ଅନୁଗୁଳ ଏଫ୍‌ସିଆଇ ଚର୍ଚ୍ଚ ନିକଟରୁ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଅନୁଗୁଳ: ଅନୁଗୁଳରେ ଆଉ ଏକ ହତ୍ୟା କାଣ୍ଡ । ବିକ୍ରମପୁର ଥାନା ଏଫ୍‌ସିଆଇ ଚର୍ଚ୍ଚ ନିକଟରେ ହତ୍ୟାକାଣ୍ଡ ଘଟିଛି । ଲୁହା ଛଡ଼ରେ ମାଡ଼ ମାରି ନାଲକୋର ଜଣେ ଠିକା କର୍ମଚାରୀଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇଯାଇଛି । ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲାର ଜିତେନ୍ଦ୍ର ସାଥୁଆ ନାମକ ଜଣେ ବ୍ୟକ୍ତି ନାଲକୋରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ । ତାଳଚେର ,ବାଘମରା ଅଞ୍ଚଳରେ ରୁହନ୍ତି । ସବୁଦିନ ଭଳି ଗତକାଲି ମଧ୍ୟ ସେ ଡ୍ୟୁଟି ଯାଇଥିଲେ । ତେବେ ଆଜି ସକାଳୁ ଏଫ୍‌ସିଆଇ ଚର୍ଚ୍ଚ ନିକଟରେ ରକ୍ତାକ୍ତ ଅବସ୍ଥାରେ ମୃତଦେହ ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ଖବର ଦେଇଥିଲା । ଜିତେନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପାଖରେ ତାଙ୍କ ମୋଟରସାଇକେଲ ଓ ପକେଟ ବଦଳରେ ଅଣ୍ଟାରେ ପର୍ସ ଏବଂ ମୃତଦେହ ଉପରେ ଗାଡିର ଚାବି ପଡିଛି । ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ଅନ୍ୟ କେଉଁଠି ହତ୍ୟା କରିବା ପରେ ଏଠାରେ ଆଣି ଫୋପାଡ଼ି ଦିଆ ଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରୁଛି ।

ଏଥିସହିତ ପଢ଼ନ୍ତୁ: ଦୀର୍ଘ ୩ ମାସର ଇକମୋ ଚିକିତ୍ସା ପରେ ଆଖି ବୁଜିଲେ ଅଭିଷେକ

Leave a Reply