ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ଜନ୍ମାଷ୍ଟମୀରେ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ । ଜନ୍ମାଷ୍ଟମୀ ଉପଲକ୍ଷେ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିବ । ଅଧିକ ଗହଳି ଆଶଙ୍କାରେ ମନ୍ଦିର ରଖିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ପୂର୍ବରୁ ଏନେଇ ଗାଇଡଲାଇନ୍ ଜାରି କରାଯାଇଛି । ଜନ୍ମାଷ୍ଟମୀରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁସାରେ ଜନ୍ମାଷ୍ଟମୀ ନୀତି ଏକ ଗୁପ୍ତନୀତି ହୋଇଥିବାରୁ ଆଜି ସଂଧ୍ୟା ଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ ।

ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ବେଶରେ ଜନ୍ମ ଚକଡାରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସମ୍ପର୍ଣ୍ଣ କରିବେ । କୋଭିଡ କଟକଣା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଶ୍ରୀମନ୍ଦିରକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇଛି  । ଅର୍ଥାତ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି  । କିନ୍ତୁ ଜନ୍ମାଷ୍ଟମୀରେ ଶ୍ରୀମନ୍ଦିରରେ ଜାରି ରହିଥିବା ସମସ୍ତ ରୀତିନୀତି ଜାରି ରହିଛି  ।

Leave a Reply