ତାଲିବାନ କବଳକୁ ଗଲା ପଞ୍ଜଶିର, ଏବେ ପୂରା ଆଫଗାନିସ୍ତାନ ଉପରେ ରାଜ୍ !

କାବୁଲ: ଘମାସାନ ଯୁଦ୍ଧ ପରେ ତାଲିବାନ କବଳକୁ ଗଲା ପଞ୍ଜଶିର। କିଛି ଦିନର ଲଢେଇ ପରେ ବିଦ୍ରୋହୀଙ୍କ ପରାଜୟ ହୋଇଥିବା କୁହାଯାଇଛି। କିନ୍ତୁ ପଞ୍ଜଶିରର ପତନ ହୋଇନାହିଁ ବୋଲି ଦାବି କରିଛନ୍ତି ବିଦ୍ରୋହୀ ଗୋଷ୍ଠୀ ନେତା ତଥା ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ। ଏହାବ୍ୟତୀତ ସେ ଦେଶ ଛାଡି ଚାଲିଯାଇଥିବା ଖବରକୁ ମଧ୍ୟ ଖଣ୍ଡନ କରିଛନ୍ତି।

Taliban Are All Set To Form Government In Afghanistan After Friday Prayers

ନିଜକୁ ଆଫଗାନିସ୍ତାନର ରାଷ୍ଟ୍ରପତି ବୋଲି ଦାବି କରୁଥିବା ଅମରୁଲ୍ଲା କହିଛନ୍ତି, ସେ ପଞ୍ଜଶିରରେ ହିଁ ଅଛନ୍ତି । ଏବଂ ଅନ୍ୟ ଦେଶକୁ ଚାଲିଯିବା ଖବର ଗୁଜବ । ତାଲିବାନ ବିରୋଧରେ ଯୁଦ୍ଧ ଜାରି ରହିବ ଏବଂ ସେ ସ୍ୱାଭିମାନର ସହ ନିଜ ଜନ୍ମମାଟି ଲାଗି ଲଢେଇ ଜାରି ରଖିବେ। ଅମରୁଲ୍ଲାଙ୍କ ପୁଅ ଅବଦୁଲ୍ଲା ସାଲେହ ମଧ୍ୟ କହିଛନ୍ତି ପଞ୍ଜଶିର ତାଲିବାନ ହାତକୁ ଯାଇନାହିଁ।

Afghanistan Crisis Taliban Violets Ceasefire Attack In Panjshir

ଅପରପକ୍ଷେ ଅମାନୁଲ୍ଲାଙ୍କ ସହଯୋଗୀ ଅହମ୍ମଦ ମାସୁଦ କହିଛନ୍ତି, ପଞ୍ଜଶିର ଏବେ ବି ତାଙ୍କ କବଜାରେ ରହିଛି । ଏହା ତାଲିବାନ ହାତକୁ ଯାଇନାହିଁ । ସାରା ଆଫଗାନିସ୍ତାନକୁ ତାଲିବାନ କବଜା କରିଥିବା ବେଳେ କେବଳ ପଞ୍ଜଶିର ସେମାନଙ୍କ ହାତକୁ ଯାଇ ନଥିଲା। ଏବେ ବି ଅହମ୍ମଦ ମାସୁଦ ଓ ଅମରୁଲ୍ଲାଙ୍କ ନେତୃତ୍ୱରେ ହଜାର ହଜାର ବିଦ୍ରୋହୀ ତାଲିବାନର ପ୍ରତିରୋଧ କରୁଥିବା କୁହାଯାଉଛି।

ସେପଟେ ମହିଳା ବିଚାରପତିଙ୍କ ବିରୋଧରେ ପଦକ୍ଷେପ ନେଇଛି ତାଲିବାନ। ଯେଉଁ ମହିଳା ବିଚାରପତିମାନେ ତାଲିବାନ କର୍ମୀଙ୍କୁ ବିଭିନ୍ନ ଦଣ୍ଡ ଶୁଣାଇଥିଲେ ସେମାନଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ଦେଶର ୨୫୦ରୁ ଅଧିକ ମହିଳା ବିଚାରପତିଙ୍କ ଜୀବନ ଏବେ ବିପଦରେ ଥିବା ବେଳେ କିଛି ବିଚାରପତି ଦେଶ ଛାଡି ଚାଲିଯାଉଥିବା ସୂଚନା ମିଳିଛି। ଏନେଇ ସେମାନେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave a Reply