spot_img
Home Blog Page 5406

ଦେଶରେ କମୁଛି କରୋନା, ଦିନକରେ ୩୮ ହଜାର ୧୬୪ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩୮ହଜାର ୧୬୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଦିନକରେ ୪୯୯ ଆକ୍ରାନ୍ତଙ୍କ ଜୀବନ ନେଇଛି ଭାଇରସ୍।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୩୮ ହଜାର ୬୬୦ ଆକ୍ରାନ୍ତ।

ଉଲ୍ଲେଖଯୋଗ୍ୟ, ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୧୧ଲକ୍ଷ ୪୪ହଜାର ୨୨୯ ଥିବା ବେଳେ ଆକ୍ଟିଭ କେସ୍ ୪ଲକ୍ଷ ୨୧ହଜାର ୬୬୫ । ମୋଟ୍ ସୁସ୍ଥ ହେଲେଣି ୩କୋଟି ୩ଲକ୍ଷ ୮ହଜାର ୪୫୬ । ତେବେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୩ଲକ୍ଷ ୧୪ହଜାର ୧୦୮କୁ ବୃଦ୍ଧି ହୋଇଛି।

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ମାରି ଗଛରେ ଝୁଲାଇଦେଲେ ଗାଁ ଲୋକେ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବଡମାଳ ଫାଣ୍ଡି ଅନ୍ତର୍ଗତ ବରାହମାଲ ଗାଁରେ ଚାଞ୍ଚଲ୍ୟକର ଘଟଣା। ଗୁଣି ଗାରେଡ଼ି ସନ୍ଦେହରେ ବ୍ରୁଦ୍ଧଙ୍କୁ ହତ୍ୟା ଅଭିଯୋଗ। ମୃତକ ହେଲେ ବରାହମାଲର ୬୫ ବର୍ଷ ବୟସର  ନିତ୍ୟା ଭୋଇ। ଗତକାଲି ବିଳମ୍ବିତ ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ପରିବାରଲୋକେ ଅଭିଯୋଗ କରିଛନ୍ତି। ମୃତଦେହଟି ଗାଁ ନିକଟ ଜଙ୍ଗଲରୁ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଗୁଣି ଗାରେଡ଼ି ସନ୍ଦେହରେ ଗାଁରେ କଙ୍ଗାରୁ କୋର୍ଟ କରି ତାଙ୍କ ବୃଦ୍ଧ ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ପୁଅ ସୁନାଧର ଭୋଇ ଅଭିଯୋଗ କରିଛନ୍ତି।

ଗାଁର ତହସିଲ ବଗର୍ତ୍ତି,  ରାଜେଶ ବଗର୍ତ୍ତୀ, ଲିଙ୍ଗ ବଗର୍ତ୍ତୀ, ନବ ବଗର୍ତ୍ତୀ ଓ ଦୁଖୁ ଭୁଏ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ନେଇ ସୁନାଧର ଅଭିଯୋଗ କରିଛନ୍ତି। ହତ୍ୟା କଲାପରେ ଆତ୍ମହତ୍ୟାର ରୂପ ଦେବାକୁ ବାପାଙ୍କ ମ୍ରୁତଦେହ ଟିକୁ ଗଛରେ ଝୁଲାଇ ଦିଆଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ସଂପର୍କରେ ଖବର ପାଇ ସଇଁନ୍ତଳା ପୋଲିସ ଚାରି ଜଣଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ନେଇ ସଇଁତଲା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ରାଜନେତା ଓ ସାମ୍ବାଦିକଙ୍କ ସହ ବହୁ ଭିଭିଆଇପିଙ୍କ ଫୋନ୍ ହ୍ୟାକ୍ ଅଭିଯୋଗ

ନୂଆଦିଲ୍ଲୀ: ଅନେକ ଭାରତୀୟ ମନ୍ତ୍ରୀ, ରାଜନେତା, ବିରୋଧୀ ଦଳ ନେତା, ସାମ୍ବାଦିକ, ବୈଜ୍ଞାନିକଙ୍କ ସମେତ ବ୍ୟବସାୟୀଙ୍କ ଫୋନ ନମ୍ବର ହ୍ୟାକ ହୋଇଥିବା ଜଣାପଡିଛି। ଇସ୍ରାଏଲୀ ସ୍ପାଇ ୱେୟାର ପେଗାସସ ଦ୍ୱାରା ଅନେକ ଫୋନ ନମ୍ବର ହ୍ୟାକ ହେବା ଖବର ପ୍ରକାଶ ପାଇବା ପରେ ଦେଶରେ  ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସେପଟେ ଏହି ସ୍ପାଇ ୱେୟାର କେବଳ ସରକାର ବ୍ୟବହାର କରିପାରିବାର ବ୍ୟବସ୍ଥା ଥିବା ବେଳେ, ଶତାଧିକ ଫୋନ ନମ୍ବର କିପରି ହ୍ୟାକ ହେଲା ତାକୁ ନେଇ ଉଠିଛି ପ୍ରଶ୍ନ। ହ୍ୟାକ ହୋଇଥିବା ଫୋନ ନମ୍ବରରେ ମଧ୍ୟ ସାମିଲ ରହିଛି ଅନେକ ଆଇନଜୀବୀ, ସରକାରୀ କର୍ମଚାରୀ, ସାମାଜିକ କର୍ମୀଙ୍କ ସମେତ ୩୦୦ରୁ ଅଧିକ ନମ୍ବର। ଏହି ଡାଟାବେସରେ ଥିବା ତାଲିକାରେ ୪୦ରୁ ଅଧିକ ସାମ୍ବାଦିକ, ୩ ପ୍ରମୁଖ ବିରୋଧୀ ଦଳ ନେତା, ଜଣେ ସାମ୍ବିଧାନିକ ବିଶେଷଜ୍ଞ, ଦୁଇ କେନ୍ଦ୍ରମନ୍ତ୍ରୀ, ନିରାପତ୍ତା ସଂଗଠନର କିଛି ପୂର୍ବତନ ଓ ବର୍ତ୍ତମାନର ଅଫିସରଙ୍କ ନମ୍ବର ରହିଛି।

ଦି ଓୟାର ପକ୍ଷରୁ ପ୍ରକାଶିତ ଖବରରେ କୁହାଯାଇଛି, କେଉଁ କେଉଁ ବ୍ୟକ୍ତିଙ୍କ ନମ୍ବର ହ୍ୟାକ କରାଯାଇଛି ତାହାକୁ କିଛି ଦିନ ମଧ୍ୟର ପ୍ରକାଶ କରାଯିବ। ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ଫୋନ ନମ୍ବର ମଧ୍ୟ ହ୍ୟାକ କରାଯାଇଥିବା ସୂଚନା ମିଳିଛି। ଏସମସ୍ତ ବ୍ୟକ୍ତିଙ୍କ ନମ୍ବରକୁ ୨୦୧୮ରୁ ୨୦୧୯ ମଧ୍ୟରେ ଟାର୍ଗେଟ କରାଯାଇଥିଲା । ଦି ଓୟାରର ରିପୋର୍ଟ ଅନୁଯାୟୀ, ଯଦିଓ ଡାଟାବେସରେ ଏହି ସବୁ ନମ୍ବର ରହିଛି ତେବେ ସମସ୍ତ ନମ୍ବର ଯେ ହ୍ୟାକ କରାଯାଇଛି ତାହାର ଯଥେଷ୍ଟ ପ୍ରମାଣ ମିଳିନାହିଁ । ଏହି ଅଭିଯୋଗକୁ ପେଗାସସ ସଫ୍ଟୱେୟାର ବିକ୍ରି କରୁଥିବା ଇସ୍ରାଏଲୀ କମ୍ପାନୀ ଏନଏସଓ ଗ୍ରୁପ ଅଗ୍ରାହ୍ୟ କରିଛି । କେବଳ ସରକାରଙ୍କୁ ହିଁ ଏହି ସଫ୍ଟୱେୟାର ବିକ୍ରି କରାଯାଇଥାଏ।

Pakistan Hackers Helping China In Suspected Operation Sidecopy Cyber Attacks On India

କମ୍ପାନୀର କହିବାନୁଯାୟୀ, ହ୍ୟାକ୍ ନେଇ ଆସିଥିବା ଅଭିଯୋଗ ଅମୂଳକ। ଏହି ଅଭିଯୋଗ ବିରୋଧରେ ମାନହାନି ମୋକଦ୍ଦମା କରିବାକୁ କମ୍ପାନୀ ଚିନ୍ତା କରୁଛି । ଦି ୱେୟାର ୱେବସାଇଟରେ ଦର୍ଶାଯାଇଛି ଯେ ପେଗାସସ ସ୍ପାଇୱେୟାର ଜରିଆରେ ଫୋନ ନମ୍ବର ଟାର୍ଗେଟ କରାଯାଇଥିବା ନେଇ ଫରେନସିକ ଟେଷ୍ଟରୁ ସ୍ପଷ୍ଟ ହୋଇଛି। ଆପଲ ଫୋନରେ ଏହି ସ୍ପାଇ ୱେୟାର ବ୍ୟବହାର ସହଜ ହୋଇଥାଏ । ପ୍ୟାରିସସ୍ଥିତ ଫରବିଡେନ ଷ୍ଟୋରିଜ ଓ ଆମେନଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଏହି ତଥ୍ୟ ପ୍ରକାଶ ପାଇବା ପରେ ବିଶ୍ୱବ୍ୟାପୀ ଖବର ପ୍ରସାରିତ ହୋଇଛି ।

Commissionerate Police Issued Helpline For Reporting Cyber Crime

କେବଳ ଭାରତ ନୁହେଁ, ଆଜରବୈଜନ, ବାହାରିନ, ହଙ୍ଗେରୀ, କାଜାଖସ୍ତାନ, ମେକ୍ସିକୋ, ରୁଆଣ୍ଡା, ସାଉଦିଆରବ, ମରକୋ, ୟୁଏଇର ମଧ୍ୟ ଅନେକ ଫୋନ ନମ୍ବରକୁ ବି ଟାର୍ଗେଟ କରାଯାଇଛି । ସେପଟେ ଏହି ଗୁରୁତର ଅଭିଯୋଗକୁ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଖଣ୍ଡନ କରିଛି । ଅପରପକ୍ଷେ ଦି ୱେୟାରର ପ୍ରତିଷ୍ଠାତା ସମ୍ପାଦକ ଏମ.କେ. ବେଣୁ କହିଛନ୍ତି, ଆସନ୍ତା କିଛି ଦିନ ମଧ୍ୟରେ ହ୍ୟାକ ହୋଇଥିବା ନମ୍ବର ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯିବ ।

ଜାତୀୟ ରାଜପଥ ଉପରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ ୨ ଗୁରୁତର

ବରଗଡ଼: ବରଗଡ ପଥର୍ଲା ଛକ ଜାତୀୟ ରାଜପଥ ଉପରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨ ଜଣ ଗୁରୁତର ଅଛନ୍ତି। ସମସ୍ତଙ୍କୁ ବରଗଡ ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମହଲା ଗାଁର ଜ୍ୟୋତିରଞ୍ଜନ ସାହୁ ଓ ବରଗଡ଼ ସହରର ତୁରା ଗ୍ରାମର ଆଶିଷ ପ୍ରଧାନ।

ସେହିପରି ଗୁରୁତର ଦୁଇ ଜଣ ହେଲେ ସୁନୀଲ ବାଗ ଓ ଧ୍ୟାନଚାନ୍ଦ ଝାଙ୍କର। ଗତକାଲି ବିଳମ୍ବିତ ରାତିରେ ଜ୍ୟୋତିରଞ୍ଜନ ଓ ଧ୍ୟାନଚାନ୍ଦ ଗୋଟିଏ ବାଇକରେ ସୋହେଲା ପଟୁ ବରଗଡକୁ ଅଭିମୁଖେ ଆସୁଥିଲେ। କିନ୍ତୁ ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ବାଇକ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଆଶିଷ ଓ ଜ୍ୟୋତିରଞ୍ଜନଙ୍କର ମୃତ୍ୟୁ ହୋଇଥିଲା।

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା; ୪ ନିଖୋଜ

ଡେରାଡୁନ୍: ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରବଳ ବର୍ଷା । ଅପରପକ୍ଷେ ଉତ୍ତରାଖଣ୍ଡରେ ମଧ୍ୟ ବାଦଲଫଟା ବର୍ଷା ଲାଗି ରହିଛି। ଯାହା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ନିଖୋଜ ଥିବା ସୂଚନା ମିଳିଛି । ଉତ୍ତରକାଶି ଜିଲ୍ଲାର ମାଣ୍ଡୋ ଜିଲ୍ଲାରେ ବାଦଲଫଟା ବର୍ଷାରେ ଏହି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଭୀଷଣ ବର୍ଷା ହୋଇଥିଲା । ଏସଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ଅଞ୍ଚଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡିଛି ।

ସେହିପରି ଦିଲ୍ଲୀରେ ବର୍ଷା ଯୋଗୁଁ ଗରମରୁ ସାମାନ୍ୟ ମୁକ୍ତି ପାଇଛନ୍ତି ଦିଲ୍ଲୀବାସୀ । ହେଲେ ପ୍ରବଳ ବର୍ଷା ଯୋଗୁଁ ଯାତାୟତରେ ଏକପ୍ରକାର ବାଧା ସୃଷ୍ଟି ହୋଇଛି। ଦିଲ୍ଲୀ ଏନସିଆରର କିଛି ସ୍ଥାନରେ ସକାଳୁ ସକାଳୁ ଭୀଷଣ ବର୍ଷା ହୋଇଛି । ଆସନ୍ତା ୨୧ତାରିଖ ଯାଏଁ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ଜାତୀୟ ରାଜପଥରେ ପାଣି ଜମିଥିବା ବେଳେ ଯାତାୟତ ଗୋଟେ ପ୍ରକାର ପ୍ରଭାବିତ ହୋଇଛି । ପ୍ରଗତି ମୈଦାନ , ପାଲାମ୍ ଆଦି ଅଞ୍ଚଳରେ ରାସ୍ତା ଉପରେ ଚାଲିଛି ବର୍ଷା ପାଣି ।

କେବଳ ଏତିକି ନୁହେଁ ହରିୟାଣାର ଗୁରୁଗ୍ରାମରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ଫଳରେ ରାସ୍ତାରେ ଲହଡି ମାରୁଛି ବର୍ଷା ପାଣି । ପାଣିରେ କିଛି ଗାଡି ମଧ୍ୟ ଫସିଥିବା ଦେଖିବାକୁ ମିଳିଛି । ତେବେ ବର୍ଷା ସାଙ୍ଗକୁ ରାସ୍ତାରେ ପାଣି ଜମିବା ଯୋଗୁଁ ଯାତାୟତରେ ବାଧା ମଧ୍ୟ ଉପୁଜିଛି।

ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ସୁଧୁରୁଛି କରୋନା ପରିସ୍ଥିତି। ଦିନକରେ ୧୬ଶହ ୪୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୮ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର କରୋନା। ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨ହଜାର ୪୯୨ ଆକ୍ରାନ୍ତ। କ୍ୱାରେଣ୍ଟାଇନ ସେଣ୍ଟରରୁ ୯୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ଲୋକାଲ କେସ୍ ରହିଛି ୬୯୩। ୪ଜିଲ୍ଲାରେ ଶହେ ଉପରେ ରହିଛି ସଂକ୍ରମଣ। କଟକରୁ ସର୍ବାଧିକ ୩୩୫, ଖୋର୍ଦ୍ଧାରୁ ୨୩୦, ଯାଜପୁରରୁ ୧୧୩, ଜଗତସିଂହପୁରରୁ ୧୧୨, ଅନୁଗୁଳରୁ ୮୯, ବାଲେଶ୍ୱରରୁ ୮୩, ଭଦ୍ରକ ଓ ମୟୂରଭଞ୍ଜରୁ ୭୭ଜଣ ଲେଖାଏଁ, ନୟାଗଡ଼ରୁ ୭୩, ପୁରୀରୁ ୬୭, ଢେଙ୍କାନାଳରୁ ୫୪, କେନ୍ଦ୍ରାପଡାରୁ ୫୦, ଷ୍ଟେଟପୁଲରୁ ୪୪, ମାଲକାନଗିରିରୁ ୩୫, ସୁନ୍ଦରଗଡ଼ରୁ ୩୩, ସମ୍ବଲପୁରରୁ ୨୪, ରାୟଗଡ଼ା ଓ କେନ୍ଦୁଝରରୁ ୨୧ଜଣ ଲେଖାଏଁ, ବରଗଡ଼ରୁ ୧୭, କନ୍ଧମାଳରୁ ୧୫, ନବରଙ୍ଗପୁରରୁ ୧୨, କଳାହାଣ୍ଡି ଓ ଗଞ୍ଜାମରୁ ୧୧ଜଣ ଲେଖାଏଁ, ସୋନପୁରରୁ ୧୦, ଝାରସୁଗାଡରୁ ୯, ନୂଆପଡାରୁ ୭, କୋରାପୁଟରୁ ୬, ବୌଦ୍ଧ ଓ ଗଜପତିରୁ ୫ଜଣ ଲେଖାଏଁ , ବଲାଙ୍ଗୀରୁ ଓ ଦେବଗଡ଼ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୫୫ହଜାର ୯୭୪ ଥିବା ବେଳେ ମୋଟ୍ ସୁସ୍ଥ ହୋଇଛନ୍ତି ୯ଲକ୍ଷ ୩୦ହଜାର ୪୧୮। ଆକ୍ଟିଭ କେସ୍ ୨୦ହଜାର ୩୮୭।

ଅନେକ ଦିନ ପରେ ସ୍ୱଭାବିକ ହେଲା ବସ୍‌ ଚଳାଚଳ, ଚଳଚଞ୍ଚଳ ହୋଇଛି ଯାତ୍ରୀ ପରିବହନ ସେବା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ସ୍ୱାଭାବିକ ହେଲା ବସ ଚଳାଚଳ। ବରମୁଣ୍ଡା ବସଷ୍ଟାଣ୍ଡରୁ ରାଜ୍ୟର ସବୁ ଜିଲ୍ଲାକୁ ବସ ଚଳାଚଳ ଆରମ୍ଭ ହୋଇଛି। ଚଳଚଞ୍ଚଳ ହୋଇଛି ଯାତ୍ରୀ ପରିବହନ ସେବା। କରୋନା ଗାଇଡଲାଇନ ସହ ଯାତ୍ରୀମାନେ ବସରେ ବସି ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି। ସମସ୍ତଙ୍କ ମୁହଁରେ ରହିଛି ମାସ୍କ। ସରକାରଙ୍କ କଟକଣାକୁ ଦୃଷ୍ଟିରେ ରଖି ବସରେ ନୋ ମାସ୍କ ନୋ ଏଣ୍ଟ୍ରି ଲେଖାଯାଇଛି। ସକାଳୁ ସକାଳୁ ଅର୍ଡିନାରି ବସ ଚଳାଚଳ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ନାଇଟକୋଚ୍ ଚଳାଚଳ ଆରମ୍ଭ କରିବ।

ବସରେ ଯେତିକି ସିଟ୍ ରହିଛି ସେତିକି ଯାତ୍ରୀ ଯାତ୍ରା କରିବେ। ଠିଆ ହୋଇ କୌଣସି ଯାତ୍ରୀ ଯାତ୍ରା କରିପାରିବେ ନାହିଁ ବୋଲି ସରକାରଙ୍କ କଟକଣା ରହିଛି। ଘରୋଇ ଏବଂ ସରକାରୀ ବସ ସମେତ ଭୁବନେଶ୍ୱର ରେ ମୋବସ ଚଳାଚଳ ମଧ୍ୟ ସ୍ୱାଭାବିକ ହୋଇଛି। ସରକାରଙ୍କ ଅନୁମତି ପରେ ବସ ଚଳାଚଳ ନେଇ ଘରୋଇ ବସ ମାଲିକ ସଂଘ ବସ ଚଳାଇବା ନେଇ ମନା କରିଥିଲେ। ଶନିବାର ଦିନ ଏନେଇ ପରିବହନ ମନ୍ତ୍ରୀ, ସଚିବ, କମିଶନର ଓ ଫାଇନାନ୍ସ ସେକ୍ରେଟାରୀ ଙ୍କ ସହ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ର ଆଲୋଚନା ପରେ ଆଜିଠାରୁ ବସ ଚଳାଚଳ ପାଇଁ ନିଷ୍ପତି ନେଇଥିଲା ମାଲିକ ସଂଘ।

ଟୋକିଓ ଅଲମ୍ପିକ୍ସ: ନଖରେ ଖେଳାଳି ଆଙ୍କିଲେ ତ୍ରୀରଙ୍ଗା ଓ ଅଲମ୍ପିକ ରିଙ୍ଗ୍ସ

ନୂଆଦିଲ୍ଲୀ: ଖେଳର ମହାକୁମ୍ଭ ‘ଟୋକିଓ ଅଲମ୍ପିକ୍ସ’ ଆୟୋଜନକୁ ଆଉ ଦିନ କେଇଟା ବାକି ରହିଛି । ଏହା ପୂର୍ବରୁ ଖେଳାଳି ମାନେ ଧିରେ ଧିରେ ପହଞ୍ଚିବାରେ ଲାଗିଛନ୍ତି । ଜୁଲାଇ ୨୩ରୁ ଆରମ୍ଭ ହେଉଥିବା ଟୋକିଓ ଅଲମ୍ପିକ୍ସ ଅଗଷ୍ଟ ୮ ଯାଏଁ ଚାଲିବ ।

ପ୍ରଥମ ପର୍ଯ୍ୟାୟରେ ଭାରତରୁ ୮୮ ଜଣ ସଦସ୍ୟ ଟୋକିଓ ପହଞ୍ଚିଥିବା ବେଳେ ସେଥିରେ ଟେବୁଲ୍ ଟେନିସରୁ ୪ ଜଣ ଖେଳାଳି ରହିଛନ୍ତି। ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରତିଯୋଗୀମାନଙ୍କ ମଧ୍ୟରେ ଅଭିଜ୍ଞ ଟେବୁଲ୍ ଟେନିସ୍ ଖେଳାଳି ଅଚନ୍ତ ଶରଥ କମଲ ଏବଂ ମନିକା ବତ୍ରା ପଦକ ଜିତିବାର ଆଶା ରହିଛି ।

ଟୋକିଓରେ ପହଞ୍ଚିବା ପରେ ମନିକା ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି । ତାଙ୍କ ନଖରେ ‘INDIA’ ଲେଖାଯାଇଥିବାବେଳେ ଦୁଇଟି ନଖରେ ତ୍ରୀରଙ୍ଗା ଏବଂ ଅଲିମ୍ପିକ୍ ରିଙ୍ଗ ଚିତ୍ରିତ ହୋଇଛି । ଏହି ଚିତ୍ରଟି ଖୁବ୍ ଭାଇରାଲ ହେବାରେ ଲାଗିଛି।

ମନିକା ତାଙ୍କ ର଼୍ୟାଙ୍କିଙ୍ଗ ପାଇଁ ରିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ମନିକା ମିକ୍ସଡ୍ ଡବଲରେ ଶରଥଙ୍କ ସହ ଯୋଡି କରିବେ। ୨୦୧୮ କମନୱେଲଥ ଗେମ୍ସରେ ମନିକା ୪ଟି ପଦକ ଜିତିଥିଲେ । ସେ ମହିଳା ସିଙ୍ଗଲ୍ସ ଏବଂ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଏବଂ ଡବଲ୍ସରେ ରୌପ୍ୟ ପଦକ ଜିତିଥିଲେ । ତେବେ ଏହା ମନିକାଙ୍କର ଦ୍ୱିତୀୟ ଅଲିମ୍ପିକ୍ସ ।

ବିରଜା ପାଞ୍ଜି ଅନୁଯାୟୀ ଆରଡ଼ି ପୀଠରେ ଆରମ୍ଭ ହେଲା ଶ୍ରାବଣ ଯାତ୍ରା, କାଉଡ଼ିଆଙ୍କୁ ବାରଣ ମନ୍ଦିର

ଆରଡ଼ି: ବିରଜା ପଞ୍ଜିକା ଅନୁଯାୟୀ ଆଜିଠୁ ଆଖଣ୍ଡଳମଣିଙ୍କ ମନ୍ଦିରରେ ଶ୍ରାବଣ ଯାତ୍ରା ଆରମ୍ଭ। ଚଳିତ ବର୍ଷ କୋଭିଡ କଟକଣା ଯୋଗୁ କାଉଡିଆ ଭକ୍ତଙ୍କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ପୂର୍ବବର୍ଷ ପରି ଚଳିତବର୍ଷ ଶୁଭିବନି କାଉଡିଆଙ୍କର ବୋଲବୋମ ଧ୍ୱନି। କେବଳ ସୀମିତ ସେବାୟତଙ୍କ ଦ୍ୱାରା ସମସ୍ତ ନୀତିକାନ୍ତି ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଛି।

ମନ୍ଦିର ପରିସରରେ ସମସ୍ତ ନୀତିକାନ୍ତି ଯେପରି ସୁଚାର ରୂପେ ସମାପନ ହେବ ସେଥିପାଇଁ ମନ୍ଦିର ପରିଚାଳକଙ୍କୁ ପରାମର୍ଶ ଦିଆଯାଇଛି। ଏହାସହ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ନଦୀଘାଟ ଓ ପୁଷ୍କରିଣୀରେ ଯେପରି କୌଣସି ଭକ୍ତ ଜଳ ନ ଉଠାଇବେ ସେଥିପ୍ରତି କଡା ନଜର ରଖିବାକୁ ଜିଲ୍ଲାପାଳ ଜ୍ଞାନ ଦାସ ନିର୍ଦ୍ଦେଶ ଦେଇଛନ୍ତି।

ଆଜିଠାରୁ ଆରମ୍ଭ ମୌସୁମୀ ଅଧିବେଶନ, ଦରଦାମ ବୃଦ୍ଧି ଓ କୃଷି ଆଇନ ହେବ ମୁଖ୍ୟ ଅସ୍ତ୍ର

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। କୋଭିଡ୍‌ କଟକଣା ଭିତରେ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ। ଏଥର ଅଧିବେଶନ ସରଗରମ ହେବା ସହ ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ଅଛନ୍ତି ବିରୋଧୀ। ଦରବୃଦ୍ଧି, କୋଭିଡ ପରିଚାଳନା, କୃଷି ଆଇନ ଭଳି ଅନେକ ପ୍ରସଙ୍ଗ ଏଥର ଅଧିବେଶନକୁ ସରଗରମ କରିବ। ସରକାର ମଧ୍ୟ ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି। ସଂସଦରେ ୩୮ଟି ପ୍ରସ୍ତାବ ପଡ଼ିରହିଥିବା ବେଳେ ଏଥିରୁ ୯ଟି ପାରିତ କରିବାକୁ ସରକାର ଯୋଜନା କରିଛନ୍ତି। ଏଥିସହ ଆଉ ୧୭ଟି ପ୍ରସ୍ତାବ ଆଗତ ସହ ପାରିତ କରିପାରନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜନସଂଖ୍ୟା ନିୟନ୍ତ୍ରଣ ଓ ୟୁନିଫର୍ମ ସିଭିଲ କୋଡ୍‌ ପ୍ରସଙ୍ଗ ଏଥର ସଂସଦକୁ ସରଗରମ କରିପାରେ। ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ଏଥର ମୋଟ ୧୯ଟି କାର୍ଯ୍ୟଦିବସ ରହିଛି। ଉଭୟ ଲୋକସଭା ଓ ରାଜ୍ୟସଭାର ଅଧିବେଶନ ସକାଳ ୧୧ରୁ ସନ୍ଧ୍ୟା ୬ ଯାଏଁ ଚାଲିବ। କୋଭିଡ ପାଇଁ ସଂସଦରେ ଯୋଗଦେବାକୁ ଏଥର କିଛି ନିୟମ କରାଯାଇଛି। ଗୋଟିଏ ଡୋଜ୍ ଟିକା ହେଲେ ବି ଟିକା ନେବାକୁ ପଡ଼ିବ। ତଥ୍ୟ ଅନୁସାରେ ଲୋକସଭାର ୪୪୪ ଏବଂ ରାଜ୍ୟସଭାର ୨୧୮ ସଦସ୍ୟ ଟିକା ନେଇସାରିଛନ୍ତି।