ନ୍ୟୁଜ ଆଙ୍କରଙ୍କୁ ଜଗିଛନ୍ତି ତାଲିବାନୀ, ଇସାରାରେ ପଢୁଛନ୍ତି ଉପସ୍ଥାପକ

1 min read

କାବୁଲ: ନ୍ୟୁଜ ଆଙ୍କରଙ୍କ ଉପରେ ପୁଣି ତାଲିବାନୀ ନାଲିଆଖି । ଗଣମାଧ୍ୟମର ସ୍ବାଧୀନତା ବଳବତ୍ତର ରହିବ ବୋଲି ତାଲିବାନ କହିଆସୁଥିଲେ ମଧ୍ୟ ଏହାର ସତ୍ୟତା ଉପରେ ପ୍ରଶ୍ନବାଚୀ ଠିଆ କରିଛି ଏକ ଭିଡିଓ । ଜାରି ହୋଇଥିବା ଭିଡିଓରେ ଜଣେ ଆଙ୍କରଙ୍କୁ ଦୁଇ ବନ୍ଧୁକଧାରୀ ତାଲିବାନୀ କମାଣ୍ଡର ଘେରି ରହିଛନ୍ତି । ଏହା ସହ ଆଙ୍କରଙ୍କୁ ତାଲିବାନ ଶାସନ ସପକ୍ଷରେ କହିବା ଲାଗି ସେମାନେ ଧମକ ଦେଇଛନ୍ତି ।

ଫଳରେ ଆଙ୍କର ଜଣକ କହିଛନ୍ତି- ଇସଲାମିକ ଏମିରେଟସକୁ ନେଇ ଦେଶବାସୀ ଆତଙ୍କିତ ହେବାର କାରଣ ନାହିଁ । ପରୋକ୍ଷରେ ତାଲିବାନର ଏହି ପଦକ୍ଷେପ ଇଙ୍ଗିତ କରୁଛି ଯେ ଗଣମାଧ୍ୟମର ପୂର୍ଣ୍ଣ କଣ୍ଠରୋଧ କରାଯାଇଛି ଏବଂ ସେମାନଙ୍କ ଇଚ୍ଛାନୁସାରେ ଗଣମାଧ୍ୟମ ପରିଚାଳିତ ହେବ । ଲେଡି ଆଙ୍କରମାନଙ୍କୁ ଚାନେଲରେ କାମ କରିବା ନେଇ ନିଷେଧାଦେଶ ଜାରି କରାଯାଇଥିବାବେଳେ ଅନେକ ସାମ୍ବାଦିକଙ୍କୁ ହତ୍ୟା କରିଛନ୍ତି ।

କିଛି ସାମ୍ବାଦିକ ତାଲିବାନୀ ଆକ୍ରମଣରେ ଆହତ ହୋଇଛନ୍ତି । କିଛି ଦିନ ତଳେ ଟୋଲୋ ନ୍ୟୁଜର ରିପୋର୍ଟର, କ୍ୟାମେରା ମ୍ୟାନଙ୍କ ଉପରେ ତାଲିବାନ ଆକ୍ରମଣ କରିଥିଲା । କାବୁଲ ଓ ନଙ୍ଗହାରରେ ବିଶେଷ କରି ସାମ୍ବାଦିକଙ୍କୁ ଟାର୍ଗେଟ କରାଯାଉଛି । କିଛି ସ୍ଥାନରେ ତାଲିବାନ ବିଭିନ୍ନ ସାମ୍ବାଦିକଙ୍କ ଘରେ ରେଡ କରୁଛି । କିଛି ଦିନ ତଳେ ଜଣେ ଜର୍ମାନୀ ସାମ୍ବାଦିକଙ୍କ ପରିବାରର ସଦସ୍ୟଙ୍କୁ ତାଲିବାନୀ ହତ୍ୟା କରିଥିଲେ ।

Leave a Reply