spot_img
Home Blog Page 5418

ଶାଶୁକୁ ଘୋଷାଡ଼ି ମାରୁଛି ବୋହୂ, ମୋବାଇଲେରେ ଘୁରି ବୁଲୁଛି ଭିଡ଼ିଓ

ବଲାଙ୍ଗୀର: ବରପାଲିପଡ଼ାରେ ଅଭାବନୀୟ ଘଟଣା । ଘରବାଡ଼ି ଘଟଣାକୁ କେନ୍ଦ୍ରକରି ଶାଶୁକୁ ମାଡ଼ ମାରିଲା ବୋହୁ । ଦାଣ୍ଡରେ ବୃଦ୍ଧା ଶାଶୁକୁ ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛି ବୋହୁ  । ପାଖରେ ଅନ୍ୟ ଦୁଇ ଜଣ ମହିଳା ମଧ୍ୟ ଅଛନ୍ତି । ଆଉ ଏହି ଭିଡ଼ିଓ ଭାଇରଲ ହୋଇଛି । ଶାଶୁକୁ ବୋହୂ ନିର୍ଦ୍ଧୁମ ମାଡ଼ ମାରୁଥିବା ନେଇ ସୋସିଆଲ ମିଡିଆରେ ଭାିରାଲ ହେବାରେ ଲାଗିଛି ଏହି  ଭିଡ଼ିଓ  ।

ସୂଚନା ମୁତାବକ ଅତ୍ୟାଚାରର ଶିକାର ହୋଇଥିବା ମହିଳାଜଣଙ୍କୁ ମାଡ ମାରୁଥିବା ମହିଳା ଜଣଙ୍କ ତାଙ୍କ ବୋହୁ  । କିଛି ଦିନ ତଳେ ପୁଇର ମୃତ୍ୟୁ ଘଟିଥିଲା  ।  ପୁଅର ମୃତ୍ୟୁ ପରେ ବୋହୁ ବାରମ୍ବାର ନିର୍ଯାତନା ଦେଉଥିବା ଶାଶୁ ଅଭିଯୋଗ କରିଛନ୍ତି । ପୁର୍ବରୁ ଏହି ବିବାଦ ବଲାଙ୍ଗୀର ଟାଉନ ଥାନାରେ ଥିଲେ ବି ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଜଣାପଡ଼ିଛି  ।

ପୂର୍ବରୁ ଅନେକ ଥର ବୋହୂ ଜଣଙ୍କ ଶାଶୁଙ୍କୁ ମାଡ଼ ମାରିଥିବା କହିଛନ୍ତି ଅଭିଯୋଗକାରୀ  । ଆଜି ପୁନର୍ବାର ସଂପୃକ୍ତ ମହିଳାଙ୍କୁ ତାଙ୍କ ବୋହୂ ମାଡ଼ ମାରିଥିବା ଜଣା ପଡିଛି  । ଭିଡ଼ିଓରେ ସ୍ପଷ୍ଟ ଦୃଶ୍ୟମାନ ପାଖରେ ଅନ୍ୟ ଦୁଇ ଜଣ ମହିଳା ମଧ୍ୟ ଉପସ୍ଥିତ ରହିଛନ୍ତି  । ଆଜି ଭିଡିଓଟି ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏନେଇ ପିଡୀତା ବୃଦ୍ଧା ଜଣକ ନିଜ ସାନ ପୁଅ ସହ ନ୍ୟାୟ ଦାବିରେ ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

ବର୍ଷିଲା ବିଜେଡ଼ି; ଚାଷୀଙ୍କ ପାଖରେ ଚଳିବ ନାହିଁ ଦଲାଲଗିରି, ଟୋକନକୁ କାହିଁକି ବିରୋଧ କରୁଛି ବିଜେପି ?

ଭୁବନେଶ୍ୱର: ଧାନକିଣା ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲା ବିଜେଡି । ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କେନ୍ଦ୍ର ଉପରେ ବର୍ଷିଛନ୍ତି । ଧାନ କିଣାକୁ ନେଇ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି । ଚାଷୀଙ୍କ ସହିତ ବିଜେଡି ସବୁବେଳେ ଠିଆ ହୋଇଛି । ଟୋକନ ବ୍ୟବସ୍ଥାରେ ଧାନ କିଣାରେ ଚାଷୀ ଲାଭବାନ ହେଉଛନ୍ତି । ଚାଷୀଙ୍କୁ 24ରୁ 48 ଘଣ୍ଟାରେ ଧାନକିଣା ଟଙ୍କା ଦିଆଯାଉଛି । ମାତ୍ର ଏହି ବ୍ୟବସ୍ଥାକୁ ବିଜେପି ବିରୋଧ କରୁଛି । ଚାଷୀ ବିରୋଧୀ ବିଜେପି ଏବେ ଭୟଭୀତ ଅବସ୍ଥାରେ ଅଛି । ସ୍ନେହାଙ୍ଗିନୀ କହିଛନ୍ତ, କୃଷି ଆଉ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଟୋକନ ପାଇଥିବା ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଛି ।

ସେମାନେ ସୁରୁଖୁରୁରେ ମଣ୍ଡିରେ ଧାନ ବିକୁଛନ୍ତି । ଟୋକନ ବ୍ୟବସ୍ଥାକୁ ବିଜେପି କାହିଁକି ବିରୋଧ କରୁଛି ବୋଲି ବିଜେଡି ପ୍ରଶ୍ନ କରିଛି । ଦଲାଲ୍ ଓ ଅସାଧୁ ବ୍ୟବସାୟୀଙ୍କୁ ହଟାଇବା ପାଇଁ ଟୋକନ ବ୍ୟବସ୍ଥା ହୋଇଛି । ଚାଷୀଙ୍କ ନିକଟରେ ଦଲାଲଗିରି ଭାଇଗିରି ଚଳିବ ନାହିଁ । ଧାନକିଣା ପ୍ରକ୍ରିୟାକୁ କେନ୍ଦ୍ର ସରକାର ଧାର୍ଯ୍ୟ କରିଛନ୍ତି । କେନ୍ଦ୍ରର ନୀତି ଅନୁସାରେ ରାଜ୍ୟ ସରକାର ଧାନ କିଣୁଛନ୍ତି । ଆଗରୁ ଓଡ଼ିଶାକୁ ଭୋକର ଭୂଖଣ୍ଡ ବୋଲି ବାହାର ଲୋକ ଜାଣୁଥିଲେ । ଏବେ ଓଡ଼ିଶାର ଚାଷୀ ସମ୍ମାନର ସହିତ ସ୍ବାବଲମ୍ବୀ ହୋଇଛନ୍ତି । ରାଜ୍ୟ ସରକାରଙ୍କ ମଡେଲ୍ ଉତ୍ତରପ୍ରଦେଶ ଆପଣାଇବାକୁ ଚିନ୍ତା କରୁଛି । ରାଜନୀତି ନକରି ଚାଷୀଙ୍କ ପାଖରେ ବିଜେପି ଠିଆ ହେଉବୋଲି ବିଜେଡି କହିଛି ।

ରାଜ୍ୟରେ 20ଲକ୍ଷ ମେଟ୍ରିକ ଟନରୁ 7ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଏବେବି ଅଛି । 7ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ କେନ୍ଦ୍ର ସରକାର କେବେ ନେବେ ବୋଲି କେନ୍ଦ୍ର ସ୍ପଷ୍ଟ କରୁ । 2011 ମସିହା ଠାରୁ ଓଡିଶା ଚାଉଳରେ ବଳକା ରାଜ୍ୟ ହୋଇପାରିଛି । କୃଷି ନୀତି, ଆଧୁନିକ ଯନ୍ତ୍ରପାତି, ଅମଳ କ୍ଷମ ବିହନ ଏହି ସବୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଧାନକିଣା ପ୍ରକ୍ରିୟା 2003-2004ରୁ ଓଡିଶା ସରକାର ସୁରୁଖୁରୁରେ ଚଳାଇ ଆସିଛନ୍ତି । ଡିଜିଟାଇଜେସନ, ମଣ୍ଡି, ଡିବିଟି ବ୍ୟବସ୍ଥା ହୋଇଛି । ଓଡିଶା ସରକାର ଋଣ ଆଣି ଧାନ କିଣନ୍ତି ଓ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଅର୍ଥ ଦିଅନ୍ତି । ଧାନ କିଣା ସରିବା ପରେ ଗତ ବର୍ଷର 6 ହଜାର 570 କୋଟି ଟଙ୍କା କେନ୍ଦ୍ର ସରକାର ଦେଇନାହାନ୍ତି ।

ରାଜ୍ୟ ସରକାର ଋଣ କରି ଚାଷୀଙ୍କୁ ପୈଠ କରିଛନ୍ତି। ତୁରନ୍ତ ରାଜ୍ୟର ବଳକା ଥିବା 6 ହଜାର 570 କୋଟି କେନ୍ଦ୍ର ଦେଉବୋଲି ଦାବି କରିଛି ବିଜେଡି । ଏହା ସହିତ 7 ହଜାର କୁଇଣ୍ଟାଲ ଚାଉଳ ଶୀଘ୍ର ଉଠାନ୍ତୁ । ଦାବି ନଶୁଣିଲେ ଆସନ୍ତା 20 ତାରିଖରେ ସମସ୍ତ ଏଫସିଆଇ ଗୋଦାମ ସମ୍ମୁଖରେ ବିଜେଡିର ଆନ୍ଦୋଳନ କରିବ ବୋଲି ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଚେତାବନୀ ଦେଇଛନ୍ତି ।

ୟୁରୋପରେ ପୁଣି ବଢ଼ୁଛି କରୋନା ସଂକ୍ରମଣ, ଏହା ହେଉଛି ଆମ ପାଇଁ ଚେତାବନୀ: ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା। ସମ୍ଭାବ୍ୟ ତୃତୀୟ ଲହର ଓ ଆଗାମୀ ରଣନୀତି ନେଇ ୬ ରଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଭର୍ଚୁଆଲ ଆଲୋଚନାରେ ଓଡ଼ିଶା ସମେକ ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ସାମିଲ ଥିଲେ। ରାଜ୍ୟରେ କଣ ରହିଛି କୋଭିଡ୍ ସ୍ଥିତି, ଆଗାମ ଦିନରେ କିଭଳି ଏହାର ମୁକାବିଲା କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି। ଏବେ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ତେବେ କଟକଣାରେ କିଛିଟା କୋହଳ କରାଯାଇଥିବାରୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ହାଟବଜାରରେ ଅମାନିଆଙ୍କ ଭିଡ଼ ଜମୁଛି। ଯାହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ସତର୍କ ସହ କରୋନାର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ସଂକ୍ରମଣ ବଢୁଥିବା ସ୍ଥାନରେ ଅଧିକ ଫୋକସ୍ କରିବା ଆବଶ୍ୟକ। ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରିବା ସହ ତୃତୀୟ ଲହର ପାଇଁ ଆଗୁଆ ସଜାଗ ରହିବାକୁ ମୋଦି ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହି ସଙ୍କଟ ସମୟରେ ସମସ୍ତ ରାଜ୍ୟ ସରକାର ପରସ୍ପରଠାରୁ ଶିଖିବାକୁ ଚେଷ୍ଟା କରିଛନ୍ତି। ଗତ ସପ୍ତାହରେ ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦ୍ୱିତୀୟ ତରଙ୍ଗ ସମୟରେ କେତେକ ରାଜ୍ୟ ଲକଡାଉନ କରିନାହାନ୍ତି। କିନ୍ତୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ସେଥିପାଇଁ ସେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ସପ୍ତାହରେ ପ୍ରାୟ ୮୦ ପ୍ରତିଶତ ମାମଲା ୬ ଟି ରାଜ୍ୟରୁ ଆସିଛି। ମହାରାଷ୍ଟ୍ର, କେରଳରେ ବୃଦ୍ଧି ପାଉଥିବା ମାମଲା ଚିନ୍ତାଜନକ, କାରଣ ଏସବୁ ହେଉଛି ଦ୍ୱିତୀୟ ତରଙ୍ଗର ପ୍ରଥମ ଲକ୍ଷଣ। ଆମକୁ ପୁଣି ଥରେ ଟେଷ୍ଟ, ଟ୍ରାକ୍ ଏବଂ ଟିକା ରଣନୀତି ସହିତ ଆଗକୁ ବଢ଼ିବାକୁ ପଡିବ। ଯେଉଁଠାରେ ଅଧିକ ସଂକ୍ରମଣ ଅଛି ସେହିଠାରେ ଟିକାକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରୀକ୍ଷଣରେ RT-PCR ଟେକ୍ନୋଲୋଜିକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଆଇସିୟୁ ଶଯ୍ୟା, ସମସ୍ତ ରାଜ୍ୟରେ ପରୀକ୍ଷା କ୍ଷମତା ବୃଦ୍ଧି ପାଇଁ ପାଣ୍ଠି ଆବଣ୍ଟନ କରାଯାଉଛି। କେନ୍ଦ୍ର ୨୩ ହଜାର କୋଟି ପାଣ୍ଠି ଦେଇଛି, ଏହାକୁ ବ୍ୟବହାର କରାଯିବା ଉଚିତ୍। ମିଶନ୍ ମୋଡ୍ ଅଧୀନରେ ଅମ୍ଳଜାନ କାରଖାନା ମଧ୍ୟ ସମ୍ପୂର୍ଣ୍ଣ ହେବା ଉଚିତ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପିଲାମାନଙ୍କୁ କରୋନାରୁ ବଞ୍ଚାଇବା ପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ପଡିବ। ଗତ ଦୁଇ ସପ୍ତାହ ମଧ୍ୟରେ ୟୁରୋପର ଦେଶରେ କରୋନା ବୃଦ୍ଧି ପାଉଛି, ଆମେରିକାରେ ମଧ୍ୟ ମାମଲା ବୃଦ୍ଧି ପାଉଛି। ଏହା ଆମ ପାଇଁ ଏକ ଚେତାବନୀ। ସର୍ବସାଧାରଣ ସ୍ଥାନରେ ଭିଡ଼ ବଢ଼ିବାକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ ଏବଂ ଏହାକୁ ବନ୍ଦ କରିବାକୁ ନିବେଦନ କରିଥିଲେ।

ଭିଡିଓ କନଫରେନ୍ସ ଜରିଆରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୟୁ.ଏସ୍ ଜଗନମୋହନ ରେଡ୍ଡୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ଭାଇଜାନ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖଭାଇ ମାଣ୍ଡବିୟ ମଧ୍ୟ ଉପସ୍ଥିତ ଥିଲେ।

ନିର୍ଧାରିତ ସମୟର ଗୋଟିଏ ବର୍ଷ ପୂର୍ବରୁ ରାମଲଲାଙ୍କୁ ଭବ୍ୟ ମନ୍ଦିର ମଧ୍ୟରେ ଦର୍ଶନ କରିପାରିବେ ଭକ୍ତ

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ କମିଟିର ଦୁଇ ଦିନିଆ ବୈକ ପରେ ରାମ ଭକ୍ତଙ୍କ ପାଇଁ ଆସିଲା ଖୁସି ଖବର। ବର୍ତ୍ତମାନ, ନିର୍ଦ୍ଧାରିତ ସମୟର ଏକ ବର୍ଷ ପୂର୍ବରୁ ମାନେ ୨୯୨୩ ମସିହାରେ, ରାମଲାଲାଙ୍କ ଦର୍ଶନ ଭବ୍ୟ ରାମ ମନ୍ଦିରରେ କରିପାରିବେ ଭକ୍ତ। ଏହା ସହିତ ରାମ ମନ୍ଦିରର ପରିସର ପରିବେଶ ଅନୁକୂଳ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ସୁନ୍ଦର ଦୃଶ୍ୟ ସହିତ ଏଠାରେ ଭକ୍ତମାନଙ୍କ ପାଇଁ ଆଧୁନିକ ସୁବିଧା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯିବ।

ଗୁରୁବାର ରାମ ମନ୍ଦିର ନିର୍ମାଣ କମିଟିର ବୈଠକ ଶେଷ ହୋଇଛି।  ନୃପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଦୁଇ ଦିନିଆ ବୈଠକରେ ରାମ ଜନମାଭୂମି ପରିଶରର ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ସହିତ ମନ୍ଦିରର ମହାନତା ଏବଂ ସୁରକ୍ଷା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ପୂର୍ବରୁ ୨୦୨୪ ସୁଦ୍ଧା ରମ ମନ୍ଦିର କାର୍ଯ୍ୟ ଶେଷ କରିବା ପାଇର୍ ଲକ୍ଷ ଧାର୍ଯ୍ୟ କରାଯାଇଥିଲା କିନ୍ତୁ ଏହି ସମୟ ସୀମା ୨୦୨୩କୁ ହ୍ରାସ କରାଯାଇଛି। ୨୦୨୩ ପରେ ଭକ୍ତମାନେ ମନ୍ଦିରର ଗର୍ଭଗୃହରେ ଭଗବାନ ରାମଙ୍କୁ ଦର୍ଶନ ଓ ପୂଜା କରିପାରିବେ।

ଏବଂ ୨୦୨୫ ସୁଦ୍ଧା ଶ୍ରୀରାମ ମନ୍ଦିର ପରିଶରକୁ ପ୍ରସ୍ତୁତ କରାଯିବ। ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ ମନ୍ଦିର ନିର୍ମାଣ କମିଟିର ସଭାପତି ନୃପେନ୍ଦ୍ର ମିଶ୍ର ରାମ ମନ୍ଦିରର ମହାନତା ଏବଂ ଏହାର ସୁରକ୍ଷା ସମ୍ପର୍କରେ ବୈଷୟିକ ବିଶେଷଜ୍ଞଙ୍କ ସହ ଗଭୀର ଆଲୋଚନା କରିଛନ୍ତି।

ଭିଜିଲାନ୍ସ ଜାଲରେ ପ୍ୟାକ୍ସ ସମ୍ପାଦକ, ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼

ସୋନପୁର: ଭିଜିଲାନ୍ସ ଜାଲରେ ପ୍ୟାକ୍ସ ସମ୍ପାଦକ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପ୍ୟାକ୍ସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ସୋନପୁର ଜିଲ୍ଲା ତରଭା ଦୁବୁଲା ପ୍ୟାକ୍ସର ସମ୍ପାଦକ ମସୁଦ ମହମ୍ମଦଙ୍କ ବାସଭବନରେ ଭିଜିଲାନ୍ସ ରେଡ୍ । ବଲାଙ୍ଗୀରସ୍ଥିତ ସାଲେପଲି ଘର ଓ ଦୁବୁଲା କାର୍ଯ୍ୟାଳୟ ସମେତ ବଲାଙ୍ଗୀର, ସମ୍ବଲପୁର, ସୋନପୁର ଓ ବରଗଡ଼ରେ ରେଡ୍ କରିଛି ଭିଜିଲାନ୍ସ । ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଆଦେଶରେ ସମ୍ବଲପୁର ଭିଜିଲାନ୍ସ ଡିଏସପି ଏମ୍. ମିଞ୍ଜଙ୍କ ନେତୃତ୍ୱରେ ସମ୍ବଲପୁର, ବଲାଙ୍ଗୀର, ବରଗଡ଼ ଓ ସୋନପୁର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।

ବଲାଙ୍ଗୀର ଘରୁ ନଗଦ ଲକ୍ଷାଧିକ ଟଙ୍କା, ସୁନା ଗହଣା ସମେତ ଜମିବାଡ଼ି କାଗଜପତ୍ର, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ଜବତ କରିଥିବା ବେଳେ ସମ୍ପତିର ଆକଳନ କରାଯାଇନାହିଁ । ସୋନପୁର ଜିଲ୍ଲା ତରଭା ବ୍ଳକ ଚାରଭଟା ଓ ଦୁବୁଲାର ଦୁଇଟି ପ୍ୟାକ୍ସରେ ସମ୍ପାଦକ ଦାୟିତ୍ବରେ ଅଛନ୍ତି ମସୁଦ । ପ୍ୟାକ୍ସ ସମ୍ପାଦକ ମସୁଦ ଚାଷୀଙ୍କ ଠାରୁ ବେଆଇନ ଭାବେ ଧାନ କିଣାବିକା କରିଥିବା ତାଙ୍କ ନାଁରେ ଅଭିଯୋଗ ରହିଛି । ଚାକିରୀ କାଳରେ ବେଆଇନ ଭାବେ କୋଟି କୋଟି ଟଙ୍କା ଆଦାୟ କରିଥିବା ତାଙ୍କ ନାଁରେ ଅଭିଯୋଗ ରହିଥିବା କହିଛନ୍ତି ସମ୍ବଲପୁର ଭିଜିଲାନ୍ସ ଡିଏସପି ଏମ୍. ମିଞ୍ଜ ।

ଖସୁଛି କରୋନା ଗ୍ରାଫ, ଦିନକରେ ଚିହ୍ନଟ ହେଲେ ୩୮ ହଜାର ୯୪୯ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ । ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୮ ହଜାର ୯୪୯ ନୂଆ ସଂକ୍ରମିତ । ୫୪୨ ଜଣକ ଜୀବନ ନେଇଛି କରୋନା । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୪୦ ହଜାର ୨୬ ସଂକ୍ରମିତ । ଆକଟିଭ୍ କେସ୍ ୧.୩୯ ପ୍ରତିଶତ ରହିଥିବାବେଳେ ଆରୋଗ୍ୟ ହାର ରହିଛି ୯୭. ୨୮ ପ୍ରତିଶତ ।

ଦେଶରେ ମୋଟ୍ ଆକଟିଭ୍ କେସ୍ ରହିଛି ୪ ଲକ୍ଷ ୩୦ ହଜାର ୪୨୨ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩ କୋଟି ୧ ଲକ୍ଷ ୮୩ ହଜାର ୮୭୬ ଜଣ । ସେହିଭଳି ୪ ଲକ୍ଷ ୧୨ ହଜାର ୫୩୧ ଜଣକ ଜୀବନ ନେଇଛି କରୋନା । ଟିକାକରଣ ଅଭିଯାନରେ ସାମିଲ ହୋଇଛନ୍ତି ୩୯ କୋଟି ୫୩ ଲକ୍ଷ ୪୩ ହଜାର ୭୬୭ ଜଣ ।

ବାଳିକା ବଧୁର “ଦାଦିସା”ଙ୍କ ୭୫ ବର୍ଷ ବୟସରେ ପରଲୋକ, ହାତେଇଛନ୍ତି ଜାତୀୟ ସମ୍ମାନ ସହ ଅନେକ ପ୍ରଶଂସା

ନୂଆଦିଲ୍ଲୀ: ଆଉ ନାହାନ୍ତି ପ୍ରଶିଦ୍ଧ ସିରିଏଲ କଳାକାର ସୁରେଖା ସିକରି। ୭୫ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି। ଶୁକ୍ରବାର ହାର୍ଟ ଆଟାକା କାରଣରୁ ତାଙ୍କର ମୃତ୍ୟୁ ହୋଇଛି। ସେ ତାଙ୍କ ଜୀବନରେ ହାତେଇଛନ୍ତି ଅନେକ ପ୍ରଶଂସା। କଳାକାର ଜଗତରେ ସୁରେଖା ହେଉଛନ୍ତି ଚମକୁଥିବା ନକ୍ଷତ୍ର। ଷ୍ଟାରପ୍ଲସ୍‌ ଠାରୁ ଆରମ୍ଭ କରି କଲସର ଟିଭିରେ ଅନକେ ବଡ଼ ବଡ଼ ସିରିଏଲରେ ସେ ଅଭିନୟ କରି ଜିତିଛନ୍ତି ଦର୍ଶକଙ୍କର ମନ। କଲସରେ ଦେଉଥିବା ବାଳିକା ବଧୂରେ ଦାଦିସା ଅଭିନୟ କରି ହାତେଇଥିଲେ କୋଟି କୋଟି ପ୍ରଶଂସା। ୨୦୨୦ ରେ ସୁରେଖାଙ୍କୁ ଦ୍ୱିତୀୟ ଥର ପାଇଁ ବ୍ରେନ୍‌ ଷ୍ଟ୍ରୋକ ଆସିଥିଲା। ସେବେଠାରୁ ତାଙ୍କର ଦେହ ଅଧିକରୁ ଅଧିକ ଖରାପ ହୋଇଚାଲିଥିଲା।

ତିନି ତିନିଥର ଜାତୀୟ ପୁରସ୍କାର ହାତେଇଛନ୍ତି ସୁରେଖା ସିକରି। ସେପଟେ ସୁରେଖାଙ୍କ ମୃତ୍ୟୁ କାରଣରୁ ବଲିଉଡ ଏବଂ ଟିଭି ଜଗତରେ ଶୋକର ଲହରୀ ଖେଳିଯାଇଛି। ସୁରେଖା ସିକରିଙ୍କ ମୃତ୍ୟୁକୁ ନେଇ ସେଲିବ୍ରିଟିମାନେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଶଂସକଙ୍କ ସମେତ ସେଲିବ୍ରିଟମାନେ ସୁରେଖା ସିକରିଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବାଳିକା ବଧୂରେ ସୁରେଖା ସିକରି ଦାଦିସା ଭୂମିକାରେ ଅଭିନୟ କରିଥିଲେ। ଏହି ଭୂମିକାରେ ସୁରେଖାଙ୍କୁ ବହୁତ ପସନ୍ଦ କରାଯାଇଥିଲେ।

ଥିଏଟର, ଚଳଚ୍ଚିତ୍ର ଏବଂ ଟିଭିରେ ସୁରେଖା ଅନେକ କାମ କରିଛନ୍ତି । ୧୯୭୮ ମସିହାରେ ସୁରେଖା ରାଜନୈତିକ ଡ୍ରାମା ଚଳଚ୍ଚିତ୍ର “କିସା କୁର୍ସି କା” ରୁ କ୍ୟାରିୟର ଆରମ୍ଭ କରିଥିଲେ।  ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ସୁରେଖା ଜାତୀୟ ପୁରସ୍କାର ପାଇଥିଲେ। ସେ ତମେସ (୧୯୮୮), ମମୋ (୧୯୯୫) ଏବଂ ବଧାଇ ହୋ (୨୦୧୮) ଚଳଚ୍ଚିତ୍ର ପାଇଁ ଏହି ସମ୍ମାନ ମିଳିଥିଲା। ଜାତୀୟ ପୁରସ୍କାର ବ୍ୟତୀତ ସୁରେଖା ଫିଲ୍ମଫେୟାର ଆଓ୍ୱାଡ, ସ୍କ୍ରିନ ଆୱାର୍ଡ ଏବଂ ଭାରତୀୟ ଟେଲିଭିଜନ ଏକାଡେମୀ ପୁରସ୍କାର ଜିତିଛନ୍ତି।

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି, ବାଲଟ ବକ୍ସ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଏବେ ଠାରୁ ଆରମ୍ଭ ହେଲାଣି ପ୍ରସ୍ତୁତି  । ଅର୍ଥାତ ନିର୍ବାଚନର ଯଥେଷ୍ଟ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ନିର୍ବାଚନ ଆୟୋଗ  । ରାଜ୍ୟରେ ଆସନ୍ତା ବର୍ଷ ଅର୍ଥାତ ୨୦୨୨ ମସିହା ଫେବୃୟାରୀ ମାସରେ ପଞ୍ଚୟତ ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି  ।

ଏନେଇ ଆଜି  ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନର ।  ବାଲାଟ୍ ବକ୍ସ ପ୍ରସ୍ତୁତ ରଖିବା ପାଇଁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି କମିଶନର । ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟ ସରକାର ପଞ୍ଜାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି ଗତ ୨୯ ତାରିଖରେ ନିର୍ବାଚନ କମିଶନରଙ୍କୁ ଜଣାଇଥିଲେ । ସେଥି ପାଇଁ ସମସ୍ତ ଜିଲ୍ଲାପାଳଙ୍କିୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନର ।

ଡ୍ରୋନ ବ୍ୟବହାର ନେଇ ଆସିବ ନୂଆ ନୀତି, ରଦ୍ଦ ହେବ ୟୁଏଏସ ନିୟମାବଳୀ 2021

ନୂଆଦିଲ୍ଲୀ: ଡ୍ରୋନ ବ୍ୟବହାର ନେଇ କେନ୍ଦ୍ର ସରକାରଙ୍କ ଚିଠା ନୀତି ପ୍ରସ୍ତୁତ । ବିଶ୍ୱସନୀୟତା, ସ୍ୱୟଂ ପ୍ରମାଣସିଦ୍ଧ ଆଧାରରେ ଡ୍ରୋନ ବ୍ୟବହାର ନେଇ ଏହି ନୀତି ଆସିବ । ଡ୍ରୋନ ନିୟମାବଳୀ 2021 ବିଜ୍ଞପ୍ତି ପ୍ରକାଶ ପାଇଲେ ପୂର୍ବରୁ ରହିଥିବା ମାନବବିହୀନ ବିମାନ ବ୍ୟବସ୍ଥା ବା ୟୁଏଏସ ନିୟମାବଳୀ 2021 ରଦ୍ଦ ହେବ । ଡ୍ରୋନ ନିୟମାବଳୀ  ୨୦୨୧ ଅନୁସାରେ ଏଣିକି ୬ଟି କ୍ଷେତ୍ରରେ ଡ୍ରୋନ ଅପରେଟ କରିବା ଲାଗି ଅନୁମତି ମିଳିବ । ପୂ୍ର୍ବରୁ ୨୫ଟି କ୍ଷେତ୍ର ଲାଗି ଡ୍ରୋନ ଅନୁମତି ମିଳୁଥିଲା ।

ବିଶ୍ୱସନୀୟତା, ସ୍ବୟଂ ପ୍ରମାଣସିଦ୍ଧ ଓ ଅଣବ୍ୟାଘାତସୃଷ୍ଟି ଭିତ୍ତିରେ ଡ୍ରୋନ ବ୍ୟବହାର ନେଇ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ଚିଠା ନୀତି ଜାରି କରିଛି । ନୂଆ ନୀତି ଯୋଗୁ ଏଣିକି ଗ୍ରୀନ ଜୋନରେ 400 ଫୁଟ ଉଚ୍ଚରେ ଏବଂ ବିମାନବନ୍ଦରର 8ରୁ 12 କିଲୋମିଟର ମଧ୍ୟରେ 200 ମିଟର ଉଚ୍ଚରେ ଡ୍ରୋନ ଉଡାଇବା ଲାଗି କୌଣିସ ଉଡାଣ ଅନୁମିତ ଆବଶ୍ୟକ ପଡିବ ନାହିଁ । ୟୁଏଏସ ନିୟମାବଳୀ 2021 ଗତ ମାର୍ଚ୍ଚ 12 ତାରିଖରେ ଆସିଥିଲା । ମାତ୍ର ଡ୍ରୋନ ନିୟମାବଳୀ 2021 ଲାଗୁ ହେବା ପରେ ତାହା ଆଉ ବଳବତ୍ତର ହେବ ନାହିଁ ।

ଏହି ନୂଆ ନିୟମ ଅନୁସାରେ ଏଣିକି ଉତ୍ପାଦ, ସେବା ସଂକ୍ରାନ୍ତ ପ୍ରମାଣପତ୍ର, ରକ୍ଷଣାବେକ୍ଷଣ ପ୍ରମାଣପତ୍ର, ଆମଦାନୀ ସଂକ୍ରାନ୍ତ କ୍ଲିଅରାନ୍ସ, ଅପରେଟର ପରମିଟ, ଗବେଷଣା ଓ ବିକାଶ ସଂଗଠନର ସ୍ବୀକୃତି, ଷ୍ଟୁଡେଣ୍ଟ ରିମୋଟ ପାଇଲଟ ଲାଇସେନ୍ସ ଆଦି ଆବଶ୍ୟକ ପଡିବ ନାହିଁ । ପୂର୍ବର ୟୁଏଏସ ନିୟମାବଳୀ 2021 ଅନୁସାରେ ଏହି ନୂଆ ନୀତି ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

ବର୍ତ୍ତମାନ ସାରା ବିଶ୍ୱରେ ପ୍ରଯୁକ୍ତି କ୍ଷେତ୍ରରେ ଡ୍ରୋନ ବିପ୍ଲବ ସୃଷ୍ଟି ହେବାକୁ ଯ଼ାଉଛି । କମ ମୂଲ୍ୟ ଦୃଷ୍ଟିରୁ ଏହାର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଛି । ନୂଆ ଚିଠା ନୀତିରେ ଡ୍ରୋନର ହସ୍ତାନ୍ତର ଓ ପଞ୍ଜିକରଣ ପ୍ରତ୍ୟାହାର କରିବା ନୀତି ମଧ୍ୟ ସହଜ କରାଯାଇଛି । ଏଣିକି ମାଇକ୍ରୋ଼ ଡ୍ରୋନ ଅର୍ଥାତ ଅଣବ୍ୟାବସାୟିକ ଡ୍ରୋନ, ନାନୋ ଡ୍ରୋନ, ଓ ଗବେଷଣା ଓ ବିକାଶ ସକାଶେ ବ୍ୟବହୃତ ଡ୍ରୋନ ସକାଶେ କୌଣସି ପାଇଲଟ ଲାଇସେନ୍ସ ଦରକାର ନାହିଁ ।

ଡ୍ରୋନରେ ପରିବହନ ହେବ କୋଭିଡ ସାମଗ୍ରୀ, ଉପାନ୍ତରେ ସହଜ ହେବ ସୁବିଧା

ଭୁବନେଶ୍ୱର: ସଂକ୍ରମଣ କମାଇବ ଡ୍ରୋନ  । ଅର୍ଥାତ ସାମ୍ପୁଲ ସଂଗ୍ରହ ଠାରୁ ଆରମ୍ଭ କରି କୋଭିଡ ପାଇଁ ବ୍ୟବହୃତ ହେଉଥିବା କିଟ ଏବଂ ଅନ୍ୟାନ ଉପକରଣ  ଏଣିକି ଡ୍ରୋନ୍ ସାହାଯ୍ୟରେ ପରିବହନ ହେବ  ।  କରୋନା କିଟ୍ ଓ ସାମ୍ପୁଲ ପରିବହନ କରାଯିବ । ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳରେ ଏପରି ସାମ୍ପୁଲ ସଂଗ୍ରହ ପାଇଁ ଅଣ୍ଟା ଭିଡିଛି ଆରଏମଆରସି । ଏନେଇ ଆରଏମଆରସି ପରିସରରେ ଗୁରୁବାର ପରୀକ୍ଷାମୂଳକ ଭାବେ ଡ୍ରୋନର ବ୍ୟବହାର କରାଯାଇଛି ।

ଯେହେତୁ କରୋନା ସାମ୍ପୁଲ ସଂଗ୍ରହ କଲା ବେଳେ ସଂଗ୍ରହ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ସଂକ୍ରମଣର ଭୟ ରହୁଛି, ଏସବୁକୁ ରୋକିବାକୁ ଡ୍ରୋନ୍ ବ୍ୟବହାର କରାଯିବ । ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ଏନେଇ ସୂଚନା ଦେଇଛନ୍ତି । ରାଜ୍ୟରେ ଦୈନିକ ୬୦ରୁ ୭୦ହଜାର ଟେଷ୍ଟିଂ କରାଯାଉଛି । ଏହାକୁ ନଜରରେ ରଖି ଡ୍ରୋନରେ କିଟ୍ ଓ ସାମ୍ପୁଲ ସଂଗ୍ରହ ବ୍ୟବସ୍ଥା ଏକ ପ୍ରଶଂସନୀୟ ଉଦ୍ୟମ ହେବ ।

ଉପାନ୍ତ ଏବଂ ଅପହଞ୍ଚ ଅଞ୍ଚଳରୁ କୋଭିଡ ସାମ୍ପୁଲ ସଂଗ୍ରହ କରି ସ୍ବାସ୍ଥ୍ୟ କର୍ମୀମାନେ ଆଣିବା ଦ୍ୱାରା ସେମାନଙ୍କୁ ମଧ୍ୟ ସଂକ୍ରମଣର ଭୟ ରହୁଥିଲା  । ଯଦି ସାମ୍ପଲ ସଂଗ୍ରହରେ ଡ୍ରେନ ବ୍ୟବହାର କରାଯାଏ ତେବେ  ନିୟୋଜିତ ସ୍ୱାସ୍ଥ୍ୟ କର୍ମୀଙ୍କୁ ସଂକ୍ରମିତ ହେବାର ଭୟ ରହିବ ନାହିଁ  । ସେପଟେ ଡ୍ରୋନ ଦ୍ୱାରା ନବା ଆଣିବା କରିବା ସହଜ ଏବଂ ଶୀଘ୍ର ହୋଇପାରିବ  ।