutes In Bhubaneswar

ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ କିଛିଦିନ ତଳେ ଏହି ହସ୍ପିଟାଲ ନିର୍ମାଣ ପାଇଁ ୩୪୦ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ । ଏଥିପାଇଁ ଦରକାରୀ ଜମି ଏବଂ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଏଠାରେ ଯେଉଁଦିନ ପ୍ରଥମ କ୍ୟାନସର ରୋଗୀ ଚିକିତ୍ସା ହୋଇ ସୁସ୍ଥ ହେବ ସେହିଦିନ ସ୍ୱପ୍ନ ସାକାର ହେବ ବୋଲି କହିଛନ୍ତି ବାଗଚୀ ଦମ୍ପତି ।

Naveen Lays Foundation Stone Of Two Cancer Care Institutes In Bhubaneswar

ଓଡ଼ିଶାର କ୍ୟାନସର ରୋଗୀଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ । ୪୦ ଏକର ଜାଗାରେ ବାଗଚୀ- ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଏବଂ ବାଗଚୀ କରୁଣାଶ୍ରୟ କେୟାର ସେଣ୍ଟର ନାମରେ ଦୁଇଟି ଅନୁଷ୍ଠାନ ଏଠି କାର୍ଯ୍ୟ କରିବ । ବାଗଚୀ କରୁଣାଶ୍ରୟ କେୟାର ସେଣ୍ଟରରେ ୧୧୦ଟି ବେଡ୍ ରହିବ । ଶ୍ରୀଶଙ୍କର ହସ୍ପିଟାଲର ମୁଖ୍ୟ ଡାକ୍ତର କରୁଣାନାଥ, କରୁଣାଶ୍ରୟ ଟ୍ରଷ୍ଟର ମୁଖ୍ୟ ଗୌମିତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ସମସ୍ତ  ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

7th Pay Commission: ଜୁଲାଇ ୨୦୨୧ରୁ ବଢିପାରେ ମହଙ୍ଗା ଭତ୍ତା!

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କୁ କେନ୍ଦ୍ର ପକ୍ଷରୁ ମିଳିପାରେ ବଡ଼ ଖୁସି ଖବର । ସୂଚନା ଅନୁଯାୟୀ, ଜୁଲାଇ ମାସରେ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରାଯାଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍ ଶୀଘ୍ର ବର୍ଦ୍ଧିତ ଡିଏକୁ ଅନୁମୋଦନ କରିବେ ବୋଲି ଆଶା କରାଯାଉଛି। ଜାନୁୟାରୀ ୨୦୨୧ରୁ ମେ ୨୦୨୧ର ଅଲ ଇଣ୍ଡିଆ କନଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ (AICPI) ଆସିବାକୁ ଯାଉଛି।

ତେବେ ଏଭଳି ସମୟରେ ଆଶା କରାଯାଉଛି ଯେ କେନ୍ଦ୍ର ଏହି ତଥ୍ୟକୁ ଆଧାର କରି ଜୁଲାଇ ୨୦୨୧ର ଦରମାରେ ଡିଏକୁ ୩ ପ୍ରତିଶତ ବୃଦ୍ଧି କରିପାରେ।

GA&PG Department Issued Fresh Guidelines For Office

ସେପ୍ଟେମ୍ବରରେ ମିଳିବ ୩୧ ପ୍ରତିଶତ ମହଙ୍ଗା ଭତ୍ତା-

ଜାନୁଆରୀ ୨୦୨୦ରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଥିଲେ। ପରେ ସେହି ବର୍ଷ ଆଉ ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା। ଏହା ପରେ ଜାନୁଆରୀ ୨୦୨୧ରେ ଡିଏ ୪% ବୃଦ୍ଧି କରାଯାଇଥିଲା । ହେଲେ କର୍ମଚାରୀମାନେ ୧୭ ପ୍ରତିଶତ ପୁରୁଣା ହାରରେ ଡିଏ ପାଉଥିଲେ। କିନ୍ତୁ କରୋନା ସଙ୍କଟ ଯୋଗୁଁ ବର୍ଦ୍ଧିତ ଡିଏକୁ ବନ୍ଦ କରାଯାଇଥିଲା । ସରକାର ଜୁନ୍ ୨୦୨୧ପାଇଁ ଜୁଲାଇରେ ଡିଏ ଘୋଷଣା କରିପାରନ୍ତି । ବର୍ତ୍ତମାନ ଅଲ ଇଣ୍ଡିଆ କନଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ ତଥ୍ୟ ପରେ କେନ୍ଦ୍ର ଡିଏକୁ ୩ ପ୍ରତିଶତ ବୃଦ୍ଧି କରିପାରିବ। ଏଭଳି ହେଲେ କେନ୍ଦ୍ରୀୟ କର୍ମଚାରୀମାନେ ସେପ୍ଟେମ୍ବର ୨୦୨୧ର ବେତନରେ ୩୧ ପ୍ରତିଶତ DA ପାଇପାରିବେ ।

Beware Of Banking Fraud RBI Give Instruction About How To Secure Your Money From Bank Frauds

 

 

‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭ୍ୟୁ’ର ରଥଯାତ୍ରା ବିଶେଷାଙ୍କ ଉନ୍ମୋଚିତ

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଓଡ଼ିଶା ସରକାରଙ୍କ ମାସିକ ମୁଖପତ୍ର ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭ୍ୟୁ’ର ରଥଯାତ୍ରା ବିଶେଷାଙ୍କ ଉନ୍ମୋଚନ ହୋଇଛି । ଏହାକୁ ଆଜି ପବିତ୍ର ରଥଯାତ୍ରା ୨୦୨୧ ଅବସରରେ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମଙ୍ଗଳବାର ଠାରୁ ଆରମ୍ଭ ହେବ NEET ପାଇଁ ପଞ୍ଜିକରଣ, ସେପ୍ଟେମ୍ବରରେ ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବ ମେଡିକାଲ ପ୍ରବେଶିକା ପରୀକ୍ଷା NEET । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଭିଡ୍ କଟକଣା ଭିତରେ ଦେଶବ୍ୟାପୀ ନିଟ୍ ପରୀକ୍ଷା ହେବ । ଏଥିପାଇଁ ଏନଟିଏ ୱେବସାଇଟରେ ଆସନ୍ତାକାଲି (ମଙ୍ଗଳବାର) ଠାରୁ ଆରମ୍ଭ ହେବ ପଞ୍ଜିକରଣ ।

ସେପ୍ଟେମ୍ବରରେ ନିଟ୍ ହେବାକୁ ଥିବାବେଳେ ସାମାଜିକ ଦୂରତା ରକ୍ଷାକୁ ଧ୍ୟାନ ଦିଆଯାଇଛି । ପୂର୍ବରୁ ୧୫୫ଟି ସହରରେ ପରୀକ୍ଷା ହେବାକୁ ଥିବା ବେଳେ ଏହାକୁ ୧୯୮କୁ ବୃଦ୍ଧି କରାଯାଇଥିବା ଟ୍ୱିଟ୍ କରିଛନ୍ତି ଧର୍ମେନ୍ଦ୍ର । ସେହିଭଳି ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବ । ୨୦୨୦ରେ ୩ ହଜାର ୮୬୨ଟି ପରୀକ୍ଷା କେନ୍ଦ୍ର ଥିଲା ।

ପରୀକ୍ଷା କେନ୍ଦ୍ରରେ କୋଭିଡ୍ ପ୍ରୋଟୋକଲ୍ ପାଳନକୁ ସୁନିଶ୍ଚିତ କରାଯିବ । ଏଥିପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ଫେସ୍ ମାସ୍କ ଦିଆଯିବ । ପ୍ରବେଶ ଓ ପ୍ରସ୍ଥାନ ବେଳର ସମୟକୁ ଧ୍ୟାନ ଦିଆଯିବ । ପଞ୍ଜିକରଣ କଣ୍ଟାକ୍ଟଲେସ ହେବ । ପରୀକ୍ଷା କେନ୍ଦ୍ରକୁ ସାନିଟାଇଜେସନ୍ କରାଯିବ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଅବକାରୀ ଓ ଜମିଜମା ମାମଲା ପାଇଁ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ନୂଆ କୋର୍ଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଥିବା ମାମଲାରେ ଲାଗିବ ଲଗାମ । ଅବକାରୀ ଓ ଜମିଜମା ସଂକ୍ରାନ୍ତୀୟ ମାମଲାର ସମାଧାନ ପାଇଁ ପ୍ରତିଷ୍ଠା ହେବ ନୂଆ କୋର୍ଟ । ରାଜଧାନୀ ଭୁବନେଶ୍ୱରରେ କୋର୍ଟ ପ୍ରତିଷ୍ଠା ହେବାକୁ ଥିବା ବେଳେ ଏହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

New Court To Establish In BBSR For Excise Land Case

ଖସିପାରିବେନି ନିଶା ଓ ଜମି ମାଫିଆ । ଜମିବାଡ଼ି ମାମଲା ପାଇଁ ନୂଆ କୋର୍ଟ । ଅବକାରୀ ମାମଲାର ହେବ ତ୍ୱରିତ ସମାଧାନ । ପ୍ରତିଷ୍ଠା ହେବ ସ୍ୱତନ୍ତ୍ର ଅବକାରୀ ଅଦାଲତ । ଓଡ଼ିଶା ଅବକାରୀ ଆଇନ୍‍ର ୮୭ ଧାରାରେ ସ୍ୱତନ୍ତ୍ର ଅବକାରୀ ଅଦାଲତ କଥା ଉଲ୍ଲେଖ ଥିବାବେଳେ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଏହା ପ୍ରତିଷ୍ଠା ହେବାକୁ ଯାଉଛି । ଏ ନେଇ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରିଛି ଗୃହ ବିଭାଗ । ଗତ ୧୦ବର୍ଷ ମଧ୍ୟରେ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ୨ରୁ ୧୦ ପ୍ରତିଶତ ରହିଛି ।

New Court To Establish In BBSR For Excise Land Case

ଅବକାରୀ ଆଇନ୍‍ର ୭୦ ଧାରା ଅନୁଯାୟୀ ପୂର୍ବରୁ ଦଣ୍ଡିତ ବ୍ୟକ୍ତି ପରେ ଯଦି ଅପରାଧ କରନ୍ତି ତେବେ ସେ କ୍ଷେତ୍ରରେ ଦଣ୍ଡବିଧାନ ବୃଦ୍ଧି କରାଯାଇ ପାରିବ । ଅବକାରୀ ସାମଗ୍ରୀ କାରବାର ତୁଳନାରେ ଅବକାରୀ କର୍ମଚାରୀଙ୍କ ସଂଖ୍ୟା କମ୍‍ ରହିବା, ତଦନ୍ତ ଓ ମାମଲା ପରିଚାଳନାରେ ତ୍ରୁଟି ଓ ବିଚାରପତିଙ୍କ ଅଭାବ ପରିସ୍ଥିତିକୁ ଅଧିକ ଜଟିଳ କରିଛି ।

New Court To Establish In BBSR For Excise Land Case

ସେହିପରି ଜମିଜମା ସଂକ୍ରାନ୍ତୀୟ ମାମଲା ରୋକିବାକୁ ସରକାର ଖୁବଶୀଘ୍ର ‘ଇ-କୋର୍ଟ’ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଜମିର ସ୍ଥିତି, ମାଲିକାନା, ଖରିଦଦାର ସମ୍ପର୍କରେ ମଧ୍ୟ ଇ-କୋର୍ଟ ରୁ ସୂଚନା ମିଳିବ । ଗୋଟିଏ ଜମିକୁ ବାରମ୍ବାର ବିକିବା, ମୃତ ଲୋକର ଜମିକୁ ଅନ୍ୟତ୍ର ବିକ୍ରି କରିବା ଆଦି ଠକେଇ କ୍ଷେତ୍ରରେ ଏହି କୋର୍ଟ ବେଶ ସହାୟକ ହୋଇପାରିବ । ଏ ନେଇ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଭୂ-ସମ୍ବଳ ବିଭାଗ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି । ଏହି କୋର୍ଟ ପ୍ରତିଷ୍ଠା ଦ୍ୱାରା ଠକ ବିଲ୍ଡର ଓ ଜମି ଦଲାଲଙ୍କ ଉପରେ ଲଗାମ ଲାଗିପାରିବ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ।

ବାଇକ ଚାଳକଙ୍କ ଉପରକୁ ଆକ୍ରମଣ କଲା ବାଘ; ପ୍ରାଣ ବିକଳରେ ଗଛରେ ଚଢିଗଲେ ଯୁବକ…

ଲକ୍ଷ୍ନୗେ: ଉତ୍ତରପ୍ରଦେଶର ପିଲିଭିଟ ଅଞ୍ଚଳରେ ଏକ ବାଘ ବାଇକ୍ ଚଳାଉଥିବା ତିନି ଜଣ ଯୁବକଙ୍କୁ ଆକ୍ରମଣ କରିଥିବା ଖବର ସାମ୍ନାକୁ ଆସିଛି । ଏଥିରେ ଦୁଇଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ଯୁବକ ପ୍ରାଣ ବିକଳରେ ଗଛକୁ ଚଢି ଯାଇ ଜୀବନ ବଞ୍ଚାଇଥିଲେ । ତେବେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଥିବା ଜଣାପଡିଛି।

ପିଲିଭିଟର ଦିୟୁରିଆ କଲାର ଏହି ୩ ଜଣ ଯୁବକରାତିରେ ବାଇକରେ ଫେରୁଥିଲେ। ଜଙ୍ଗଲରୁ ବାହାରିବା ବାଟରେ  ବାଘଟି ଅଚାନକ ସେମାନଙ୍କୁ ଆକ୍ରମଣ କରିଥିଲା। ବାଘ ଆକ୍ରମଣରେ ଦୁଇଜଣ ଯୁବକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲା ବେଳେ ତୃତୀୟ ଜଣକ କୗେଣସି ପ୍ରକାରେ ଗଛରେ ଚଢି ଜୀବନ ବଞ୍ଚାବାରେ ସଫଳ ହୋଇଥିଲେ।

ବାଘ ଆକ୍ରମଣରୁ ବର୍ତ୍ତି ଯାଇଥିବା ବିକାଶ ଏନେଇ କୁହନ୍ତି ଯେ, ସେମାନେ ଜଙ୍ଗଲ ରାସ୍ତା ଦେଇ ଆସୁଥିବା ବେଳେ ବାଘଟି ହଠାତ୍ ସେମାନଙ୍କ ଉପରେ ଆକ୍ରମଣ କରିଥିଲା। କନ୍ଧଇ ଓ ସୋନୁକୁ ବାଘଟି ଜଙ୍ଗଲ ଭିତରକୁ ଟାଣି ନେଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ସକାଳେ କିଛି ଲୋକ ତାଙ୍କୁ ଦେଖିବା ପରେ ତଳକୁ ଓହ୍ଲାଇ ଥିଲେ ।

ଏନେଇ ପରିବାର ଲୋକ କହିଛନ୍ତି ଯେ ଏହି ଯୁବକ ମାନେ ଶାହାଜାହାନପୁରରେ ଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଘରକୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ଏସମ୍ପର୍କରେ ପିଲିଭିଟ କିରିଟ ରାଠୋର କହିଛନ୍ତି ଯେ ବାଘ ତିନି ଜଣ ଯୁବକଙ୍କୁ ଆକ୍ରମଣ କରିଥିଲା ​​ଯେଉଁଥିରେ ଦୁଇଜଣ ପ୍ରାଣ ହରାଇଥିଲେ ଏବଂ ଜଣେ ବ୍ୟକ୍ତି ନିଜ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ। ପୋଷ୍ଟମର୍ଟମ ପାଇଁ ଉଭୟ ମୃତଦେହ ପଠାଯାଇଥିବା ବେଳେ ଘଟଣାର ତଦନ୍ତ ଚାଲିଛି।

ପିଲିଭିଟ ଟାଇଗର ରିଜର୍ଭର ଡିଏଫଓ ନବୀନ ଖଣ୍ଡେଲୱାଲ କହିଛନ୍ତି ଯେ ଘଟଣାସ୍ଥଳରେ ୨୦ଟି କ୍ୟାମେରା ଲଗାଯିବା ସହ ସତର୍କ ସୂଚନା ଜାରି କରାଯାଇଛି। ତେବେ ଏହି ରାସ୍ତାରେ କେହି ଏକୁଟିଆ ନଯିବା ପାଇଁ ଲାେକମାନଙ୍କୁ ସଚେତନ ମଧ୍ୟ କରାଯାଇଛି ।

ସେବାୟତ, ଜନସାଧାରଣ, ପ୍ରଶାସନ, ପୋଲିସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ କଟକଣା ମଧ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । ତିନିରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବାୟତମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

CM Naveen Patnaik Thanked All For Smooth Management Of Ratha Yatra

ମହାପ୍ରଭୁଙ୍କ ରଥଯାତ୍ରା ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେଥିପାଇଁ ଦିନରାତି କାମ କରିଥିବା ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି ।

CM Naveen Patnaik Thanked All For Smooth Management Of Ratha Yatra

ସର୍ବୋପରି କୋଭିଡ୍ କଟକଣା ମଧ୍ୟରେ ଆଜିର ଶ୍ରୀଗୁଣ୍ଡିଚା ଯାତ୍ରାରେ ପୁରୀର ଜନସାଧାରଣ ଯେପରି ଶୃଙ୍ଖଳାର ପରାକାଷ୍ଠା ଦେଖାଇଛନ୍ତି ତାହା ପ୍ରେରଣାଦାୟକ ବୋଲି ବର୍ଣ୍ଣନା କରିବା ସହ ମୁଖ୍ୟମନ୍ତ୍ରୀ ପୁରୀବାସୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।

ଏଥିସହ ପଢ଼ନ୍ତୁ: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ତିନିରଥ

ପୁଅ କାହିଁକି ଭୋଗିବ ପିତାର ସଜ୍ଜା; ଆତଙ୍କବାଦୀ ସଲାହୁଦ୍ଦିନଙ୍କ ପୁଅର ସମର୍ଥନରେ ବାହାରିଲେ ମହବୁବା

ଶ୍ରୀନଗର: ଆତଙ୍କବାଦୀ ସଲାହୁଦ୍ଦିନର ପୁଅକୁ ସରକାରୀ ଚାକିରୀରୁ ବରଖାସ୍ତ କରିବା ନେଇ ମୁହଁ ଖୋଲିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫତି । ଏକ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଯେ ବାପାର କାର୍ଯ୍ୟକଳାପ ଲାଗି ପୁଅକୁ କିପରି ହଇରାଣ କରାଯାଇପାରିବ? ଏଥିସହ ସେ ଜମ୍ମୁ କାଶ୍ମୀରକୁ ପୁନଶ୍ଚ ସ୍ୱତନ୍ତ୍ର ପାହ୍ୟା ଦେବାକୁ ଦାବି କରିଛନ୍ତି ।

ଆର୍ଟିକିଲ୍ 370 ଓ 35Aକୁ ହଟାଇବାକୁ ଦାବି କରି ମହବୁବା ଏହାକୁ ଅଯୋଧ୍ୟା ରାମ ମନ୍ଦିର ସହ ତୁଳନା କରିଛନ୍ତି । ସେ କହିଛନ୍ତି ଯେ ‘ଯେତେବେଳେ ରାମ ମନ୍ଦିର ମାମଲା କୋର୍ଟରେ ଥିଲା ସେତେବେଳେ କ’ଣ ଲୋକମାନେ ସ୍ୱର ଉଠାଉନଥିଲେ? ତାହେଲେ 370କୁ ଉଠାଇବା ଦାବି ପାଇଁ ମୁଁ ଟାର୍ଗେଟରେ କାହିଁକି?

ହିଜବୁଲ ସଲାହୁଦ୍ଦିନର ଦୁଇ ପୁଅ ସମେତ ୧୧ ଜଣଙ୍କୁ ସରକାରୀ ଚାକିରୀରୁ ବରଖାସ୍ତ କରାଯାଇଥିଲା । ଏମାନେ ସରକାରୀ ଚାକିରୀ କରିବା ସହ ଆତଙ୍କବାଦୀଙ୍କୁ ସହଯୋଗ କରୁଥିଲେ । ଏନେଇ ମହବୁବା କହିଛନ୍ତି ଯେ ବାପାର କାମ ପାଇଁ ପୁଅକୁ ହଇରାଣ କରିବା ଉଚିତ୍ ନୁହେଁ । ବିନା କୌଣସି ତଦନ୍ତରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଥିବା ନେଇ ମହବୁବା ଅଭିଯାୋଗ କରିଛନ୍ତି । ଏନେଇ ସେ ନିକଟରେ ଟ୍ୱିଟ୍ ମଧ୍ୟ କରିଥିଲେ ।

Mehbooba Mufti Alleges Center For Divisive Politics With The People Of Jammu And Kashmir

ସେ ଆହୁରି ମଧ୍ୟ କହିଛନ୍ତି ଯେ 370 ଓ 35Aକୁ ହଟାଇବା ଦାବିରେ ନ୍ୟାସନାଲ୍ କନଫ୍ରେନ୍ସ, ପିଡିପି ସହିତ ଅନ୍ୟ ଦଳ ମଧ୍ୟ ହାତ ମିଳାଇଛନ୍ତି । ଏହାବ୍ୟତୀତ ଆମେ କାଶ୍ମୀର ପଣ୍ଡିତ ମାନଙ୍କୁ ପଳାୟନ କରିବାରୁ ଅଟକାଇ ପାରିଲୁନି । ଆମେ ଚାହୁଁଥିଲୁ ସେମାନେ ସମ୍ମାନଜନକ ଭାବେ ଘାଟିକୁ ଫେରି ଆସନ୍ତୁ ବୋଲି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସବୁବେଳେ କହୁଥିଲେ ଆମେ ମାନେ ସାଙ୍ଗକୁ ବଦଳାଇ ଦେଇପାରିକୁ ହେଲେ ପଡୋଶୀଙ୍କୁ ନୁହେଁ । କିନ୍ତୁ ମୁଁ ଏଭଳି କିଛି କହିଲେ ମୋ ଉପରେ ଆକ୍ରମଣ କରାଯାଇଥାଏ ।

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ତିନିରଥ

ପୁରୀ: ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ହୋଇଛି ଘୋଷ ଯାତ୍ରା । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିବା ରଥଟଣା ସମୟ ପୂର୍ବରୁ ସରିଛି । ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା । ପରେ ପରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା ସୁଭଦ୍ରାଙ୍କ ଦେବଦଳନ ରଥ ।

Rath Yatra LIVE Updates Three Chariot In Front Of Shri Gundicha Temple

ପଛରେ ଘର୍ଘର ନାଦରେ ଆସୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମଧ୍ୟ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛି । ପହଣ୍ଡିରୁ ନେଇ ରଥଟଣା ସବୁକିଛି ଶାନ୍ତିଶୃଙ୍ଖଳା ମଧ୍ୟରେ ସରିଛି । କ୍ରମାଗତ ଦ୍ୱିତୀୟ ବର୍ଷ ମହାମାରୀ କରୋନା ପାଇଁ ଭକ୍ତ ରହିତ ଭାବେ ପାଳନ ହେଉଛି ରଥଯାତ୍ରା । ବଡ଼ଦାଣ୍ଡରେ ବିନା ଭକ୍ତରେ ଚାଲିଛି ପ୍ରଭୁ କାଳିଆଙ୍କ ଲୀଳା ଖେଳା ।

ଘୋଷଯାତ୍ରାରେ ନିୟୋଜିତ ସେବକ ମାନଙ୍କ ସହ ସୁରକ୍ଷାକର୍ମୀ ସମସ୍ତଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା । ରଥଯାତ୍ରାରେ ସାମିଲ୍ ସମସ୍ତଙ୍କ ସେବକଙ୍କୁ କୋଭିଡ୍ ଟିକା ମଧ୍ୟ ଦିଆଯାଇଛି । ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି । ବଡ଼ଦାଣ୍ଡକୁ ଆସିବା ଲାଗି ସମସ୍ତଙ୍କୁ ବାରଣ କରାଯାଇଛି । କରୋନା କଟକଣା ମଧ୍ୟରେ ଚାଲିଛି ସମସ୍ତ ନୀତିକାନ୍ତି ।

ଆଗାମୀ ୪୮ ଘଣ୍ଟା ମଧ୍ୟରେ ହିମାଚଳରେ ପ୍ରବଳ ବର୍ଷା ଆଲର୍ଟ

ଶିମଳା: ଦେଶରେ ପୁଣି ଥରେ ମୌସୁମୀ ବାୟୁ ସକ୍ରିୟ ହୋଇପଡିଛି । ଯାହା ଫଳରେ ପାହାଡିଆ ଅଞ୍ଚଳରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାରେ ଲାଗିଛି । ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ବହୁ କ୍ଷୟକ୍ଷତି ହୋଇଛି ।

ଏଭଳି ସମୟରେ ହିମାଚଳରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଏପରିକି ବାଦଲ ଫଟା ବର୍ଷା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯିବା ସହ ସତର୍କ ରହିବାକୁ ଜନସାଧାରଣଙ୍କୁ ଚେତାବନୀ ଦିଆଯାଇଛି ।

ଉତ୍ତର ଭାରତରେ ମୌସୁମୀ ସକ୍ରିୟ- 

ଗଣମାଧ୍ୟମକୁ ସୂଚନା ଦେଇ ପାଣିପାଗ ବିଭାଗର ଜଣେ ବରିଷ୍ଠ ବୖେଜ୍ଞାନିକ କହିଛନ୍ତି ଯେ ରାଜସ୍ଥାନ ଓ ପଞ୍ଜାବର କିଛି ଅଂଶରେ ମୗେସୁମୀ ପହଞ୍ଚିଥିବା ବେଳେ ଦିଲ୍ଲୀରେ ସ୍ଥିତି ଅନୁକୂଳ ରହିଛି । ସେହିପରି ଉତ୍ତର ଭାରତର ଅନେକ ସ୍ଥାନରେ ମୗେସୁମୀ ସକ୍ରିୟ ହୋଇଛି, ଯେଉଁଥିରେ ହିମାଚଳ ଓ ଉତ୍ତରାଖଣ୍ଡ ରହିଛି ।

ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଅଚାନକ ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ନଦୀ କୂଳିଆ ଅଞ୍ଚଳ ପାଇଁ ଆଲର୍ଟ ଜାରି କରାଯାଇଥିଲା ।

ତେବେ ବାଦଲ ଫଟା ବର୍ଷା ଘଟଣା ସମ୍ପର୍କରେ ଗୃହ ମନ୍ତ୍ରୀ ଅମିତ ଶାହ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ସେ ଯଥାସମ୍ଭବ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି । ଯାହା ପରେ ଉଦ୍ଧାର କାର୍ଯ୍ୟ ଲାଗି ଏନଡିଆରଏଫ୍ ଟିମ୍ ଘଟଣାସ୍‌ଥଳରେ ପହଞ୍ଚିଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ ଅମିତ ଶାହ ।