spot_img
Home Blog Page 5419

ପୁଣି ଆଜି PM-CM ଆଲୋଚନା, ଥାର୍ଡ ୱେଭ ନେଇ ହୋଇପାରେ ଆଲୋଚନା

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ  । ଦେଶରେ ଲାଗି ରହିଥିବା କୋଭିଡ ସ୍ଥିତି ନେଇ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ସାମିଲ ହେବେ ଓଡ଼ିଶା, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ । ରାଜ୍ୟରେ କଣ ରହିଛି କୋଭିଡ୍ ସ୍ଥିତି , ଆଗାମି ଦିନରେ କିଭଳି ଏହାର ମୁକାବିଲା କରାଯାଇପାରିବ ସେ ନେଇ ହେବ ଆଲୋଚନା ।

ସମ୍ଭାବ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି କିଭଳି ମହାମାରୀର ମୁକାବିଲା ହେବ ସେ ନେଇ ରାଜ୍ୟ ସରକାରଙ୍କଠାରୁ ପରାମର୍ଶ ନେଇପାରନ୍ତି କେନ୍ଦ୍ର ସରକାର । ଗତ ୧୩ ତାରିଖରେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୋଦି । ଏବେ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ତେବେ ହାଟବଜାର ଓ ପର୍ଯ୍ୟଟନସ୍ଥଳୀରେ ଲାଗୁଛି ଭିଡ । ଯାହାକୁ ନେଇ ଚିନ୍ତା ଜାହିର କରିଛନ୍ତି କେନ୍ଦ୍ର ସରକାର ।

ଅନୁମତି ସତ୍ତ୍ୱେ ବରମୁଣ୍ଡାରୁ ଗଡ଼ିଲାନି ବସ, ଯାତ୍ରୀ ନିରାସ

ଭୁବନେଶ୍ୱର: ବସ ଚଳାଚଳକୁ ଅନୁମତି ସତ୍ତ୍ୱେ ଭୁବନେଶ୍ୱରରୁ ଗଡ଼ିଲାନି ଯାତ୍ରୀବାହୀ ବସ । କଟକଣା କୋହଳ ସହ ବସ୍‌ରେ ଯେତିକି ସିଟ ସେତିକି ଯାତ୍ରୀଙ୍କୁ ନେଇ ବସ ଚଳାଚଳକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ହେଲେ ବସ୍‌ ମାଲିକ ସଂଘ ବିଭିନ୍ନ ଦାବିକୁ ନେଇ ବସ ଚଳାଚଳ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ଆଜି ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ କୌଣସି ବସ ଗଡ଼ିନାହିଁ । ବସ ଚାଲିବା ଆଶାରେ ଆସିଥିବା ଯାତ୍ରୀ ମାନେ ନିରାଶ ହୋଇ ଫେରିଛନ୍ତି ।

ଭୁବନେଶ୍ୱର ଘରୋଇ ବସ ମାଲିକ ସଙ୍ଘର ଆଜି ଜରୁରୀ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଆଲୋଚନା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ବସ୍ ଚଳାଚଳ ନେଇ ପ୍ରତିକ୍ରିୟା ରଖଛନ୍ତି ପରିବହନ ମନ୍ତ୍ରୀ । ବସ ମାଲିକଙ୍କ କିଛି ଦାବି ରହିଛି । ସେ ସମ୍ପର୍କରେ ସରକାର ଓ ପରିବହନ ବିଭାଗ ଅବଗତ ରହିଛି । ଆସନ୍ତାକାଲି ଘରୋଇ ବସ ମାଲିକ ସଙ୍ଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ପାଇଁ ଦିନ ଧାର୍ଯ୍ୟ ହୋଇଛି । ଆଲୋଚନା ପରେ ବସ ଚଳାଚଳ ସ୍ୱାଭାବିକ ହେବ ବୋଲି ଆଶା ଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ରାଜ୍ୟରେ ସୁଧୁରୁଛି କରୋନା ସ୍ଥିତି; ଦିନକରେ ୨ ହଜାର ୭୦ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ସୁଧୁରୁଛି କରୋନା ସ୍ଥିତି । ଗତ  ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ ହଜାର ୦୭୦ ଜଣ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧ ହଜାର ୧୯୫ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ରହିଛି ୮୭୫ ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁଯାୟୀ, ଖୋର୍ଦ୍ଧାରୁ ସର୍ବାଧିକ ୪୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବାଲେଶ୍ବରରୁ ୧୭୬, ଯାଜପୁରରୁ ୧୩୬, ପୁରୀରୁ ୧୧୦, ଜଗତସିହପୁରରୁ ୯୭, ମୟୂରଭଞ୍ଜରୁ ୮୧, କେନ୍ଦ୍ରାପଡାରୁ ୭୭, ଭଦ୍ରକରୁ ୬୬, ସୁନ୍ଦରଗଡରୁ ୬୬,  ନୟାଗଡରୁ ୫୯, ଅନଗୁଳରୁ ୫୭, କେନ୍ଦୁଝରରୁ ୫୬, ଢେଙ୍କାନାଳରୁ ୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  ।

ସେହିଭଳି କୋରାପୁଟରୁ ୨୩, ମାଲକାନଗିରିରୁ ୨୦, ରାୟଗଡାରୁ ୧୮, କନ୍ଧମାଳରୁ ୧୮, ସମ୍ବଲପୁରରୁ ୧୬, ବରଗଡରୁ ୧୫,  କଳାହାଣ୍ଡିରୁ ୧୨, ଗଞ୍ଜାମରୁ ୧୨, ନବରଙ୍ଗପୁରରୁ ୧୧, ବୌଦ୍ଧରୁ ୧୧, ଝାରସୁଗୁଡାରୁ ୮, ସୋନପୁରରୁ ୮, ବଲାଙ୍ଗିରରୁ ୭, ନୂଆପଡାରୁ ୭, ଗଜପତିରୁ ୬, ଦେବଗଡରୁ ୩ ଓ ଷ୍ଟେଟପୁଲରୁ ୮୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  ।

ତେବେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨ ହଜାର ୫୬୩ ସଂକ୍ରମିତ  ।

କୂଅରେ ଭିତରେ ଫସିଛନ୍ତି ୧୩ ଜଣ, ଦୁଇ ମୃତ

ଭୋପାଳ: ମଧ୍ୟ ପ୍ରଦେଶର ବିଦିଶା ଜିଲ୍ଲା ଅନ୍ତର୍ଗତ ଗଂଜବାସୌଦାରେ ବଡ ଧରଣର ଅଘଟଣ । କୂଅରେ ପଡି ଚାଲିଗଲା ଦୁଇ ଜୀବନ । ଲାଲପଠାର ଗ୍ରାମରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି । କୂଅରେ ପ୍ରାୟ ୩୦ ଜଣ ଫସିରହିଥିବାବେଳେ ଅଧା ଲୋକଙ୍କୁ ଉଦ୍ଧାର କରାଯାଇଛି । ଅଧା ଲୋକ କୂଅରେ ଫସିରହିଥିବାବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁଇ ଜଣକ ମୃତ୍ୟୁ ହୋଇଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ ଓ ସ୍ଥାନୀୟ ପୋଲିସ ନିୟୋଜିତ ହୋଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଜିଲ୍ଲାପାଳ ଓ ଏସପିଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ଲାଲପଠାର ଗ୍ରାମର ଏକ କୂଅରେ ଜଣେ ୧୪ ବର୍ଷର ନାବାଳକ ପଡି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ କୂଅ ନିକଟରେ ଜମା ହୋଇଥିଲେ ଅନେକ ଲୋକ । ଦୁର୍ଭାଗ୍ୟବସତଃ ଏହି ସମୟରେ ମାଟି ଭୁସୁଡି ପଡିଥିଲା । ଯାହାଫଳରେ କୂଅରେ ପ୍ରାୟ ୩୦ ଜଣ ଲୋକ ପଡିଯାଇଥିଲେ ।

ପର୍ଯ୍ୟଟନସ୍ଥଳୀରୁ ବ୍ୟାପିପାରେ ଥାର୍ଡ ୱେଭ୍, ଅଗଷ୍ଟ ଶେଷରେ ଆଶଙ୍କା

ଭୁବନେଶ୍ୱର: ଅଗଷ୍ଟ ଶେଷ ସୁଧା ଆସିବ କରୋନାର ତୃତୀୟ ଲହର । କିନ୍ତୁ ଏହା ଦ୍ବିତୀୟ ଲହର ଭଳି ସ୍ଥିତି ସୃଷ୍ଟି କରିବ ନାହିଁ । ଆଇସିଏମର ପକ୍ଷରୁ ଏଭଳି ଆକଳନ କରାଯାଇଛି । କିଛି ଅଞ୍ଚଳରେ ପ୍ରଥମ ଓ ଦ୍ବିତୀୟ ଲହରର ପ୍ରଭାବ ପଡିନଥିବା ବେଳେ ସେଠାରୁ ହିଁ ତୃତୀୟ ଲହର ଆରମ୍ଭ ହୋଇପାରେ ।

ଏଥିସହ କରୋନାର ନୂଆ ଭ୍ୟାରିଏଣ୍ଟ ଯୋଗୁଁ ତୃତୀୟ ଲହର ଅନୁମାନରୁ ଶିଘ୍ର ଆସିପାରେ । ସବୁଠାରୁ ବଡ଼ କଥା ହେଲା କରୋନାର କଟକଣା ହଟିଥିବା ରାଜ୍ୟରେ ଲୋକମାନେ ବିନା ମାସ୍କ ଏବଂ ପର୍ଯ୍ୟଟନ ସ୍ଥଳୀରେ ଜମୁଥିବା ଭିଡ ଯୋଗୁଁ କରୋନାର ତୃତୀୟ ଲହର ନିଶ୍ଚୟ ଆସିବ ବୋଲି ଆରସିଏମଆର ପକ୍ଷରୁ କୁହାଯାଇଛି ।

ଆଜିଠୁ ଖୋଲିବ ବିୟୁଟି ପାର୍ଲର-ସ୍ପା ଓ ଜିମ୍ ସେଣ୍ଟର, ଗଡ଼ିବ ବସ୍

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ଆଂଶିକ ଲାକଡାଉନ୍ । ଖୋଲିବ ବିୟୁଟି ପାର୍ଲର, ସ୍ପା ଓ ଜିମ୍ ସେଣ୍ଟର । ବିନା ଦର୍ଶକରେ ଆୟୋଜିତ ହୋଇପାରିବ କ୍ରୀଡା ପ୍ରତିଯୋଗିତା । ସେହିଭଳି ଆଉଟ୍ ଡୋର ଓ ଇନ୍ ଡୋର ସୁଟିଂକୁ ଅନୁମତି ମିଳିଛି । କୃଷି, ଶିଳ୍ପ ପ୍ରତିଷ୍ଠାନ ସହିତ ପୂର୍ବରୁ ଅନୁମତି ଦିଆଯାଇଥିବା କାମ ଜାରି ରହିବ । ହେଲେ ପାର୍କ, ସିନେମା ହଲ୍, ମେଳା, ଯାତ୍ରା, ମଲ୍ ଖୋଲିବ ନାହିଁ । ବିବାହ, ଅନ୍ତ୍ୟେଷ୍ଟିରେ ପୂର୍ବଭଳି କଟକଣା ବଳବତ୍ତର ରହିବ ।

ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ । ବାର୍ ବନ୍ଦ ରହିବ । ରେସ୍ତୋରାଁରେ ଖାଇପାରିବେନାହିଁ, କେବଳ ହୋମ ଡେଲିଭରିକୁ ଅନୁମତି ଦିଆଯାଇଛି । ପୂର୍ବ ବ୍ୟବସ୍ଥା ଅନୁଯାୟୀ ଦୁଇ ଭାଗରେ ରାଜ୍ୟକୁ ବିଭକ୍ତ କରାଯାଇଛି । କ୍ୟାଟେଗୋରୀ-ଏ ରେ ୨୦ଟି ଜିଲ୍ଲାଥିବା ବେଳେ କ୍ୟାଟେଗୋରୀ-ବିରେ ୧୦ଟି ଜିଲ୍ଲା ରହିଛି । କ୍ୟାଟେଗୋରୀ-ଏରେ ଥିବା ୨୦ ଜିଲ୍ଲାରେ ହାଟବଜାର ସବୁଦିନ ସକାଳ ୬ରୁ ରାତି ୮ଟା ଯାଏ ଖୋଲା ରହିବ ।

ଏହା ପରେ ନାଇଟ କର୍ଫ୍ୟୁ ରାତି ୮ରୁ ସକାଳ ୬ଟା ବଳବତ୍ତର ରହିବ । କ୍ୟାଟେଗୋରୀ-ବି ରେ ଥିବା ୧୦ ଜିଲ୍ଲାରେ ଏବେ ସକାଳ ୬ରୁ ସନ୍ଧ୍ୟା ୫ଟା ଯାଏ ଦୋକାନ ବଜାର ଖୋଲା ରହିବ । ତେବେ ଏହି ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବା ସହ ନାଇଟ କର୍ଫ୍ୟୁ ସନ୍ଧ୍ୟା ୫ରୁ ସକାଳ ୬ ଯାଏ ଲାଗୁ କରାଯିବ । ରାଜ୍ୟ ସରକାର ଆସନ୍ତା ୧୫ ଦିନ ପାଇଁ କୋଭିଡ୍ ଗାଇଡ୍ ଲାଇନ୍ ଜାରି କରି ଏପରି ଘୋଷଣା କରିଛନ୍ତି । ଆଉ ଦୁଇ ସପ୍ତାହ ରାଜ୍ୟରେ ଜାରି ରହିବ ଆଂଶିକ ଲକଡାଉନ୍ ।

ସୁବର୍ଣ୍ଣପୁରରେ ପଶ୍ଚିମ ଓଡିଶା ବିକାଶ ପରିଷଦ ସିଇଓ

ସୁବର୍ଣ୍ଣପୁର: ପଶ୍ଚିମ ଓଡିଶା ବିକାଶ ପରିଷଦ ସିଇଓ ପ୍ରେମ ଚନ୍ଦ୍ର ଚୌଧରୀଙ୍କ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗ୍ରସ୍ତ । ପ୍ରଥମେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପହଞ୍ଚି ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦର ପାଣ୍ଠି ବିନିଯୋଗ ସମ୍ବନ୍ଧରେ ଆଲୋଚନା କରିବା ସହ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିଥିଲେ ।

ଏହି ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧିକାରୀ ପ୍ରମୁଖ ସାମିଲ ଥିଲେ । ଜିଲ୍ଲାରେ ଚାଲିଥିବା ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରେ କାମ ଗୁଡିକୁ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ ସିଇଓ ।

ବ୍ରାଉନସୁଗର ଜବତ ଘଟଣା, ଦୁଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ

ଭୁବନେଶ୍ୱର: କେଶୁରାରୁ ବ୍ରାଉନସୁଗର ଜବତ ଘଟଣା। ଦୁଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି କମିସନରେଟ ପୋଲିସ । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି, ଜବତ 35 ଲକ୍ଷ ଟଙ୍କା, ସେମାନେ ବ୍ରାଉନସୁଗର ବେପାର କରି ଆଣିଥିଲେ । ପରେ ସେ ସବୁ ଟଙ୍କାରେ ପୁଣି ବ୍ରାଉନସୁଗର କିଣିବାକୁ ଯୋଜନା କରିଥିଲେ । ସେପଟେ ଫେରାର ମାଷ୍ଟରମାଇଣ୍ଡ ପପୁ କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ବ୍ରାଉନସୁଗର କାରାବର ଘଟଣାର ଏବେ ସ୍କାନର ରେ ଘର ମାଲିକ । ଆବଶ୍ୟକ ପଡ଼ିଲେ ମାଲିକ କୁ ମଧ୍ୟ ପଚରା ଉଚାର କରିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ଦୁଇ ଜଣଙ୍କ ଠାରୁ 55 ଲକ୍ଷ ବ୍ରାଉନସୁଗର ଓ 35 ଲକ୍ଷ ଟଙ୍କା ଜବତ କରିଥିଲା କୁଇକ ଆକ୍ସନ ଟିମ ଓ ସହିଦନଗର ଥାନା ପୋଲିସ।

ଆହୁରି ସୁଦୃଢ ହେବ ମିଶନ ଶକ୍ତି, ଅର୍ଥନୀତି ଅଭିବୃଦ୍ଧିରେ ମହିଳାଙ୍କର ରହିବ ଭୂମିକା

ଭୁବନେଶ୍ୱର: ସହରାଞ୍ଚଳରେ ମିଶନ ଶକ୍ତିକୁ ଅଧିକ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ଏଥିପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ମିଳିତ ଭାବେ ଏହି ବୈଠକ ଆୟୋଜନ କରାଯାଇଥିଲା । ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିଭାଥନନ୍‌, ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ ପ୍ରମୁଖ ଯୋଗ ଦେଇଥିଲେ । ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା ହୋଇଥିଲା ।

ଏଥିସହ ଅର୍ଥନୀତି ଅଭିବୃଦ୍ଧିରେ ମଧ୍ୟ ମହିଳାଙ୍କ ଭୂମିକାକୁ ଆଲୋକପାତ କରିଥିଲେ ସୁଜାତା କାର୍ତ୍ତିକେୟନ । ବିଭିନ୍ନ ସେବା କ୍ଷେତ୍ରରେ ଠିକାଦାର ବ୍ୟବସ୍ଥା ବଦଳରେ ବିଭିନ୍ନ ଗୋଷ୍ଠୀଙ୍କୁ ନିୟୋଜିତ କରାଗଲେ ଏହାଦ୍ବାରା ରାଜ୍ୟର ମହିଳା ଓ ସମ୍ବେଦିନଶୀଳ ବର୍ଗର ଲୋକେ ଶସକ୍ତ ହୋଇପାରିବେ ବୋଲି ସେ କହିଥିଲେ । ମିଶନ ଶକ୍ତି ଗୋଷ୍ଠିକୁ ମୁକ୍ତା ଯୋଜନାରେ ବିଭିନ୍ନ ପ୍ରକଳ୍ପ ଲାଗି ପୁଞ୍ଜି ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ।

ସହିଦନଗର ଥାନାରେ ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା

ଭୁବନେଶ୍ୱର: ବିଲଡର ତଥା ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଅଟକ । ସହିଦନଗର ଥାନା ପୋଲିସ ତାଙ୍କୁ ଅଟକ ରଖିଛି । ବିଭିନ୍ନ ଲୋକଙ୍କୁ ଜମି ଓ ଘର ଦେବାକୁ କହି କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ବର, ବାଲିଅନ୍ତା ଓ ବିଭିନ୍ନ ପ୍ରୋଜେକ୍ଟ ରେ ପୋଲିସର ଚଢ଼ାଉ କରାଯାଇଛି । ତାଙ୍କର ଏକ ଦାମୀ କାର ମଧ୍ୟ ଜବତ କରାଯାଇଛି । ପୂର୍ବରୁ ମଧ୍ୟ ନିରଞ୍ଜନ ରଣାକୁ ଗିରଫ କରିଥିଲା ପୋଲିସ । ନିରଞ୍ଜନଙ୍କ ନାରେ 6ଟି ମାମଲା ରହିଛି । ତାରିଣୀ ରିଅଲ ଇଷ୍ଟକର୍ଣ୍ଣ ନାମକ ଏକ ବିଲଡର ସଂସ୍ଥା କରି ଜମି ଦେବା ନା ରେ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି ।