ସୁଟିଂରେ ପ୍ରଥମ ଥର ସ୍ୱର୍ଣ୍ଣ ଜିତିଲା ଭାରତ, ପାରାରେ ପାରଦର୍ଶିତା ଦେଖାଇଲେ ଅବନୀ ଲେଖାରା

1 min read

ଟୋକିଓ: ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଲା ସ୍ବର୍ଣ୍ଣ ପଦକ । ସୁଟିଂରେ ପ୍ରଥମ ଥର ପାଇଁ ଇତିହାସରେ ଭାରତ ହାତେଇଛି ସ୍ୱର୍ଣ୍ଣ  ।  ସୁନା ଜିତିଲେ ସୁନା ଝିଅ ଅବନୀ ଲେଖାରା । ମହିଳା 10ମିଟର ଏୟାର ପିସ୍ତଲ ଫାଇନାଲରେ ଭାରତ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ୧୯ ବର୍ଷୀୟ ଅବନୀ ୨୪୯.୬ ସ୍କୋର କରି ପ୍ରଥମ ସ୍ଥାନ ଅକ୍ତିଆର କରିବା ସହ ଗୋଲ୍ଡ ମେଡାଲ ହାସଲ କରିବାରେ ସକ୍ଷମ ହୋଇଛନ୍ତି ।

ପାରା ଅଲିମ୍ପିକ୍ସ ଇତିହାସରେ ସୁଟିଂରେ ଭାରତକୁ ଏପରି ସ୍ୱର୍ଣ୍ଣ ପଦକ ମିଳିବା ପ୍ରଥମ । ଜୟପୁରର ଅବନୀ ଲେଖାରା ଚୀନର ଝାଙ୍ଗ କୁଇପିଙ୍ଗ ଓ ୟୁକ୍ରେନର ଇରିୟାନାଙ୍କୁ ହରାଇଛନ୍ତି । ଅବନୀ ସ୍ୱର୍ଣ୍ଣ ବିଜୟିନୀ ହେବା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ସେହିପରି f56ଡିସକସ୍ ଥ୍ରୋରେ ଭାରତକୁ ମିଳିଛି ରୌପ୍ୟ ପଦକ । ୟୋଗେଶ କାଠୁନିଆ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି ।

ରବିବାର ମହିଳା ଟେବୁଲ ଟେନିସରେ ଭାବିନାବେନ୍ ପଟେଲ୍ ରୌପ୍ୟ ଜିତିଥିବା ବେଳେ ହାଇଜମ୍ପରେ ନିଷାଦ କୁମାର ରୌପ୍ୟ ପଦକ ଜିତିଥିଲେ । ସେହିପରି ଡିସକସ୍ ଥ୍ରୋରେ ବିନୋଦ କୁମାର କାଂସ୍ୟ ପଦକ ଜିତିଥିଲେ । ଏସବୁକୁ ମିଶା ଇ ଟୋକିଓ ପାରାଅଲିମ୍ପିକ୍ସରେ ଦେଶକୁ ମିଳିଛି ୫ଟି ପଦକ ।  ସୁଟିଂରେ ଦେଶ ପାଇଁ ସୁନା ଜିତିଥିବା ସୁନା ଝିଅ ଅବନୀ ଲେଖାରାଙ୍କୁଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅବନୀଙ୍କ ପରଫରମାନ୍ସ ଦେଶବାସୀଙ୍କ ହୃଦୟ ଜିତିନେଇଥିବା ସେ କହିଛନ୍ତି । ଏହାସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ସେହିପରି ପୁରୁଷ ଡିସକସ ଥ୍ରୋରେ ରୌପ୍ୟ ଜିତିଥିବା ୟୋଗେଶ କାଠୁନିଆଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବା ସମସ୍ତ ବିଜୟୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଛା ଜଣାଇବା ସହ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି  ।

Leave a Reply