spot_img
Home Blog Page 5397

ରାଜ୍ୟରେ ନିଅଣ୍ଟିଆ ବର୍ଷା, ଆପାତକାଳୀନ ପ୍ଲାନ ପ୍ରସ୍ତୁତ କଲା OUAT

ଭୁବନେଶ୍ୱର: ରାଜ୍ୟରେ ନିଆଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଆପାତକାଳୀନ ପ୍ଲାନ ପ୍ରସ୍ତୁତ କରି କୃଷି ବିଭାଗକୁ ହସ୍ତାନ୍ତର କରିଛି OUAT। ମରୁଡ଼ି ହେଲେ କଣ କରାଯିବ ଚାଷର ସୁରକ୍ଷା ପାଇଁ, ତାହା ଏଥିରେ ଉଲ୍ଲେଖ ରହିଛି। ଚଳିତ ଥର ରାଜ୍ୟର 5ଟି ଜିଲ୍ଲାର 27 ବ୍ଲକରେ ମରୁଡ଼ି ହୋଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି। ଓଡ଼ିଶା ତଥା ସାରା ଦେଶରେ ମୌସୁମୀ ବାୟୁ ଉପରେ କୃଷି କାର୍ଯ୍ୟ ନିର୍ଭର କରିଥାଏ।

ଏହା ଜୁନ ପହିଲାରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଚାଲିଥାଏ। ଏଥର ଜୁନ 1ରେ କେରଳ ଓ ଜୁନ 10ରେ ଓଡ଼ିଶା ପ୍ରଵେଶ କରିଛି ମୌସୁମୀ। ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ ମୌସୁମୀ ବାୟୁ ଉପରେ ପ୍ରଭାବ ପକାଇଛି। କେତେବେଳେ ବର୍ଷା ହେଉଛି ନ ହେଲେ ହୋଇକି ଛାଡ଼ି ଯାଉଛି ତ ଆଉ କେତେବେଳେ ମୌସୁମୀ ଫେରିଯାଉଛି । ଯାହା ଫଳରେ ଚାଷ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଛି। ରାଜ୍ୟରେ ମୌସୁମୀ ସମୟ 40 ଦିନ ଅତିବାହିତ କରିସାରିଛି। ମୌସୁମୀ ଆଗୁଆ ମରୁଡ଼ି ହେଲେ କମ ଧାନ ହେବ ।

କାରଣ ଯଦି ବୁଣା ନଷ୍ଟ ହୋଇଯାଇଥିବ ତେବେ ଫସଲ ହେବନି  । ଚଳିତ ବର୍ଷ 40 ଦିନ ବିତିଗଲାଣି, ତେଣୁ କମ ଅବଧି ଧାନ ନେଲେ ଶୀତ ପୂର୍ବରୁ ଧାନ ଅମଳ ହୋଇଯାଇପାରିବ । ମୌସୁମୀ ଅବଧିର ମଝିରେ ମରୁଡ଼ି ହେଲେ ସୁବିଧା ସ୍ଥାନରୁ ପାଣି ଆଣି ସମ୍ବେଦନଶୀଳ ଜମିରେ ପାଣି ମଡ଼ାଇ ପରିଚାଳନା କରିହେବ । ଶେଷ ପର୍ଯ୍ୟାୟରେ ମରୁଡି ହେଲେ ୟୁରିଆ ସାର ଛିଞ୍ଚି ବାଳୁଙ୍ଗା ଧାନ ବାଛି ଅମଳ କରିବାକୁ ହେବ ।

ଭୀମଟାଙ୍ଗି ବିଭତ୍ସ ହତ୍ୟା: ଫେରାର ନହେବାରୁ ହତ୍ୟା କରିଥିଲା, ମୃତ୍ୟୁ ପରେ ସିନ୍ଦୂର ପିନ୍ଧାଇଥିଲା

ଭୁବନେଶ୍ୱର: ହତ୍ୟା କରିବା ପରେ ସିନ୍ଦୁର ପିନ୍ଧାଇଥିଲା ହତ୍ୟାକାରୀ । ସାଙ୍ଗରେ ଆଣିଥିଲା ଚକଲେଟ, ଛୁରୀ  ।  ବହୁଚର୍ଚ୍ଚିତ ରାଜଧାନୀ ପ୍ରିୟଙ୍କା ହତ୍ୟାକାଣ୍ଡ ଉପରୁ ପରଦା ହଟାଇଲା ପୋଲିସ  । ଭିମଟାଙ୍ଗୀ ହତ୍ୟାକାଣ୍ଡକୁ ନେଇ କମିସନରେଟ ପୋଲିସ କରିଛି ବଡ଼ ଖୁଲାସା  । ହତ୍ୟାକୀର ଜଗନ୍ନାଥ ସୁସ୍ଥ ହେବା ପରେ ଥାନାରେ ପଚରା ଉଚରା କରିଛି ପୋଲିସ  ।  ସେଦିନ ହତ୍ୟାକାରୀ ଜଗନ୍ନାଥ କେମିତି ଓ କେଉଁ ସ୍ଥିତିରେ ପ୍ରିୟଙ୍କାଙ୍କୁ ହତ୍ୟା କରିଥିଲା ତାହାର ଟିକିନିଖି କଥା ଓଗାଳିଛି ପୋଲିସ ଆଗରେ  ।

ଏହାପରେ ଭୁବନେଶ୍ବର ଡିସିପି ଗଣମାଧ୍ୟମ ଆଗରେ ବଖାଣଛନ୍ତି ସମ୍ପୂର୍ଣ୍ଣ ଘଟଣା । ତଦନ୍ତ ବେଳେ ହତ୍ୟାକାରୀ ଜଗନ୍ନାଥ କହିଛି,  ଘଟଣାର ୪ ଦିନ ପୂର୍ବରୁ ସେ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ  ।  ହତ୍ୟା ପାଇଁ ରଚିଥିଲା ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର  । ସାଥିରେ ନେଇ ଫେରାର କରିବ ନଚେତ ହତ୍ୟା କରିବ ବୋଲି ମନସ୍ଥ କରିସାରିଥାଏ ଜଗନ୍ନାଥ  । ସେଦିନ ପ୍ରିୟଙ୍କାଙ୍କ ସ୍ୱାମୀ ଘରେ ନଥିବାବେଳେ ଘର ଭିତରକୁ ପ୍ରବେଶ କରିବାର ସୁଯୋଗ ପାଇଥିଲା ଜଗନ୍ନାଥ  । ସେପଟେ  ହତ୍ୟାକାଣ୍ଡ ଦିନ ସକାଳ 9ଟା ବେଳେ ପ୍ରିୟଙ୍କାଙ୍କ ଘର ଭିତରକୁ ପ୍ରବେଶ କରିଥିଲା । ସାଥିରେ ଚକଲେଟ, ଛୁରୀ ମଧ୍ୟ ନେଇଥିଲା ଜଗନ୍ନାଥ  ।

ଘରେ ପ୍ରବେଶ କରିବା ପରେ  ପ୍ରିୟଙ୍କାକୁ ବିବାହ କରିବା ସହ ସାଥିରେ ଫେରାର ହେବାକୁ କହିଥିଲା । କିନ୍ତୁ  ପ୍ରିୟଙ୍କା ଅଭିଯୁକ୍ତ ଜଗନ୍ନାଥ ସହିତ ଯିବା ପାଇଁ ମନା କରିଥିଲେ। ଏହି ସମୟରେ ଘର ମାଲିକ ଦହିବାର ଦେବାକୁ ଆସି କବାଟ ବାଡେଇଥିଲେ । ଧରା ପଡିଯିବା ଭୟରେ ଜଗନ୍ନାଥ ବାଥରୁମରେ ଲୁଚି ଯାଇଥିବା ପୋଲିସ ଆଗରେ କହିଛି  । ଅନ୍ୟପଟେ ଘର ମାଲିକ ଦହିବାର ଦେବା ସମୟରେ ପ୍ରିୟଙ୍କାଙ୍କ କୁନି ପୁଅକୁ ସାଥିରେ ନେଇଯାଇଥିଲେ ।

ଘର ମାଲିକ  ଯିବା ପରେ ପୁନଶ୍ଚ ଜଗନ୍ନାଥ ବାଥରୁମରୁ ବାହାରି ପ୍ରୟଙ୍କାଙ୍କୁ ସାଥିରେ ଫେରାର ହୋଇଯିବା ନେଇ ଜିଦ୍ କରିଥିଲେ  । କିନ୍ତୁ ପ୍ରିୟଙ୍କା ନାରାଜ ହୋଇଥିଲେ  । ଏହି ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ଢେର ସମୟ ବଚସା ମଧ୍ୟ ହୋଇଥିବା ଜଣାପଡ଼ିଛି  । ଅନ୍ୟପଟେ ପ୍ରିୟଙ୍କା ମନା କରିବା ପରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ଛୁରୀରେ ଜଗନ୍ନାଥ ହତ୍ୟା କରିଥିବା ସ୍ୱୀକାର କରିଛି । ସେହିପରି ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ  ହତ୍ୟାକାରୀ ଜଗନ୍ନାଥ ସିନ୍ଦୂର ପିନ୍ଧାଇଥିବା ପୋଲି୍ସ ଆଗରେ କହିଛି  ।

୨୬ରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ହଷ୍ଟେଲ ଖୋଲିିବ: ଏସ୍‌ଓପି ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଖୋଲିବ । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ସାମଜିକ ସୁରକ୍ଷା, ସଶକ୍ତିକରଣ ଏବଂ ଭିନ୍ନକ୍ଷମ ବିଭାଗ ଏବଂ ଅନ୍ୟ ଘରୋଇ ଓ ସରକାରୀ ସ୍କୁଲ ଦ୍ୱାର ପରିଚାଳିତ ସମସ୍ତ ହଷ୍ଟେଲ ଖୋଲାଯିବ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ଏସ୍‌ଓପି ପାଳନ ପୂର୍ବକୁ ଖୋଲିପାରିବେ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି ।

ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବ । ଏ ନେଇ ଗତ ୧୭ ତାରିଖରେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମାଟ୍ରିକ ଅଫ୍‌ଲାଇନ୍ ପରୀକ୍ଷା ଓ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ସଚିବ ସତ୍ୟବ୍ରତ ସୂଚନା ଦେଇଥିଲେ । ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ସ୍କୁଲ ସକାଳୁ ଖୋଲା ରହିବ । ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଏହି ନିର୍ଦ୍ଦେଶ ଲାଗୁ  । ଏବଂ ଯେଉଁ ସ୍କଲରେ ମାଟ୍ରିକ ପରୀକ୍ଷା ସେଣ୍ଟର ପଡ଼ିଛି ସେହି ସ୍କୁଲଗୁଡ଼ିକ ପରୀକ୍ଷା ପରେ ଖୋଲିବ । ତେବେ ସ୍କୁଲ ଆସିବା ପିଲାଙ୍କ ଇଚ୍ଛାଧିନ ।

ଏଥିସହିତ ପଢ଼ନ୍ତୁ: ସାଇଣ୍ଟିଫିକ୍ ଟିମ୍ ହାତରେ ବିଦ୍ୟାଭାରତୀଙ୍କ ଚିଠି: ଲେଖିଛନ୍ତି, ‘ହେ ପ୍ରଭୁ ସବୁ ଭୁଲକୁ କ୍ଷମା କରି ଦିଅ’

ସୁନାବେଶରେ କେଉଁ ଦିଅଁଙ୍କୁ କେତେ ସୁନାରେ ଆଭୂଷଣ କରାଯାଏ?

ଭୁବନେଶ୍ୱର:  ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ । ଚଳିତବର୍ଷ କୋଭିଡ୍ କଟକଣା ପାଇଁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି, ଅବକାଶ, ବେଶ ଶେଷ, ଗୋପାଳ ବଲ୍ଳଭ, ସକାଳ ଧୂପ, ମଇଲମ, ମହାସ୍ନାନ ଓ ସର୍ବାଙ୍ଗ, ବେଶ ଶେଷ ପରେ ଅନ୍ୟାନ୍ୟ ନୀତି ବଢ଼ି ମେକାପ ସର୍ବାଙ୍ଗ ପରେ ଶ୍ରୀ ଜୀଉଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ । ଏ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ସହରରେ ଲଗାଯାଇଥିବା କର୍ଫ୍ୟୁ କୋହଳ କରାଯାଇଛି । କେବଳ ଶ୍ରୀ ମନ୍ଦିର ଚତୁର୍ପାଶ୍ୱରେ କର୍ଫ୍ୟୁ ବଳବତ୍ତର ରହିବ । ଗତକାଲି ଶୃଙ୍ଖଳିତ ଭାବେ ବାହୁଡା ନୀତି ସମ୍ପନ୍ନ ହୋଇଥିବା ବେଳେ ଏବେ ରଥାରୂଢ ଶ୍ରୀବିଗ୍ରହଙ୍କ ଚାଲିଛି ନୀତିକାନ୍ତି ।

ତେବେ ୧୩୮ ପ୍ରକାରର ରତ୍ନରେ ଖଞ୍ଜିତ ସୁନାରେ ସଜେଇ ହୋଇ ମନ ମୋହିବାକୁ ପ୍ରସ୍ତୁତ ହୋଇ ହେଲେଣି ଦାରୁ ବିଗ୍ରହ ।
ସିଂହାରୀ, ପାଳିଆ,ଖୁଣ୍ଟିଆ,ଭଣ୍ଡାର ମେକାପ, ଚାଙ୍ଗଡ଼ା ମେକାପ ସେବକମାନେ ମହାପ୍ରଭୁଙ୍କୁ ସୁନାରେ ଛାଉଣି କରିବେ । କିନ୍ତୁ କେତେ ଓଜନର ସୁନା ଅଳଙ୍କାର ସୁନା ବେଶରେ ବ୍ୟବହାର ହୁଏ, ତାହାକୁ ନେଇ ନାନା ମୁନିଙ୍କର ନାନା ମତ । କୁହାଯାଏ ଦିଅଁ ମାନଙ୍କୁ ପରିଧାନ କରାଯାଉଥିବା ପ୍ରତି ମାଳାର ଓଜନ ୧୨୦ ତୋଳା ବା ୧ କିଲୋ ୧୬୦ ଗ୍ରାମ୍‌। ଶ୍ରୀ ଜଗନ୍ନାଥଙ୍କ ଶ୍ରୀହସ୍ତ ଏବଂ ଶ୍ରୀପୟରରେ ପରିଧାନ କରାଯାଉଥିବା ସୁନାର ଓଜନ ୮୧୮ ତୋଳା ୯ କିଲୋ ୨୭୬ ଗ୍ରାମ୍‌। ବଳଭଦ୍ରଙ୍କ ଶ୍ରୀହସ୍ତ ଏବଂ ଶ୍ରୀପୟରରେ ପରିଧାନ କରାଯାଉଥିବା ସୁନାର ଓଜନ ୭୧୦ ତୋଳା ବା ୮ କିଲୋ ୫୧ ଗ୍ରାମ୍‌।

ସେହିପରି ଜଗନ୍ନାଥଙ୍କ ସୁନା ମୁକୁଟର ଓଜନ ୬୧୦ ତୋଳା ବା ୬ କିଲୋ ୯୧୭ଗ୍ରାମ । ବଳଭଦ୍ରଙ୍କ ମୁକୁଟ ୪୩୪ ତୋଳା ଅର୍ଥାତ ୪ କିଲୋ ୯୨୧ ଗ୍ରାମ, ଦେବୀ ସୁଭଦ୍ରାଙ୍କ ମୁକୁଟର ଓଜନ ୨୭୪ ତୋଳା ବା ୩ କିଲୋ ୧୦୭ ଗ୍ରାମ ।

ଶ୍ରୀଜଗନ୍ନାଥଙ୍କ ବେଶ ଲାଗି ମୁଖ୍ୟ ଅଳଙ୍କାର ହେଉଛି , ଶ୍ରୀଭୁଜ, ଶ୍ରୀପୟର, କିରୀଟ, ଓଡିଆଣି, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡା ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ହରିଡା କଦମ୍ବ ମାଳି, ବାହାଡା ମାଳି, ତାବିଜ ମାଳି, ସେବତି ମାଳି, ତ୍ରିଖଣ୍ଡିକା, ତ୍ରିଖଣ୍ଡିକା କମର ପଟି ।

ଶ୍ରୀବଳଭଦ୍ରଙ୍କ ଅଳଙ୍କାର ମଧ୍ୟରେ ରହିଛି, ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡିଆଣି, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡା ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳ, ବାହାଡା ମାଳି, ବାଘନଖ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି ।

ଦେବୀ ସୁଭଦ୍ରାଙ୍କ ବିଶେଷ ଅଳଙ୍କାର ମଧ୍ୟରେ ରହିଛି, କିରୀଟ, ଓଡିଆଣି, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡା ମାଳି, କଦମ୍ବ ମାଳି, ତଗଡି ୨ଟି, ସେବତୀ ମାଳି ।
ଏହି ମନଲୋଭା ଦୃଶ୍ୟକୁ ଦେଖିବା ପାଇଁ ଖୁବ୍‌ଉତ୍ସାହ ସହିତ ଚାହିଁ ବସିଛନ୍ତି ଭକ୍ତ ।

 

 

ଟୋକିଓ ୨୦୨୦: ଉଦଘାଟନ ସମାରୋହରେ ଉପସ୍ଥିତ ରହିବେ ୧୫ଟି ଦେଶର ନେତା

ଟୋକିଓ: କୋଭିଡ ମହାମାରୀରେ ପ୍ରଭାବିତ ଟୋକିଓ ଅଲମ୍ପିକ୍ସର ଶୁକ୍ରବାର ହେବାକୁ ଥିବା ଉଦଘାଟନ ସମାରୋହରେ ପ୍ରାୟ ୧୫ଟି ଦେଶର ନେତା ଉପସ୍ଥିତ ରହିବାର ସମ୍ଭାବନା ରହିଛି । ଖବର ଅନୁସାରେ ସମାରୋହ ସମୟରେ ଷ୍ଟାଡିୟମରେ ବ୍ୟକ୍ତିଗତ ଭାବରେ ପ୍ରାୟ ୧ ହଜାର ଲୋକ ଉପସ୍ଥିତ ରହିପାରନ୍ତି ।

ଜାପାନ ସରକାରଙ୍କ ମୁଖ୍ୟ କ୍ୟାବିନେଟ୍‌ସଚିବ କାସ୍ତୁନୋବୁ କେଟୋଙ୍କ ପକ୍ଷରୁ ‘କ୍ୟୋଡୋ ସମାଚାର ଏଜେନ୍ସି’ କହିଛିଯେ, କୋଭିଡ ୧୯ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ଷ୍ଟାଡିୟମରେ ଉଦଘାଟନ ସମାରୋହରେ ଲୋକଙ୍କ ଉପସ୍ଥିତିକୁ ସୀମିତ କରିବା ପାଇଁ ଆୟୋଜକ ନିଷ୍ପତ୍ତି ନେଇଛନ୍ତି ।


କେଟୋଙ୍କ କହିବା ଅନୁସାରେ ପ୍ରାୟ ୭୦ଟି କ୍ୟାବିନେଟ୍‌ସ୍ତରୀୟ ଅଧିକାରୀ ଜାପାନ ଗସ୍ତ କରିବାର ସମ୍ଭାବନା ରହିଛି । କିନ୍ତୁ କେତେଜଣ ବିଶିଷ୍ଟ ବ୍ୟକ୍ତି ସମାରୋହରେ ଉପସ୍ଥିତ ରହିବେ ତାହାକୁ ନେଇ ଏବେ ମଧ୍ୟ ସୁନିଶ୍ଚିତ କରାଯାଇନାହିଁ ।

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମେକ୍ରୋ, ମଙ୍ଗୋଲିୟୋର ପ୍ରଧାନମନ୍ତ୍ରୀ ଲୁସାନାମସରାଇ ଓୟୁନ ଏର୍ଡେନ ଏବଂ ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନଙ୍କ ବ୍ୟତୀତ ଅନ୍ୟ କେତେକ ନେତା ସମାରୋହରେ ଉପସ୍ଥିତ ରହିବା ପାଇଁ ପ୍ରତିଶୃତି ଦେଇଛନ୍ତି ।

ଜାପାନରେ କରୋନା ଭୂତାଣୁ ମାମଲା ବଢୁଥିବା ହେତୁ କେତେକ ନେତା ଯାତ୍ରା ରବ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ତେବେ ଏହି ସମୟରେ ଦର୍ଶକଙ୍କୁ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ ନିଷେଧ ରହିବ ।

କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ହାତରେ ବାଘ ଶିକାରୀ: ବାଘ ଛାଲ, ବନ୍ଧୁକ ଓ ଗୁଳି ଜବତ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ବାଘ ଶିକାରୀ । ବୌଦ୍ଧ ମନମୁଣ୍ଡାରୁ ଶିକାରୀ ହର ରଣାକୁ ଗିରଫ କଲା ଏସଟିଏଫ । ବାଘ ଛାଲ ସହ ବନ୍ଧୁକ ଗୁଳି ଜବତ କରାଯାଇଛି । ଡିଲ୍‌ ଚାଲିଥିବା ବେଳେ ମାଡ଼ି ବସିଲା ଏସଟିଏଫ ସ୍ୱତନ୍ତ୍ର ଟିମ୍ । ଛାଲର ଫରେନସିକ ଯାଞ୍ଚ ପାଇଁ ଡେରାଡୁନକୁ ପଠାଯିବ । ରାଜ୍ୟରେ ବର୍ଷକ ମଧ୍ୟରେ ୧୫ଟି କଲରାପତରିଆ ବାଘ ଛାଲ , ୯ଟି ହାତୀ ଦାନ୍ତ, ୩ଟି ଜୀବନ୍ତ ବଜ୍ରକାପ୍ତା ଜବତ ଓ ୨୮ ଜଣଙ୍କୁ ଗିରଫ କରିଛି ଏସଟିଏଫ ।

 

 

ନୂଆ ଲୁକ୍‌ ଏବଂ ନୂଆ ନାଁ ସହିତ ପୁଣି ଭାରତକୁ ଫେରିବ ଟିକ୍‌ଟକ୍‌!

ନୂଆଦିଲ୍ଲୀ: ଲୋକପ୍ରିୟ ଭିଡ଼ିଓ ଶେୟାରିଂ ଆପ୍‌ ଟିକ୍‌ଟକ୍‌ ଖୁବଶୀଘ୍ର ପୁଣିଥରେ ଭାରତକୁ ଫେରିପାରେ, ତାହା ମଧ୍ୟ ନୂଆ ଲୁକ୍‌ ଏବଂ ନୂଆ ନାମ ସହିତ । ରିପୋର୍ଟ ଅନୁସାରେ ଟିକଟକର ପ୍ୟାରେଣ୍ଟ କମ୍ପାନୀ ବାଇଟ୍‌ଡ୍ୟାନ୍ସ ତାହାର ଏହି ସଟ୍‌ ଭିଡ଼ିଓ ଆପର ନୂଆ ଟ୍ରେଡ୍‌ମାର୍କ ପାଇଁ କଣ୍ଟ୍ରୋଲର ଜେନେରାଲ ଅଫ୍‌ପେଟେଣ୍ଟସ, ଡିଜାଇନ୍‌ ଆଣ୍ଡ୍‌ ଟ୍ରେଡ୍‌ମାର୍କରେ ଆପ୍ଲାଇ କରିଛି ।


ସୂଚନାଯୋଗ୍ୟ ଗତବର୍ଷ ଜୁନରେ କେନ୍ଦ୍ର ସରକାର ୫୬ଟି ଚୀନ୍‌ଆପକୁ ବ୍ୟାନ୍‌କରିଥିଲେ, ଯେଉଁଥିରେ ଟିକ୍‌ଟକ୍‌ମଧ୍ୟ ସାମିଲ ଥିଲା । ଏହା ବ୍ୟାନ୍‌ହେବାପରେ ସମସ୍ତ ଆପ୍‌ଷ୍ଟୋରରୁ ଏହାକୁ ହଟାଇ ଦିଆଯାଇଥିଲା ।


ରିପୋର୍ଟ ଅନୁସାରେ ବାଇଟ୍‌ଡ୍ୟାନ୍ସ ଭାରତରେ ନିଜ ଆପ୍‌ର ପ୍ରତ୍ୟାବର୍ତ୍ତନ ନେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରୁଛି । ତେବେ ନୂଆ ଆଇଟି ନିୟମ ପାଳନ କରିବ ବୋଲି କମ୍ପାନୀ ସରକାରଙ୍କୁ ଭରସା ଦେଇଛି ।ସୂଚନାଯୋଗ୍ୟ ବାଇଟ୍‌ଡ୍ୟାନ୍ସ ୨୦୧୯ରେ ବ୍ୟାନ୍‌ପୂର୍ବରୁ ଭାରତରେ ନିଜ ଚିଫ୍‌ନୋଡାଲ ଅଫ୍‌ଗ୍ରିଭାନ୍ସ ଅଫିସର ନିଯୁକ୍ତ କରିଥିଲା ।


ସଟ୍‌ ଭିଡ଼ିଓ ଆପ୍‌ ଟିକଟକ୍‌ ଭାରତରେ ଖୁବ୍‌ ଲୋକପ୍ରିୟତା ସାଉଣ୍ଟି ଥିଲା । ବ୍ୟାନ ହେବା ସମୟରେ ଭାରତରେ ଏହାର ପ୍ରାୟ ୨୦ କୋଟି ୟୁଜର୍ସ ଥିଲେ । ଟିକଟକ୍‌ ବ୍ୟାନ ହେବାପରେ ଫେସବୁକ, ଇଂଷ୍ଟାଗ୍ରାମ ମଧ୍ୟ ନିଜର ଏହି ଫିଚର ଲଞ୍ଚ୍‌ କରିଥିଲେ । ଖାଲି ସେତିକି ନୁହେଁ ଟିକଟକ୍‌ ଭଳି ଏକାଧିକ ଭିଡ଼ିଓ ଭାରତରେ ଲଞ୍ଚ୍‌କରିଛି । ଏବେ ଟିକଟକ୍‌ ପୁଣିଥରେ ଫେରିବାର ଅର୍ଥ ହେଉଛି କଡ଼ା ଟକ୍କରକୁ ସାମ୍ନା କରିବା ।

ସାଇଣ୍ଟିଫିକ୍ ଟିମ୍ ହାତରେ ବିଦ୍ୟାଭାରତୀଙ୍କ ଚିଠି: ଲେଖିଛନ୍ତି, ‘ହେ ପ୍ରଭୁ ସବୁ ଭୁଲକୁ କ୍ଷମା କରି ଦିଅ’

ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ବଡ଼ ଖୁଲାସା । ତଦନ୍ତକାରୀ ସାଇଣ୍ଟିଫିକ୍ ଟିମ୍ ହାତରେ ଲାଗିଛି ଏକ ଗୁରୁତ୍ୱପୂର୍ଣ୍ଣ ଚିଠି । ଏହି ଚିଠି ବିଦ୍ୟାଭାରତୀ ଲେଖିଥିବା ଜଣାପଡିଛି । ପୃଥିବୀରେ ମୁଁ ତମକୁ ସବୁଠାରୁ ଅଧିକ ଘୃଣା କରେ । ହେ ପ୍ରଭୁ ସବୁ ଭୁଲକୁ କ୍ଷମା କର । ମୋ ଜୀବନକୁ ନଷ୍ଟ ହେବାକୁ ଦିଅନାହିଁ । କେମିତି ଆଉ ୩ ଦିନ କଟିବ ୧୨ ତାରିଖରୁ ୧୫ ତାରିଖ ପରେ ଶାନ୍ତିରେ ରହିବି ବୋଲି ଚିଠିରେ ଲେଖାହୋଇଛି । ମୁଁ ଏହି ଲୋକକୁ ସବୁଠାରୁ ଅଧିକ ଘୃଣା କରେ । ମୋ ନାଁକୁ ଏହି ଲୋକ ସହ ଯୋଡିବାକୁ ମଧ୍ୟ ମୋତେ ଖରାପ ଲାଗୁଛି । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜୀବନ ନଷ୍ଟ କରିଦିଏ । ପ୍ଲିଜ ମୋତେ କ୍ଷମା କରିଦିଅ । ଜୀବନସାରା ପାଇଁ କଷ୍ଟ ଦେଖିପାରିବିନି । ମୁଁ କାହାର କେବେ କ୍ଷତି କରିନି । କେବେ କାହାର କ୍ଷତି ଚାହିଁନି ବୋଲି ଚିଠିରେ ଲେଖା ହୋଇଛି । ଯାହାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସୌମ୍ୟରଞ୍ଜନଙ୍କ ସହ ଝଗଡ଼ା ହେଲେ ନିଜର ମନର କୋହକୁ ସେ ଏଭଳି ଲେଖି ଦେଇଥିଲେ ବୋଲି ବିଦ୍ୟାଭାରତୀ କହିଛନ୍ତି ।

ଭୂକମ୍ପର ତୀବ୍ର ଝଟକାରେ ଦୋହଲିଲା ବିକାନୀର

ବିକାନୀର: ବୁଧବାର ସକାଳେ ରାଜସ୍ଥାନର ବିକାନୀରରେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୩ । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁସାରେ ସକାଳ ୫ଟା ୨୪ରେ ବିକାନୀରରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ଏଥିରେ କୌଣସି ପ୍ରକାରର କ୍ଷତି ପହଞ୍ଚିଥିବା ଖବର ସାମ୍ନାକୁ ଆସିନାହିଁ ।

ରାଜସ୍ଥାନ ପୂର୍ବରୁ ମେଘାଳୟରେ ରାତି ପ୍ରାୟ ୨ ଘଣ୍ଟା ୧୦ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଚର ସ୍କେଲରେ ଏହାର ତୀବ୍ରତା ୪.୧ ଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ରିପୋର୍ଟ ଅନୁସାରେ ସେହିପରି ସକାଳ ୪ଟା ୫୭ ମିନିଟରେ ଲଦାଖର ଲେହରେ ୩.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ଏନସିଏସ କହିଛି । କିନ୍ତୁ ଏଠାରେ ମଧ୍ୟ କୌଣସି ପ୍ରକାରର କ୍ଷତି ପହଞ୍ଚି ନଥିବା କୁହାଯାଉଛି ।


କାହିଁକି ଆସେ ଭୂମିକମ୍ପ?

ପୃଥିବୀ ମଧ୍ୟରେ ରହିଛି ୭ଟି ପ୍ଲେଟ୍‌। ଯାହା ଲଗାତାର ଘୁରୁଥାଏ । ଏହି ପ୍ଲେଟ୍‌ଅଧିକ ଧକ୍କା ହେଉଥିବା ସ୍ଥାନକୁ ଫ୍ଲଟ୍‌ଲାଇନ୍‌କୁହାଯାଏ । ବାରମ୍ବାର ଦକ୍କା ହେବାଦ୍ୱାରା ପ୍ଲେଟ୍ସ ଭାଙ୍ଗିବା ଆରମ୍ଭ କରେ । ଏହାଦ୍ୱାରା ଭୂମିକମ୍ପ ଆସିଥାଏ ।

ବକରୀ ଇଦ୍ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସମଗ୍ର ଦେଶରେ ଆଜି ମୁସଲମାନ ଭାଇ-ଭଉଣୀମାନେ ପାଳୁଛନ୍ତି ବଳିଦାନର ପର୍ବ ଇଦ୍ ଅଲ୍‌ ଅଦା ବା ବକରୀ ଇଦ୍ । ଆନନ୍ଦ ଉଲ୍ଲାସ ମଧ୍ୟରେ ଏହି ପର୍ବ ପାଳନ କରୁଛନ୍ତି ମୁସଲମାନ ଭାଇ ଓ ଭଉଣୀ । ଏହି ଅବସରରେ କରୋନା କଟକଣା ଯୋଗୁଁ ଘରେ ରହି ଏହି ବଳିଦାନର ପର୍ବ ପାଳୁଛନ୍ତି । ଏହି ଅବସରରେ ମୁସଲମାନ୍ ଭାଇ ଓ ଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ପର୍ବ ସମାଜରେ ଶାନ୍ତି ଓ ମୈତ୍ରି ଭାବ ଜାଗ୍ରତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ କୋରୋନା ମହାମାରୀ ଯୋଗୁଁ  କଟକଣା ମଧ୍ୟରେ ଏହି ପର୍ବ ଅନୁଷ୍ଠିତ ହେଉଥିବା ବେଳେ, ବିଭିନ୍ନ ମସଜିଦ୍ ସମେତ ଇଦଗାହାରେ ମଧ୍ୟ ନମାଜ୍ ପାଠ କରାଯାଇଛି । ତେବେ ଏହି ନମାଜ୍ ପାଠ କେବଳ ପାଞ୍ଚ ଜଣକୁ ନେଇ ଅନୁଷ୍ଠିତ ହେବ  ।