ଭାଙ୍ଗୁଛି କଂଗ୍ରେସ ଗଡ଼, ବିଜେଡ଼ିରେ ସାମିଲ ହେଲେ ଶତାଧିକ କର୍ମୀ

କଳାହାଣ୍ଡି: ଶକ୍ତିଶାଳୀ ହେଉଛି ବିଜେଡ଼ି ଦୁର୍ଗ । କଳାହାଣ୍ଡିରେ ବଳ ବଢାଉଛି ବିଜୁ ଜନତା ଦଳ  ।  ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁରରେ ଭାଙ୍ଗିଛି କଂଗ୍ରେସ ଗଡ଼ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସୁଶାସନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ କଂଗ୍ରେସ କାର୍ଯ୍ୟକର୍ତ୍ତା ବିଜେଡିରେ ଯୋଗଦାନ କରିଛନ୍ତି । ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ବିଜେଡି ରାଜ୍ୟ ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହିଥିଲେ  ।

ସେହିପରି କଳାହାଣ୍ଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ,  ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ  । ଦୀର୍ଘଦିନରୁ କଂଗ୍ରେସରେ ଥିବା ଶତାଧିକ କାର୍ଯ୍ୟକର୍ତ୍ତା ଦଳ ଉପରେ ଭରସା ହରାଇ ବିଜେଡ଼ିରେ ସାମିଲ ହୋଇଛନ୍ତି  । ଜିଲ୍ଲା ଏବଂ ରାଜ୍ୟ ନେତୃତ୍ୱ ସେମାନଙ୍କ ଦାବି, ସମସ୍ୟା ଏବଂ ତୃଣମୂଳ ସ୍ତରରେ ଦଳର କାର୍ଯ୍ୟକର୍ତ୍ତାଙ୍କ ପାଖେ ପହଁଛୁନଥିବା ଅଭିଯୋଗ କରିଛନ୍ତି  ।

ବିଜୁ ଜନତା ଦଳର କାର୍ଯ୍ୟ, ନୀତି ଏବଂ ଆଦର୍ଶକୁ ଅନୁପାଳନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବିକାଶ ପକ୍ରିୟାରେ ନିଜକୁ ସାମିଲ କରିବାର ସକଳ୍ପ ନେଇ ଶତାଧିକ କଂଗ୍ରେସ କାର୍ଯ୍ୟକର୍ତ୍ତା ଦଳ ପରିତ୍ୟାଗ କରିଛନ୍ତି ଏବଂ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି  ।

Leave a Reply