spot_img
Home Blog Page 5398

ଦିଅଁ ଦର୍ଶନରୁ ବଞ୍ଚିତ ଭକ୍ତ: ରଥ ଚଢ଼ି ଫଟୋ ଉଠାଇଲେ

ବିନା ଭକ୍ତରେ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ହେଲେ ବଡ଼ଠାକୁରଙ୍କ ରଥରେ ୨ଯୁବକଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଦୁଇ ଯୁବକ ସେଲଫି ନେଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଦୁଇଜଣ ସେବାୟତ ନା ଅଣ ସେବାୟତ ତାହା ସ୍ପଷ୍ଟ ହୋଇନଥିବାବେଳେ ଏହି ଦୁଇଜଣ ତାଙ୍କ ସୋସିଆଲ ସାଇଡରେ ଏହିପରି ଫଟୋ ଉଠାଇ ନିଜକୁ ଧନ୍ୟ ମନେ କରିଥିବା ଲେଖିଛନ୍ତି ।

ଯଦି ସେବାୟତ ହୋଇଥାନ୍ତେ ତାହାହେଲେ ଏହି ଲେଖା ହୋଇନଥାନ୍ତା । ସେମାନେ ବଳଭଦ୍ରଙ୍କ ସିଂହାସନରେ ବସି ଦୁଇଜଣ ଫଟୋ ଉଠାଇଛନ୍ତି । ଦୁଇଜଣ ମାସ୍କ ପିନ୍ଧିଛନ୍ତି ତେଣୁ ଏହା ଚଳିତ ବର୍ଷର ବୋଲି ଅନୁମାନ କରିହେଉଛି । ବର୍ତ୍ତମାନର କଟକଣା ଯୋଗୁଁ ସାଧାରଣ ଭକ୍ତ ରଥ ସ୍ପର୍ଶ କରିପାରୁନଥିବା ବେଳେ କେମିତି ରଥ ଉପରେ ଚଢି ସେଲଫି ନେଲେ ଦୁଇ ଯୁବକ ଏ ନେଇ ପ୍ରଶ୍ନ ଉଠିଛି । ଏଥିସହିତ ଏଭଳି ଘଟଣା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି ।

 

କେନ୍ଦ୍ର ସରକାରଙ୍କ ଚାଷୀ ମାରଣା ନୀତି ବିରୋଧରେ ସୁବର୍ଣ୍ଣପୁର ଜିଲ୍ଲା ମହିଳା ବିଜେଡିର ବିକ୍ଷୋଭ: ଧାନ କିଣା ବକେୟା ଟଙ୍କା ଦେବାକୁ ଦାବି

ସୁବର୍ଣ୍ଣପୁର: କେନ୍ଦ୍ର ସରକାରଙ୍କ ଚାଷୀ ମାରଣା ନୀତି ବିରୋଧରେ ଜିଲ୍ଲା ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଡଙ୍ଗୁରିପାଲ୍ଲୀ ଏଫସିଆଇ ଗୋଦାମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ବିଜେଡି ଜିଲ୍ଲା ମହିଳା ସଭାପତି ପଦ୍ମିନୀ ବଘାରଙ୍କ ନେତୃତ୍ୱରେ ମହିଳାମାନେ ପ୍ରଥମେ ଡଙ୍ଗୁରିପାଲ୍ଲୀ ଏଫ୍‌ସିଆଇ ଛକରୁ ଏକ ଶୋଭାଯାତ୍ରାରେ ବାହାରି  କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର ସ୍ଳୋଗାନ୍ ଦେଇ ସହର ପରିକ୍ରମା କରିଥିଲେ । ପରେ ପରେ ଏଫସିଆଇ ସମ୍ମୁଖରେ ଧାରଣା ଦେଇଥିଲେ । ଏହି ଧାରଣାରେ ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ, ଜିଲ୍ଲା ଉପ ସଭାପତି ରମେଶ ପୁଝାରୀ, ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ, ଡୁଙ୍ଗୁରିପାଲ୍ଲି ବ୍ଲକ ଅଦ୍ଧ୍ୟକ୍ଷ ମକରଧ୍ୱଜ ସାହୁଙ୍କ ସମେତ ଜିଲ୍ଲା ବିଜେଡି ଯୁବ ମୋର୍ଚ୍ଚା, ଛାତ୍ର ସଂଘ ସହିତ ଶତାଧିକ କର୍ମୀ ସାମିଲ ହୋଇଥିଲେ । ଚାଷୀମାନଙ୍କ ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ବିଜେଡି କର୍ମୀମାନେ ।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ୨୦ଲକ୍ଷ ମେଟ୍ରିକ ଟନରୁ ୭ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଏବେବି ଅଛି । ଏହି ୭ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ କେନ୍ଦ୍ର ସରକାର କେବେ ନେବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ ହୋଇନାହିଁ । ୨୦୧୧ ମସିହା ଠାରୁ ଓଡିଶା ଚାଉଳରେ ବଳକା ରାଜ୍ୟ ହୋଇପାରିଛି । କୃଷି ନୀତି, ଆଧୁନିକ ଯନ୍ତ୍ରପାତି, ଅମଳ କ୍ଷମ ବିହନ ଏହି ସବୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଧାନକିଣା ପ୍ରକ୍ରିୟା ୨୦୦୩-୨୦୦୪ରୁ ଓଡ଼ିଶା ସରକାର ସୁରୁଖୁରୁରେ ଚଳାଇ ଆସିଛନ୍ତି । ଡିଜିଟାଇଜେସନ, ମଣ୍ଡି, ଡିବିଟି ବ୍ୟବସ୍ଥା ହୋଇଛି । ଓଡିଶା ସରକାର ଋଣ ଆଣି ଧାନ କିଣନ୍ତି ଓ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଅର୍ଥ ଦିଅନ୍ତି । ଧାନ କିଣା ସରିବା ପରେ ଗତ ବର୍ଷର ୬ ହଜାର୫୭୦ କୋଟି ଟଙ୍କା କେନ୍ଦ୍ର ସରକାର ଦେଇନାହାନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟର ୪ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ

 

୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୪୨ ହଜାର ୧୫ ଆକ୍ରାନ୍ତ

ନୂଆଦିଲ୍ଲୀ:   ପୁଣି ଦେଶରେ ବଢ଼ିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୪୨ ହଜାର ୧୫ ଆକ୍ରାନ୍ତ । ଏହା ସହିତ ଦେଶର କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୩୯୯୮କୁ ବୃଦ୍ଧି ପାଇଛି । ଗତ ପ୍ରାୟ ଏକ ମାସ ହେବ ଦୈନିକ ପଜିଟିଭିଟି ହାର ୩ ପ୍ରତିଶତ ତଳେ ରହିଛି ।

Corona Lambda Variant Is More Dangerous Than Delta Malaysia Warns

ସେହିପରି ଆଉ ୩ହଜାର ୯୯୮ ଜଣଙ୍କ ଜୀବନ ନେଇଛି ମହାମାରୀ । ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୩୬ ହଜାର ୯୭୭ଜଣ କରୋନା ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା କରୋନାରେ ୩ କୋଟି ୧୨ ଲକ୍ଷ ୧୬ ହଜାର ୩୩୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ, ସୁସ୍ଥ ହେଲେଣି ୩ କୋଟି ୩ ଲକ୍ଷ ୯୦ ହଜାର ୭୬୮୭ ଜଣ ।

ସେହିପରି ଆକ୍ଟିଭ୍ କେସ୍ ରହିଛି ୪ ଲକ୍ଷ ୭ ହଜାର ୧୭୦ ଜଣ । ମହାମାରୀ କରୋନରେ ସାରା ଦେଶରେ ପ୍ରାଣ ହରାଇଲେଣି ୪ ଲକ୍ଷ ୧୮ ହଜାର ୪୮୦ ଜଣ ।

କୋଭିଡରୁ ସାମାନ୍ୟ ଆଶ୍ୱସ୍ତି ପାଇଁ   ସାରା ଦେଶରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି ।

ସୀମା ପାର କରି ୧୦ କ୍ଟିଣ୍ଟାଲ ହେରୋଇନ୍‌ ଜାଳିଦେଲା ପାକିସ୍ତାନ, ଗନ୍ଧରେ ବେହାଲ ଭାରତୀୟ ଗାଁ

ଚଣ୍ଡିଗଡ଼: ଅମୃତସରକୁ ଲାଗି ରହିଥିବା ପାକିସ୍ତାନର ସୀମାରେ ପାକିସ୍ତାନୀ ଅଧିକାରୀ ପ୍ରାୟ ୧୦ କ୍ୱିଣ୍ଟାଲ ହେରୋଇନ୍‌ଏବଂ ଅନ୍ୟ ମାଦକ ସାମଗ୍ରୀକୁ ଖୁଲମଖୁଲା ଜାଳିଛନ୍ତି । ଯେଉଁଥିପାଇଁ ଆକାଶ ଧୂଆଁମୟ ହୋଇଯାଇଛି ଏବଂ ଏହାର ଗନ୍ଧ ଭାରତୀୟ ସୀମାବର୍ତ୍ତୀ ଅଞ୍ଚଳ ଉପରେ ପ୍ରଭାବ ପକାଇଛି । ଗଣମାଧ୍ୟମ ଖବର ଅନୁସାରେ ଇଣ୍ଟିଗ୍ରେଟେଡ୍‌ଚେକ୍‌ପୋଷ୍ଟ ଜିରୋ ଲାଇନରୁ ୮୦୦ ମିଟର ଦୂରରେ କାର୍ଗୋ ରହିଛି । ଯେଉଁଠାରେ ରାତି ୧୧ଟାରେ କଡ଼ାକଡ଼ି ଯାଞ୍ଚ୍‌କରାଯାଉଥିଲା ।


ସୂଚନାଯୋଗ୍ୟ ସାଧାରଣତଃ କଷ୍ଟମ ଡେ’ରେ ମାଦକ ପଦାର୍ଥକୁ ଜଳାଯାଏ । କିନ୍ତୁ ଏହା ପୂର୍ବରୁ ହିଁ ଭରି ପଡ଼ିଥିଲା ପାକିସ୍ତାନର ଗୋଦାମ । ଯେଉଁ ମାଦକ ଦ୍ରବ୍ୟ ଭାରତକୁ ଆସିଥାନ୍ତା । କିନ୍ତୁ ସୀମାରେ ଯାଞ୍ଚ୍‌କଡ଼ାକଡ଼ି ଥିବାରୁ ଏହା ଭାରତରେ ପହଞ୍ଚି ପାରିନଥିଲା ।

ପାକିସ୍ତାନରୁ ହେରୋଇନ୍‌ବା ଅନ୍ୟ ମାଦକ ଦ୍ରବ୍ୟର ଚାଲଣ ପାଇଁ ନୂଆ ନୂଆ ପଦ୍ଧତି ବ୍ୟବହାର କରାଯାଏ । ମାଦକ ଦ୍ରବ୍ୟ ଚାଲଣ ପାଇଁ ଛୋଟ ଛୋଟ ପ୍ୟାକେଟ୍‌ତିଆରି କରାଯାଏ । ଏହାକୁ ପାଇପରେ ରଖି ଭାରତ ସୀମାରେ ପାର କରାଯାଏ । କେବେ କେବେ ସୀମାରେ ନିୟୋଜିତ ଯବାନଙ୍କୁ ଏହାର ଖୋଜ୍‌ଖବର ମିଳେନାହିଁ ।

ଜଳବାୟୁ ବଦଳିବାର ଖୁବ୍‌ଫାଇଦା ଉଠାନ୍ତି ପାକିସ୍ତାନୀ ଚୋରାଚାଲଣକାରୀ । ବର୍ଷାଦିନେ ଆକାଶ ମେଘୁଆ ହୋଇଯିବାପରେ ରାତିରେ ଏହାର ଖୁବ୍‌ଫାଇଦା ଉଠାନ୍ତି ଏମାନେ ।

 

ରାଜ୍ୟରେ ଆଉ ୧ହଜାର ୯୨୭ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧ହଜାର ୯୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬୯ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର ଭାଇରସ୍ । ରାଜ୍ୟରେ ଏଯାଏଁ ମୋଟ୍‌ ୫ହଜାର ୨୪୧ ସଂକ୍ରମିତଙ୍କ ଜୀବନ ନେଲାଣି କରୋନା । ୨୪ ଘଣ୍ଟାରେ ୨୩ଶହ୪୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ହଜାରେ ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୮୧୨ ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୪୯୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୪୮, ଯାଜପୁରରୁ ୧୨୩, ବାଲେଶ୍ବରରୁ ୧୧୧, ପୁରୀରୁ ୧୦୩, ଷ୍ଟେଟପୁଲରୁ ଶହେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୯୧, ମୟୂରଭଞ୍ଜରୁ ୯୦, ଢେଙ୍କାନାଳରୁ ୭୫, କେନ୍ଦ୍ରାପଡାରୁ ୭୩, ନୟାଗଡ଼ରୁ ୬୪, ଅନୁଗୁଳରୁ ୫୫, ସୁନ୍ଦରଗଡ଼ରୁ ୩୮, ସମ୍ବଲପୁରରୁ ୩୩, କେନ୍ଦୁଝରରରୁ ୩୨, ବରଗଡ଼ରୁ ୨୭, ରାୟଗଡ଼ାରୁ ୨୨, ଭଦ୍ରକରୁ ୧୯, କନ୍ଧମାଳ ଓ ମାଲକାନଗିରିରୁ ୧୮ଜଣ ଲେଖାଏଁ, ନବରଙ୍ଗପୁରରୁ ୧୫, ବଲାଙ୍ଗୀରରୁ ୧୧, ଗଞ୍ଜାମରୁ ୧୦, ଝାରସୁଗୁଡା, କୋରାପୁଟ ଓ ସୋନପୁରରୁ ୮ଜଣ ଲେଖାଏଁ, ବୌଦ୍ଧ ଓ କଳାହାଣ୍ଡିରୁ ୭ଜଣ ଲେଖାଏଁ, ଦେବଗଡ଼ରୁ ୬, ନୂଆପଡାରୁ ୫, ଗଜପତିରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୫୯ହଜାର ୯୮୬ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୯ଲକ୍ଷ୩୫ହଜାର ୭, ଆକ୍ଟିଭ କେସ୍ ରହିଛି ୧୯ହଜାର ୬୮୫ ରହିଛି ।

ଏଥିସହିତ ପଢ଼ନ୍ତୁ: ଚତୁର୍ଥ ଜାତୀୟ ସେରୋ ସର୍ଭେ ରିପୋର୍ଟ: ୪୫-୬୦ବର୍ଗର ଲୋକଙ୍କ ଠାରେ ଅଧିକ ଆଣ୍ଟିବଡି ବିକଶିତ

ଛୁଟିରେ ଆସି ସ୍ତ୍ରୀକୁ ପିଟିପିଟି ମାରିଦେଲେ ସେନା ଯବାନ

ଢେଙ୍କାନାଳ: ଆର୍ମି ଯବାନଙ୍କ ଉନ୍ମତ୍ତକାଣ୍ଡ । ଛୁଟିରେ ଆସି ସ୍ତ୍ରୀକୁ ବାଡେଇ ବାଡେଇ ହତ୍ୟା ଅଭିଯୋଗ । ହତ୍ୟା ପରେ ଟାଉନ ଥାନାରେ ସରେଣ୍ଡର କଲା ହତ୍ୟାକାରୀ ସ୍ୱାମୀ । ଶ୍ୱଶୁରଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମାରି କାନ ଫଟାଇଲେ ଯବାନ । ଘଟଣା ଘଟିଛି  ଢେଙ୍କାନାଳ ବାଜିଚୌକିରେ  । ସ୍ଥଳସେନା କାମ କରୁଥିବା ସତ୍ୟଜିତ ମହାଳିକ ଛୁଟି ନେଇ ଗାଁକୁ ଆସିଥିଲେ । କୌଣସି କାରଣକୁ ନେଇ ସ୍ତ୍ରୀ ମମତା ମହାଳିକଙ୍କୁ ପିଟିପିଟ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଏଥିସହିତ ପଢ଼ନ୍ତୁ: ଚତୁର୍ଥ ଜାତୀୟ ସେରୋ ସର୍ଭେ ରିପୋର୍ଟ: ୪୫-୬୦ବର୍ଗର ଲୋକଙ୍କ ଠାରେ ଅଧିକ ଆଣ୍ଟିବଡି ବିକଶିତ

 

ପେଗାସସ୍‌ ମାମଲା: ଅଭିଯୋଗକୁ ଖଣ୍ଡନ କଲା ଇସ୍ରାଏଲୀ ଟେକ୍ନୋଲୋଜି  ଫାର୍ମ ଏନଏସଓ ଗ୍ରୁପ

ନୂଆଦିଲ୍ଲୀ: ପେଗାସସ ଝଡ ଜାରି ରହିଥିବା ବେଳେ ଇସ୍ରାଏଲୀ ଟେକ୍ନୋଲେଜି  ଫାର୍ମ ଏନଏସଓ ଗ୍ରୁପ ଏସବୁକୁ ଅସ୍ୱୀକାର କରିଛି । ଏନଏସଓ ଗ୍ରୁପ ଅନୁସାରେ ଯେଉଁ ସଫ୍ୱଓ୍ୱେରରେ କିଛି ଭାରତୀୟ ନେତା, ସାମ୍ବାଦିକ, ମନ୍ତ୍ରୀ, ବିଚାରପତିଙ୍କ ଫୋନ ନମ୍ବରକୁ ଟାର୍ଗେଟ କରାଯାଇଛି ବୋଲି ଅଭିଯୋଗ ଆସୁଛି, ସେହି ସଫ୍ୱଓ୍ୱେର ଆମର ନୁହେଁ ।

ଆମ ସଫ୍ୱଓ୍ୱେର ଦ୍ୱାରା ପୂର୍ବରୁ ବି କେବେ କାହାକୁ ଟାର୍ଗେଟ କରାଯାଇ ନଥିଲା । କମ୍ପାନୀର ମୁଖପାତ୍ର କହିଛନ୍ତିଯେ, ପ୍ୟାରିସ ସ୍ଥିତ ସଂଗଠନ ଫରବିଡେନ ଷ୍ଟୋରିଜ ପକ୍ଷରୁ ପ୍ରକାଶିତ ନାମ ତାଲିକା ସହ କମ୍ପାନୀ ସ୍ପାଇ ଓ୍ୱେୟାରର କୌଣସି ସମ୍ପର୍କ ନାହିଁ । ଆମେନଷ୍ଟି ଇଣ୍ଟରନ୍ୟାସନାଲ ସହ କାର୍ଯ୍ୟ କରୁଥିବା ଏହି ସଂସ୍ଥା 50 ହଜାର ଫୋନର ଯେଉଁ ଡାଟାବେସ ପ୍ରସ୍ତୁତ ବୋଲି କୁହାଯାଉଛି ତାହା ସହ ସ୍ପାଇଓ୍ୱେୟାରର କୌଣସି ସମ୍ପର୍କ ନାହିଁ ।

ଏହି ଫୋନ ନମ୍ବର ଗୁଡିକ ସହ ଏନଏସଓ ଗ୍ରୁପର ସମ୍ପର୍କ ନାହିଁ ବା କେବେ ଟାର୍ଗେଟରେ ନଥିଲା । କୌଣସି ନମ୍ବରର ଗୋପନୀୟତାକୁ ଟାର୍ଗେଟ କରିବାକୁ କେବେ ବି କମ୍ପାନୀ ଚେଷ୍ଟା ବି କରିନାହିଁ । ଯଦି ଏହାର ପ୍ରଯୁକ୍ତିକୁ ଅପବ୍ୟବହାର କରାଯାଇଥାଏ ଏବଂ ସ୍ପଷ୍ଟ ପ୍ରମାଣ ମିଳେ ତେବେ ଏହାର ସବିଶେଷ ତଦନ୍ତ କରିବେ କମ୍ପାନୀ କର୍ତ୍ତୃପକ୍ଷ ।

 ସୂଚନାଯୋଗ୍ୟ ଗତ ସୋମବାର 300ରୁ ଅଧିକ ଭାରତୀୟ ନେତା, ମନ୍ତ୍ରୀ, ସାମ୍ବାଦିକ, ବିଚାରପତି ଆଦିଙ୍କ ଫୋନ ହ୍ୟାକ କରାଯ଼ାଇଛି ବୋଲି ଖବର ପ୍ରକାଶ ପାଇବା ପରେ ଦେଶବ୍ୟାପୀ ଝଡ ସୃଷ୍ଟି ହୋଇଥିଲା ।

ଚତୁର୍ଥ ଜାତୀୟ ସେରୋ ସର୍ଭେ ରିପୋର୍ଟ: ୪୫-୬୦ବର୍ଗର ଲୋକଙ୍କ ଠାରେ ଅଧିକ ଆଣ୍ଟିବଡି ବିକଶିତ

ନୂଆଦିଲ୍ଲୀ: ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୬୭.୬ ପ୍ରତିଶତ ଲୋକଙ୍କ ନିକଟରେ କୋଭିଡ-19 ବିରୋଧରେ ଆଣ୍ଟିବଡ଼ି ବିକଶିତ ହୋଇଛି ।  ତଥାପି ବିପଦର ବଳୟ ଭିତରେ ୪୦ କୋଟି ଲୋକ ଥିବା ଚତୁର୍ଥ ଜାତୀୟ ସେରୋ ସର୍ଭେ ରିପୋର୍ଟରେ ଉଲ୍ଲେଖ । । ତେବେ ଆଶ୍ଚର୍ଯଜନକ କଥା ଏହା ଯେ, ଆସିଏମ୍‌ଆରର ସେରେ ସର୍ଭେ ରିପୋର୍ଟ ଅନୁଯାୟୀ ୪୫-୬୦ ବୟସ୍କଙ୍କ ମଧ୍ୟରେ ଅଧିକ ଆଣ୍ଟିବଡି ବିକଶିତ ହୋଇଛି । ଯାହା ୧୮-୪୪ ବର୍ଷ ବର୍ଗଙ୍କ ଠାରୁ ଅଧିକ ।

୬ରୁ ୧୭ ବର୍ଷ ଭିତରେ ୫୦ ପ୍ରତିଶତ ପିଲା ସଂକ୍ରମିତ ହୋଇସାରିଛନ୍ତି ବୋଲି ସେରୋ ସର୍ଭେ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସେମାନଙ୍କର ଆଣ୍ଟିବଡି ବୃଦ୍ଧି ହୋଇଛି । ୪୫ରୁ ୬୦ ବର୍ଷ ବୟସ୍କ ଭିତରେ ୭୭.୬ ପ୍ରତିଶତ ଲୋକଙ୍କର ଆଣ୍ଟିବଡି ବୃଦ୍ଧି ହୋଇଛି । ସେହିଭଳି ୭୬ ପ୍ରତିଶତ ୬୦ ବର୍ଷରୁ ଅଧିକ ଲୋକଙ୍କର ଆଣ୍ଟିବଡ଼ି ବୃଦ୍ଧି ହୋଇଛି । ପ୍ରାକୃତିକ ଉପାୟରେ କରୋନା ଆଣ୍ଟିବଡ଼ି ସୃଷ୍ଟି ହେଉଥିବା ଲୋକମାନେ ଅଧିକ ସୁରକ୍ଷିତ । ICMR ପକ୍ଷରୁ କରାଯାଇଥିବା ସେରୋସର୍ଭେରୁ ଏହା ଜଣାପଡ଼ିଛି । କରୋନାର ପ୍ରଥମ ଲହରରେ ଯେଉଁ ବ୍ୟକ୍ତିଙ୍କର ସେରୋ ସର୍ଭେ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ୨ହଜାର ୨୩୮ ଜଣ ପୁନଃ ସଂକ୍ରମିତ ନେଇ ଆଉ ଏକ ସର୍ଭେ କରାଯାଇଥିଲା । ଏଥିରୁ ଜଣାପଡ଼ିଛି ଯେ, ୧୧ଶହ ୭୦ ଅର୍ଥାତ୍ ୫୨.୦୭ ପ୍ରତିଶତ ବ୍ୟକ୍ତିଙ୍କଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ଏହି ସେରୋ ସର୍ଭେ ରିପୋର୍ଟ ଅନୁସାରେ ଦ୍ୱିତୀୟ ଲହରରେ ଏହି ଲୋକମାନେ ଅଧିକ ସୁରକ୍ଷିତ ।

ତେବେ ଏହି ସେରୋ ସର୍ଭେ ରିପୋର୍ଟ ପରେ ଏବେ ଲୋକେ ସତର୍କ ରହିବା ଆବଶ୍ୟକତା ଥିବା ଆଇସିଏମ୍ଆର ନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି । ଏଥିସହିତ ସାମାଜିକ, ଧାର୍ମିକ ଏବଂ ରାଜେନୖତିକ କାର୍ଯ୍ୟକ୍ରମ ଆୟୋଜନକୁ ବାରଣ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: Raj Kundra Case: ରାଜ୍‌ କୁନ୍ଦ୍ରା ମାମଲାରେ ସାମିଲ ଅଛନ୍ତି ଶିଳ୍ପା? ରାଜ୍‌ ଖୋଲିଲା ପୋଲିସ୍‌

Raj Kundra Case: ରାଜ୍‌ କୁନ୍ଦ୍ରା ମାମଲାରେ ସାମିଲ ଅଛନ୍ତି ଶିଳ୍ପା? ରାଜ୍‌ ଖୋଲିଲା ପୋଲିସ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ଏବଂ ଜଣାଶୁଣା ବିଜନେସମ୍ୟାନ୍‌ ରାଜ୍‌କୁନ୍ଦ୍ରାଙ୍କ ନାମ ପୋର୍ଣ୍ଣୋଗ୍ରାଫି ମାମଲାରେ ସାମ୍ନାକୁ ଆସିଛି । ୨୩ ଜୁଲାଇ ପର୍ଯ୍ୟନ୍ତ ତାଙ୍କୁ ପୋଲିସ୍‌ହେପାଜତରେ ନିଆଯାଇଛି । ସୂଚନା ଅନୁସାରେ ଏହି ମାମଲା ପ୍ରଥମେ ଫେବୃୟାରୀ ୨୦୨୧ରେ ସାମ୍ନାକୁ ଆସିଥିଲା । କିଛି ମାସର ବ୍ୟବଧାନ ଏବଂ ପ୍ରମାଣ ଏକାଠି କରିବା ପରେ ରାଜ୍‌କୁନ୍ଦ୍ରାଙ୍କୁ ପୋଲିସ୍‌ଗିରଫ କରିଛି ।

ମଙ୍ଗଳବାର ଏହି ମାମଲାରେ ରାଜ୍‌କୁନ୍ଦ୍ରାଙ୍କୁ ମୁମ୍ବାଇର ସେସନ କୋର୍ଟରେ ହାଜର କରାଯାଇଥିଲା । ସେଠାରେ କୋର୍ଟ କ୍ରାଇମ ବ୍ରାଞ୍ଚ୍‌ର ଦାବିକୁ ସ୍ୱୀକାର କରି ରାଜ୍‌କୁନ୍ଦ୍ରାଙ୍କୁ ପୋଲିସ୍‌ହେପାଜତକୁ ପଠାଇଛନ୍ତି । ତାଙ୍କୁ ମୁମ୍ବାଇର ଭାୟଖାଲ ଜେଲକୁ ସ୍ଥାନାନ୍ତର କରାଯାଇଛି । ଏହି ମାମଲା ସାମ୍ନାକୁ ଆସିବା ପରେ ବାରମ୍ବାର ଏହାର ଆଲୋଚନା ହେଉଛିଯେ, କ’ଣ ଏଥିରେ ଶିଲ୍ପା ସେଟ୍ଟୀ ମଧ୍ୟ ସାମିଲ ଅଛନ୍ତି? ଏହି ପ୍ରଶ୍ନର ଉତ୍ତର ଦେଇ ପୋଲିସ ସମସ୍ତ ରାଜ୍‌ଉପରୁ ପରଦା ଉଠାଇଛି ।

୨୦୨୧ ଫେବୃୟାରୀରୁ ଜୁଲାଇ ମଧ୍ୟରେ ତନତନ କରି ତଦନ୍ତ କରି ପୋଲିସ ପ୍ରମାଣ ଏକାଠି କରୁଥିଲା । ମୁମ୍ବାଇ ପୋଲିସର ଜଏଣ୍ଟ କମଶନର ମିଲିନ୍ଦ ଭରାବେ ପ୍ରେସ୍‌କନଫରେନ୍ସ କରି ପୂରା ମାମଲାର ସୂଚନା ମିଡିଆକୁ ଦେଇଛନ୍ତି । ଜଏଣ୍ଟ ସିପିଙ୍କ କହିବା ହେଉଛି ଏହି ମାମଲାରେ ଶିଳ୍ପା ସମ୍ପୃକ୍ତ ଥିବା ନେଇ କୌଣସି ମଧ୍ୟ ପ୍ରମାଣ ମିଳିନାହିଁ । ଏହାର ତଦନ୍ତ ଜାରି ରହିଛି । ଅନ୍ୟପଟେ ପୀଡ଼ିତା ସାମ୍ନାକୁ ଆସି କ୍ରାଇମ ବ୍ରାଞ୍ଚକୁ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

ଏହି ମାମଲାରେ ଉମେଶ କାମତ ଭଳି ନିର୍ମାତାଙ୍କୁ ଗିରଫ କରାଯାଇଛି । ତେବେ ରେଡ୍‌ସମୟରେ ମିଳିଥିବା ପ୍ରମାଣକୁ ଆଧାର କରି ରାଜ୍‌ଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଜଏଣ୍ଟ ସିପି ।

ରାଜ୍ୟର ୪ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ

ଭୁବନେଶ୍ୱର: ଆଜି ଚାରି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ  । ବାଲେଶ୍ୱର, ପୁରୀ, ସୋନପୁର ଓ କୋରାପୁଟରେ ବନ୍ଦ ରହିବ ଟିକାକରଣ  । ରାଜ୍ୟର ୭୫୮ କେନ୍ଦ୍ରରେ ଟିକାକରଣ ଜାରି ରହିବ  । ସେପଟେ ରାଜ୍ୟ ଜାରି ରହିଛି ଗର୍ଭବତୀଙ୍କୁ ଟିକାକରଣ । ମଙ୍ଗଳବାର ୨ ହଜାର ୫୬୬ ଜଣ ଗର୍ଭବତୀ ଟିକାକରଣରେ ସାମିଲ ହୋଇଛନ୍ତି  । ଏପର୍ଯ୍ୟନ୍ତ ମୋଟ୍ ୭ ହଜାର ୩୮୨ ଜଣ ଟିକା ନେଇଛନ୍ତି  । ତେବେ ରାଜ୍ୟରେ ୭ ଲକ୍ଷ ୬୮ ହଜାର ୭୨୦ଟି କୋଭିସିଲ୍ଡ ଓ ୧ ଲକ୍ଷ ୧୮ ହଜାର ୫୨୦ଟି କୋଭାକ୍ସିନ୍ ଟିକା ମହଜୁଦ୍ ରହିଛି  । ମଙ୍ଗଳବାର ତିନି ଲକ୍ଷ କୋଭିସିଲ୍ଡ ଟିକା ଆସିଛି ।

ଏଥିସହିତ ପଢ଼ନ୍ତୁ: ଦେଶର ଦୁଇ ତୃତୀୟାଂଶ ଜନସଂଖ୍ୟାରେ ବୃଦ୍ଧି ହୋଇଛି ଆଣ୍ଟିବଡି