ଅଦାଲତ ରାୟକୁ ସମ୍ମାନ ଦେଉନି କେନ୍ଦ୍ର, ଟ୍ରିବ୍ୟୁନାଲ ଆକ୍ଟକୁ ନେଇ ସୁପ୍ରିମକୋର୍ଟଙ୍କ କେନ୍ଦ୍ରକୁ ଚେତାବନୀ

Supreme Court Verdict Contempt Proceedings Against Political Party Details

ନୂଆଦିଲ୍ଲୀ: ସୋମବାର ଦିନ କେନ୍ଦ୍ର ସରକାରଙ୍କ ଆଚରଣକୁ ନେଇ ସୁପ୍ରିମକୋର୍ଟ କଟୁ ଟିପ୍ପଣୀ କରିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, କେନ୍ଦ୍ର ସରକାର ଅଦାଲତ ଦେଉଥିବା  ଆଦେଶକୁ ସମ୍ମାନ ଦେଉ ନାହାନ୍ତି । ସରକାରଙ୍କୁ ଚେତାବନୀ ଦେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ସରକାର ଆମ ଧୈର୍ଯ୍ୟର ପରୀକ୍ଷା ନିଅନ୍ତୁ ନାହିଁ । ପ୍ରଧାନ ବିଚାରପତି ଏନଭି ରମନ୍ନା,ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ ଓ ଜଷ୍ଟିସ ଏଲ ନାଗେଶ୍ୱର ରାଓଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ବେଞ୍ଚ ସଲିସିଟର ଜେନରାଲ ତୁଷାର ମେହତାଙ୍କୁ ଭର୍ତ୍ସନା କରିଛନ୍ତି ।

ଖାଲି ପଡିଥିବା ଟ୍ରିବ୍ୟୁନାଲ ପଦବୀ ପୁରଣରେ ବିଳମ୍ବ ଓ ଟ୍ରିବ୍ୟୁନାଲ ସଂସ୍କାର ଆକ୍ଟ ପାସ୍ କରିବାକୁ ନେଇ ସୁପ୍ରିମ କୋର୍ଟ ଅସନ୍ତୋଷ ବ୍ୟକ୍ତ କରି  କେନ୍ଦ୍ରକୁ ଚେତାବନୀ ଦେଇଛନ୍ତି । ପ୍ରଧାନବିଚାରପତି ଏନଭି ରମନ୍ନା ସଲିସିଟର ଜେନରାଲଙ୍କୁ ପଚାରିଥିଲେ ଯେ, ଗତଥର ମଧ୍ୟ ଆମେ ଆପଣଙ୍କୁ ଟ୍ରିବ୍ୟୁନାଲରେ କେତେ ପଦବୀ ପୁରଣ ହୋଇଛି ସେସମ୍ପର୍କରେ ସୂଚନା ଦେବାକୁ କହିଥିଲୁ । ଏବେ ଆମକୁ କୁହନ୍ତୁ ଯେ, କେତେ ପଦବୀ ପୁରଣ ହୋଇଛି ।

ଟ୍ରିବ୍ୟୁନାଲ ସୁଧାର ଆକ୍ଟ ଓ ଟ୍ରିବ୍ୟୁନାଲରେ ନିଯୁକ୍ତିରେ ହେଉଥିବା ବିଳମ୍ବକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଉପରେ ବର୍ଷିଥିଲେ । ତେବେ ଏହି ମାମଲାର ଶୁଣାଣିକୁ ଏକ ସପ୍ତାହ ପାଇଁ ଘୁଞ୍ଚାଇ ଦେଇ ସୁପ୍ରିମକୋର୍ଟ କେନ୍ଦ୍ରକୁ ଅଦାଲତ ଅବମାନନାର କାର୍ଯ୍ୟନୁଷ୍ଠାନ ଧମକ ଦେଇଛନ୍ତି ।

Leave a Reply