ଦୂତୀ ଚାନ୍ଦଙ୍କ ନାଁରେ ମିଥ୍ୟା ଖବର ପ୍ରସାରଣ; ସ୍ମୃତିରଞ୍ଜନ ବେହେରା ଅଟକ

1 min read

ଭୁବନେଶ୍ୱର: ଦୂତୀ ଚାନ୍ଦଙ୍କ ନାଁରେ ମିଥ୍ୟା ଖବର ପ୍ରସାରଣ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ। ଫୋକସ ପ୍ଲସ ରିପୋର୍ଟର ସ୍ମୃତିରଞ୍ଜନ ବେହେରାଙ୍କୁ ଅଟକ ରଖିଛି ମହିଳା ଥାନା ପୋଲିସ।

ସୂଚନା ଅନୁଯାୟୀ, ଏହାସହ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଖୋଜୁଛି ପୋଲିସ । ଘଟଣାରେ ଓ୍ବେବ ପୋର୍ଟାଲ ଅଫିସରେ ତାଲା ପକାଇଛି ପୋଲିସ । ଝାରପଡ଼ାରେ ଥିବା ଅଫିସରେ ବିଳମ୍ବିତ ରାତିରେ ପୋଲିସ ପହଞ୍ଚି ତାଲା ପକାଇଛି । ଗତକାଲି କମ୍ପ୍ୟୁଟର, ଲାପଟପ୍, କ୍ୟାମେରା, ବୁମ୍ ଜବତ ହୋଇଥିଲା । ଏହାସହ ମିଥ୍ୟା ପ୍ରସାରଣ ମାମଲାରେ ଗତକାଲି ଓ୍ୱେବ ପୋର୍ଟାଲର ସମ୍ପାଦକ ସୁଧାଂଶୁ ରାଉତଙ୍କୁ ଗିରଫ କରିଥିଲା ପୋଲିସ ।

ତେବେ ସୁଧାଂଶୁଙ୍କ ବିରୋଧରେ ଆଇପିସିର ଧାରା ୨୯୨(୨), ୩୫୪-ଏ , ୫୦୬, ୫୦୯, ୧୨୦-ବି ପରି ଅପରାଧିକ ଷଡଯନ୍ତ୍ର ଦଫା ଲାଗିଛି । ଅଲିମ୍ପିଆନ ଦୂତି ଚାନ୍ଦଙ୍କୁ ଅପମାନିତ କରିବା ସହ ବ୍ଲାକମେଲିଂ ଅଭିଯୋଗରେ ୱେବ ପୋର୍ଟାଲ ଉଦ୍ଦେଶ୍ୟମୂଳକ ଭାବେ ଖବର ପ୍ରସାରଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଦୂତି ୱେବ ପୋର୍ଟାଲ ସଂପାଦକ ସୁଧାଂଶୁ ରାଉତ, ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ଓ ରିପୋର୍ଟର ସ୍ମୃତି ରଞ୍ଜନ ବେହେରାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ ।

Leave a Reply