ଆପଣଙ୍କ ଶରୀରରେ ଦେଖାଯାଉଛି କି ଏସବୁ ଲକ୍ଷଣ; ଭୁଲରେ ବି କରନ୍ତୁନି ଅଣଦେଖା…

1 min read

କାହାକୁ କେତେବେଳେ ହାର୍ଟ ଆଟାକ୍ ହେବ ତାହା କଳ୍ପନା କରିବା କଷ୍ଟ । ଦେଶରେ ହୃଦଘାତରେ ଅସମୟରେ ଅନେକ ଲୋକଙ୍କର ପ୍ରାଣହାନୀ ମଧ୍ୟ ଘଟୁଛି । ଏ ଯେମିତି ମାତ୍ର ୪୦ ବର୍ଷ ବୟସରେ ହୃଦଘାତରେ ପ୍ରାଣ ହରାଇଛନ୍ତି ବିଗ୍ ବସ୍ ୧୩ର ବିଜେତା ତଥା ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲା।

ନା ତାଙ୍କର ବୟସ ଅଧିକ ଥିଲା, ନା ହିଁ ତାଙ୍କ ଶରୀର ଅସୁସ୍ଥ ଥିଲା । ତେବେ ଏହିଭଳି ଅଚାନକ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ହାର୍ଟ ଆଟାକ୍ ଏଭଳି ଏକ ରୋଗ ଯାହା ପ୍ରତିବର୍ଷ ବହୁ ଲୋକଙ୍କର ଜୀବନ ନେଇଥାଏ। ବିଶେଷଜ୍ଞଙ୍କ ଅନୁସାରେ ଏହି ସମସ୍ୟା ୬୦ ବର୍ଷରୁ ଅଧିକ ବୟସ୍କ, ମେଦ ବହୁଳ, ଡାଏବେଟିସ୍, ହାଇ କୋଲେଷ୍ଟ୍ରଲ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଲୋକଙ୍କଠାରେ ଦେଖାଯାଏ। କେବଳ ଏତିକି ନୁହେଁ, ଆଜିକାଲି ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ମଧ୍ୟ ହୃଦଘାତର ସମସ୍ୟାକୁ ଅଧିକ ବଢାଉଛି । ତେବେ ଚାଲନ୍ତୁ ଜାଣିବା ହୃଦଘାତର ଲକ୍ଷଣ ବିଷୟରେ, ଯାହାକୁ ଅଣଦେଖା କରିବା ବିଲକୁଲ ବି ଉଚିତ୍ ନୁହେଁ।

ଛାତିରେ ଯନ୍ତ୍ରଣା
ଛାତିରେ ଯନ୍ତ୍ରଣା ଅନୁଭବ କରିବା ଏକ ସାଧାରଣ କଥା। ଖାସ୍ କରି ହାର୍ଟ ବ୍ଲକେଜ୍ ଓ ହାର୍ଟ ଆଟାର୍କ ସମୟରେ ଏଭଳି ଅନୁଭବ ହୋଇଥାଏ । ହେଲେ ସମସ୍ତଙ୍କ କ୍ଷେତ୍ରରେ ଏହି ଅନୁଭବ ଭିନ୍ନ ଭିନ୍ନ ହୋଇଥାଏ । କିଛି ଲୋକଙ୍କ ଛାତିରେ ଯନ୍ତ୍ରଣା ହେଉଥିବା ବେଳେ ଆଉ କେତେଜଣ ଛାତିରେ କିଛି ଫୋଡି ହେଇଯାଉଥିବା ଅନୁଭବ କରିଥାନ୍ତି । ଆଉ କିଛି ଲୋକଙ୍କୁ ହାର୍ଟ ଆଟାକ୍ ସମୟରେ ଛାତିରେ ଜଳାପୋଡା, ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ତେବେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଶରୀରରେ ଏହା ଅଧିକ ଦେଖାଦେଇଥାଏ ।

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ଗତ କିଛି ବର୍ଷ ଭିତରେ ଦେଶରେ ଦୃତ ଗତିରେ ବଢ଼ିବାରେ ଲାଗିଛି । ତଥ୍ୟ ଅନୁସାରେ, ଦେଶରେ ୨୦୧୪ରେ ୧୮ ହଜାର ୩୦୯, ୨୦୧୫ରେ ୧୮ ହଜାର ୮୨୦, ୨୦୧୬ରେ ୨୧ ହଜାର ୯୧୪, ୨୦୧୭ରେ ୨୩ ହଜାର ୨୪୬, ୨୦୧୮ରେ ୨୫ ହଜାର ୭୬୪, ୨୦୧୯ରେ ୨୮ ହଜାର ୫ଜଣଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଛି ।

ହାର୍ଟ ଆଟାକର ବିଭିନ୍ନ କାରଣ ରହିଛି

ସାମାନ୍ୟ ବାହୁ ଯନ୍ତ୍ରଣା ବି ହୃଦଘାତ ଜନିତ ସମସ୍ୟା ସୃଷ୍ଟିକରିପାରେ । ଏହି ଯନ୍ତ୍ରଣା ଛାତିରୁ ଆରମ୍ଭ ହୋଇ ବାହାରକୁ ଯାଇଥାଏ । କିନ୍ତୁ ଏମିତି ଅନେକ ରୋଗୀ ରହିଛନ୍ତି, ଯେଉଁମାନଙ୍କୁ ପ୍ରଥମେ ହାତରେ କଷ୍ଟ ହୋଇଥାଏ, ଯାହା ପରବର୍ତୀ ସମୟରେ ହାର୍ଟ ଆଟାକ୍ ରୂପ ନେଇଥାଏ ।

ଅନେକ ସମୟରେ ଆମେ ଓପାସରେ ରହିଥାଉ । ଯାହା ଫଳରେ ବହୁ ସମୟ ଯାଏଁ ନ ଖାଇ ରହିବା ଦ୍ୱାରା ମୁଣ୍ଡ ବୁଲାଏ । କିନ୍ତୁ ଯଦି ଆପଣ ହଠାତ୍ ଅସୁସ୍ଥତା ଅନୁଭବ କରନ୍ତି ଆଉ ନିଶ୍ୱାସ ନେବାରେ ଅସୁବିଧା ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଆବଶ୍ୟକ । ଏହାକୁ ସାମାନ୍ୟ ଭାବି ଅଣଦେଖା କଲେ ହୁଏତ ଏହା ଘାତକ ସାବ୍ୟସ୍ତ ହୋଇପାରେ । ବିଶେଷଜ୍ଞଙ୍କ ମୁତାବିକ ଏହାର କାରଣ- ବ୍ଲଡ୍ ପ୍ରେସର ହ୍ରାସ କିମ୍ବା ହାର୍ଟ ଠିକ୍ ଭାବେ ଚାଲୁନାହିଁ । ଏହି କ୍ଷେତ୍ରରେ ହୃଦଘାତର ସମ୍ଭାବନା ଅଧିକ ରହିଥାଏ ।

ଏସବୁ ଲକ୍ଷଣ ଆପଣଙ୍କୁ ସାଧାରଣ ଲାଗିଲେ ବି ଏହା ମାରାତ୍ମକ । ବେକ ଓ ଥୋଡି ସହ ସିଧାସଳଖ ଛାତିର ସମ୍ପର୍କ ନଥିଲେ ବି ଯଦି ଏଥିରେ ଅଧିକ ଯନ୍ତ୍ରଣା ଅନୁଭୂତ ହୁଏ । ତେବେ ଏହା ହୃଦଘାତର ସଙ୍କେତ ଦେଇଥାଏ । ତେବେ ଏହିସବୁ ଲକ୍ଷଣ ସାଧାରଣ ଲକ୍ଷଣ ଲାଗିଲେ ବି ଏହା ହୃଦଘାତ ଭଳି ବଡ ରୋଗର କାରଣ ହୋଇପାରେ । ତେଣୁ ବେଳହୁଁ ସାବଧାନ ହୁଅନ୍ତୁ ଏବଂ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Leave a Reply