spot_img
Home Blog Page 5407

ନବଜୋତ ସିଂହ ସିଦ୍ଧୁ ହେଲେ ପଞ୍ଜାବ ପିସିସି ସଭାପତି

ନୂଆଦିଲ୍ଲୀ: ପଞ୍ଜାବ ପିସିସି ସଭାପତି ନିଯୁକ୍ତ ହେଲେ କଂଗ୍ରେସ ବିଧାୟକ ନବଜୋତ ସିଂହ ସିଦ୍ଧୁ । ଦୀର୍ଘ ଦିନ ହେଲା ଚାଲିଥିବା ବିବାଦରେ ପୂର୍ଣ୍ଣଛେଦ ପକାଇ ସିଦ୍ଧୁଙ୍କୁ ରାଜ୍ୟ ମୁଖିଆ ଭାବେ ଦାୟିତ୍ୱ ଦେଇଛି ଏଆଇସିସି । ସିଦ୍ଧୁଙ୍କ ସମେତ ୪ ଜଣ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତ ହୋଇଛନ୍ତି । ସେମାନେ ହେଲେ ସଙ୍ଗତ ସିଂହ ଗିଲଜିଆନ, ସୁଖିନ୍ଦର ସିଂହ ଡାନି, ପବନ ଗୋୟଲ ଏବଂ କୁଲଜିତ୍‌ ସିଂହ ନଗରା ।

नवजोत सिंह सिद्धू बनाए गए पंजाब कांग्रेस अध्यक्ष

ପ୍ରେସ୍‌ ବିଜ୍ଞପ୍ତି ଅନୁସାରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନବଜୋତ ସିଂହ ସିଦ୍ଧୁଙ୍କୁ ତତ୍କାଳ ପ୍ରଭାବରେ ପଞ୍ଜାବ କଂଗ୍ରେସ ସଭାପତି ନିଯୁକ୍ତ କରିଛନ୍ତି । ଏହା ସହ ୪ ଜଣ କାର୍ଯ୍ୟକାରୀ ଅଧ୍ୟକ୍ଷ ମଧ୍ୟ ନିଯୁକ୍ତ ହୋଇଛନ୍ତି । ସିଦ୍ଧୁଙ୍କୁ ପିସିସି ସଭାପତି କରାଯିବା ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହାକୁ ଗ୍ରହଣ କରିବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଯଦିଓ ସେ ଏଆଇସିସିର ନିଷ୍ପତ୍ତିକୁ ମାନିବେ ବୋଲି କହିଥିଲେ କିନ୍ତୁ ପିସିସି ସଭାପତି ଭାବେ ସେ ସିଦ୍ଧୁଙ୍କୁ ଦେଖିବାକୁ ଚାହୁଁନଥିଲେ । ଏହାକୁ ନେଇ ପଞ୍ଜାବ କଂଗ୍ରେସରେ ଦଳୀୟ କନ୍ଦଳ ଉଗ୍ର ରୂପ ମଧ୍ୟ ନେଇଥିଲା ।

ଡିଏଫଓଙ୍କ କାର୍ଯ୍ୟାଳୟରେ ସୌମ୍ୟରଞ୍ଜନଙ୍କ ଡ୍ୟୁଟି ସମ୍ପର୍କିତ ଦସ୍ତାବିଜ୍ ଖୋଜୁଛି ପୋଲିସ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା । ଡିଏଫଓଙ୍କ କାର୍ଯ୍ୟାଳୟରେ ଛାନଭିନ୍‌ କରିଛି ପୋଲିସ । ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଅଫିସରେ ଛାନଭିନ୍‌ କରାଯାଇଛି । ସୌମ୍ୟରଞ୍ଜନଙ୍କ ଡ୍ୟୁଟି ସମ୍ପର୍କିତ ଦସ୍ତାବିଜ୍ ନେଇ ଯାଞ୍ଚ ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ କାର୍ଯ୍ୟାଳୟରେ ଉପସ୍ଥିତ ସହକାରୀ ବନ ସଂରକ୍ଷକ ଗୌରିପ୍ରସାଦ ରଥଙ୍କୁ ତାଙ୍କ ଲଗ୍ ବୁକ୍, ଆଟେଣ୍ଡାନ୍ସ ଏବଂ ଟୁର୍ ଡାଏରୀ ସହ ଅନ୍ୟାନ୍ୟ ଦସ୍ତାବିଜ୍ ମାଗିଥିଲେ । ତେବେ ସେ ଏସବୁ ଦେବା ପାଇଁ ସମୟ ମାଗିଥିଲେ । ଫଳରେ ସେଠାରୁ ଖାଲି ହାତରେ ଫେରିଥିଲା ପୋଲିସ ।

 Police Searching Duty Document Of ACF Soumya In DFO Office

ଅଫିସ୍‌ କାମ ଆଳ ଦେଖାଇ ସୌମ୍ୟରଞ୍ଜନଙ୍କୁ ରାତି ଡ୍ୟୁଟି ଦିଆ ଯାଉଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଡିଏଫଓ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ଓ ଏଥିରେ ରୋଷେୟା ସହଯୋଗ କରୁଥିବା ଅଭିଯୋଗ ହୋଇଛି । ଏପର୍ଯ୍ୟନ୍ତ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ବିଦ୍ୟାଭାରତୀଙ୍କ ବୟାନ ରେକର୍ଡ କରିପାରିନି ପୋଲିସ । କେବଳ ରୋଷେୟାକୁ ଜେରା ହୋଇଛି ।

 Police Searching Duty Document Of ACF Soumya In DFO Office

ଗତକାଲି ରାତିରେ ଗଜପତି ଏସପିଙ୍କୁ ପୂରା ଘଟଣାର ଡେମୋ ଦେଖାଇଛି ରୋଷେୟା । ପ୍ରାୟ ୫୦ ମିନିଟ୍‌ ଧରି ଘଟଣାସ୍ଥଳରେ ତନାଘନା କରିଛନ୍ତି । ପାରଳାଖେମୁଣ୍ଡି ପୋଲିସର ୫ ଜଣିଆ ଟିମ୍ ବାଲେଶ୍ୱର ଆସିଛି । ସୌମ୍ୟଙ୍କ ପରିବାର ଓ ବିଦ୍ୟାଭାରତୀଙ୍କୁ ଜେରା କରିବ ଟିମ୍ । ସେପଟେ ସାଇଣ୍ଟିଫିକ୍ ଟିମ୍‌ ସୌମ୍ୟଙ୍କ ଘରୁ ଡାଏରୀ, ଚିଠି ଜବତ କରିଛି । ଏଥିରେ ମୃତ୍ୟୁ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ପୋଲିସ କହିଛି ।

ଧାୱନଙ୍କ ଧୂଆଁଦାର ବ୍ୟାଟିଂ, ୭ ୱିକେଟରେ ଜିତିଲା ଭାରତ

କଲୋମ୍ବା: ଶ୍ରୀଲଙ୍କାରେ ଟିମ୍ ଧାୱନର ଧୂଆଁଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଧାୱନଙ୍କ ବ୍ୟାଟିଂରେ ଧରାଶୟୀ ହୋଇ ଘରୋଇ ପିଚରେ ୭ ୱିକେଟରେ ହାର୍ ମାନିଛି ଶ୍ରୀଲଙ୍କା । ପ୍ରଥମେ ଟସ୍ ଜିତି ଘରୋଇ ଦଳ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୫୦ ଓଭରରେ ଶ୍ରୀଲଙ୍କ ୯ ୱିକେଟ ହରାଇ ୨୬୨ ରନ୍ କରିବାରେ ସକ୍ଷମ ହୋଇଥିଲା ।

Colombo Odi India Won By 7 Wickets

୨୬୩ ରନର ପିଛା କରୁଥିବା ଭାରତର ୩୬.୪ ଓଭରରେ ୩ ୱିକେଟ ହରାଇ ମ୍ୟାଚକୁ ଜିତି ନେଇଛି । ଭାରତ ପକ୍ଷରୁ ଅଧିନାୟକ ଶିଖର ଧାୱନ ଅପରାଜିତ ୮୬ ରନର ପାଳି ଖେଳିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୩୧ ରନ୍ କରିଛନ୍ତି । ପୃଥ୍ୱୀ ଶ ୪୩ ରନ୍, ଇଶାନ କିଷାନ ୫୯ ରନ୍, ମନୀଷ ପାଣ୍ଡେ ୨୬ ରନ୍ କରିଛନ୍ତି ।

Colombo Odi India Won By 7 Wickets

ସେହିଭଳି ଦୀପକ ଚହର, ଚହଲ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ କୁର୍ଣ୍ଣାଲ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ୩ ଟିକିଆ ଦିନିକିଆ ସିରିଜରେ ଭାରତ ୧-୦ରେ ଶ୍ରୀଲଙ୍କା ଠାରୁ ଆଗୁଆ ରହି ଦଳର ମନୋବଳ ବଢ଼ାଇଛି ।

ଗୁରୁଗ୍ରାମରେ ଧସିଲା ୩ ମହଲା କୋଠା, ଭଗ୍ନାଂଶ ତଳେ ଏକାଧିକ ଫସିଥିବା ଆଶଙ୍କା

ନୂଆଦିଲ୍ଲୀ: ଗୁରୁଗ୍ରାମରେ ଭୁଶୁଡ଼ିଲା ୩ ମହଲା ବିଶିଷ୍ଟ କୋଠା । ବିଲ୍ଡିଂର ଭଗ୍ନାଂଶ ତଳେ ଏକାଧିକ ଲୋକ ଫସିଥିବା ଆଶଙ୍କା କରାଯାଉଛି । ଫରୁଖନଗରର ଖାବସପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାତି ପ୍ରାୟ ୭ଟା ୩୦ ପାଖାପାଖି କୋଠାଟି ଭୁଶୁଡ଼ି ପଡ଼ିଥିଲା । ତେବେ ବିଲ୍ଡିଂ କାହିଁକି ଭୁଶୁଡ଼ିଲା ଜଣାପଡ଼ିନାହିଁ ।

ଘଟଣାସ୍ଥଳରେ ଥିବା ଡିସିପି ରାଜୀବ ଦେସୱାଲ କହିଛନ୍ତି, ‘ଆମକୁ କୋଠା ଭୁଶୁଡ଼ିବା ନେଇ ସୂଚନା ମିଳିଥିଲା । ଅଗ୍ନିଶମ ବାହିନୀ ଓ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।’

ଅନ୍ୟପଟେ ପ୍ରବଳ ମୌସୁମୀ ବର୍ଷା ଓ ଭୂସ୍ଖଳନ ଯୋଗୁଁ ମୁମ୍ବାଇରେ ବନ୍ୟା ପରିସ୍ଥିତି ଉପୁଜିଛି । ପୃଥକ ପୃଥକ ଦୁର୍ଘଟଣାରେ ବିକ୍ରୋଲୋରେ ରବିବାର ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ମୌସୁମୀ ଅଧିବେଶନରେ ରାଜ୍ୟର ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଇବ ବିଜେଡି

ନୂଆଦିଲ୍ଲୀ: ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ମୌସୁମୀ ଅଧିବେଶନରେ ରାଜ୍ୟର ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଇବେ ବିଜେଡି ସାଂସଦ । ସଂସଦର ଆଲୋଚନାରେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ସ୍ୱତନ୍ତ୍ର ଆଲୋଚନା କରିବାକୁ ବିଜେଡି ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।

BJD To Raise State Benefit Matters In Monsoon Session Of Parliament

ମହିଳା ସଂରକ୍ଷଣ ବିଲ୍ ଚଳିତ ମୌସୁମୀ ଅଧିବେଶନରେ ପାସ୍ କରିବାକୁ ସର୍ବଦଳୀୟ ବୈଠକରେ ବିଜେଡି ସାଂସଦମାନେ ସବୁ ରାଜନୀତିକ ଦଳକୁ ଅପିଲ କରିଛନ୍ତି । ବିଧାନ ପରିଷଦ ବିଲ୍ ପ୍ରସଙ୍ଗ ଉଭୟ ଗୃହରେ ଉଠାଇବ ବିଜେଡି । ଆଞ୍ଚଳିକ ଦଳର ସାଂସଦମାନଙ୍କୁ ନିଜ ରାଜ୍ୟର ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗର ଆଲୋଚନା ପାଇଁ ଅଧିକ ସମୟ ଦେବାକୁ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟରେ ଦାବି କରିଛନ୍ତି ।

ଏଥିସହ ପଢ଼ନ୍ତୁ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକରେ ସରକାରଙ୍କୁ ଘେରିଲେ ବିରୋଧୀ

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକରେ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ: ଆସନ୍ତାକାଲି ସୋମବାର ଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ତା’ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସର୍ବଦଳୀୟ ବୈଠକ ଡାକିଥିଲେ । ଯେଉଁଥିରେ ବିଭିନ୍ନ ଆଇନ୍ ଓ ଦରବୃଦ୍ଧିକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସରକାର ସଂସଦରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ।

ବୈଠକରେ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହହ୍ଲାଦ ଯୋଶୀ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଜୁନ ରାମ ମେଘୱାଲ, ବି. ମୁରଲୀଧରନ ଓ ରାଜ୍ୟସଭା ଗୃହର ନେତା ପୀୟୁଷ ଗୋଏଲ ଉପସ୍ଥିତ ଥିଲେ । ବୈଠକରେ ଅନ୍ୟ ନେତାଙ୍କ ସହ କଂଗ୍ରେସ ପକ୍ଷରୁ ଅଧୀର ରଞ୍ଜନ ଚୌଧୁରୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେ, ଟିଏମସିରୁ ଡେରେକ ଓ ବ୍ରାୟନ ଓ ସୁଦୀପ ବନ୍ଦୋପାଧ୍ୟାୟ, ଡିଏମକେରୁ ତିରୁଚି ଶିବା ଓ ଟିଆର୍ ବାଲୁ, ବିଜେଡିରୁ ପିନାକୀ ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।

All Party Meet Opposition Target Govt On Farm Laws Price Rise

ବୈଠକରେ ବିପକ୍ଷ ଦଳ କୃଷି ବିଲ୍, ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗ ଉଠାଇଥିଲେ । ବିଶେଷକରି ପେଟ୍ରୋଲ ଓ ଡିଜେଲ ଦାମ ସହ NEETରେ ଓବିସିଙ୍କୁ ସରକ୍ଷଣ ଦେବାକୁ ଦାବି କରିଥିଲେ । ଚଳିତ ଅଧିବେଶନରେ ଗୃହରେ ମୋଟ ୨୯ଟି ବିଧେୟକ ଆସିବ ବୋଲି ସରକାର ବିରୋଧୀ ଦଳଙ୍କୁ ଅବଗତ କରାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସମସ୍ତ ପରାମର୍ଶକୁ ଗ୍ରହଣ କରାଯିବ ଏବଂ ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବେ । ଏଥିସହ ଗୃହ ଠିକ୍ ଭାବେ ଶାନ୍ତି ଶୃଙ୍ଖଳାର ସହ ଚଳାଇବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅପିଲ୍ କରିଛନ୍ତି । ଶିରୋମଣି ଅକାଳୀ ଦଳ ତିନିକୃଷି ବିଲକୁ ପ୍ରତ୍ୟାହାର ଦାବି କରିଛନ୍ତି । ଦଳର ସାଂସଦ ହରସିମରତ କୌର ଗୃହରେ ମୁଲତବି ପ୍ରସ୍ତାବ ଦେଇଛନ୍ତି । ଯାହାକୁ ସମସ୍ତ ବିରୋଧୀ ଦଳ ସମର୍ଥନ ଜଣାଇଛନ୍ତି ।

ଅଚାନକ ଫାଟିଲା ଭୂଇଁ, କିଛି ସେକେଣ୍ଡରେ ପୋତି ହୋଇଗଲେ ଯୁବକ

ରାଞ୍ଚି: ରବିବାର ସକାଳେ ଝାଡ଼ଖଣ୍ଡ ଜିଲ୍ଲାରେ ଏକ ଭୟାନକ ଘଟଣା ଘଟିଛି । ଶୌଚ ପାଇଁ ଯାଇଥିବା ଜଣେ ଯୁବ ହଠାତ୍ ମାଟି ଭିତରେ ଦବି ଯାଇଥିଲେ । ଯୁବକ ଜଣଙ୍କ ଭୂଇଁରେ ଫସିଯିବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । କଣ ହେଉଛି ? କେହି କିଛି ବୁଝି ପାରିନଥିଲେ । ଏପରିକି ଘଟଣାସ୍ଥଳକୁ ଯିବାକୁ ଲୋକେ ସାହସ ବାନ୍ଧି ପାରି ନଥିଲେ ।

Young Man Got Buried Alive In The Earth Jharkhand

ଧନବାଦ ଜିଲ୍ଲାର କେନ୍ଦୁହାଡିହ ଥାନା ଅଞ୍ଚଳରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ବିସିସିଏଲର ଆଉଟି ସୋର୍ସିଂ ପ୍ରକଳ୍ପ ନିକଟରେ ଯୁବକ ଜିଅନ୍ତା ଭୂଇଁରେ ଦବି ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ନିଖୋଜ ଯୁବକ ଉମେଶ ପାଶୱାନ ସକାଳେ ଶୌଚ ପାଇଁ ଯାଇଥିଲେ । ଅଚାନକ ବିସ୍ଫୋରଣ ହେବା ସହ ତାଙ୍କ ପାଦ ମାଟି ଭିତରକୁ ଖସି ଯାଇଥିଲା ।

Young Man Got Buried Alive In The Earth Jharkhand

ଉମେଶ କିଛି ବୁଝିବା ପୂର୍ବରୁ ମାଟି ଭିତରେ ପୋତି ହୋଇ ଯାଇଥିଲେ । ଆଉ ସେଠାରୁ ବାହାରୁଥିଲା ଖାଲି ଧୂଆଁ ଆଉ ଧୂଆଁ । କେହି କିଛି ବୁଝି ପାରିଲେନି, ପ୍ରକୃତରେ ହେଉଛି କଣ ? ସମସ୍ତେ ସ୍ତବ୍ଧ ହୋଇଯିବା ସହ ଘଟଣାସ୍ଥଳକୁ ଯିବାକୁ ସାହାସ ବାନ୍ଧି ପାରି ନଥିଲେ । ସେତିକିବେଳେ ସେହି ବାଟ ଦେଇ ଯାଉଥିବା ଉମେଶଙ୍କ ଭାଇ ଏସବୁ ଦେଖି ବେହୋସ୍ ହୋଇ ଯାଇଥିଲେ ।

Young Man Got Buried Alive In The Earth Jharkhand

ପରେ ଘଟଣା ସ୍ଥଳକୁ ଦୌଡ଼ି ଆସି ଭାଇକୁ ବଞ୍ଚାଇବାକୁ ପ୍ରୟାସ କରିଥିଲେ । ବହୁ ପ୍ରୟାସ ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉମେଶଙ୍କୁ ବହୁତ କଷ୍ଟରେ ଉଦ୍ଧାର କରାଯାଇଛି । ସେ ଗମ୍ଭୀର ଭାବେ ଆହତ ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ମାମଲାର ତଦନ୍ତ କରୁଛି ପୋଲିସ ।

ବିଲରେ ମୂଲ ଲାଗୁଛନ୍ତି ବାପ, ମାଆ; କେନ୍ଦ୍ରରେ ପୁଅ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ସପ୍ତାହ ତଳେ କ୍ୟାବିନେଟ୍ ସମ୍ପ୍ରସାରଣ କରିଥିଲେ । ଏଥିରେ ୪୩ ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ବିଜେପିର ତାମିଲନାଡ଼ୁ ୟୁନିଟ୍ ଅଧ୍ୟକ୍ଷ ଏଲ୍. ମୁରୁଗନଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯାଇଛି । ୪୪ ବର୍ଷିଅ ମୁରୁଗନ ଲମ୍ବା ସଂଘର୍ଷ ପରେ ଦିଲ୍ଲୀ ପହଞ୍ଚିଛନ୍ତି । ଏବେ ସବୁଠୁ ମୁରୁଗନଙ୍କ ମାତାପିତାଙ୍କୁ ନେଇ ଚର୍ଚ୍ଚା ହେଉଛି । ମୁରୁଗନଙ୍କ ମାତାପିତା ରାଜନୀତି ଠାରୁ ବହୁଦୂରରେ ତାମିଲନାଡ଼ୁର ଏକ ଗାଁରେ ଶ୍ରମିକ ଭାବେ କାମ କରନ୍ତି । ମୁରୁଗନଙ୍କ ସଫଳତାକୁ ନେଇ ତାଙ୍କ ପିତାମାତା ଗର୍ବ ତ କରନ୍ତି କିନ୍ତୁ ନିଜର ଜୀବନ ନେଇ ବଞ୍ଚିବାକୁ ଚାହାଁନ୍ତି । ସେହି ଜୀବନ ଯେଉଁଠୁ ସେମାନଙ୍କୁ ୨ ଓଳିର ଖାଇବା ମିଳେ ।

Tamilnadu Union Minister L Murugan Parents Works As Daily Labour In Village

ଦିଲ୍ଲୀରୁ ପ୍ରାୟ ଅଢ଼େଇ ହଜାର କିଲୋମିଟର ଦୂର ତାମିଲନାଡ଼ୁର ନମାକଲ୍ଲ ଜିଲ୍ଲାର କୋନ୍ନୁର ଗାଁରେ ମୁରୁଗନଙ୍କ ପିତାମାତା ରୁହନ୍ତି । ୫୯ ବର୍ଷିଅ ମାଆ ବରୁଦାମଲ୍ଲ ଏବଂ ୬୮ ବର୍ଷିଅ ପିତା ଏଲ୍.ଲଙ୍ଗାନଥନ ଅନ୍ୟ ଚାଷ ଜମିରେ ମୂଲିଆ ଭାବେ କାର୍ଯ୍ୟ କରନ୍ତି । ତେବେ ପୁଅ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ ବି ସଫଳତାର ଶ୍ରେୟ ନେଇ ନାହାଁନ୍ତି ବାପ, ମାଆ ।

Tamilnadu Union Minister L Murugan Parents Works As Daily Labour In Village

ଏଲ.ମୁରୁଗନ ଦଳିତ ପରିବାରରୁ ଆସିଥିବା ବେଳେ ଅରୁଣଥାତିୟାର ସମୁଦାୟର । ମାତାପିତାଙ୍କୁ ଯେବେ ଯେଉଁ କାମ ମିଳେ କରନ୍ତି । କେତେକବେଳେ ଜମିରେ ମୂଲିଆ ତ ଆଉ କେବେ କୁଲି କାମ । ଯେତେବେଳେ ପୁଅ କେନ୍ଦ୍ରମନ୍ତ୍ରୀ ହୋଇଥିବା ପଡ଼ୋଶୀ ଖବର ଦେଲେ ତ ମାତାପିତା ଜମିରେ ଖଟୁଥିଲେ ।

Tamilnadu Union Minister L Murugan Parents Works As Daily Labour In Village

ତେବେ କେମିତି ଥିଲା ମୁରୁଗନଙ୍କ ପିଲାଦନ । କେତେ ଦୁଃଖ କଷ୍ଟରେ ବାପାମାଆ ମୁରୁଗନଙ୍କୁ ପାଳିପୋଷି ବଡ଼ କରିଥିଲେ ସେନେଇ ତାଙ୍କ ବାପା କୁହନ୍ତି, ‘ମୁରୁଗନ ପିଲାଟି ଦିନରୁ ଭଲ ପାଠ ପଢ଼ୁଥିଲେ । ସେ ସରକାରୀ ବିଦ୍ୟାଳୟରେ ପାଠ ପଢ଼ିଛନ୍ତି । ପରେ ମୁରୁଗନ ଚେନ୍ନାଇର ଆମ୍ବେଦକର ଆଇନ୍ ମହାବିଦ୍ୟାଳୟରେ ପଢ଼ିଥିଲେ । ପୁଅର ପଢ଼ିବା ପାଇଁ ବାପା ସାଙ୍ଗସାଥୀଙ୍କ ଠୁ କରଜ ମଧ୍ୟ କରିଥିଲେ । ଆଉ ତାମିଲନାଡ଼ୁ ରାଜ୍ୟ ବିଜେପିର ସଭାପତି ହେବା ପରେ ବାପାମାଆଙ୍କୁ ଚେନ୍ନାଇରେ ମିଶି ରହିବା ପାଇଁ ନେଇଥିଲେ ମୁରୁଗନ । ହେଲେ କିଛିଦିନ ରହିବା ପରେ ଫେରି ଆସିଥିଲେ ବାପମାଆ ।’ ଏନେଇ ତାଙ୍କ ମାଆ କୁହନ୍ତି, ‘ଆମେ କେବେ କେବେ ୪ରୁ ୫ ଦିନ ପାଇଁ ଚେନ୍ନାଇ ଯାଉ । କିନ୍ତୁ ପୁଅର ବ୍ୟସ୍ତବହୁଳ ଜୀବନ ସହ ଚଳିବା ଆମ ପାଇଁ ସମ୍ଭବପର ନୁହେଁ । ତେଣୁକରି ଆମେ ପୁଣି ଥରେ ନିଜ ଭିଟ୍ଟାମାଟିକୁ ଫେରି ଆସିଥିଲୁ ।’ ତେବେ କେନ୍ଦ୍ରରେ ମନ୍ତ୍ରୀ ଭାବେ ଶପଥ ନେବା ପରେ ମୁରୁଗନ ନିଜ ପିତାମାତାଙ୍କୁ ଫୋନ୍ କରିଥିଲେ ।

ପୋଲିସ ଡିଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୩ ମାଓବାଦୀ

ଭୁବନେଶ୍ୱର: ତିନି ଜିଲ୍ଲା ଗସ୍ତରୁ ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଅଭୟ । ଆଜି ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ଡିଜିପି ସୂଚନା ଦେଇଛନ୍ତି । ୨ ଜଣ ଏରିଆ କମିଟି ମେମ୍ବର ଓ ଜଣେ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି । ୨ ଏରିଆ କମିଟିଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁର ପୁରସ୍କାର ରାଶି ରହିଥିଲା । ଆତ୍ମସମର୍ପଣ କରିଥିବା ୩ ମାଓବାଦୀ ଓଡ଼ିଆ ।

 3 Maoist Surrendered In Presence Of DGP

ଜଣେ ନାରାୟଣପାଟଣା-ବୈପାରୀଗୁଡ଼ାର ହୋଇଥିବା ବେଳେ ଆଉ ଜଣେ ମାଲକାନଗିରିର ବୋଲି ଜଣାପଡ଼ିଛି । ଆତ୍ମସମର୍ପଣ କରିଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ମହିଳା ବୋଲି କହିଛନ୍ତି ଡିଜିପି । ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଡିଜିପି ପୁଣି ଥରେ ଆହ୍ୱାନ ଦେଇଛନ୍ତି ।

 3 Maoist Surrendered In Presence Of DGP

କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଗସ୍ତ ବେଳେ ଡିଜିପି ମାଓ ସହ ଅନ୍ୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । କନ୍ଧମାଳ ଓ ରାଉରକେଲା ପୋଲିସ ଗଞ୍ଜେଇ ଜବତ ଦିଗରେ ଭଲ କାମ କରିଥିବା କହିଛନ୍ତି ଡିଜିପି ।

କାମାକ୍ଷାନଗରରେ ନକଲି ଅଣ୍ଡା, ଖାଦ୍ୟ ସୁରକ୍ଷା ଅଧିକାରୀ ତଦନ୍ତ ପାଇଁ ଲୋକଙ୍କ ଦାବି

କାମାକ୍ଷାନଗର: ବଜାରରେ ମିଳୁଛି ନକଲି ଅଣ୍ଡା । କାମକ୍ଷାନଗର ବଜାରରେ ପ୍ଲାଷ୍ଟିକ ଅଣ୍ଡା ମିଳୁଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଆଜି କାମାକ୍ଷାନଗର ଏନଏସି ସାନ ଇନ୍ଦିପୁରର ଦିନେଶ କୁମାର ବିଶ୍ୱାଳ ବଜାରରୁ ଘର ପାଇଁ ଅଣ୍ଡା କିଣିଥିଲେ । ଘରେ ପହଞ୍ଚି ଅଣ୍ଡା ଭାଜିବା ସମୟରେ ଅଣ୍ଡାରୁ ବାସ୍ନା ବାହାରି ନଥିଲା । କେଶର ନ ଫାଟିବାରୁ ତାଙ୍କ ମନରେ ସନ୍ଦେହ ହୋଇଥିଲା ।

Plastic Egg In Kamaskhya Nagar Market

ସନ୍ଦେହ ଦୂର କରିବା ପାଇଁ ସେ ଗୁଗୁଲରେ ପ୍ଲାଷ୍ଟିକ ଅଣ୍ଡା ବିଷୟରେ ସର୍ଚ୍ଚ କରିବାରୁ ସେ ଆଣିଥିବା ଅଣ୍ଡା ପ୍ଲାଷ୍ଟିକ ବୋଲି ଜାଣି ପାରିଥିଲେ । ତାଙ୍କ ପରି ପଡ଼ୋଶୀ ଭାଉଜଙ୍କ ଘରେ ମଧ୍ୟ ପ୍ଲାଷ୍ଟିକ ଅଣ୍ଡା ଦେଖିବାକୁ ମିଳିଥିଲା । ବଜାରରେ ବିକ୍ରି ହେଉଥିବା ପ୍ଲାଷ୍ଟିକ ଅଣ୍ଡାର ତୁରନ୍ତ ଖାଦ୍ୟ ସୁରକ୍ଷା ଅଧିକାରୀ ତଦନ୍ତ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।