ହାଇକୋର୍ଟର ବିଚାରପତି ପଦ ପାଇଁ ୬୮ ଜଣଙ୍କ ନାଁ ସୁପାରିସ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ହାଇକୋର୍ଟରେ ଖାଲି ପଡିଥିବା ବିଚାରପତି ପଦ ପୂରଣ ହେବ । ଯାହାକୁ ଦୃଷ୍ଟିରେ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମଣାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ କଲେଜିୟମ ଏକାଥରକେ ୬୮ ଜଣଙ୍କ ନାଁ ସୁପାରିସ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୦ ଜଣ ମହିଳା ଅଛନ୍ତି।

ସୂଚନା ଅନୁଯାୟୀ, ଆଗରୁ କେବେ ଏତେ ସଂଖ୍ୟକ ବ୍ୟକ୍ତିଙ୍କ ନାମ ବିଚାରପତି ଲାଗି ସୁପାରିସ ହୋଇ ନଥିଲା। ପୂର୍ବରୁ ଏହି କଲେଜିୟମ ୧୧୨ ଜଣ ସମ୍ଭାବ୍ୟ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିବା ପରେ ଚୂଡାନ୍ତ ଭାବେ ୬୮ ଜଣଙ୍କ ନାମ ସୁପାରିସ କରିଛି। ନ୍ୟାୟ ବିଭାଗର ତଥ୍ୟ ଅନୁସାରେ, ବର୍ତ୍ତମାନ ଦେଶର ୨୫ଟି ହାଇକୋର୍ଟର ୪୬୫ଟି ବିଚାରପତି ପଦବୀ ଖାଲି ରହିଛି।

ସେଥିରୁ ୨୮୧ଟି ସ୍ଥାୟୀ ବିଚାରପତି ଓ ୧୮୪ଟି ଅତିରିକ୍ତ ବିଚାରପତି ପଦବୀ ରହିଛି। ଦେଶରେ ମଞ୍ଜୁରୀ ପ୍ରାପ୍ତ ବିଚାରପତି ପଦବୀ ସଂଖ୍ୟା ୧୦୯୮ ରହିଛି। ମାତ୍ର ପଦବୀ ଖାଲି ରହିଥିବାରୁ ବିଚାର ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି। ଆହ୍ଲାବାଦ ହାଇକୋର୍ଟରେ ୬୮, ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ୪୦ ଓ କଲିକତା ହାଇକୋର୍ଟରେ ୩୬ ବିଚାରପତି ପଦବୀ ଖାଲି ରହିଛି ।

ତେବେ ଏହି କଲେଜିୟମରେ ସିଜେଆଇଙ୍କ ସମେତ ଜଷ୍ଟିସ ୟୁ ୟୁ ଲଳିତ, ଜଷ୍ଟିସ ଏ.ଏମ. ଖାଓ୍ବଲିକର ସଦସ୍ୟ ରହିଛନ୍ତି । ଏହି ତାଲିକାରୁ ୪୪ଜଣ ରହିଛନ୍ତି ବିଭିନ୍ନ ବାରର ସଦସ୍ୟ। ସେପଟେ ଅନ୍ୟମାନେ ହେଉଛନ୍ତି ବିଭିନ୍ନ ବିଚାର ବିଭାଗୀୟ ଅଫିସର।

Leave a Reply