ଆଜିଠୁ ଓଜେଇଇ ପ୍ରବେଶିକା ପରୀକ୍ଷା, ୩୦ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଆଜିଠୁ ଓଜେଇଇ ପ୍ରବେଶିକା ପରୀକ୍ଷା । ପରୀକ୍ଷା ସମ୍ପୂର୍ଣ୍ଣ ସିବିଟି ବା କମ୍ପ୍ୟୁଟର ବେସ୍‌ଡ ମୋଡ୍‌ରେ ହେଉଛି । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ହେବ ଏହି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା। ପ୍ରଥମ ଦିନରେ ବି. ଫାର୍ମା ପରୀକ୍ଷା ହେଉଛି । ୩ଟି ସିଫ୍ଟ ରେ ପରୀକ୍ଷା କରାଯାଉଛି । ରାଜ୍ୟରେ ଏଥିଲାଗି ୫୭ଟି କେନ୍ଦ୍ର ଓ ରାଜ୍ୟ ବାହାରେ ୩ଟି ଭାବେ ମୋଟ ୬୦ ଟି ପରୀକ୍ଷା କେନ୍ଦ୍ର ହୋଇଛି। ପରୀକ୍ଷା ଲାଗି ୫୫ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ତେବେ ଏଥର ପ୍ରଥମ ଥର ଲାଗି ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହୋଇଛି ।

ରାଜ୍ୟ ବାହାରେ ପାଟନା, ରାଂଚି ଓ କୋଲକାତାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର ହୋଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପରୀକ୍ଷାକୁ କଣ୍ଟାକ୍ଟ ଲେସ୍ କରାଯାଇଛି । ବିନା ପେନ୍ ପେପର୍‌ରେ କେବଳ ଅନଲାଇନ ମୋଡ୍‌ରେ ପରୀକ୍ଷା ହେଉଛି । କେନ୍ଦ୍ରରେ ସାମାଜିକ ଦୂରତା ସହ ମାସ୍କ ପରିଧାନ ଓ ଆବେଦନକାରୀ ନିଜସ୍ଵ ପାଣି ବୋତଲ ଆଣିବାକୁ କୁହାଯାଇଛି । ପ୍ରତି ସିଫ୍ଟ ପୂର୍ବରୁ ଓ ପରେ ବିଶୋଧନକୁ ଗୁରୁତ୍ଵ ଦିଆଯାଇଥିବା ବେଳେ ପ୍ରବେଶ ଓ ପ୍ରସ୍ଥାନ ପଥରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ୍ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

Leave a Reply