ଆଫଗାନିସ୍ତାନରୁ କେବେ ଫେରିବେ ସମସ୍ତ ଭାରତୀୟ ? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ…

1 min read
all-party-meet-on-afghanistan-crisis S. Jaishankar Reaction

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଅସ୍ଥିରତା ଲାଗି ରହିଛି । ଆଫାଗାନିସ୍ତାନ ପ୍ରସଙ୍ଗରେ ଦିଲ୍ଲୀରେ ବସିଥିବା ସର୍ବଦୈଳୀୟ ବୈଠକ ପ୍ରାୟ ସାଢ଼େ ୩ ଘଣ୍ଟା ଧରି ଚାଲିଥିଲା । ବୈଠକରେ ୩୧ ଦଳର ୩୭ ଜଣ ଭାଗ ନେଇଥିଲେ । ସମସ୍ତ ନେତା ତାଲିବାନକୁ ନେଇ ମତ ରଖିଛନ୍ତି । ତାଲିବାନ ପ୍ରତି ଭାରତ ସରକାରଙ୍କ ମନୋଭାବ ନେଇ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି- ଆଫଗାନିସ୍ତାନରେ ସ୍ଥିତି ଠିକ୍ ନାହିଁ, ସ୍ଥିତି ଠିକ୍ ହେବାକୁ ଦିଅନ୍ତୁ ।

ବୈଦେଶିକ ମନ୍ତ୍ରୀ କହିଛନ୍ତି, ସର୍ବଦଳୀୟ ବୈଠକରେ ସମସ୍ତ ରାଜନୈତିକ ଦଳର ନେତାଙ୍କୁ ଆଫଗାନିସ୍ତାନର ସ୍ଥିତି ନେଇ ଅବଗତ କରାଯାଇଛି । ଲୋକଙ୍କୁ ସେଠାରୁ ସୁରକ୍ଷିତ ଉଦ୍ଧାର ପାଇଁ ସମସ୍ତ ପ୍ରୟାସ କରାଯାଉଛି । ଏଥିରେ ସବୁ ଦଳର ଚିନ୍ତାଧାରା ସମାନ ରହିଛି । ଅପରେସନ୍ ‘ଦେବୀ ଶକ୍ତି’ରେ ୬ଟି ବିମାନ ପଠାଯାଇଛି । ଆମେ ଅଧିକାଂଶ ଭାରତୀୟଙ୍କୁ ଫେରାଇ ଆଣିଛୁ । ବିମାନ ଉଡ଼ାଣ ଦିନ ସମସ୍ତେ ପହଞ୍ଚି ପାରି ନଥିବାରୁ ଆସିପାରି ନାହାଁନ୍ତି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ । ଆମେ ନିଶ୍ଚିତ ଭାବେ ଅନ୍ୟମାନଙ୍କୁ ଫେରାଇ ଆଣିବୁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

କେବଳ ଭାରତୀୟ ନୁହେଁ, କିଛି ଆଫଗାନ ନାଗରିକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ସମସ୍ତଙ୍କୁ ଉଦ୍ଧାର କରି ଆଣିବାକୁ ସରକାର ପ୍ରତିବଦ୍ଧ ଅଛନ୍ତି । ଏଥିସହ ଅନ୍ତରାଷ୍ଟ୍ରୀୟ ସ୍ତରରେ ହେଉଥିବା ନିଷ୍ପତ୍ତି ଉପରେ ନଜର ରଖାଯାଇଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ । ଏହାକୁ ନେଇ ଆଗାମୀ ଦିନରେ ଆହୁରି ବୈଠକ ବସିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply