ଟୋକିଓ ପାରା ଅଲମ୍ପିକ୍ସ: ଦମଦାର ପ୍ରଦର୍ଶନ ସହ ଫାଇନାଲରେ ପ୍ରବେଶ କଲେ ପ୍ରମୋଦ

1 min read

ଟୋକିଓ: ଟୋକିଓ ପାରା ଅଲମ୍ପିକ୍ସରେ ଦମ୍ ଦେଖାଇଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ପାରା ଅଲମ୍ପିକ୍ସରେ ସିଙ୍ଗଲ ବ୍ୟାଡମିଣ୍ଟନ ଇଭେଣ୍ଟରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି ପ୍ରମୋଦ।

ଏହି ଦମଦାର ପ୍ରଦର୍ଶନ ସହ ପ୍ରମୋଦଙ୍କ ପଦକ ପକ୍କା ହୋଇଛି । ସେମିରେ ଜାପାନର ଦାଇସୁକ ଫୁଜିହାରାଙ୍କୁ ହରାଇ ଫାଇନାଲ ଟିକେଟ୍ ହାସଲ କରିଛନ୍ତି ପ୍ରମୋଦ । ପୁରୁଷ ସିଙ୍ଗିଲ SL -୩ ଇଭେଣ୍ଟରେ ପ୍ରମୋଦ ଦେଖାଇଛନ୍ତି ଜଲୱା ।

ସୂଚନା ଅନୁଯାୟୀ, ସ୍ୱର୍ଣ୍ଣ ପାଇଁ ଅପରାହ୍ଣରେ ମୁକାବିଲା ହେବ । ପ୍ରମୋଦ ୫ ଥର ବିଶ୍ୱ ଚାମ୍ପିୟନ ଟାଇଟଲ ହାତେଇଛନ୍ତି । ପାରା ଅଲମ୍ପିକସରେ ଭାରତ ଭଲ ପ୍ରଦର୍ଶନ ସହ ଏବେ ସୁଦ୍ଧା ଭାରତ ୧୩ ପଦକ ଜିତିଛି।

୨୦୧୯ରେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପାଇଥିଲେ ପ୍ରମୋଦ । ସେହିପରି ୨୦୧୯ରେ ରାଜ୍ୟର ପ୍ରଥମ ପାରା କ୍ରୀଡାବିତ୍ ଭାବେ ଅର୍ଜୁନ ପୁରସ୍କାର ପାଇଥିଲେ । ବରଗଡ଼ ଅତାବିରାରେ ଜନ୍ମିତ ପ୍ରମୋଦ ୧୩ ବର୍ଷରୁ ବ୍ୟାଡମିଣ୍ଟନ ଖେଳ ଆରମ୍ଭ କରିଥିଲେ ।

Leave a Reply