spot_img
Home Blog Page 5405

ସୌମ୍ୟ-ବିଦ୍ୟା ବିବାହ ଥିଲା କଣ୍ଟ୍ରାକ୍ଟ ମ୍ୟାରେଜ୍, ବାହାଘରର ବର୍ଷେ ପର୍ଯ୍ୟନ୍ତ ରହିନଥାନ୍ତା ସମ୍ପର୍କ !

ସୋର: ଏସିଏଫ୍ ସୌମ୍ୟ କେମିତି ମଲେ ? ତାଙ୍କୁ ହତ୍ୟା କରାଯାଇଥିଲା ନା ସେ ଆତ୍ମହତ୍ୟା କରିଥିଲେ ? ଏହି ପ୍ରଶ୍ନର ଉତ୍ତର ଏବେ ପୋଲିସ ଖୋଜୁଛି । କିନ୍ତୁ ଏହା ଭିତରେ ସୌମ୍ୟଙ୍କ ବୈବାହିକ ଜୀବନ ସୁଖଦ ନଥିଲା ଏହାର ପ୍ରମାଣ ଧିରେ ଧିରେ ମିଳିବାରେ ଲାଗିଲାଣି । ସୌମ୍ୟଙ୍କ ପରିବାର ଓ ସମ୍ପର୍କୀୟ ଆଗରୁ ଏହି ଅଭିଯୋଗ କରି ଆସୁଥିବା ବେଳେ ଏବେ ମାମୁ ଓ ମା’ ଦେଇଛନ୍ତି ବିସ୍ଫୋରକ ବୟାନ ।

ସୌମ୍ୟଙ୍କ ମାମୁଏବେ ଭଣଜାର  ବିବାହକୁ ହିଁ ନେଇ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅନୁସାରେ ଭାଣିଜି ବୋହୁ ଓ ଭଣଜା ମଧ୍ୟରେଗୋଟିଏ ଚୁକ୍ତି ହୋଇଥିଲା। ଏହି ଚୁକ୍ତି ଅନୁସାରେ ବାହାଘରର ବର୍ଷକ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ରହିବ ନାହିଁ। ଦୁହେଁ ସାଙ୍ଗ ଭାବରେ ଏକାଠି ରହିବେ। ବର୍ଷେ ପରେ ଦୁହିଁଙ୍କ ମଧ୍ୟରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ରହିବ। ଏହି କଣ୍ଟ୍ରାକୁ ନେଇ ସୌମ୍ୟଙ୍କ ମାମୁ କ୍ୟାମେରା ଆଗରେ ଏମିତି ବୟାନ ଦେଇଛନ୍ତି। ତାଙ୍କ ଅଭିଯୋଗ ଯେ, ବିଦ୍ୟା ଭାରତୀଙ୍କର ଡିଏଫଓଙ୍କ ସହ ଅନୈତିକ ସମ୍ପର୍କ ଥିଲା।

ଅନ୍ୟପକ୍ଷରେ ସୌମ୍ୟଙ୍କ ମାମୁ ଭଣଜା ଓ ବିଦ୍ୟା ଭାରତୀଙ୍କ ମଧ୍ୟରେ  ଦରମା ଓ ସ୍ତାବର ତଥା ଅସ୍ତାବର ସମ୍ପତ୍ତିକୁ ନେଇ ଚୁକ୍ତି ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ଅର୍ଥାତ ଜୁଲାଇ ୯ ତାରିଖ ୨୦୨୧ର ଏହି ଚୁକ୍ତିପତ୍ର ସୌମ୍ୟ ଓ ବିଦ୍ୟା ଭାରତୀ ପଣ୍ଡାଙ୍କ ମଧ୍ୟରେ ହୋଇଥିଲା । ଚୁକ୍ତି ଅନୁସାରେ ସୌମ୍ୟଙ୍କ ଦରମା ତଥା ସ୍ତାବର ଓ ଅସ୍ତାବର ସମ୍ପତ୍ତି ଉପରେ ବିଦ୍ୟା ଭାରତୀଙ୍କ ଅଧିକାର ରହିବ । ଚୁକ୍ତିପତ୍ରର ନକଲ ମଧ୍ୟ ସେ ମିଡିଆକୁ ଦେଇଛନ୍ତି ।

ସୌମ୍ୟଙ୍କ ମାମୁ କେବଳ ଏତିକିରେ ଅଟକି ନାହାନ୍ତି । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ,  ବ୍ୟାଚଲର ପାର୍ଟି ଦେବାକୁ କହି ସୌମ୍ୟଙ୍କୁ ବଲାଙ୍ଗୀର ନେଇଥିଲେ ବିଦ୍ୟାଭାରତୀ। ସେଠାରୁ ଫେରିବା ପରେ ସୌମ୍ୟଙ୍କ ପାଖକୁ ବିଦ୍ୟାଙ୍କର କିଛି ଅଶ୍ଲୀଳ ଫଟୋ ଆସିଥିଲା । ଏହି ଫଟୋ ଦେଖି ତାଙ୍କ ଭଣଜା ଚେତା ହରାଇଥିଲେ ଓ ତାଙ୍କୁ ମେଡିକାଲ ନିଆଯାଇଥିଲା ବୋଲି ସେ କହିଛନ୍ତି । ବ୍ୟାଚଲର ପାର୍ଟିରେ ଯୋଗ ଦେବାକୁ ବଲାଙ୍ଗୀରରେ ପହଂଚିବା ପରେ ସୌମ୍ୟଙ୍କୁ ସେଠାରୁ ଚାଲିଯିବାକୁ ବିଦ୍ୟା କହିଥିଲେ ବୋଲି ସେ କହିଛନ୍ତି । ସୌମ୍ୟ ବଲାଙ୍ଗୀରରୁ ଫେରିବା ପରେ ବିଦ୍ୟା ତାଙ୍କୁ ୩୦ ହଜାର ଟଙ୍କା ପଠାଇବାକୁ କହିଥିଲେ । କିନ୍ତୁ ସୌମ୍ୟ ପଠାଇ ନଥିଲେ ବୋଲି ତାଙ୍କ ମାମୁ କହିଛନ୍ତି ।

ସୌମ୍ୟଙ୍କ ମାମୁଁଙ୍କ ଅଭିଯୋଗ ଯେ, ତାଙ୍କ ଭଣଜାକୁ ଅନ୍ୟତ୍ର ମାରି ଘରକୁ ଅଣାଯାଇଥିଲା। କାରଣ ମୃତ ଦେହ ପଡ଼ିଥିବା ସ୍ଥାନରେ ଏମିତି କୌଣସି ଚିହ୍ନ ନଥିଲା ଯାହା ସେହିଠାରେ ମୃତ୍ୟୁ ହୋଇଥିବାକୁ ସନ୍ଦେହ କରାଯାଇପାରିବ। ଏହା ସମ୍ପୂର୍ଣ୍ଣ ହତ୍ୟା ବୋଲି ମାମୁଁ କହିଛନ୍ତି।

ମୗେସୁମୀ ଅଧିବେଶନରେ ବିରୋଧିଙ୍କ ହଟ୍ଟଗୋଳ, ଦିନ ୨ଟା ଯାଏଁ ଗୃହ ମୁଲତବି

ନୂଆଦିଲ୍ଲୀ: ସଂସଦର ମୗେସୁମୀ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ କରିଛନ୍ତି ବିରୋଧି । ଲୋକସଭାରେ କଂଗ୍ରେସ, ଟିଏମସି, ବିଏସପି ଏବଂ ଅକାଳୀ ଦଳ ସାଂସଦମାନେ ଦର ବୃଦ୍ଧି, କୃଷକ ଆନ୍ଦୋଳନ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଗୃହରେ ନାରାବାଜି କରିଥିଲେ। ପ୍ରବଳ ହଟ୍ଟଗୋଳ ଯୋଗୁଁ ଲୋକସଭାକୁ ଦିନ ୨ଟା ଯାଏଁ ମୁଲତବି କରାଯାଇଛି।

ସେହିପରି ଟ୍ରାଜେଡି କିଙ୍ଗ ଦିଲୀପ କୁମାର ଏବଂ  କିମ୍ବଦନ୍ତୀ ଧାବକ ମିଲଖା ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଯାହା ପରେ ରାଜ୍ୟସଭାକୁ ମଧ୍ୟ ଏକ ଘଣ୍ଟା ଲାଗି ସ୍ଥଗିତ କରିବାକୁ ପଡିଥିଲା।

ଲାେକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ସଦନରେ ନୂଆ ମନ୍ତ୍ରୀମାନଙ୍କୁ କଂଗ୍ରେସ ପରିଚିତ କରାଇଦେଲା ନାହିଁ । ୨୪ ବର୍ଷରେ ପ୍ରଥମ ଥର ପାଇଁ ଏଭଳି ଦେଖିଲି । ଆଜି ସଦନର ପରମ୍ପରାକୁ ଭଙ୍ଗା ଯାଇଛି ବୋଲି କହିଛନ୍ତି ସେ । ଏଥିସହିତ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ମନ୍ତ୍ରୀମାନଙ୍କୁ ପରିଚିତ କରାଉଥିବାବେଳେ ହୋହାଲ୍ଲା କରିଛନ୍ତି ବିରୋଧୀ । ସ୍ଥିତି ଏପରି ହୋଇଥିଲା ଯେ ପ୍ରଧାନମନ୍ତ୍ରୀ କିଛି କହିବାକୁ ସୁଯୋଗ ପାଇ ନଥିଲେ ।

ଉଲ୍ଲେଖଯୋଗ୍ୟ, ଏସମ୍ପର୍କରେ ଗତକାଲି ପ୍ରଧାନମନ୍ତ୍ରୀ କହିଥିଲେ ଯେ, କୌଣସି ବିତର୍କକୁ ସମ୍ମୁଖୀନ କରିବା ଲାଗି ସରକାର ପ୍ରସ୍ତୁତ । ସଂସଦରେ ୩୮ଟି ପ୍ରସ୍ତାବ ପଡ଼ିରହିଥିବା ବେଳେ ଏଥିରୁ ୯ଟି ପାରିତ କରିବାକୁ ସରକାର ଯୋଜନା କରିଛନ୍ତି । ଏଥିସହ ଆଉ ୧୭ଟି ପ୍ରସ୍ତାବ ଆଗତ ସହ ପାରିତ କରିପାରନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଜନସଂଖ୍ୟା ନିୟନ୍ତ୍ରଣ ଓ ୟୁନିଫର୍ମ ସିଭିଲ କୋଡ୍‌ ପ୍ରସଙ୍ଗ ଏଥର ସଂସଦକୁ ସରଗରମ କରିପାରେ । ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ । ଏଥର ମୋଟ ୧୯ଟି କାର୍ଯ୍ୟଦିବସ ରହିଛି । ଉଭୟ ଲୋକସଭା ଓ ରାଜ୍ୟସଭାର ଅଧିବେଶନ ସକାଳ ୧୧ରୁ ସନ୍ଧ୍ୟା ୬ ଯାଏଁ ଚାଲିବ ।

ଟିକା ନେଇ ସମସ୍ତେ ବାହୁବଳୀ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ସଂସଦର ମୗେସୁମୀ ଅଧିବେଶନ ସୋମବାର ଦିନଠାରୁ ଆରମ୍ଭ ହୋଇଛି । ଅଧିବେଶନର ଆରମ୍ଭରୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ବିରୋଧି ମାନେ ଜଟିଳ ରୁ ଅତି ଜଟିଳ ପ୍ରଶ୍ନ ପଚାରିକି ସରକାରଙ୍କୁ ଘେରି ଥିଲେ । ଏଥିସହିତ ସବୁ ପ୍ରଶ୍ନର ଜବାବ ଦେବାକୁ ସେମାନେ ସରକାରଙ୍କୁ ସୁଯୋଗ ମଧ୍ୟ ଦେଇଛନ୍ତି । ଯାହା ଦ୍ୱାରା ଜନତାଙ୍କ ପାଖରେ ସରକାରଙ୍କ ଆବାଜ ପହଞ୍ଚିପାରିବ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମୁଁ ଆଶା କରୁଛୁ ଯେ ସମସ୍ତେ ଗୋଟିଏ ଡୋଜ୍ ଭ୍ୟାକ୍ସିନ ନେଇଥିବେ । ସବୁ ସଦସ୍ୟ ଓ ଅନ୍ୟ ଲୋକମାନେ କରୋନା ପ୍ରୋଟୋକଲ୍ ପାଳନ କରନ୍ତୁ । ଟିକା ବାହୁରେ ଲାଗିଥାଏ, ଫଳରେ ଆପଣ ବାହୁବଳୀ ହୋଇଥାନ୍ତି । ଏବେ ଯାଏଁ ୪୦ କୋଟିରୁ ଅଧିକ ଜନତା କରୋନା ବିରୋଧରେ ବାହୁବଳୀ ହୋଇସାରିଛନ୍ତି ।

କରୋନା ସଂକ୍ରମଣ ଏବେ ପୂରା ଦୁନିଆକୁ ନିଜ କବଳରେ ରଖିଛି । ଏହି ମହାମାରୀକୁ ନେଇ ସଂସଦରେ ସାର୍ଥକ ଆଲୋଚନା ହେବା ଉଚିତ୍ ବୋଲି ମୋଦି କହିଛନ୍ତି । ଏନେଇ ବିରୋଧି ମାନେ ଯାହା ପରାମର୍ଶ ଦେବେ, ତାକୁ କରୋନା ବିରୋଧି ଲଢେଇରେ ଉପଯୋଗ କରାଯିବ ।

ଫ୍ଲୋର ଲିଡର୍ସ ମାନଙ୍କ ସହ ଏହି ମାମଲାରେ ଆଲୋଚନା କରାଯିବ, କାରଣ ଏହି ମାମଲାରେ ମୁଁ ସବୁ ଲୋକମାନଙ୍କ ସହ ଲଗାତାର ଚର୍ଚ୍ଚା କରୁଛି । ଦେଶର ଜନତା ଯେଉଁ ବିଷୟରେ ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି ସରକାର ସେସବୁର ଉତ୍ତର ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ସଂସଦର ମୗେସୁମୀ ଅଧିବେଶନରେ ବିରୋଧୀ ଦଳ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ପ୍ରସ୍ତୁତ ରହିଛି । ଯେଉଁଥିରେ କରୋନା ସଙ୍କଟ, ଦର ବୃଦ୍ଧି, ତୈଳ ଦରରେ ବୃଦ୍ଧି ଭଳି ଅନେକ ସମସ୍ୟା ରହିଛି ।

ଭୁବନେଶ୍ୱରର ୩ଟି ଜୋନ୍‌ରେ ଚାଲିଛି କରୋନା ନେଇ ଯାଞ୍ଚ, କରୋନା କମୁନଥିବାରୁ BMCର ଦୃଢ଼ ପଦକ୍ଷେପ

ଭୁବନେଶ୍ୱର: ବିଏମସି ନର୍ଥ ଜୋନ ପକ୍ଷରୁ ଆରମ୍ଭ ହେଲା ଯାଞ୍ଚ। ବିଭିନ୍ନ ସଂସ୍ଥା ଓ କାର୍ଯ୍ୟାଳୟରେ ସ୍କ୍ୱାଡ ପକ୍ଷରୁ ହୋଇଛି ଅତର୍କିତ ଯାଞ୍ଚ। ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାର ହେଉଛି କି ନାହିଁ ସେନେଇ ତଦାରଖ କରାଯାଉଛି। ଭୁବନେଶ୍ୱରରେ ସଂକ୍ରମଣ କାହିଁକି ହ୍ରାସ ପାଉନାହିଁ, ତାର କାରଣ ଖୋଜିବା ଆରମ୍ଭ କରିଛି ବିଏମସି। ସେପଟେ ବସ୍ତି ଅଞ୍ଚଳରେ ମଧ୍ୟ ଘରକୁ ଘର ବୁଲି ନିଆଯାଉଛି ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ। ଲକ୍ଷଣ ନଲୁଚାଇବାକୁ ଦିଆଯାଉଛି ପରାମର୍ଶ। ବିଏମସି କମିଶନର ସଞ୍ଜୟ ସିଂଙ୍କ ନିର୍ଦ୍ଦେଶ କ୍ରମେ ୩ଟି ଯାକ ଜୋନରେ ଜାରି ରହିଛି ଯାଞ୍ଚ ପ୍ରକ୍ରିୟା। ସରକାରୀ ହେଉ ଅଥବା ବେସରକାରୀ ଯେଉଁଠି କଟକଣାରେ ଖିଲାପ ହେଉଥିବା ନଜରକୁ ଆସିବ, ଏହି ସଂସ୍ଥାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ କରାଯିବ ।

ମୁଖ୍ୟ ଚିକିତ୍ସାଳୟରେ ଡୁପ୍ଲିକେଟ୍‌ ଏକ୍ସପାଏରୀ ଡେଟ୍‌ ଟ୍ୟାଗ୍‌ ଲଗାଯାଇ ଦିଆଯାଉଛି ଔେଷଧ

କନ୍ଧମାଳ: କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଞ୍ଚଲ୍ୟ। ଏକ୍ସପାଏରୀ ମେଡିସିନରେ ନୂଆ ଲେବଲ୍ ଲଗାଇ ଦିଆଯାଉଥିବା ସଙ୍ଗୀନ ଅଭିଯୋଗ। ସୂଚନା ଅନୁସାରେ ଗଲା ୧୭ ତାରିଖରେ ଫୁଲବାଣୀ ସଦର ମହକୁମା ଫୁଲବାଣୀ ସାହିର ଶୁଭଦର୍ଶିନୀ ବେହେରା ନାମକ ଜଣେ ମହିଳା ଅସୁସ୍ଥ ହୋଇଥିବାରୁ ତାଙ୍କ ସ୍ଵାମୀ ରଶ୍ମିରଞ୍ଜନ ସହ ଫୁଲବାଣୀ  ମୁଖ୍ୟଚିକିତ୍ସାଳୟକୁ ଯାଇଥିଲେ। ଚିକିତ୍ସା ପରେ ମେଡିକାଲରୁ ପ୍ରେସକ୍ରାଇବ ହୋଇଥିବା ମେଡିସିନ୍ ଖାଇଥିଲେ। ତାପରେ ଦେଖିବା ବେଳକୁ ମ୍ୟାନୁଫ୍ୟାକ୍ଚରିଂ ମାସ ୨୦୧୯ ଥିବା ବେଳେ ଏକ୍ସପାଏରୀ ମାସ ୨୦୨୧ରହିଛି।

ହେଲେ ଏହି ଏକ୍ସପାଏରୀ ଟ୍ୟାଗ୍‌ଟି ଛପା ଯାଇଥିବାଦେଖିବାକୁ ମିଳିଲା। ପ୍ରକୃତରେ ୨୦୧୮ରେ ମେଡିସିନ୍ ମ୍ୟାନୁଫ୍ୟାକ୍ଚର ହୋଇଥିବା ବେଳେ ୨୦୨୦ ହେଉଛି ଏକ୍ସପାଏରୀ ଡେଟ୍। ଏନେଇ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଯାଇଥିଲା। ତେବେ ଏକ୍ସପାଏରୀ ତାକୁ ଟେଷ୍ଟ ପାଇଁ ପଠାଯାଏ।  ଯଦି ତାହା ଠିକ୍ ଥାଏ ତ ପୁଣି ସେମାନେ ପଠାଇ ଦିଅନ୍ତି। ତେବେ ଏମିତି ଅନେକ ଜୀବନ ରକ୍ଷାକାରୀ ମେଡିସିନର ଏକ୍ସପାରି ପରେ କଣ ପୁଣି ବର୍ଷେ ଦୁଇ ବର୍ଷ ଡେଟ୍ ବଢେଇ ଦିଆଯାଏ ବୋଲି ସିଡିଏମଓ କହିଛନ୍ତି। ଏହାକୁ ନେଇ ସମସ୍ତେ ଶଙ୍କାରେ ଥିବା ବେଳେ ଏଫିକେସୀ ରିପୋର୍ଟ ନାଁରେ ଲୋକଙ୍କ ଜୀବନ ସହ ଖେଳୁ ନାହାଁନ୍ତି ତ ତାକୁ ନେଇ ଚିନ୍ତା ବଢିଛି ।

ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ସୌମ୍ୟଙ୍କ ମା’ ଦେଲେ ଚାଞ୍ଚଲ୍ୟକର ବୟାନ, କହିଲେ…

ସୋର: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ୬ଦିନ ବିତିଲା। ଏପର୍ଯ୍ୟନ୍ତ ଖିଅ ପାଉନି ପୋଲିସ। ବିଭିନ୍ନ ଦିଗକୁ ନେଇ ଚଳାଇଛି ତଦନ୍ତ। ଏହି ଘଟଣାରେ ଆଜି ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କ ପଚରାଉଚରା କରୁଛି ପୋଲିସ। ପାରଳାଖେମୁଣ୍ଡିରୁ ଆସିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ମୃତ ସୌମ୍ୟଙ୍କ ମା’ ଓ ମାମୁଙ୍କୁ ପଚରାଉଚରା କରିଛି। ବିଶେଷ କରି ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ତଥ୍ୟ ସଂଗ୍ରହ କରୁଛି ପୋଲିସ। ପଚରାଉଚରା ବେଳେ, ପୋଲିସ ଆଗରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ସୌମ୍ୟଙ୍କ ମା’।

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା ବୋଲି କହିଛନ୍ତି ସୌମ୍ୟଙ୍କ ମା’। ଏପରିକି ଝଗଡା ପରେ ବିଦ୍ୟାଭାରତୀ ହାତରୁ ଚୁଡି ଭାଙ୍ଗି ଘରୁ ପଳାଇଥିଲେ । ବହୁ ଖୋଜା ଖୋଜି କରିବା ପରେ ବିଦ୍ୟାଭାରତୀଙ୍କୁ ଡିଏଫଓଙ୍କ ଘରୁ ପାଇଥିଲେ ବୋଲି କହିଛନ୍ତି ସୌମ୍ୟଙ୍କ ମା’ । ଏସବୁ ଦିଗକୁ ନେଇ ତଥ୍ୟ ସଂଗ୍ରହ କରୁଛି ପୋଲିସ । ଏହାପରେ କପ୍ତିପଦା ଯାଇ ବିଦ୍ୟା ଭାରତୀ ବାପା ଓ ପରିବାର ଲୋକଙ୍କୁ ପଚରାଉଚରା କରିବ ପୋଲିସ । ଗତକାଲି ସୌମ୍ୟରଞ୍ଜନଙ୍କ ଡ୍ୟୁଟି ସମ୍ପର୍କିତ ଦସ୍ତାବିଜ ନେଇ ଯାଞ୍ଚ ପାଇଁ ଉଦ୍ୟମ କରିଥିଲେ।

ଏହି ସମୟରେ କାର୍ଯ୍ୟାଳୟରେ ଉପସ୍ଥିତ ସହକାରୀ ବନ ସଂରକ୍ଷକ ଗୈାରୀପ୍ରସାଦ ରଥଙ୍କୁ ତାଙ୍କ ଲଗ୍ ବୁକ୍, ଆଟେଣ୍ଡାନ୍‌ସ ଏବଂ ଟୁର ଡାଏରି ସହ ଅନ୍ୟାନ୍ୟ ଦସ୍ତାବିଜ ମାଗିଥିଲେ। ତେବେ ସେ ଏସବୁ ଦେବା ପାଇଁ ସମୟ ମାଗିଥିଲେ। ଫଳରେ ସେଠାରୁ ଖାଲି ହାତରେ ଫେରିଥିଲା ପୋଲିସ। ଅଫିସ୍‌ କାମ ଆଳ ଦେଖାଇ ସୌମ୍ୟରଂଜନଙ୍କୁ ରାତି ଡ୍ୟୁଟି ଦିଆ ଯାଉଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଡିଏଫଓ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ଅନୈତିକ ସଂପର୍କ ଥିବା ଓ ଏଥିରେ ରୋଷେୟା ସହଯୋଗ କରୁଥିବା ଅଭିଯୋଗ ହୋଇଛି। ଏପର୍ଯ୍ୟନ୍ତ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ବିଦ୍ୟାଭାରତୀଙ୍କ ବୟାନ ରେକର୍ଡ କରିପାରିନି ପୋଲିସ। କେବଳ ରୋଷେୟାକୁ ଜେରା ହୋଇଛି।

ବିନା ମନ୍ତ୍ରରେ ବିବାହ, ସମ୍ବିଧାନର ଶପଥ ନେଲେ ବର-କନ୍ୟା

ଭୋପାଳ: ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଆବଦ୍ଧ ହେଲେ ବର କନ୍ୟା। ବାହାଘରରେ ଶୁଣିବାକୁ ମିଳିନଥିଲା ମନ୍ତ୍ର ଧ୍ୱନି କି ନଥିଲେ ପଣ୍ଡିତ । ବାବା ସାହେବ ଆମ୍ବେଦକରଙ୍କ ଫଟୋକୁ ସାକ୍ଷୀ ରଖି ଦୁହେଁ ପରସ୍ପରକୁ ବରମାଳା ପିନ୍ଧାଇଛନ୍ତି । ମଧ୍ୟପ୍ରଦେଶର ସିହାେରରେ ଏଭଳି ନିଆରା ବାହାଘର ଦେଖିବାକୁ ମିଳୁଛି ।

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ସିହାେରରେ ମାଲବୀୟ ସମାଜର ଗ୍ରାମ ମୁଲ୍ଲାନୀରେ ରହୁଥିବା ଦୀପକ ମାଲବୀୟଙ୍କ ବାହାଘର ଶାଜାପୁରର ଲସୁଡିଆ ଗୌରୀ ବାସିନ୍ଦା ଆରତୀ ମାଲବୀୟଙ୍କ ସହ ହୋଇଛି। ଏହି ବାହାଘରରେ ମନ୍ତ୍ର ବଦଳରେ ସମ୍ବିଧାନର ପ୍ରସ୍ତାବନା ଶୁଣିବାକୁ ମିଳିଥିଲା ।

 

ବର-ବଧୂ ପ୍ରଥମେ ସମ୍ବିଧାନ ନିର୍ମାତା ଡ. ବାବା ସାହେବ ଆମ୍ବେଦକରଙ୍କ ଫଟୋ ଉପରେ ମାଲ୍ୟାପର୍ଣ କରିଥିଲେ । ଏହା ପରେ ପରସ୍ପରକୁ ବରମାଳା ପିନ୍ଧାଇବା ସହ ସମ୍ବିଧାନର ପ୍ରସ୍ତାବନାର ଶପଥ ନେଇଥିଲେ । ଏପରିକି ଆମ୍ବେଦକରଙ୍କ ଫଟୋ ଚାରିପଟେ ବୁଲି ବୈବାହିକ ନୀତି ସମ୍ପନ୍ନ କରିଥିଲେ ।

ଏହି ଅବସରରେ ଉପସ୍ଥିତ ପ୍ରିୟଜନ ସେମାନଙ୍କୁ ଆଶିର୍ବାଦ ଦେଇଥିଲେ । ଏହି ବିବାହ ନଦୀ ଚୗେରାହା ସ୍ଥିତ ମାଲବୀୟ ସମାଜର ମନ୍ଦିରରେ ହୋଇଛି । ସାମାଜିକ ଦୂରତା ସହ କୋଭିଡ କଟକଣାରେ ଏହି ବିବାହ ସମ୍ପନ୍ନ ହୋଇଥିବା ଜଣାପଡିଛି।

ଏନେଇ ଦୀପକ କହିଛନ୍ତି ଯେ, ଆମେ ଆମ୍ବେଦକରଙ୍କ ଫଟୋ ଚାରିପଟେ ବୁଲି ବିବାହ କରିଛୁ, ଯେଉଁଥିପାଇଁ ଆମେ ଗର୍ବିତ ।

ତୃତୀୟ ଲହର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ଟେଷ୍ଟିଂ ଟ୍ରେସିଂ ଓ ଟିକାକରଣକୁ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣର ଗ୍ରାଫ୍‌ ତଳମୁହାଁ ହୋଇଛି। ଆକଳନ ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। କେସ ଲୋଡ୍ ଓ ସଂକ୍ରମଣ ହାରରେ ଆସୁଛି ଉନ୍ନତି। କିଛି ଜିଲ୍ଲାରେ ସଂକ୍ରମଣ ଏବେ  ପ୍ଲାଟୋ ଷ୍ଟେଜରେ ରହିଛି। ତେବେ ଏଥିପାଇଁ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ଏହା ସହ ତୃତୀୟ ଲହର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଟେଷ୍ଟିଂ, ଟ୍ରେସିଂ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ଟେଷ୍ଟିଂ ପାଇଁ ଲାବରେଟୋରୀ ବଢ଼ାଯାଉଛି। ସ୍ୱାସ୍ଥ୍ୟ ଭିତ୍ତିଭୂମି ଯାହା ରହିଛି, ତାକୁ ତ୍ୱରାନ୍ୱିତ କରି ତୃତୀୟ ଲହରର ମୁକାବିଲା କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ବକରି ଇଦ୍‌ ପାଇଁ ୧୧ ଲକ୍ଷ ଟଙ୍କାରେ ଡିଲ ହେଲା ସୁନ୍ଦରିଆ ଛେଳି, ଦେଖିଲେ କେଡ଼େ ସୁନ୍ଦର ହୋଇଛି

ଭୁବନେଶ୍ୱର: ଆଗକୁ ଆସୁଛି ମୁସଲିଲ ଧର୍ମର ବକରି ଇଦ୍‌ ପର୍ବ। ବକରି ଇଦ୍‌ ପାଇଁ ୧୧ ଲକ୍ଷରେ ଡିଲ ହୋଇଛି ଛେଳି। ସାଧାରଣରେ ଛେଳିର ଏତେ ଦାମ ସମସ୍ତଙ୍କୁ ଆକର୍ଶଣ କରିଛି। ଏହି ୧୧ ଲକ୍ଷର ଦାମି ଛେଳିଟି ହେଉଛି ଗୁଜୁରାଟ ସୁରତର।

ବକରି ଇଦରେ ଛେଳିକୁ କୁରବାନି ଦେବାର ପ୍ରଥା ରହିଥିବାରୁ ସେହିଦିତ ମୁସଲିମ ଭାଇମାନେ ଭଲ ଭଲ ହୃଷ୍ଟପୃଷ୍ଟ ଛେଳିକୁ କୁରବାନି ଦେଇଥାନ୍ତି। ଛେଳିଟିର ନାମ ଜେମିତି ତାର ସୁନ୍ଦରତା ମଧ୍ୟ ସେମିତି। ଛେଳିର ନାଁ ହେଉଛି ତୈମୁର। ତୈମୁରର ଓଜନ ୧୯୨ କେଜି ରହିଥିବା ବେଳେ ତାହାର ଉଚ୍ଚତା ୪୬ ଇଞ୍ଚ ରହିଛି। ପଞ୍ଜାବି ପ୍ରଜାତିର ଛେଳି ହେଉଛି ତୈମୁର।

ଚେଳିଟର ବୟସ ହେବ ୨ ବର୍ଷ ୭ ମାସ। ଏତେ ସୁନ୍ଦର ହୋଇଛିଯେ ତାକୁ କାଟି ଖାଇବାକୁ ମନ ବଳାଇବନି। ସୁରତରେ ଆକର୍ଶଣ ପାଲଟିଛି ଛେଳି ତୈମୁର। ସୁରତ ନାନପୁରରେ ରୁଥିବା ଜବର ଭାଇ ଏହାକୁ କିଣିଛନ୍ତି। ଛେଳିଟି ଏବେ କେଜୁ ବାଦାମ ସହ ୪ ଲିଟର କ୍ଷିର ପିଉଛି।

ସ୍ତ୍ରୀର ସନ୍ଦେହଜନକ ମୃତ୍ୟୁ ପରେ ଥାନାରେ ଅଟକ ସ୍ୱାମୀ, ସେପଟେ ଭୋକ ଉପାସରେ ଦିନ କାଟୁଛନ୍ତି ୩ ଶିଶୁ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସୁଭଦ୍ରାପୁର ମୁଣ୍ଡା ସାହିରେ ଅଘଟଣ। ସ୍ତ୍ରୀର ମୃତ୍ୟୁ ପରେ ଥାନାରେ ଅଟକ ରହିଛି ସ୍ୱାମୀ। ପଚରାପଚରି ପାଇଁ ଅଟକ ରହିଛି ସ୍ୱାମୀ। ଏହା ମୃତ୍ୟୁ ନା ହତ୍ୟା ଏ ସମ୍ପର୍କରେ ସମ୍ପୂର୍ଣ୍ଣ ତଦନ୍ତ ପରେ ଜଣାପଡ଼ିବ। ତେବେ ମାର ମୃତ୍ୟୁ ଓ ବାପା ଥାନାରେ ଅଟକ ଥିବାରୁ ଅସହାୟ ଅବସ୍ଥାରେ ୩ ଜଣ ଶିଶୁ।

 

୩ ଜଣ ଶିଶୁଙ୍କ ସୁରକ୍ଷା ପାଇଁ ପ୍ରଶାସନକୁ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ରବି ମୁଣ୍ଡା ସ୍ତ୍ରୀଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିଲା। ବିଳମ୍ବିତ ରାତିରେ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇବା ସହ ସ୍ୱାମୀକୁ ଥାନାରେ ଅଟକ ରଖାଯାଇଛି।