ଗଞ୍ଜାମ ଗସ୍ତରେ ପୋଲିସ ଡିଜି, ନୂତନ ଥାନା କୋଠା ଉଦଘାଟନ

ବ୍ରହ୍ମପୁର: ଦିନିକିଆ ଗଞ୍ଜାମ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ । ବ୍ରହ୍ମପୁର ଗୋସାଣିନୂଆ ଗାଁ ଥାନା ନୂତନ ଥାନା କୋଠା ଉଦଘାଟନ କରିଲେ ଓଡିଶା ଡିଜିପି ଅଭୟ। ନୂତନ ଥାନାରେ ସମସ୍ଥ ପ୍ରକାର ବ୍ୟବସ୍ଥା ରହିଛି । ଏଭଳି ଥାନା ପ୍ରସ୍ତୁତ କରିଥିବାରୁ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ଡିଜିପି ଅଭୟ । ସେପଟେ ରାଜ୍ୟରେ ମାଓ କାର୍ଯ୍ୟକଳାପ କମିଥିବା ବେଳେ ଗତ ଦୁଇ ମାସ ମଧ୍ୟରେ ଅଧ ଡଜନ ମାଓ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ୍ ହୋଇଥିବା କହିଛନ୍ତି ଅଭୟ ।

ଅନ୍ୟପଟେ ବଡ ବଜାର ଥାନା ଅଞ୍ଚଳରେ ଲୁଟ୍ ହୋଇଥିବା ୨୪ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ତିନି ଦିନ ମଧ୍ୟରେ ପୁଲିସ୍ ସଫଳତା ପାଇଥିବାରୁ ବ୍ରହ୍ମପୁର ଏସ୍ ପି ଏବଂ ପୁଲିସ୍ ଟିମ୍ କୁ ସାଧୁବାଦ ଜଣାଇଛନ୍ତି ଡିଜିପି । ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ରହ୍ମପୁରରେ ନୂତନ ଗୋସାଣିନୂଆ ଗାଁ ଥାନା କୋଠା ଉଦଘାଟନ କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା । ଏଥିସହ ପୋଲିସ ମହାନିର୍ଦ୍ଦେଶକ ଭଞ୍ଜବିହାର ନୂତନ ଫାଣ୍ଡି ଓ ଗଂଜାମ ଜିଲ୍ଲା ପୋଲିସର ରମ୍ଭା ଥାନା ଉଦଘାଟନ କରିଛନ୍ତି।

Leave a Reply