spot_img
Home Blog Page 5388

ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ ପ୍ରକାଶିତ: ପାସ୍‌ହାର ୯୯.୮୬ ପ୍ରତିଶତ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଆଇସିଏସଇର ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ । ଅପରାହ୍ନ ୩ଟା ପରଠାରୁ ଓ୍ବେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେଉଛି । www.cisce.org ଓ୍ବେବସାଇଟ୍‌ରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫଳ ଦେଖିପାରିବେ । ଆଇସିଏସଇରେ ପାସ୍‌ହାର ୯୯.୮୬ ପ୍ରତିଶତ ଥିବା ବେଳେ ଆଇଏସସି ରେ ପାସ୍‌ ହାର ୯୯.୮୬ ରହିଛି ।

ଆଇସିଏସଇରେ ମୋଟ୍‌ ୨ ଲକ୍ଷ ୧୯ ହଜାର ୪୯୯ ଜଣ ପିଲା ପରୀକ୍ଷା ଦେଇଥିଲେ । ସେଥିପାଇଁ ୧ ଲକ୍ଷ ୧୮ ହଜାରରୁ ଅଧିକ ଛାତ୍ର ଥିବା ବେଳେ ୧ ଲକ୍ଷରୁ ଅଧିକ ଛାତ୍ରୀ ଅଛନ୍ତି । କରୋନା ପାଇଁ ଏଥର ଦଶମ ଓ ଦ୍ବାଦଶ ପରୀକ୍ଷା ହୋଇନଥିବା ବେଳେ ପୂର୍ବ ପରୀକ୍ଷାକୁ ଆଧାର କରି ମାର୍କ ଘୋଷଣା କରାଯାଇଛି ।

ତେବେ ଚଲିତବର୍ଷର ପରୀକ୍ଷା କୋଭିଡ଼ କଟକଣା ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଛି  । କଟକଣା ଅନୁଯାୟୀ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇଲକୁ ଅନୁପାଳନ କରି ଛାତ୍ରଛାତ୍ରୀଙ୍କ ମାର୍କ ନିର୍ଣ୍ଣୟ କରାଯାଇଥିଲା  । ଅର୍ଥାତ ପୂର୍ବ ପରୀକ୍ଷାକୁ ଦେଖି ମାର୍କ ଦିଆଯାଇଥିଲା  । ସେପଟେ  ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ମାନେ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ଘୋଷଣା କରାଯାଇଛି  ।

ପଦୋନ୍ନତି ନେଇ ଅସନ୍ତୋଷ ଏମ୍ସ ଡାକ୍ତର: ପୁନର୍ବିଚାର ନେଇ ଦାବି

ପଦୋନ୍ନତିରେ ଅନିୟମିତତା ନେଇ ଭୁବନେଶ୍ୱର ଏମସ ଡାକ୍ତରଙ୍କ ମଧ୍ୟରେ ଅସନ୍ତୋଷ । ଡାକ୍ତରଙ୍କ ପଦୋନ୍ନତି ନେଇ ନିକଟରେ ଅନୁଷ୍ଠିତ ହୋଇଥିବା ଏକ ଇଣ୍ଟରଭ୍ୟୁକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଡାକ୍ତର । ବହୁ ଫାକଲ୍ଟି ସବୁ ପ୍ରକାର ଯୋଗ୍ୟତା ଥିଲେ ବି ପଦୋନ୍ନତି ପାଇନାହାଁନ୍ତି । ହେଲେ ଅଯୋଗ୍ୟ ଡାକ୍ତରଙ୍କୁ ପଦୋନ୍ନତି ଦିଆଯାଇଛି । ଯେଉଁମାନଙ୍କୁ ପଦୋନ୍ନତି ମିଳିନି ସେମାନେ ଏମସ ଭୁବନେଶ୍ୱରର ପ୍ରତିଷ୍ଠାତା ଫାକଲ୍ଟି ସଦସ୍ୟ । ଏମସ୍ ପ୍ରତିଷ୍ଠା ସମୟରୁ ସ୍ୱଳ୍ପ ସଂଖ୍ୟକ ସଦସ୍ୟଙ୍କୁ ନେଇ ଓ ଭିତ୍ତିଭୂମିରେ କଠିନ ପରିଶ୍ରମ କରି ଅନୁଷ୍ଠାନକୁ ବଡ଼ କରିଥିବା ଏହି ଡାକ୍ତରଙ୍କୁ ପଦୋନ୍ନତି ମିଳିପାରିନି । କୋଭିଡ ସମୟରେ ନିଜର ମାନସିକ ଓ ଶାରୀରିକ ଅସୁସ୍ଥତାକୁ ଅଣଦେଖା କରି ସେମାନେ ସମ୍ମୁଖ ଯୋଦ୍ଧା ଭାବେ ରୋଗୀ ସେବା କରିଛନ୍ତି । କିନ୍ତୁ ପଦୋନ୍ନତିରେ ଅନିୟମିତତାର ଶିକାର ହୋଇଥିବା ଡାକ୍ତରମାନେ ଗଭୀର ଭାବେ ମାନସିକ ସ୍ତରରେ ବିମୁଖ ହୋଇଥିବାରୁ ସାମଗ୍ରୀକ ଭାବେ ଅନୁଷ୍ଠାନ ଶିକ୍ଷା ଓ ଗବେଷଣା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏମସର ଅର୍ଦ୍ଧାଧିକ ଫାକଲ୍ଟି ଯେଉଁମାନଙ୍କୁ ପଦୋନ୍ନତି ଦିଆଯାଇନି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛି ମହିଳା ଡାକ୍ତର । ମହିଳା ସଶକ୍ତିକରଣକୁ ସାରା ଦେଶ ଗୁରୁତ୍ୱ ଦେଉଥିବା ବେଳେ ମହିଳା ଡାକ୍ତରଙ୍କ ଅନ୍ୟାୟ କରି ପଦୋନ୍ନତି ଦିଆଯାଇନି । ଏହି ମହିଳା ଡାକ୍ତରଙ୍କ ମଧ୍ୟରୁ ଅନେକଙ୍କୁ ଦ୍ୱିତୀୟ ଓ ତୃତୀୟ ଥର ପାଇଁ ପଦୋନ୍ନତି ମିଳିନି । ଏହା ସେମାନଙ୍କ କ୍ୟାରିୟରକୁ ପ୍ରଭାବିତ କରୁଛି । ଆସେସମେଣ୍ଟ ସମୟରେ ପଦୋନ୍ନତି ମିଳିନଥିବା ଡାକ୍ତରଙ୍କୁ ସେମାନଙ୍କ ଅଯୋଗ୍ୟତା କିମ୍ବା ବିଫଳତା ନେଇ କୌଣସି ସୂଚନା ଦିଆଯାଇନି । ପଦୋନ୍ନତିରେ ଅନିୟମିତତାର ଶିକାର ହୋଇଥିବା ଡାକ୍ତରଙ୍କ ପ୍ରମୋସନ ନିଷ୍ପତ୍ତିର ପୁର୍ନବିଚାର କରିବାକୁ ଏମସ ଫାକଲ୍ଟି ମାନେ ଦାବି କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବ୍ରାଜିଲ କମ୍ପାନୀ ସହ ଭାରତ ବାୟୋଟେକ୍‌ର ଚୁକ୍ତି ବାତିଲ: ଆଉ ବିଦେଶ ଯିବନି ଦେଶୀ ଟିକା

ବ୍ରାଜିଲ କମ୍ପାନୀ ସହ ଭାରତ ବାୟୋଟେକ୍‌ର ଚୁକ୍ତି ବାତିଲ: ଆଉ ବିଦେଶ ଯିବନି ଦେଶୀ ଟିକା

ନୂଆଦିଲ୍ଲୀ: କୋଭାକ୍ସିନ ଯୋଗାଣ ନେଇ ବ୍ରାଜିଲର ଦୁଇଟି କମ୍ପାନୀ ସହ ହୋଇଥିବା ବୁଝାମଣା ଚୁକ୍ତିକୁ ବାତିଲ କରିଛି ଭାରତ ବାୟୋଟେକ । ୨୦ ନିୟୁତ କୋଭାକ୍ସିନ ଡୋଜ ଯୋଗାଣ ନେଇ ଏହି ଦୁଇ କମ୍ପାନୀ ସହ ୩୨୪ ନିୟୁତ ଡଲାରର ରାଜିନାମା ଗତ ବର୍ଷ ନଭେମ୍ବରରେ ହୋଇଥିଲା । ଏହି ଦୁଇ କମ୍ପାନୀ ହେଲେ ପ୍ରେକିସା ମେଡିକାମେଣ୍ଟସ ଓ ଏନଭିକ୍ସିଆ ଫାର୍ମାସ୍ୟୁଟିକାଲ୍ସ । ଏହି ଚୁକ୍ତି ନେଇ ବିଭିନ୍ନ ଅଭିଯୋଗ ଆସିବା ସହ ରାଜନୈତିକ ସ୍ତରରେ ତମ୍ବିତୋଫାନ ସୃଷ୍ଟି ହେବା ସହ ଚୁକ୍ତିର ତଦନ୍ତ ଚାଲିବା ପରେ ଭାରତ ବାୟୋଟେକ ଏହି ପଦକ୍ଷେପ ନେଇଛି । ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି, ଯଦିଓ ଦୁଇ କମ୍ପାନୀ ସହ ଚୁକ୍ତି ବାତିଲ ହୋଇଛି ତଥାପି ବ୍ରାଜିଲର ଔଷଧ ନିୟାମକ ସଂସ୍ଥା ଆନଭିସା ସହ କମ୍ପାନୀ କାର୍ଯ୍ୟ କରିବ । ବିଭିନ୍ନ ଆଇନଗତ ପରିସର ମଧ୍ୟରେ ଅନ୍ୟ ଦେଶକୁ କମ୍ପାନୀ ଟିକା ଯୋଗାଇ ଏକ ବଳିଷ୍ଠ ଭୂମିକା ନିର୍ବାହ କରିଆସିଛି । ଦୁଇ କମ୍ପାନୀ ସହ ହୋଇଥିବା ଚୁକ୍ତି ମୂଳରେ କୌଣସି ତ୍ରୁଟି ହୋଇନାହିଁ ବୋଲି ଗତ ମାସରେ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ ପକ୍ଷରୁ କୁହାଯାଇଥିଲା । ଚୁକ୍ତି ସମୟରେ କେତେକ ଆର୍ଥିକ କାରବାରକୁ ନେଇ ଚାପ ପ୍ରୟୋଗ କରାଯାଇଥିଲା ବୋଲି ବ୍ରାଜିଲ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଜଣେ କର୍ମକର୍ତ୍ତା ଅଭିଯୋଗ ଆଣିବା ପରେ ଦେଶରେ ରାଜନୈତିକ ଝଡ ସୃଷ୍ଟି ହୋଇଥିଲା । ବ୍ରାଜିଲର ଫେଡେରାଲ ପ୍ରସିକ୍ୟୁଟର ଓ ଏକ ସିନେଟ ପ୍ୟାନେଲ ଘଟଣାର ତଦନ୍ତ କରୁଛନ୍ତି । ଅଧିକ ଦର, ତୁରନ୍ତ କାର୍ଯ୍ୟସିଦ୍ଧି ଲାଗି ଆଗ୍ରହ ଆଦି କାରଣକୁ ନେଇ ସସପେନସ ପ୍ରକାଶ ପାଇଥିଲା । ତେବେ ଏହି ଅଭିଯୋଗକୁ ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସୋନାରୋ ଅଗ୍ରାହ୍ୟ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଗର୍ଭବତୀ ପ୍ରେମିକାକୁ ଛାଡ଼ି ପ୍ରେମିକ ଫେରାର: ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

 

କୂଆଖାଇ ନଦୀ ପଠାରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା: ଯୁବକଙ୍କ ଫଟୋ ଧରି ବସ୍ତିରେ ବୁଲିଲା ପୋଲିସ

ଭୁବନେଶ୍ୱର: କୂଅଖାଇ ନଦୀ ପଠାରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା । ଯୁବକଙ୍କ ପରିଚୟ ପାଇବାକୁ ମୃତ ଯୁବକଙ୍କ ଫୋଟ ଧରି ବସ୍ତିରେ ବୁଲିଲା ପୋଲିସ । ମୁଣ୍ଡା, ଧିରକୁଟି ବସ୍ତି ସମେତ ବିଭିନ୍ନ ବସ୍ତି ବୁଲି ଲୋକଙ୍କୁ ଫଟୋ ବାବଦରେ ପଚାରି ବୁଝିଛି । ଆଜି ମୃତ ଯୁବକଙ୍କ ଫଟୋକୁ ନେଇ ପୋଷ୍ଟର ମାରିବ ପୋଲିସ । ବ୍ୟାଙ୍କ, ATM, ପୋଷ୍ଟ ଅଫିସ, ପଂଚାୟତ ଅଫିସ, ଢ଼ାବା, ହୋଟେଲ ଓ କର୍ପେର୍ଟର କଯ୍ୟାଳୟରେ ପୋଷ୍ଟର ମାରିବ ବୋଲି ପୋଲିସ ସୂଚନା ଦେଇଛି । ଏଥିଲାଗି ଓଡିଆ ଭାଷାରେ ଶହେ ପୋଷ୍ଟର ତିଆରି କରିଛି ପୋଲିସ ।

ସୂଚନା ଯୋଗ୍ୟ ଯେ, କୂଆଖାଇ ନଦୀପଠାରେ ମୃତଦେହ ପୋତା ଯାଇଥିବା ସମ୍ପର୍କରେ ଜଣାପଡ଼ିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହ ଜଣେ ପୁରୁଷଙ୍କ ହୋଇଥିବା ବେଳେ ପୋଷ୍ଟମର୍ଟମ ପାଇଁ ମରଶରୀରକୁ ଏମ୍ସ ପଠାଯିବ ବୋଲି ଡିସିପି କହିଛନ୍ତି । ଅନ୍ୟ ପକ୍ଷରେ ଜୋନ୍ ଏସିପି, ଆଇଆଇସି, ସାଇଣ୍ଟିଫିକ୍ ଟିମ୍, ସ୍ପେଶାଲ ସ୍କ୍ୱାଡ୍ ପହଞ୍ଚି ତଦନ୍ତ ଜୋରଦାର କରିଛନ୍ତି । କାଲି ରାତି ସାରା ନଦୀ ପଠାରେ ପୋଲିସ ମୃତଦେହକୁ ଜଗି ରହିଥିବା ବେଳେ ଆଜି ମୃତଦେହ ଉଦ୍ଧାର ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ । ସୂଚନା ଅନୁସାରେ ଗତକାଲି ବରିମୁଣ୍ଡ ପଞ୍ଚାୟତ ବାଲିଯାତ୍ରା ପଡିଆଠାରେ ଏକ ଗଳିତ ମୃତଦେହ ପୋତି ହୋଇ ରହିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ମଞ୍ଚେଶ୍ୱର ଥାନାକୁ ଖବର ଦେଇଥିଲେ ।

ଏଥିସହିତ ପଢ଼ନ୍ତୁ: ଆଶ୍ୱସ୍ତିକର ଖବର: ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ୮୫ ପ୍ରତିଶତ ଆଣ୍ଟିବଡି ବିକଶିତ, ଶିଶୁଙ୍କୁ ନେଇ ମଧ୍ୟ ଆସିଲା ରିପୋର୍ଟ

ଗର୍ଭବତୀ ପ୍ରେମିକାକୁ ଛାଡ଼ି ପ୍ରେମିକ ଫେରାର: ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

ଚଣ୍ଡିଖୋଲ: ଯାଜପୁର ବାଲିଚନ୍ଦ୍ରପୁର ନଳିପୁରରେ ଲଭ୍‌ ସେକ୍ସ ଧୋକ୍କା ଅଭିଯୋଗ । ବାଲିଚନ୍ଦ୍ରପୁର ଥାନାରେ ଦିଆଯାଇଛି ଏତଲା । ସୂଚନା ଅନୁସାରେ ଗାଁର ଜଣେ ଯୁବତୀ ଦୀର୍ଘ ଦିନ ଧରି ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଯୁବକ ଜଣକ ପ୍ରେମ ସମ୍ପର୍କ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ବି ରଖିଥିଲେ । ହେଲେ ଯୁବତୀ ଗର୍ଭବତୀ ହେବା ପରେ ବିବାହ କରିବାକୁ ଯୁବକ ମନା କରିଦେଇଥିବା ଅଭିଯୋଗ ହୋଇଛି । ପରେ ଆପୋସ ସମାଧାନ କରାଇବା ପାଇଁ ଯୁବକଙ୍କ ପରିବାର ଲୋକ ଟଙ୍କା ଯାଚିଥିଲେ । ହେଲେ ଯୁବତୀଙ୍କ ପରିବାର ଲୋକେ ରାଜି ହୋଇନଥିଲେ । ପରେ ଯୁବକ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି । ସେପଟେ ନ୍ୟାୟ ପାଇଁ ବାଲିଚନ୍ଦ୍ରପୁର ଥାନାର ଦ୍ୱାରସ୍ଥ ହେଇଛନ୍ତି ଯୁବତୀ । ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କ ନାଁରେ ଲିଖିତ ଅଭିଯୋଗ କରିବା ସହ ଥାନା ଅଧିକାରୀଙ୍କୁ ଏ ବିଷୟରେ ଜଣାଇଛନ୍ତି ଯୁବତୀ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ଏସିଏଫ୍‌ ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଡିଏଫ୍‌ଓଙ୍କୁ କ୍ଲିନ୍‌ ଚିଟ୍‌

ସ୍ୱତନ୍ତ୍ର ରାଷ୍ଟ୍ର ଗଠନ ନେଇ ନିଷ୍ପତ୍ତି ନେବେ କାଶ୍ମୀର ବାସୀ, ଏ ନେଇ ସୁଯୋଗ ଦେବ ପାକିସ୍ତାନ : ଇମ୍ରାନ୍ ଖାନ୍

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପୁଣି ଥରେ କଶ୍ମୀର ପ୍ରସଂଗରେ ପ୍ରଳାପ କରିଛନ୍ତି । ସେ କହିଛନ୍ତି ଯେ, କଶ୍ମୀର ଲୋକେ ପାକିସ୍ତାନ ସହ ମିଶିବେ କି ସେମାନେ ସ୍ୱତନ୍ତ୍ର ରାଷ୍ଟ୍ର ଗଠନ କରିବେ, ଏ ନେଇ ସେମାନେ ନିଷ୍ପତ୍ତି ନେବେ । ଏବଂ ଏ ଦିଗରେ ନିଷ୍ପତ୍ତି ନେବା ଲାଗି ପାକିସ୍ତାନ ସେମାନଙ୍କୁ ସୁଯୋଗ ଦେବେ ।  ତେବେ  କଶ୍ମୀର ପାକିସ୍ତାନର ଅଭିନ୍ନ ଅଙ୍ଗ ବୋଲି ଭାରତ ଏବଂ ବିଶ୍ୱ ସମୁଦାୟ ଆଗରେ କହିଆସୁଛି । ଇମ୍ରାନ୍ ଖାନ୍ ପାକିସ୍ତାନ ଅଧିକୃତ କଶ୍ମୀରର ତରାରେ ରାଲି କରିବାକୁ ପହଞ୍ଚିଥିଲେ । ଆସନ୍ତା ୨୫ ଜୁଲାଇରେ ଏଠରେ ନିର୍ବାଚନ ହେବାକୁ ଥିବା ବେଳେ ସେ ଏଠାରେ ଏକ ନିର୍ବାଚନ ରାଲିକୁ ସମ୍ୱୋଧିତ କରିଥିଲେ । ସେ ଏଠାରେ କଶ୍ମୀରକୁ ପାକିସ୍ତାନର ଅଂଶ ବନାଇବା ନେଇ ଯୋଜନା ପ୍ରସ୍ତୁତ କରାଯାଉଥିବା ନେଇ ବିରୋଧୀଙ୍କ ଦାବକୁ ଖାରଜ କରିଛନ୍ତି ।

ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ୱାଜ ନେତା ମରୟମ୍ ନଓ୍ୱାଜ ଦେଇଥିବା ବୟାନର ପ୍ରତିକ୍ରିୟାର ସେ ଏହା କହିଛନ୍ତି । ୧୮ ଜୁଲାଇରେ ଏଠରେ ହୋଇଥିବା ଏକ ରାଲିରେ ମରିୟମ୍ କହିଥିଲେ ଯେ, କଶ୍ମୀର ସ୍ଥିତିରେ ପରିବର୍ତ୍ତନ ଆଣିବା ନେଇ ଏବଂ ଏହାକୁ ପାକିସ୍ତାନର ଏକ ପ୍ରାନ୍ତ ବନାଇବା ନେଇ ପ୍ରସ୍ତୁତି ହୋଇସାରିଛି ।

ଏଥିସହିତ ପଢ଼ନ୍ତୁ: ଟୋକିଓରେ ଭାରତର ପଦକ ଯାତ୍ରା ଆରମ୍ଭ: ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ ହାତେଇଲେ ରୌପ୍ୟ ପଦକ

ଟୋକିଓରେ ଭାରତର ପଦକ ଯାତ୍ରା ଆରମ୍ଭ: ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ ହାତେଇଲେ ରୌପ୍ୟ ପଦକ

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ । ଦେଶ ପାଇଁ ପଦକ ଆଣିଲେ ଭାରୋତ୍ତୋଳନକାରୀ ମୀରା ବାଈ ଚାନୁ । ୪୯ କେଜି ବର୍ଗରେ ଭାରୋତ୍ତୋଳନରେ ରୌପ୍ୟ ପଦକ ହାସଲ କରିଛନ୍ତି ମୀରାବାଈ । ସ୍ନାଚରେ ୮୭ କେଜି ଉଠାଇ ଦ୍ୱିତୀୟ ସ୍ଥାନରେ ରହିବା ପରେ ମୀରା କ୍ଲିନ୍ ଆଉ ଜର୍କ ବର୍ଗରେ ପ୍ରଥମ ପ୍ରୟାସରେ ଚାନୁ ୧୧୦ କିଲୋଗ୍ରାମ ଉଠାଇଥିଲେ । ଦ୍ୱିତୀୟ ପ୍ରୟାସରେ ୧୧୫ କିଲୋଗ୍ରାମ ଉଠାଇଥିଲେ । ତେବେ ତୃତୀୟ ପ୍ରୟାସରେ ବିଫଳ ହେବାରୁ ମୋଟ ୨୦୫ କେଜି ଭାର ଉତ୍ତୋଳନ କରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ଚାନୁ । ଯଦିଓ ତାଙ୍କର ସର୍ବାଧିକ ଭାରୋତ୍ତୋଳନ ୨୧୦ କେଜି ରହିଛି । ଚୀନର ହୋଉ ଜୁହି ଏହି ବର୍ଗରେ ଗୋଲ୍ଡ ମେଡାଲ ପାଇଥିବାବେଳେ ବ୍ରୋଞ୍ଚ ହାଲ କରିଛନ୍ତି ଇଣ୍ଡୋନେସିଆର କ୍ୟାଣ୍ଟିକ ଉଇଣ୍ଡି ଆଇଶା । ପଦକ ହାସଲ କରିବାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୀରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୀରାଙ୍କ ବିଜୟ ପରେ ତାଙ୍କ ଘରେ ଖୁସିର ମାହୋଲ ଖେଳିଯାଇଛି । ସଭିଏଁ ଖୁସି ଜାହିର କରିବାସହ ମୀରାଙ୍କ ଭବିଷ୍ୟତ କାମନା କରିଛନ୍ତି । ୨୦୦୦ ସିଡିନି ଅଲିମ୍ପିକସରେ କେ ମାଲେଶ୍ୱର ଜିତିଥିଲେ ବ୍ରୋଞ୍ଜ । ୨୧ ବର୍ଷ ପରେ ରୌପ୍ୟ ଜିତିଲେ ମଣିପୁରର ଏହି ଆଇରନ ଲେଡି ।
୨୦୧୪ରୁ ଅନ୍ତର୍ଜାତୀୟସ୍ତରରେ ଚାନୁ ଧ୍ୟାନ ଆକର୍ଷଣ କରି ବିଶ୍ୱଚାମ୍ପିଅନସିପ୍, ରାଜ୍ୟଗୋଷ୍ଠୀ କ୍ରୀଡାରେ ଏକାଧିକ ପଦକ ଜିତିବାକୁ ସକ୍ଷମ ହୋଇଥିଲେ । ମୀରାବାଈ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତିଥିବାବେଳେ ୨୦୧୮ରେ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଥିଲେ । ତେବେ ୨୦୧୭ରେ ଅନୁଷ୍ଠିତ ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିବା ତାଙ୍କ କ୍ୟାରିଅର ସର୍ବଶ୍ରେଷ୍ଠ ମୁହୂର୍ତ୍ତ ଥିଲା । ୨୦୧୮ରେ ଭାରୋତ୍ତୋଳନରେ ଶ୍ରେଷ୍ଠତା ପାଇଁ ତାଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ମିଳିଛି । ୧୯୯୪ ମସିହା ଅଗଷ୍ଟ ୮ ତାରିଖରେ ମଣିପୁରରେ ଜନ୍ମଗ୍ରହଣ କରିଥିଲେ ମୀରା ।

ଏଥିସହିତ ପଢ଼ନ୍ତୁ: Tokyo Olympics: ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୨ରେ ଭାରତୀୟ ହକି ଦଳ ବିଜୟୀ

ସେପ୍ଟେମ୍ୱର ସୁଦ୍ଧା ଦେଶରେ ଆରମ୍ଭ ହେବ ଶିଶୁଙ୍କ ଲାଗି ଟିକାକରଣ: ଡ. ଗୁଲେରିଆ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁଙ୍କ ଲାଗି ଚାଲିପାରେ ଟିକାକରଣ । ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ । ଏହା ଆରମ୍ଭ ହେଲେ ଦେଶରେ କୋଭିଡ ବିରୋଧରେ ଯୁଦ୍ଧ ଶକ୍ତିଶାଳୀ ହେବ ଏବଂ ସଂକ୍ରମଣକୁ ବ୍ୟାପକ ଭାବେ ରୋକାଯାଇପାରିବ । ସେ କହିଛନ୍ତି- ଶିଶୁଙ୍କୁ ଟିକାକରଣ ନେଇ ଜାଇଡସ ସମସ୍ତ ଟ୍ରାଏଲ ଶେଷ କରିଛି । ସେହିପରି ଭାରତ ବାୟୋଟେକର କୋଭାକ୍ସିନ ଟ୍ରାଏଲ ବି ଅଗଷ୍ଟ ସୁଦ୍ଧା ଶେଷ ହୋଇପାରେ । ଫଳରେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁଙ୍କୁ ଟିକାକରଣ କରାଯିବା ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ଅଧିକ । ବର୍ତ୍ତମାନ ସୁଦ୍ଧା ଦେଶରେ ୪୨ କୋଟି ଡୋଜ ଦିଆଯାଇସାରିଲାଣି । ଏହା ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ବୟସ୍କଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ସରକାର ରଖିଛନ୍ତି । ଅଧିକ ବୟସ୍କ, ରୋଗରେ ସଢୁଥିବା ଲୋକଙ୍କ ଲାଗି ଟିକାକରଣର ଜରୁରୀ ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଆଶ୍ୱସ୍ତିକର ଖବର: ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ୮୫ ପ୍ରତିଶତ ଆଣ୍ଟିବଡି ବିକଶିତ, ଶିଶୁଙ୍କୁ ନେଇ ମଧ୍ୟ ଆସିଲା ରିପୋର୍ଟ

 

ଆଶ୍ୱସ୍ତିକର ଖବର: ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ୮୫ ପ୍ରତିଶତ ଆଣ୍ଟିବଡି ବିକଶିତ, ଶିଶୁଙ୍କୁ ନେଇ ମଧ୍ୟ ଆସିଲା ରିପୋର୍ଟ

ଭୁବନେଶ୍ୱର: ତୃତୀୟ ଲହର ପୂର୍ବରୁ ଓଡ଼ିଶା ପାଇଁ ଆସିଲା ଆଶ୍ୱସ୍ତିକର ଖବର । ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କଠାରେ ୮୫ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି । ତେବେ ତିନୋଟି ଜିଲ୍ଲାରେ ୭୦ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି । ଏହି ତିନୋଟି ଜିଲ୍ଲା ହେଉଛି ଗଞ୍ଜାମ, ରାୟଗଡା ଓ କୋରାପୁଟ । ଗଞ୍ଜାମରେ ୭୦.୯ ପ୍ରତିଶତ, ରାୟଗଡାରେ ୬୩ ପ୍ରତିଶତ ଓ କୋରାପୁଟରେ ୬୧. ୩ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି । ସେହିଭଳି ଶିଶୁମାନଙ୍କ ଶରୀରରେ ରାଜ୍ୟରେ ସର୍ଭିଲାନ୍ସ ସର୍ଭେରେ ୬୫.୧୨ ପ୍ରତିଶତ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି । ୧ ହଜାର ୨୩୦ଟି ସାମ୍ପୁଲରେ ୩୧୧ ସ୍ୱାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ ଏହି ରିପୋର୍ଟ ଆସିଛି । ଚତୁର୍ଥ ପର୍ୟ୍ୟାୟ ସେରୋ ସର୍ଭେରେ ଏଭଳି ତଥ୍ୟ ଆସିଛି । ସାରା ଦେଶରେ ଯେତେବେଳେ ୬୭ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହେଉଛି, ଓଡ଼ିଶାରେ ୮୫ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହେବା ଓ ଶିଶୁମାନଙ୍କ ଆଣ୍ଟିବଡି ଅଧିକ ସୃଷ୍ଟି ହେବା ତୃତୀୟ ଲହର ପୂର୍ବରୁ ଏକ ଆଶ୍ୱସ୍ତିକର ଖବର ଦେଇଛି । ଆରଏମଆରସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି: ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା

 

ଦୃଷ୍ଟିବାଧିତଙ୍କ ସହ ଜନ୍ମଦିନ ପାଳିଲେ ବିଧାୟକ ପ୍ରଣବ ବଳବନ୍ତରାୟ

ଭୁବନେଶ୍ୱର: ନିଆରା ଢଙ୍ଗରେ ଜନ୍ମଦିନ ପାଳିଛନ୍ତି ବିଧାୟକ । ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ(ଯୁବ ବ୍ୟାପାର) ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଉତ୍କଳ ଦୃଷ୍ଟିହୀନ ସଂଘର ସଦସ୍ୟମାନଙ୍କ ଗହଣରେ ନିଜର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଏହି ଅବସରରେ ଶ୍ରୀ ବଳବନ୍ତରାୟ କହିଥିଲେ କି “ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟ କରିବା ଦିଗରେ ଆମପାଇଁ ସଦାସର୍ବଦା ପ୍ରେରଣାର ଉତ୍ସ। ମୁଁ ଉତ୍କଳ ଦୃଷ୍ଟିହୀନ ସଂଘ ସଦସ୍ୟମାନଙ୍କ ସହ କିଛି ସମୟ ଅତିବାହିତ କରି ନିଜକୁ ଧନ୍ୟ ମନେ କରୁଅଛି । କୋଭିଡର ସମସ୍ତ ନିୟମକୁ ପାଳନ କରି ୨୫ଜଣ ସଦସ୍ୟମାନଙ୍କୁ ଆନୁସଙ୍ଗିକ ସହାୟତା ପ୍ରଦାନ କରାଯାଇଥିଲା।

ଏଥିସହିତ ପଢ଼ନ୍ତୁ: Tokyo Olympics: ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୨ରେ ଭାରତୀୟ ହକି ଦଳ ବିଜୟୀ