ରାଜଧାନୀରେ ଓଡ଼ିଆ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ ଶୁଭାରମ୍ଭ, ମିଳିବ ଖାଣ୍ଟି ଓଡ଼ିଆ ଖାଦ୍ୟ

1 min read

ଭୁବନେଶ୍ୱର: OTDCର ଓଡ଼ିଆ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ ଶୁଭାରମ୍ଭ । ସହିଦନଗରରେ ଶୁଭାରମ୍ଭ ହେଲା OTDCର ଓଡ଼ିଆ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟକୁ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ OTDC ଅଧକ୍ଷା ଶ୍ରିମୟୀ ମିଶ୍ର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ 5T ସଚିବ ଭି.କେ ପାଣ୍ଡିୟାନ ମଧ୍ୟ ଉପସ୍ଥିତ ରହିଥିଲେ  ।

ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏହି ରେଷ୍ଟୁରାଣ୍ଟ ଖୋଲିଥିବା ବେଳେ ଆଗକୁ ପୁରୀ ଓ ସମ୍ବଲପୁର ରେ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ସ୍ଵତନ୍ତ୍ର ଭାବେ ବାହାର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ଘରୋଇ ଗୃହିଣୀ ଖାଦ୍ୟ ମିଳିବ ବୋଲି କହିଛନ୍ତି ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର । ଏଥି ସହ ୧୨୫ କେଜି ଓଜନ ର ଓଡିଶା ମାନଚିତ୍ର ପ୍ରତିକୃତି ର ସବୁ ଜିଲ୍ଲାର ସ୍ୱତନ୍ତ୍ର ଖାଦ୍ୟକୁ ନେଇ ପୋଡ଼ ପିଠା ନିର୍ମିତ ସ୍ୱତନ୍ତ୍ର କେକ କାଟି ଏହାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।

 

Leave a Reply