ବିଚ୍‌ ରାସ୍ତା ଉପରେ କିନ୍ନର ଓ ପୋଲିସ ମଧ୍ୟରେ ମାଡ଼ ମରାମରି, ୨ କିନ୍ନର ଅଟକ

ପୁରୀ: ପୁରୀରେ କିନ୍ନର ଓ ପୋଲିସ ମଧ୍ୟରେ ମାଡ଼ ମରାମରି। ଏହି ମାଡ଼ ମରାମରି ଘଟଣା ଘଟିଛି ପୁରୀ ସୁବାଷ ବୋଷ ଛକ ନିକଟରେ। ଭିଡିଓ ରେ ଦୁଇ କିନ୍ନରଙ୍କ ସହ ପୋଲିସ କର୍ମଚାରୀଙ୍କ ମୁଥା ମରାମରି ଓ ମାରପିଟ ର ଦୃଶ୍ୟ ଏବେ ଭାଇରଲ ହେବାରେ ଲାଗିଛି। ଗତକାଲି ବିଳମ୍ବିତ ରାତିରେ ପୁରୀରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଦୁଇଜଣ କିନ୍ନରଙ୍କ ସହ ପୋଲିସର ହାତାହାତି ହେଉଥିବାର ଭିଜୁଆଲ ଭାଇରଲ ହେବାରେ ଲାଗିଛି। କୌଣସି ଏକ କାରଣକୁ ନେଇ ପୋଲିସ୍‌ କିନ୍ନର ମାନଙ୍କୁ ଅଟକ ରଖିଥିଲା।

ତେବେ ନିର୍ଦ୍ଧିଷ୍ଠ ଭାବରେ ଅଟକ ରଖିବାର କୌଣସି ସ୍ପଷ୍ଟ କାରଣରେ ପୋଲିସ କିନ୍ନର ମାନଙ୍କୁ ପୋଲିସ ଅଟକାଇ ନଥିବା ଦର୍ଶାଇ କିନ୍ନର ମାନେ ପୋଲିସର ଅଟକ ରଖିବାକୁ ବିରୋଧ କରିଥିଲେ। ବିରୋଧ ଯୋଗୁଁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ପରବର୍ତୀ ସମୟରେ ହାତାହାତି ଯାଏ କଥା ଯାଇଥିଲା। ତେବେ ହାତାହାତିରେ ପୋଲିସ ଓ କିନ୍ନର ଉଭୟ ଆହତ ହୋଇଛନ୍ତି। ତେବେ ପ୍ରାଥମିକ ଭାବେ ଯାହା ଜଣାପଡିଛି ଉଭୟ କିନ୍ନରଙ୍କୁ ସମୁଦ୍ର କୂଳ ଥାନାରେ ଅଟକ ରଖାଯାଇଛି। ଏଥିସହ ଘଟଣାର ସତ୍ୟାସତ୍ୟ କଣ ରହିଛି ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି। ତେବେ କିନ୍ନରଙ୍କ ସହ ପୋଲିସର ଏଭଳି ଧସ୍ତାଧସ୍ତିର ଭିଡିଓ ପୁରୀ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply