ଜୁଆ ଆଡ୍ଡା ଉପରେ ଚଢାଉ, ୧୦ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଜୁଆ ଆଡ୍ଡା ଉପରେ ଅଚାନକ ଚଢାଉ କରିଛି ପୋଲିସ । ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳର ଏକ କଲ୍ୟାଣ ମଣ୍ଡପରେ ଚଢାଉ କରିଛି ପୋଲିସ । ଏଥିରେ 10 ଜଣଙ୍କୁ ଗିରଫ କରିବା ସହ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ଜବତ କରିଛି ପୋଲିସ । ଏହାସହ ଘଟଣାସ୍ଥଳରୁ 4ଟି ବାଇକ, ଗୋଟିଏ ଯାତ୍ରୀବାହି ଅଟୋ ସମେତ 10ଟି ମୋବାଇଲ ଫୋନ ଜବତ କରିଛି ବାଳକାଟି ଫାଣ୍ଡି ପୋଲିସ ।

ଗିରଫ ଜୁଆଡ଼ିଙ୍କ ଘର ବିଭିନ୍ନ ଅଞ୍ଚଳରେ ହୋଇଥିବା ବେଳେ ମଣ୍ଡପରୁ ଏକ ମଦ ଭର୍ତ୍ତି ପେଟି ଜବତ କରାଯାଇଛି । ଘଟଣାସ୍ଥଳରୁ କେତେକ ଜୁଆଡ଼ି ଫେରାର ହୋଇଯାଇଥିବା ବେଳେ ମଣ୍ଡପ ମାଲିକଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ । କୋଭିଡ ସମୟରେ ଏମାନେ ଆଜି କେବଳ ଜୁଆ ଆଡ୍ଡା ଚଳାଇଥିଲେ ନା ପୂର୍ବରୁ ମଧ୍ୟ ଚାଲିଥିଲା ? ଏହି ଜୁଆ ଆଡ୍ଡାରେ କେଉଁ କେଉଁ ମାନେ ସଂଶ୍ଲିଷ୍ଟ ରହିଥିଲେ  । କାହିଁକି ପୋଲିସର ଛତ୍ରଛାୟା ତଳେ ଜୁଆ ଆଡ୍ଡା ଚାଲିଥିବାବେଳେ ଜାଣି ପାରିନଥିସଲା ପୋଲିସ ?

Leave a Reply