ଯୁକ୍ତ ଦୁଇ ମୂଲ୍ୟାୟନରେ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ କରିବେ ପୁନଃ ଆବେଦନ, ସେପ୍ଟେମ୍ବର ୩ରୁ ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ଦୁଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ଲାଗି ଅଫ୍‌ଲାଇନ ପରୀକ୍ଷା ସୁଯୋଗ । ସେପ୍ଟେମ୍ବର 3ରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ମାନେ ଅନଲାଇନ ଯୋଗେ ଆବେଦନ କରି ପାରିବେ । ଆବେଦନ ଲାଗି ଛାତ୍ରଛାତ୍ରୀଙ୍କୁ 5ଦିନ ସମୟ ମିଳିବ । ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି ପରୀକ୍ଷା ସୂଚୀ ଓ କେନ୍ଦ୍ର ଘୋଷଣା କରାଯିବ । ଯେଉଁମାନେ ଅଫଲାଇନ ପରୀକ୍ଷା ଦେବେ, ସେମାନଙ୍କୁ ବିକଳ୍ପ ମୂଲ୍ୟାୟନରେ ମିଳିଥିବା ମାର୍କ କାଏମ ରହିବନି ସ୍ପଷ୍ଟ ସୂଚନା ଦେଇଛନ୍ତି ବିଭାଗ  ।

ଯେଉଁ ଛାତ୍ରଛାତ୍ରୀ ଅନଲାଇନ ମାର୍କକୁ ନେଇ ଏଅସନ୍ତୁଷ୍ଚ ରହିଛନ୍ତି ସେମାନେ ପୁନଃ ପରୀକ୍ଷା ଦେଇପାରିବେ ବୋଲି ସୂଚନା ଦେଇଥିଲେ ଗଣଶିକ୍ଷମନ୍ତ୍ରୀ  । ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମଧ୍ୟ ବିଭାଗ ପକ୍ଷରୁ ଜଣାଯାଇଥିଲା  । ବୁଧବାର ଏନେଇ ସ୍ପଷ୍ଟ ସୂଚନା ମିଳିଛି  ।  ଅଫଲାଇନ ପରୀକ୍ଷା ମାର୍କ ହିଁ ଚୂଡ଼ାନ୍ତ ହେବ  । ପୂର୍ବରୁ ମିଳିଥିବା ମାର୍କ ମୂଲ୍ୟାୟନ କରାଯିବ ନାହିଁ ବୋଲି କୁହାଯାଇଥିଲା  । ଆଜି ବସିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

Leave a Reply