ତାଲିବାନ ଆତଙ୍କ; ଚାର୍ଟର ବିମାନରେ ପଶୁଙ୍କୁ କରାଯିବ ଏୟାରଲିଫ୍ଟ!

1 min read

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ସବୁଠି ଆତଙ୍କ ଖେଳିଯାଇଛି । ସ୍ଥିତି ଏଭଳି ଯେ ହଜାର ହଜାର ଲୋକ ଦେଶ ଛାଡିବାକୁ ପଛାଉନାହାଁନ୍ତି । ତାଲିବାନର ବର୍ବରତା ଏତେ ଅଧିକ ଯେ ଲୋକ ମାନଙ୍କ ସହ ପ୍ରାୟ ୨୦୦ କୁକୁର ଓ ବିଲେଇଙ୍କୁ ମଧ୍ୟ ଏୟାରଲିଫ୍ଟ କରାଯିବ ବୋଲି ଜଣାପଡିଛି।

ଏନେଇ ବୁଧବାର ଦିନ ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆଫଗାନିସ୍ତାନର ଏକ ପଶୁ ଆଶ୍ରୟସ୍ଥଳର ମାଲିକ ଫରଥିଙ୍ଗଙ୍କୁ ୨୦୦ କୁକୁର ଓ ବିଲେଇଙ୍କୁ କାବୁଲରୁ ଚାର୍ଟର ବିମାନରେ ଆଣିବା ପାଇଁ ଅନୁମତି ଦିଆଯିବ ।

କିନ୍ତୁ କୁକୁର ଓ ବିଲେଇଙ୍କୁ ବାହାର କରିବା ଲାଗି ହେଉଥିବା ଏଭଳି ହାଇ-ପ୍ରୋଫାଇଲ୍ ଅଭିଯାନକୁ ନେଇ ବିବାଦ ମୁଣ୍ଡ ଟେକୁଛି । ହଜାର ହଜାର ଲୋକେ ତାଲିବାନ ଡରରେ ଆଫଗାନିସ୍ତାନ ଛାଡିବାକୁ ଚାହୁଁଥିବା ବେଳେ ସେମାନଙ୍କୁ କୌଣସି ସାଧନ ମିଳୁନାହିଁ । ବ୍ରିଟିଶ୍ ସେନା ସହ ଆଫଗାନିସ୍ତାନରେ କାମ କରୁଥିବା ସମୟରେ ଫରଥିଙ୍ଗ କାବୁଲରେ କୁକୁର, ବିଲେଇ ଓ ଗଧକୁ ବିକ୍ରି କରିବା ଲାଗି ‘ନୗେଜାଦ’ ଏକ ପଶୁ ଆଶ୍ରୟସ୍ଥଳର ସ୍ଥାପନା କରିଥିଲେ।

ପୂର୍ବରୁ ଏହି ମାମଲାରେ ବ୍ରିଟିଶ୍ ପ୍ରତିରକ୍ଷା ସଚିବ ବେନ୍ ବାଲେସ କହିଥିଲେ ଯେ, ‘‘ଲୋକଙ୍କ ବଦଳରେ ପଶୁଙ୍କ ଉଦ୍ଧାର ଉପରେ ପ୍ରାଥମିକତା ଦେବା ଭୁଲ୍ ହେବ’’ । କାରଣ ବିମାନବନ୍ଦରରେ ହଜାର ହଜାର ସଂଖ୍ୟାରେ ଲୋକମାନେ ପ୍ରତିକ୍ଷା କରୁଛନ୍ତି । ହେଲେ ବୁଧବାର ଦିନ ସେ ଟ୍ୱିଟ୍ କରି କହିଛନ୍ତି, ‘‘ଫରଥିଙ୍ଗ ଙ୍କ ସମସ୍ୟା ଦେଖିବା ପାଇଁ ତାଙ୍କ ପାଖରେ ଅଧିକାର ରହିଛି । ଯଦି ସେ ଚାହିଁବେ ତାହେଲେ ଆମେ ତାଙ୍କ ପାଇଁ ଫ୍ଲାଟରେ ଏକ ସ୍ଲଟ୍ ଦେଖିବୁ ।

ଆହୁରି ମଧ୍ୟ ଫରଥୀଙ୍ଗ ଓ ତାଙ୍କ ଆଫଗାନ୍ କର୍ମଚାରୀ, ଯେଉଁମାନଙ୍କ ପାଖରେ ଆମେରିକା ଭିସା ଅଛି ସେମାନେ ରୟଲ୍ ଏୟାର ଫୋର୍ସରେ ଉଡାନ୍ ଭରିପାରିବେ । ଅପରପକ୍ଷେ ଫରଥୀଙ୍ଗ କହିଛନ୍ତି ଯେ, ୨୫୦ ସିଟର ବିମାନରେ  ସେ ପଶୁଙ୍କ ସହ ଅତିରିକ୍ତ ସିଟରେ ଆଫଗାନୀ ନାଗରିକଙ୍କୁ ନେଇ ମଧ୍ୟ ଯାଇପାରିବେ ।

Leave a Reply