ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ, ସବୁ ସେମିଷ୍ଟାର ପାଇଁ ଚାଲିବ କ୍ଲାସ

ଭୁବନେଶ୍ୱର: ଆଜିଠୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ । ସବୁ ସେମିଷ୍ଟର ପାଇଁ କ୍ଲାସ ରୁମରେ ଶିକ୍ଷାଦାନ ଆରମ୍ଭ ହେବ । ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଧନ୍ଦାମୂଳକ କଲେଜ, ପଲିଟେକ୍‌ନିକ୍‌, ଡିପ୍ଲୋମା କଲେଜ, ଆଇଟିଆଇ କଲେଜର ଛାତ୍ରଛାତ୍ରୀମାନେ ଅଫଲାଇନ କ୍ଲାସରେ ଶିକ୍ଷାଗ୍ରହଣ କରିବେ । କ୍ଲାସ ରୁମରେ ଗହଳି କମାଇବାକୁ ବିଭିନ୍ନ ବ୍ୟାଚ କରି ଅଧିକ ସମୟ ଶିକ୍ଷା ଦାନ ଦିଆଯିବ ।

କଣ୍ଟେନମେଣ୍ଟ ଜୋନ୍‌ରେ ରହୁଥିବା ଛାତ୍ରଛାତ୍ରୀ, ବିଶ୍ୱବିଦ୍ୟାଳୟ ଓ କଲେଜ କର୍ମଚାରୀ ଅଫ୍‌ଲାଇନ୍‌ କ୍ଲାସରେ ଯୋଗ ଦେଇପାରିବେ ନାହିଁ । ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ହ୍ୟାଣ୍ଡଓ୍ଵାସ୍‌ ଓ ସାନିଟାଇଜର ବ୍ୟବହାର କରିବା ପାଇଁ କୁହାଯାଇଛି । ସୋମବାର ଠାରୁ କ୍ଲାସ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ରବିବାର ଠାରୁ  ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ହଷ୍ଟେଲ ଖୋଲାଯାଇଛି ।

Leave a Reply