spot_img
Home Blog Page 5389

ଲେଉଟିଲା ବ୍ଳାକ୍ ପଲସର ଆତଙ୍କ: ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟିନେଲେ ୭୫ ହଜାର ଟଙ୍କା

ଭୁବନେଶ୍ୱର: ବାଲିଅନ୍ତାରେ ବ୍ଲାକ୍ ପଲସର ଆତଙ୍କ । ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମାରଣାତ୍ମକ ଆକ୍ରମଣ କରି ପ୍ରାୟ ୭୫ ହଜାର ଟଙ୍କା ଲୁଟି ନେଲେ ଦୁଇ ଦୁର୍ବୃତ୍ତ । ଘଟଣା ଘଟିଛି ବାଲିଅନ୍ତା ଥାନା ପ୍ରତାପରୁଦ୍ରପୁର- କଣ୍ଟାପଡ଼ା ରାସ୍ତା ଆଖଣ୍ଡଳେଶ୍ଵର ମନ୍ଦିର ନିକଟରେ । ଗୁରୁତର ଅବସ୍ଥାରେ ଫାଇନାନ୍ସ କର୍ମଚାରୀ ଜ୍ଞାନ ରଞ୍ଜନ ଦିୱେଦୀଙ୍କୁ ହସ୍ପିଟାଲ୍‌ ରେ ଭର୍ତ୍ତି କରାଯାଇଛି ।

ଭାରତ ଫାଇନାନ୍ସର କର୍ମଚାରୀ ଜ୍ଞାନ ରଞ୍ଜନ ଋଣ ଟଙ୍କା ସଂଗ୍ରହ କରି ବାଲିଅନ୍ତା ଅଭିମୁଖେ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବ୍ଲାକ୍ ପଲ୍‌ସରରେ ତାଙ୍କୁ ପିଛା କରିଥିଲେ । ପ୍ରତାପରୁଦ୍ରପୁର- କଣ୍ଟାପଡ଼ା ଆଖଣ୍ଡଳେଶ୍ଵର ମନ୍ଦିର ନିକଟରେ କର୍ମଚାରୀ ଜଣଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିଲେ । ପରେ ଏକ ମାରଣାସ୍ତ୍ରରେ କର୍ମଚାରୀଙ୍କ ହାତକୁ ହାଣି ଟଙ୍କା ବ୍ୟାଗ୍ ନେଇ ଘଟଣାସ୍ଥଳରୁ ଫେରାର୍ ହୋଇଗଲେ । ଆକ୍ରମଣରେ ଗୁରୁତର କର୍ମଚାରୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗ ହସ୍ପିଟାଲ ପଠାଇଛନ୍ତି ସ୍ଥାନୀୟ ଲୋକେ । ଖବର ପାଇ ବାଲିଅନ୍ତା ପୋଲିସ୍ ଘଟଣା ସ୍ଥଳରେ ପହିଁଞ୍ଚି ତଦନ୍ତ କରିଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୧ହଜାର ୮୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ

Tokyo Olympics: ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୨ରେ ଭାରତୀୟ ହକି ଦଳ ବିଜୟୀ

ଟୋକିଓ: ଅଲିମ୍ପିକ୍ସରେ ଆରମ୍ଭରୁ ଭାରତର ଭଲ ପ୍ରଦର୍ଶନ । ଭାରତୀୟ ପୁରୁଷ ହକି ଟିମର ରୋମାଞ୍ଚକର ବିଜୟ । ନ୍ୟୁଜିଲାଣ୍ଡରକୁ ୩-୨ରେ ପରାସ୍ତ କରିଛି ଭାରତ । ହରମନପ୍ରିତ୍ ୨ଟି ଗୋଲ୍ ଦେଇଥିବାବେଳେ ରୁପେନ୍ଦ୍ର ଗୋଟିଏ ଗୋଲ୍ ଦେଇଥିଲେ । ସେପଟେ ତୀରନ୍ଦାଜୀରରେ ଦମ୍ ଦେଖାଇଛନ୍ତି ଭାରତୀୟ ଖେଳାଳି । ଡବଲ ମିକ୍ସଡରେ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ଦୁଇ ଖେଳାଳି ଦୀପିକା କୁମାରୀ ଓ ପ୍ରବୀଣ ଯାଦବ । ଚୀନର ତାଇପେ ଯୋଡିକୁ ୫-୩ରେ ହରାଇ କ୍ୱାର୍ଟରରେ ପ୍ରବେଶ କରିଛନ୍ତି ଦୀପିକା ଓ ପ୍ରବୀଣ । ତେବେ ମହିଳା ୧୦ ମିଟର ରାଇଫଲ ସୁଟିଂରେ ନିରାଶ କରିଛନ୍ତି ଅପୂର୍ବୀ ଚାନ୍ଦିଲା ଓ ଇଲାଭେନିଲ୍ । ସେପଟେ ଟୋକିଓ ଅଲିମ୍ପିକ୍ସର ପ୍ରଥମ ଗୋଲ୍ଡ ହାତେଇଛି ଚୀନ । ୧୦ ମିଟର ଏୟାର ରାଇଫଲ ଇଭିଣ୍ଟେରେ ଚୀନର ୟାଙ୍ଗ କିୟାନ ୨୫୧. ୮ ସ୍କୋର କରି ଗୋଲ୍ଡ ମେଡାର ହାତେଇବାରେ ସକ୍ଷମ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଟୋକିଓ ଅଲମ୍ପିକ୍ସ: ନଖରେ ଖେଳାଳି ଆଙ୍କିଲେ ତ୍ରୀରଙ୍ଗା ଓ ଅଲମ୍ପିକ ରିଙ୍ଗ୍ସ

ରାଜ୍ୟରେ ଆଉ ୧ହଜାର ୮୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଦେଶରେ ଆଉ ୧ହଜାର ୮୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୦୮୨ ଏବଂ ସ୍ଥାନୀୟ ଅଞ୍ଚଳରୁ ୭୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୬୯, ବାଲେଶ୍ୱରୁ ୧୧୪, ବରଗଡ଼ରୁ ୨୪, ଭଦ୍ରକରୁ ୬୫, ବଲାଙ୍ଗୀରରୁ ୫, ବୌଦ୍ଧରୁ ୩, କଟକରୁ ୨୨୧, ଦେବଗଡ଼ରୁ ୬, ଢେଙ୍କାନାଳରୁ ୮୪, ଗଜପତିରୁ ୩, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୮୯, ଯାଜପୁର ୧୦୭, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୭, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ା ୫୯, କେନ୍ଦୁଝରରୁ ୪୪, କୋରାପୁଟରୁ ୭ ଓ ମାଲକାନଗିରିରୁ ୧୨, ମୟୂରଭଞ୍ଜରୁ ୫୭, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୬୬, ନୂଆପଡ଼ାରୁ ୯, ପୁରୀରୁ ୫୯, ରାୟଗଡ଼ାରୁ ୨୪, ସମ୍ୱଲପୁରରୁ ୩୪, ସୋନପୁରରୁ ୬ ଓ ସୁନ୍ଦରଗଡ଼ରୁ ୫୬  ଏବଂ ଷ୍ଟେଟ୍ ପୁଲରୁ ୧୦୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୪୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି  ।ଏଯାବତ୍ ରାଜ୍ୟରେ ମୋଟ ୧୯ ହଜାର ୧୩ ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି: ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା  । ଆଗାମୀ ୫ଦିନ ଯାଏ ବର୍ଷା ହେବା ନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି । କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିଭଳି ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।

ଏଥିସହିତ ପଢ଼ନ୍ତୁ: ଏସିଏଫ୍‌ ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଡିଏଫ୍‌ଓଙ୍କୁ କ୍ଲିନ୍‌ ଚିଟ୍‌

ସରିଲା ନୀଳାଦ୍ରି ବିଜେ, ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପରେ ରତ୍ନବେଦୀକୁ ଗଲେ ମହାପ୍ରଭୁ

ପୁରୀ: ସରିଲା ମହାପ୍ରଭୁଙ୍କ ରଥଯାତ୍ରା। ସବୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିଛନ୍ତି ଶ୍ରୀଜିଉ। ଆଜି ଥିଲା ମହାପ୍ରଭୁଙ୍କର ନୀଳାଦ୍ରିବିଜେ। ରଥ ଉପରେ ରସଗୋଲା ଭୋଗ ସରିବା ପରେ ଆରମ୍ଭ ହୋଇଥିଲା ନୀଳାଦ୍ରି ବିଜେ ନୀତିକାନ୍ତି। ତେବେ ନୀରାଦ୍ରି ବିଜେରେ ହୁଏ ଗୋଟି ପହଣ୍ଡି। ଗୋଟି ଗୋଟି କରି ଶ୍ରୀଜିଉ ଯାଆନ୍ତି ନୀଳକନ୍ଦରକୁ।

ପ୍ରଥମେ ଭଗବାନ ସୁଦରର୍ଶଙ୍କୁ ପହଣ୍ଡି କରି ମନ୍ଦିର ମଧ୍ୟକୁ ନିଆଯାଇଥିଲା। ସୁଦର୍ଶନଙ୍କ ପରେ ବଡ଼ ଭାଇ ବଳଭଦ୍ରଙ୍କୁ ପହଣ୍ଡି କରାଯାଇଥିଲା। ବଡ଼ ଠାକୁର ମନ୍ଦିର ଭିତରକୁ ଗଲାପରେ ସୁନା ଭଉଣୀ ସୁଭଦ୍ରାଙ୍କୁ ରତ୍ନବେଦୀକୁ ନିଆଯାଇଥିଲା। ସବୁଠାରୁ ଶେଷରେ ଟାହିଆ ହଲାଇ ଦୋହଲି ଦୋହଲି ହାତରେ ରସଗୋଲା ମିଠା ନେଇ ଆସିଥିଲେ କାଳିଆ ଠାକୁର। କିନ୍ତୁ ରତ୍ନବେଦୀକୁ ଦେଢ଼ଶୁର ଏବଂ ନଣନ୍ଦ ଗଲାପରେ ମା’ ଲକ୍ଷ୍ମୀ ସାଆନ୍ତାଣିଙ୍କ ହାବୁଡ଼ରେ ପଡ଼ିଲେ ମହାପ୍ରଭୁ।

ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ବୁଲିବାକୁ ଯାଇଥିଲେ ବୋଲି ରାଗରେ ପଞ୍ଚମ ହୋଇ ବାଟ ଜଗିଥିଲେ ମା’ ଲକ୍ଷ୍ମୀ। ଏହା ପରେ ସାଙ୍ଗରେ ଆଣିଥିବା ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ ମହାପ୍ରଭୁ। ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ହେବା ପରେ ରତ୍ନବେଦୀକୁ ସାଙ୍ଗ ହୋଇ ଯାଇଥିଲେ କାଳିଆ ସାଆନ୍ତ ଏବଂ ଲକ୍ଷ୍ମୀ ସାଆନ୍ତାଣି।

ଏସିଏଫ୍‌ ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଡିଏଫ୍‌ଓଙ୍କୁ କ୍ଲିନ୍‌ ଚିଟ୍‌

ସୋର: ବହୁର୍ଚ୍ଚିତ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ଏବେ ଜଟିଳରୁ ଜଟିଳ ହେବାରେ ଲାଗିଛି। ଦିନ ଗଡ଼ିଚାଲିଥିଲେ ମଧ୍ୟ କୌଣସି ସୁରାଗ ଖୋଜି ପାଉନି ପୋଲିସ। ଏହାରିଭିତରେ ମୃତ୍ୟୁ ମାମଲାରେ ଚର୍ଚ୍ଚାକୁ ଆସିଥିବା DFOଙ୍କୁ ମିଳିଛି କ୍ଲିନ୍‌ ଚିଟ୍‌। ଡିଏଫଓଙ୍କର କୌଣସି ସଂପୃକ୍ତି ନାହିଁ ବୋଲି ଗଜପତି ଏସପି ତପନ କୁମାର ପଟ୍ଟନାୟକ କହିଛନ୍ତି। ଆଜି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ସହ ମୋଟ୍‌ ୮ଜଣଙ୍କୁ ପଚରାଉଚରା କରାଯାଇଛି। ଜେରା ବେଳେ ବିଦ୍ୟାଭାରତୀଙ୍କୁ ଜାଣିନଥିବା କହିଥିଲେ ଡିଏଫଓ। ପୂର୍ବରୁ ସେ କେବେ ଦିଦ୍ୟାଙ୍କୁ ଭେଟିନଥିଲେ। ଘଟଣା ଦିନ ହିଁ ସେ ପ୍ରଥମ କରି ବିଦ୍ୟାଙ୍କୁ ଦେଖିଥିବା କହିଥିଲେ। ଏଥିସହ ତାଙ୍କ ସହ ସଂପର୍କକୁ ଅସ୍ୱୀକାର କରିଥିଲେ ଡିଏଫଓ। ତେବେ ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ଗଜପତି ଏସ୍‌ପି କହିଛନ୍ତି।

କେନ୍ଦ୍ରାପଡାରେ ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ

ମାର୍ଶାଘାଇ: ଆଜି ହେଉଛି ମହାପ୍ରଭୁଙ୍କର ନୀଳାଦ୍ରି ବିଜେ। ବାହୁଡି ଯାତ୍ରା ପରେ ସମସ୍ତ ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବା ସହ ନୀଳକନ୍ଦରକୁ ଫେରିଛନ୍ତି ମହାପ୍ରଭୁ।  ଏଥିପାଇଁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କର ପହଣ୍ଡି। ରଥଯାତ୍ରାରେ ଧାଡ଼ି ପହଣ୍ଡି ହେଉଥିବା ବେଳେ ନୀଳାଦ୍ରୀବିଜେରେ ହେଉଛି ଗୋଟି ପହଣ୍ଡି।

ସେହିପରି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପାଇଲୋ ଗ୍ରାମର ମା ଦକ୍ଷୀଣ କାଳୀ ପୀଠରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଜି ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ମନ୍ଦିର କମିଟି ପକ୍ଷରୁ ପୂଜାର୍ଚ୍ଚନା ସହ ପ୍ରଭୁଙ୍କ ନୀଳାଦ୍ରି ବିଜେ ଶୃଙ୍ଖଳାର ସହ କରାଯାଇଛି । ଏହି ଅବସରରେ ପ୍ରସାଦ ସେବନ ମଧ୍ୟ କରାଯାଇଥିବା ସୂଚନା ମିଳିଛି ।

 

 

SI ପଦବୀ ପାଇଁ ଗାରିମା ଗୃହରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଉଛନ୍ତି କିନ୍ନର

ଭୁବନେଶ୍ୱର: ଖାକି ବର୍ଦ୍ଦି ପିନ୍ଧିବେ କିନ୍ନର। ଓଡିଶାରେ ମିଳିଛି ଏହି ସୁଯୋଗ। SI ପଦବୀ ପାଇଁ ଅଛନ୍ତି ୨୬ କିନ୍ନର। ଗାରିମା ଗୃହରେ ନେଉଛନ୍ତି ସ୍ୱତନ୍ତ୍ର ପ୍ରଶିକ୍ଷଣ। ଚାଲିଛି ଯୋଗ ପ୍ରଶିକ୍ଷଣ ସହିତ ବ୍ୟାୟାମ, କମ୍ପ୍ୟୁଟର ଶିକ୍ଷା ସାଙ୍ଗକୁ ପାଠପଢା। କୌଣସି ଯୋଗ କେନ୍ଦ୍ର ବା କୋଚିଂ ସେଣ୍ଟର ନୁହେଁ। ‘ଗାରିମା ଗୃହରେ ଚାଲିଛି ସ୍ୱତନ୍ତ୍ର ପ୍ରଶିକ୍ଷଣ। ପ୍ରଶିକ୍ଷଣ ନେଉଥିବା ଓ ଅଧ୍ୟୟନ କରୁଥିବା ସମସ୍ତେ ଅଗଷ୍ଟ ମାସରେ ହେବାକୁ ଥିବା ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ଆବେଦନକାରୀ। ପାଠପଢାରୁ ଯଦିଓ ଦିର୍ଘ ଦିନ ଦୂରରେ ଥିଲେ ତଥାପି ମନରେ ଉତ୍ସାହ ଓ ବିଶ୍ୱାସ। କଷ୍ଟ ହେଲେବ ବି ସୁଯୋଗକୁ ହାତଛଡା ନକରିବାକୁ ଯେମିତି ପଣ କରିନେଇଛନ୍ତି ଏମାନେ।

ରାଜ୍ୟରେ ଖାଲିପଡିଛି ୪୭୭ ସବ୍‌ ଇନ୍ସପେକ୍ଟର ଓ ୨୪୪ଟି କନେଷ୍ଟବଳ ପଦବୀ। ଏଥିପାଇଁ ଆସନ୍ତା ଅଗଷ୍ଟରେ ହେବ ପରୀକ୍ଷା। ଚଳିତ ଥର ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୋଲିସ ବିଭାଗରେ ନିଯୁକ୍ତି ପାଇଁ କିନ୍ନରଙ୍କୁ ମିଳିଛି ଅନୁମତି। ଯାହାକୁ ନେଇ କିନ୍ନରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ। ୪୭୭ଟି ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ମୋଟ ୧ଲକ୍ଷ ୩୨ହଜାର ୪୯୬ଜଣ ଆବେଦନ କରିଛନ୍ତି। ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ସ୍ନାତକ ଡିଗ୍ରୀ ସହ କମ୍ପ୍ୟୁଟର ଶିକ୍ଷା ଜରୁରୀ। ଏଭଳି ଯୋଗ୍ୟତା ଥିବା ମୋଟ ୨୬ଜଣ କିନ୍ନର ଆବେଦନ କରିଛନ୍ତି। ସ୍ୱତନ୍ତ୍ର ପ୍ରଶିକ୍ଷକଙ୍କ ଜରିଆରେ ଏମାନଙ୍କୁ ଦିଆଯାଉଛି ତାଲିମ୍‌। କିନ୍ନରଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାରତାକୁ କୃତଜ୍ଞତା ଜଣାଇଛନ୍ତି କିନ୍ନର ସଂଘ।

କିନ୍ନରଙ୍କୁ ମିଳିଛି ତୃତୀୟ ଲିଙ୍ଗର ମାନ୍ୟତା। ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ କିନ୍ନରଙ୍କୁ ମିଳୁଥିବା ସୁଯୋଗ ଜରିଆରେ ସମାଜରେ ସେମାନଙ୍କ ପ୍ରତି ଥିବା ମନୋଭାବ ଦୂର ହୋଇପାରିବ।

ସହରାଞ୍ଚଳରେ ହେବ ଦକ୍ଷତା ବିକାଶ, ବେକାର ଯୁବକ ଯୁବତୀଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଚଳ ମାନଙ୍କରେ ଯୁବଗୋଷ୍ଠୀମାନଙ୍କ ପାଇଁ ଜୀବିକା ନିର୍ବାହ ସୁଯୋଗ ଯୋଗାଇ ଦେବା ନିମନ୍ତେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଲାଇଟ୍‌ ହାଉସ୍‌ କମ୍ୟୁନିଟିଜ୍‌ ଫାଉଣ୍ଡେସନ୍‌ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କର ମାନବ ସମ୍ବଳ ବିକାଶର ଏକ ସ୍ୱତନ୍ତ୍ର ମଡ଼େଲ ରହିଛି, ଯାହା ସମାନତା ଏବଂ ଅର୍ନ୍ତଭୁକ୍ତ ଆଧାରରେ କାର୍ଯ୍ୟକାରୀ କରାଯାଉଛି।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ସମସ୍ତ ୧୧୪ଟି ସହରରେ ଜାଗା ମିଶନ ଡ୍ରିଙ୍କ ଫ୍ରମ୍‌ ଟାପ୍‌ ମିଶନ ଆହାର ଭଳି ଅନେକ ଫ୍ଲାଗସିପ୍ ମିଶନ ମାଧ୍ୟମରେ ସହରାଞ୍ଚଚଳ ବିକାଶ ଦିଗରେ ସ୍ୱତନ୍ତ୍ର ମଡ଼େଲ କାର୍ଯ୍ୟକାରୀ କରାଯାଉଛି। ସହରାଞ୍ଚଚଳରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ସେମାନଙ୍କ ସାମର୍ଥ୍ୟ ଏବଂ ଆକାଂକ୍ଷାକୁ ପ୍ରଷ୍ଫୁଟିତ କରିବାପାଇଁ ଉଦ୍ୟମ କରାଯାଉଛି।

ସହରାଞ୍ଚଚଳରେ ଯୁବକମାନଙ୍କ ପାଇଁ ଦୀର୍ଘସ୍ଥାୟୀ ନିରନ୍ତର ଜୀବିକା ନିର୍ବାହ ନିମନ୍ତେ ଲାଇଟ୍‌ ହାଉସ୍‌ କମ୍ୟୁନିଟିଜ୍‌ ଫାଉଣ୍ଡେସନ୍‌ ସହଭାଗିତାରେ ଏହି ଗୁରୁତ୍ୱପୂର୍ଣ୍ଣ ଯାତ୍ରାର ନୂତନ ଅଧ୍ୟ୍ୟାୟ ଆରମ୍ଭ କରାଯାଉଛି। ଏହି ଚୁକ୍ତିନାମା ମାଧ୍ୟମରେ ସହରାଞ୍ଚଚଳର ଯୁବକମାନଙ୍କର ଦକ୍ଷତାର ବିକାଶ, ବୈଷୟିକ ଜ୍ଞାନ କୈାଶଳ ଏବଂ ବଜାର ସୁବିଧା ଯୋଗାଇ ଦିଆଯିବ। ଜାଗା ମିଶନର ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସହରାଞ୍ଚଚଳ ମାନଙ୍କରେ ଅର୍ନ୍ତଭୁକ୍ତ ତଥା ସମାନ ମାନବ ସମ୍ବଳ ବିକାଶର ପରିବର୍ତ୍ତନଶୀଳ ଯାତ୍ରାରେ ଅଧିକ ସୁଦୃଢ କରିବ।

ମୋ ଦେହରେ ଟାଟୁ ଥିବା ଆଗକୁ ଜାଣିଥିଲେ ମୋହିତ, ଏବେ ଯୌତୁକ ପାଇଁ ମୋତେ ନିର୍ଯାତନା ଦେଉଛନ୍ତି

କଟକ: ମୋହିତ ସୋନାଲିଙ୍କ ପ୍ରେମ କାହାଣୀରେ ନୂଆ ଟ୍ୱିଷ୍ଟ। ମୋହିତଙ୍କ ପରେ ମୁହଁ ଖୋଲିଲେ ପତ୍ନୀ ସୋନାଲି। ମୋହିତଙ୍କ ବିରୋଧରେ ରଖିଲେ ସାଂଘାତିକ ଅିଭଯୋଗ। କହିଲେ ଯୌତୁକ ପାଇଁ ଶାଶୂଘର ଦେଉଥିଲେ ନିର୍ଯାତନା। ଅଜଣା ମେଡିସିନ୍ ଖୁଆଇ କରାଇଥିଲେ ଗର୍ଭପାତ। ପୂର୍ବ କଥା ସବୁ ଜାଣି ଅଜଣା ହେଉଛନ୍ତି ମୋହିତ। ଟାଟୁ କଥା ବି ଜାଣିଛନ୍ତି ସ୍ୱାମୀ ବୋଲି କହିଛନ୍ତି ସୋନାଲି। ଯୌତୁକ ପାଇଁ ଅଧିକ ଟଙ୍କା ମାଗିଥିଲେ ହେଲେ ବାପା ଟଙ୍କା ନଦେବାରୁ ଏବେ ଆରମ୍ଭ ହୋଇଛି ବିବାଦ। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୋହିତ। ନିଜେ ହିଁ ସୋନାଲି  ଛୁଆ ନଷ୍ଟ କରିଛନ୍ତି ସେ କହିଛନ୍ତି। ସ୍ତ୍ରୀଙ୍କ ଗର୍ଭରେ ରହିଥିବା ଛୁଆ ମୋର ନୁହେଁ କହିଛନ୍ତି ମୋହିତ।

ଆଜି ଏହି ମାମଲାରେ ମହିଳା ଥାନାରେ ସାମ୍ନା ସାମ୍ନି ହୋଇଛନ୍ତି ସ୍ଵାମୀ ମୋହିତ ଓ ସ୍ତ୍ରୀ ସୋନାଲି। ପରବର୍ତ୍ତୀ କାଉନସେଲିଂ ଅଗଷ୍ଟ ୩ ତାରିଖକୁ ରହିଛି। ସେପଟେ ନିଜ ଝିଅକୁ ଆଉ ଶାଶୂଘରକୁ ପଠେଇବେ ନାହିଁ ବୋଲି ସିଧା କହିଛନ୍ତି ସୋନାଲିଙ୍କ ବାପା।

ଏହି ମାମଲାରେ ପଦାକୁ ଆସିଛି ସୋନାଲିଙ୍କ ପୂର୍ବ ବନ୍ଧୁଙ୍କ ଭୂମିକା। ପ୍ରଦୀପ ଅଗସ୍ତିଙ୍କ ପାଇଁ ବିବାଦ ବଢିଥିବା ଅଭିଯୋଗ କରିଥିଲେ ମୋହିତ। ବାଲେଶ୍ୱରରେ ରହୁଥିବା ପ୍ରଦୀପଙ୍କ ନାଁରେ ଟାଟୁ ବନାଯାଇଥିବା ପ୍ରଦୀପ ସ୍ୱୀକାର କରିଛନ୍ତି। ହେଲେ ସୋନାଲିଙ୍କ ବିବାହ ପରେ ତାଙ୍କ ସହ ଯୋଗାଯୋଗ ନାହିଁ। କିନ୍ତୁ ମୋହିତଙ୍କ ପ୍ରମାଣ ସଂଗ୍ରହ ବେଳେ ସୋନାଲିଙ୍କ ଏକ ଭିଡିଓ ମୋହିତଙ୍କୁ ପଠାଇଥିବା କହିଛନ୍ତି ପ୍ରଦୀପ। ତେବେ ସୋନାଲି ପ୍ରଦୀପଙ୍କୁ କଲ କରିଥିବା ଏକ ଫୋନ୍ ରେକର୍ଡ ପଦାକୁ ଆସିଛି। ଏହି କଲରେ ସୋନାଲିଙ୍କୁ ଶାନ୍ତିରେ ସ୍ୱାମୀ ସହିତ ରହିବାକୁ ବୁଝାଉଛନ୍ତି ପ୍ରଦୀପ।

ସେପଟେ ଏହି ଘଟଣାରେ ପ୍ରଦୀପଙ୍କ ଜଣେ ସାଙ୍ଗ ମଧ୍ୟ ସୋନାଲି ସହ କଥା ହୋଇଥିବା ଏକ କଲ ରେକର୍ଡ ପଦାକୁ ଆସିଛି। ପ୍ରଦୀପ ସୋନାଲିକୁ ଭଲପାଉନଥିଲା। ବରଂ ସେ ଟଙ୍କା ହଡ଼ପ କରିବା ଲକ୍ଷ୍ୟରେ ରହିଛି ବୋଲି ସୋନାଲିଙ୍କୁ ବୁଝାଉଛନ୍ତି ପ୍ରଦୀପଙ୍କ ବନ୍ଧୁ ହାପି।

ଫେସବୁକରୁ ପ୍ରେମ, ପରେ ବିବାହ ଏବେ ଛଳନା ଅଭିଯୋଗ। ଘଟଣାରେ କିଏ କହୁଛି ସତ ?  ସବୁ ଜାଣି ଅଜଣା ହେଉଛନ୍ତି କି ମୋହିତ ? ସୋନାଲିଙ୍କ ଅଭିଯୋଗରେ କେତେ ରହିଛି ସତ୍ୟତା ?  ଆଗରୁ କାହିଁକି ସ୍ତ୍ରୀ ଲୋଡି ନଥିଲେ ପୋଲିସର ସହାୟତା ? ଘଟଣାରେ କଣ ରହିଛି ପ୍ରଦୀପଙ୍କ ଭୂମିକା ? ଏସବୁର ଖିଅ ଖୋଜିବାରେ ଲାଗିଛି ପୋଲିସ ।