ଶିଶୁ ଭବନରେ ପ୍ରବେଶ କଲାଣି କରୋନା, ଜଣଙ୍କର ଜୀବନ ନେଲାଣି ଭାଇରସ୍

ଭୁବନେଶ୍ଵର: ଶିଶୁ ଭବନରେ ପ୍ରବେଶ କଲାଣି କରୋନା  । ଦ୍ୱିତୀୟ ଲହରୀ ସରି ତୃତୀୟ ଲହରୀ ସମ୍ଭାବ୍ୟ ଥିବାବେଳେ ଶିଶୁ ଭବନରେ ଚିନ୍ତା ବଢାଇଛି କୋଭିଡ  । ୨୪ ଘଣ୍ଟାରେ ଭୁବନେଶ୍ଵରରୁ ପୁଣି ୨୯ ଜଣ ଚିହ୍ନଟ ହୋଇଛନ୍ତି, ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ ବର୍ଗର  ।  କ୍ୱାରେନଣ୍ଟାଇନରୁ ୧୦ ଜଣ ଓ ୧୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଭୁବନେଶ୍ବର ଶିଶୁଭବନରେ ଜଣେ ଦୁଇ ବର୍ଷର ଶିଶୁକନ୍ୟା କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି  ।

ଅନ୍ୟପଟେ କୋଭିଡରେ ଜଣକର ମୃତ୍ୟୁ ହୋଇଥିବା ନେଇ ବି ସୂଚନା ଦିଆଯାଇଛି । ଗତକାଲି ଶିଶୁଭବନରେ ମା ଓ ଶିଶୁଙ୍କ ସହ ମୋଟ ୧୪ ଜଣଙ୍କର କୋଭିଡ ପରୀକ୍ଷା କରଯାଇଥିଲା । ସେଥିମଧ୍ୟରୁ ଜଣେ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶିଶୁର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ସୁରକ୍ଷା ଦୃଷ୍ଟିରୁ ସଂଗରୋଧରେ ରଖାଯାଇଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

Leave a Reply