ମୌସୁମୀ ଅଧିବେଶନର ଚତୁର୍ଥ ଦିନ; ଆଜି ପ୍ରଶ୍ନକାଳ ଚାଲିବ କି ନାହିଁ ତା ଉପରେ ନଜର..

ଭୁବନେଶ୍ୱର: ଆଜି ପୁଣି ସରଗରମ ହୋଇପାରେ ଗୃହ। ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଏକାଧିକ ବିଭାଗର ପ୍ରଶ୍ନକାଳ ରହିଛି। ମହିଳା ଓ ଶିଶୁ ବିକାଶ, ବିଜ୍ଞାନ ଓ କାରିଗର, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତ ଶିଳ୍ପ, ମିଶନ ଶକ୍ତି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଓ ସଶକ୍ତିକରଣ ଓ ସରକାରୀ ଉଦ୍ୟୋଗର ପ୍ରଶ୍ନକାଳ ରହିଛି।

ପୂର୍ବରୁ ଏନେଇ ବିରୋଧୀ ହୋହଲ୍ଲା ଯୋଗୁଁ ଗୃହରେ ଅଚଳାବସ୍ଥା ଜାରି ରହିଥିଲା । ତେବେ ସର୍ବଦଳୀୟ ବୈଠକରେ ସମାଧାନର ବାଟ ବାହାରିଥିଲା । ମାତ୍ର ଆଜି ପ୍ରଶ୍ନକାଳ ଚାଲିବ ନାଁ ନାହିଁ ତାଉପରେ ସମସ୍ତଙ୍କ ନଜର ରହିଛି । ତିନି ଦିନ ଧରି ବିରୋଧୀ ଗୃହରେ ହଟଗୋଳ କରୁଥିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ କରୁଛନ୍ତି ।

Odisha Assembly Monsoon Session Commence From Today Following Covid Norms

ସୂଚନାଯୋଗ୍ୟ, ଗତକାଲି ମୌସୁମୀ ଅଧିବେଶନର ତୃତୀୟ ଦିନରେ ମଧ୍ୟ ବିଧାନସଭା ଚାଲି ପାରିନଥିଲା। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇପଡିଥିଲା। ଏପରିକି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ କଂଗ୍ରେସ ସଦସ୍ୟଙ୍କ ହୋ ହଲ୍ଲା ଯୋଗୁଁ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ରଖିଥିଲ।

Leave a Reply