ଆପଣ ନେଇଥିବା ଟିକା, ଅସଲି ନା ନକଲି ? ଜାଣିବେ କେମିତି…

1 min read

ନନ୍ଦିଘୋଷ ବ୍ୟୁରୋ: କେତେ ସୁରକ୍ଷିତ କରୋନା ଟିକା ? ଆପଣ ନେଇଥିବା ଟିକା.. ଅସଲି ନା ନକଲି ? ସେ କୋଭିସିଲ୍ଡ ହେଉ ଅବା କୋଭାକ୍ସିନ୍.. କି ସ୍ପୁଟନିକ୍-ଭି ? କେମିତି ଜାଣିବେ କେଉଁଟା ଅସଲି.. ଆଉ କେଉଁଟା ନକଲି ? ଆପଣ ନେଇସାରିଥିବା ଟିକା ନକଲି ନୁହେଁତ ? ଅସଲି ଆଉ ନକଲି ଟିକାକୁ ଜାଣିବେ କେମିତି ? ଆସନ୍ତୁ ଜାଣିବା ଆଗକୁ ଆସୁଛି କରୋନାର ତୃତୀୟ ଲହର । ଆଉ ତୃତୀୟ ଲହର ଆସିବା ପୂର୍ବରୁ ଅଣ୍ଟା ଭିଡିଛନ୍ତି ସରକାର । ଦେଶ ଓ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି । ହେଲେ ଏଥିମଧ୍ୟରେ ବଜାରକୁ ଆସିଲାଣି ନକଲି ଭ୍ୟାକ୍ସିନ୍ । ନକଲି ଟିକା ବ୍ୟବସାୟ ଆନ୍ତର୍ଜାତୀୟ ବଜାରରେ ଦେଖାଦେଲାଣି । ଏଇ ନିକଟରେ ଦକ୍ଷିଣ-ପୂର୍ବ ଏସିଆ ଏବଂ ଆଫ୍ରିକାରେ ନକଲି ଟିକା ମିଳିଥିବା ନଜର ଆସିଛି ।

ନକଲି ଟିକା ଚିହ୍ନଟ ହେବା ପରେ WHO ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏନେଇ ସମସ୍ତ ଦେଶକୁ ସତର୍କ କରାଇଛି । ଏହି ତଥ୍ୟ ପାଇବା ପରେ କେନ୍ଦ୍ର ସରକାର ମଧ୍ୟ ସମସ୍ତ ରାଜ୍ୟକୁ ସୂଚନା ଦେଇଛନ୍ତି । ଯାହାଦ୍ୱରା ଟିକା ଅସଲି କି ନକଲି ତାହା ସ୍ପଷ୍ଟ ଜାଣିହେବ । କେନ୍ଦ୍ର ସରକାରଙ୍କ ଚିଠିରେ ଥିବା ତଥ୍ୟ ଅନୁସାରେ ଦେଶରେ ପ୍ରଚଳିତ ୩ଟି ଟିକା ଅର୍ଥାତ୍ କୋଭାକ୍ସିନ୍, କୋଭିସିଲ୍ଡ ଓ ସ୍ପୁଟନିକ୍-ଭି ସମ୍ପର୍କରେ ସମସ୍ତ ତଥ୍ୟ ଦିଆଯାଇଛି । ଯେଉଁଥିରେ କରୋନା ଟିକା ପ୍ରକୃତରେ ନକଲି କି ଅସଲି ତାହା ସହଜରେ ଜାଣିହେବ । ସରକାରଙ୍କ ତଥ୍ୟ ଅନୁସାରେ କମ୍ପାନୀ ଗୁଡ଼ିକର ବ୍ରାଣ୍ଡର ନାଁ, ଟିକାର ଲେବୁଲ ଓ ରଙ୍ଗକୁ ନେଇ ଜାଣିପାରିବେ ଟିକା ଅସଲି ରହିଛି ନାଁ ନକଲି ।

କୋଭିସିଲ୍ଡ ଭ୍ୟାକ୍ସିନ୍ ଉପରେ SIIର ଉତ୍ପାଦନ ଲେବୁଲ ଇସତ୍ ସବଜ ରଙ୍ଗ ରହିବ । ବ୍ରାଣ୍ଡର ନାଁ ଟ୍ରଡେ୍ ମାର୍କ ସହିତ କୋଭିସିଲ୍ଡ ଲେଖାଯାଇଥିବା ଦେଖିବାକୁ ପାଇବେ । ସବୁଠୁ ବଡ଼ କଥା ହେଉଛି ଏହାରି ଉପରେ ସିଜିଏସ୍ ନଟ୍ ଫର୍ ସେଲ ଲେଖା ରହିଥିବ । ସେହିପରି କୋଭାକ୍ସିନର ଲେବୁଲ୍ ଉପରେ ଅଳ୍ପ ଦେଖାଯାଉଥିବା ପରି.. ୟୁଭି ହେଲିକ୍ସ ଲୋଗ ରହିଥିବ । ଯାହା କେବଳ ୟୁବି ଲାଇଟ୍ ଦ୍ୱାରା ଦେଖାଯିବ । ତାହା ସହ ଲେବୁଲ କ୍ଲେମ୍ ଡଟ୍ ମଧ୍ୟରେ ଛୋଟ ଛୋଟ ଅକ୍ଷରରେ କୋଭାକ୍ସିନ୍ ଲେଖାରହିଥିବ । ଏହି ଭ୍ୟାକ୍ସିନକୁ ଚିହ୍ନିବାର ସବୁଠୁ ବଡ କଥା ହେଉଛି ଲେଖାଥିବା ଏକ୍ସ ଅକ୍ଷରଟି ଦୁଇ ପ୍ରକାରର ସବୁଜ ରଙ୍ଗରେ ଦେଖାଯିବ ।

ଶେଷରେ ରହିଛି ସ୍ପୁଟନିକ୍-ଭି । ଏହି ଟିକା ଦୁଇଟି ପ୍ଲାଣ୍ଟରେ ପ୍ରସ୍ତୁତ କରାଯାଇଛି । ଯାହା ଦ୍ୱାରା ଏହି ଟିକାର ଲେବୁଲ୍ ଅଲଗା ଅଲଗା ହୋଇଥିବା ବେଳେ, ନିର୍ମାତା ବି ଅଲଗା । ହେଲେ ସୂଚନା ଉଭୟଙ୍କର ସମାନ ରହିଛି । ଏଯାଏ ରୁଷ ଭାରତକୁ ଯେତେ ବି ଭ୍ୟାକ୍ସିନ୍ ପଠାଇଛି ସେଥିରୁ କେବଳ ୫ଟି ଏମପୁଲ ପକେଟ୍ରେ ଇଂରାଜୀରେ ଲେବୁଲ ଲେଖା ରହିଛି । ଏବଂ ଅନ୍ୟ ସବୁଥିରେ ରୁଷିଆନରେ ଲେଖାଯାଇଥିବା ଦେଖିବାକୁ ମିଳିଛି ।

Leave a Reply