ପଳାଇଲେ ଅମରୁଲ୍ଲା, ଶେଷରେ ତାଲିବାନ ହାତକୁ ଗଲା ପଞ୍ଜଶୀର ଭ୍ୟାଲି

କାବୁଲ: ତାଲିବାନ ହାତକୁ ଗଲା ଆଫଗାନିସ୍ଥାନ ପଞ୍ଜଶୀର ଭ୍ୟାଲି । ନର୍ଦନ ଆଲିଆନ୍ସ ସହ ଘମାସାନ୍ ଲଢେଇରେ ତାଲିବାନ ବିଜୟ ହାସଲ କରିଛି । ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏବେ ତାଜିକିସ୍ତାନ ଚାଲିଯାଇଥିବା ସୂଚନା ରହିଛି । ପୂର୍ବରୁ ସମଗ୍ର ଆଫଗାନିସ୍ତାନକୁ କବଜା କରିଥିଲେ ବି ପଞ୍ଜଶୀରକୁ ପସି ପାରିନଥିଲା ତାଲିବାନ । ଶୁକ୍ରବାର କାବୁଲଠାରୁ ୧୫୦ କିମି ଦୂରରେ ଥିବା ଏହି ଅଞ୍ଚଳକୁ ପୁଣି ଅକ୍ତିଆର ପାଇଁ କରିଥିବା ଉଦ୍ୟମ ସଫଳ ହୋଇଥିବା ତାଲିବାନ ପକ୍ଷରୁ ଦାବି କରାଯାଇଛି ।

ପଞ୍ଜଶୀର ଅକ୍ତିଆର ବେଳେ ତାଲିବାନ ଏବଂ ନର୍ଦନ ଆଲିଆନ୍ସ ଭିତରେ ଆକ୍ରମଣ ପ୍ରତିଆକ୍ରମଣ ହୋଇଥିଲା । ଏଥିରେ ଅନେକ ନର୍ଦନ ଆଲିଆନ୍ସ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସେହିପରି ତାଲିବାନର ମଧ୍ୟ ୫୦ରୁ ଅଧିକ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା  ।  ପୂର୍ବରୁ ରାଷ୍ଟ୍ରପତି ଘନି ଦେଶ ଛାଡି ଚାଲିଯାଇଥିବାବେଳେ ଏବଂ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ପଳାଇ ଯାଇଥିବା ନେଇ  ଏଥିସହ ପୁରା ଆଫଗାନିସ୍ତାନକୁ କବଜାକୁ ନେଇଛି ତାଲିବାନ ।

Leave a Reply