୨୫ ଏକର ଜମିରେ ନିର୍ମାଣ ହେବ ଆଇକନିକ୍ ଆଦର୍ଶ ବିଦ୍ୟାଳୟ, ପଢିବେ 500 ଛାତ୍ରଛାତ୍ରୀ

1 min read

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଭୁବନେଶ୍ୱର ଅନ୍ଧାରୁଆରେ ପ୍ରତିଷ୍ଠା ହେବ ଆଇକନିକ୍ ଆଦର୍ଶ ବିଦ୍ୟାଳୟ । 25 ଏକର ଜମିରେ ଏହା ପ୍ରତିଷ୍ଠା ହେବ । ଏହି ବିଦ୍ୟାଳୟରେ 500 ଛାତ୍ରଛାତ୍ରୀ ଯୁକ୍ତଦୁଇ ପଢିବାର ବ୍ୟବସ୍ଥା ରହିବ । ରାଜ୍ୟରେ ଥିବା 314 ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟରୁ ବଛାବଛା ମେଧାବୀ ଛାତ୍ରଛାତ୍ରୀ ଏହି ସ୍କୁଲରେ ପଢିବାର ସୁବିଧା ପାଇବେ । ଆସନ୍ତା ୫ତାରିଖରେ ଆଇକନିକ୍ ଆଦର୍ଶ ବିଦ୍ୟାଳୟ ଶୁଭ ଦିଆଯିବ ।

ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱ ଦେହବା ସହ ପ୍ରାଥମିକ ଶିକ୍ଷାରେ ଯେପରି ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ଜଡ଼ିତ ହୋଇପାରିବେ ସେନେଇ ଗୁରୁତ୍ୱ ଦେଇଛନ୍ତି  । ଗଞ୍ଜାମ ଜିଲ୍ଲାରେ ୫T ଅନ୍ତ୍ରର୍ଗତରେ ମଡେଲ କ୍ଲାସରୁମ ମଧ୍ୟ ନିକଟରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ନିକଟରେ 25 ଏକର ଜମିରେ ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ନିର୍ମିାଣ ହେବାକୁ ଯାଉଛି ନୂତନ ଆଦର୍ଶ ବିଦ୍ୟାଳୟ  ।

 

Leave a Reply