spot_img
Home Blog Page 5332

ରାଜ୍ୟରେ ୨୪ ଘଣ୍ଟାରେ ୧ ହଜାର ୭୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୧ ହଜାର ୭୮ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୬୫ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର ଭାଇରସ୍ । ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୩ଶହ୧୯।  ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୨୬ ଜଣ ଥିବା ବେଳେ, ଲୋକାଲ କେସ୍ ୪୫୨। କୋରାପୁଟରେ ଆଜି ସଂକ୍ରମଣ ଶୂନ ରହିଛି।

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୩୭୨, କଟକରୁ ୧୪୭, ଷ୍ଟେଟପୁଲରୁ ୮୩, ଜଗତସିଂହପୁର ଓ ଯାଜପୁରରୁ ୫୮ଜଣ ଲେଖାଏଁ କେନ୍ଦ୍ରାପଡାରୁ ୫୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୁରୀରୁ ୪୮, ବାଲେଶ୍ୱରରୁ ୪୫, ମୟୂରଭଞ୍ଜରୁ ୩୫, ଅନୁଗୁଳ ଓ ନୟାଗଡ଼ରୁ ୨୬ଜଣ ଲେଖାଏଁ, ଭଦ୍ରକରୁ ୨୫, ଢେଙ୍କାନାଳରୁ ୧୬, କେନ୍ଦୁଝର ଓ ସମ୍ବଲପୁରରୁ ୧୨ଜଣ ଲେଖାଏଁ, ଝାରସୁଗୁଡାରୁ ୮, ବରଗଡ଼, ଗଞ୍ଜାମ, କନ୍ଧମାଳ ଓ ସୁନ୍ଦରଗଡ଼ରୁ ୬ଜଣ ଲେଖାଏଁ, ମାଲକାନଗିରି, ନୂଆପଡା ଓ ସୋନପୁରରୁ ୫ଜଣ ଲେଖାଏଁ, ବଲାଙ୍ଗୀର, ଦେବଗଡ଼ ଓ ରାୟଗଡ଼ାରୁ ୪ଜଣ ଲେଖାଏଁ, ଗଜପତିରୁ ୨, ବୌଦ୍ଧ, କଳାହାଣ୍ଡି ଓ ନବରଙ୍ଗପୁରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୯୦ହଜାର ୭୫ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୯ଲକ୍ଷ ୭୨ହଜାର ୭୧୦। ଆକ୍ଟିଭ କେସ୍ ୧୦ହଜାର ୬୮୨ ଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୬ହଜାର ୬୩୦ରେ ପହଞ୍ଚିଛି।

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଢେଙ୍କାନାଳ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ଓ ମଠକରଗୋଳା ପଞ୍ଚାୟତର ପିଇଓ ସନ୍ତୋଷ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଏକକାଳୀନ ଢେଙ୍କାନାଳ ଓ କାମାକ୍ଷାନଗରର ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।

ଏହି ଚଢ଼ାଉରେ ଜଣେ ଡିଏସପିଙ୍କ ସମେତ ୭ ଜଣ ଇନସ୍ପେକ୍ଟର ସାମିଲ ରହିଛନ୍ତି। ଢେଙ୍କାନାଳ ଭିଜିଲାନ୍ସ DSP ଅନିରୂଧ ନାୟକଙ୍କ ନେତୃତ୍ୱରେ ଚାଲିଛି ଚଢ଼ାଉ। କାମାକ୍ଷାନଗର ଜିରିଡାମାଳି ନିକଟରେ ୩ ମହଲା କୋଠା ସହ ଅନ୍ୟ ଦୁଇଟି ସ୍ଥାନରେ ଏକ ମହଲା ଘର ରହିଥିବା ସୂଚନା ମିଳିଛି । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବ୍ୟାଙ୍କ ଖାତା ଜବତ ହୋଇଛି।

ପୂରଣ ହେବ ୧୧ ହଜାର ୪୫୦ ଶିକ୍ଷକ ପଦବୀ : ୨୩ରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୧୧ ହଜାର ୪୫୦ଟି ଶିକ୍ଷକ ପଦବୀ ପୂରଣ ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟରେ ୪ ହଜାର ୬୧୯ ଗୋଟି ପଦବୀ ପୂରଣ କରାଯିବ। ୨ ହଜାର ୫୫ ହିନ୍ଦୀ, ୧ ହଜାର ୩୦୪ ସଂସ୍କୃତ ଓ ୧ ହଜାର ୨୬୦ ପିଇଟି ଶିକ୍ଷକ ପୂରଣ ହେବ।

ଏଥିପାଇଁ ଆସନ୍ତା ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ୬ ହଜାର ୬୫ ଟିଜିଟି ଓ ତେଲୁଗୁ ଏବଂ ତୃତୀୟ ପର୍ଯ୍ୟାୟରେ ୯୪୦ଟି ନୂତନ ସୃଷ୍ଟି ହୋଇଥିବା ଟିଜିଟି, କ୍ଲାସିକାଲ ଏବଂ ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି।

ସମୟ ବଡ଼ ବଳବାନ: ୭୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଏବେ ଭିକାରୀ

ଭୁବନେଶ୍ୱର: ସତୁରୀ ଦଶକର ଅଭିନେତ୍ରୀଙ୍କ ଦୁର୍ବିସହ ଜୀବନର ନିଚ୍ଛକ କାହାଣୀ । ବୋଝ ଉପରେ ନଳିତା ବିଡ଼ା ଭଳି ଜୀବନରେ ଖେଳି ଯାଇଛି କଳା ଅନ୍ଧାର। ଭେଟରାନ ଅଭିନେତ୍ରୀ ମୀରା ମହାନ୍ତିଙ୍କ ବର୍ତ୍ତମାନର ପରିସ୍ଥିତି ଦେଖିଲେ ଆପଣଙ୍କ ଆଖିରୁ ଲୁହ ଝରି ଆସିବ।

ଦିନେ ମୁହଁରେ ରଙ୍ଗ ମାଖି ଦର୍ଶକଙ୍କ ମନ ଜିତୁଥିଲେ। ନିଜର ଯାଦୁଗରି ଅଭିନୟରେ ଖୁବ ପରିଚିତ ଥିଲେ । ହେଲେ ଏବେ ବୟସର ଅପରାହ୍ନରେ ରଙ୍ଗ ଛାଡ଼ିଯାଇଛି । ଅଶି ଦଶକରେ ସେ ଅଭିନୟ କରିଥିବା ସମୟ ବଡ଼ ବଳବାନ ଭଳି ଆଜି ସମୟ ତାଙ୍କୁ ଏମିତି ଏକ ଦୋଛକିରେ ଭିକାରି ସଜାଇଛି। ତାଙ୍କ ଅଭିନିତ କିଏ କାହାର ସିନେମା ଭଳି ଆଜି ତାଙ୍କ ପାଖରେ କେହି ନାହାଁନ୍ତି । ଆଗରୁ ସ୍ୱାମୀ ନଥିଲେ ,ଏବେ ଏକ ସଡ଼କ ଦୁର୍ଘଟଣାରେ ପୁଅ ବି ନାହିଁ । ଦୁରା ରୋଗ୍ୟର ଚିକିସ୍ଥା ପାଇଁ ଟଙ୍କା ଟିଏ ବି ନାହିଁ । ମୀରାଙ୍କ ଆଖିର ଲୁହ ଏବେ ବଖାଣୁଛି ପେଟର ଯନ୍ତ୍ରଣା ।

ଯାଯାବର, ପ୍ରତିଧୋନୀ , ସୁବର୍ଣ୍ଣ ସୀତା , ତ୍ରିନାଥ ମେଳା, କା, ଓଡ଼ିଆ ରାମାୟଣ, ଭଳି ଅନେକ ସିନେମାରେ ସେତେବେଳେ ସେ ଅଭିନୟ କରିଥିଲେ । ମୀରାଙ୍କ ଦୁର୍ଦ୍ଦଶା ଦେଖି ମୁଖ୍ୟମନ୍ତ୍ରୀ ତାଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଶାସନ ପକ୍ଷରୁ କିଛି ଟଙ୍କା ଦିଆଯାଇଥିଲ । ଏବେ ମୀରାଙ୍କ ଦୁଃଖ ଦେଖି କିଛି କଳାକାର ମଧ୍ୟ ତାଙ୍କୁ ସାହାଯ୍ୟ କରିଛନ୍ତି ଦିନେ ହସାଉଥିବା ଅଭିନେତ୍ରୀ ଆଜି ନିଜେ କାନ୍ଦୁଛି। ଦୁର୍ଦ୍ଦଶାରେ ଜୀବନ ବିତାଉଥିବା ମୀରାଙ୍କୁ କିଛି ସାହାଯ୍ୟ ମିଳିଲେ ଚିକିତ୍ସା ମିଳିପାରନ୍ତା।

ବେନାମୀ ସିମ୍ ଚାଲାଣ ମାମଲାରେ ଯାଜପୁରରେ ପହଞ୍ଚିଲା ଦିଲ୍ଲୀ ପୋଲିସ୍

ଭୁବନେଶ୍ୱର: ଓଡ଼ିଶାରେ ବେନାମୀ ସିମ୍ ଚାଲାଣ ମାମଲାରେ ତଦନ୍ତ କରୁ କରୁ ଯାଜପୁରରେ ବରୀରେ ପହଞ୍ଚିଛି ଦିଲ୍ଲୀ ପୋଲିସ। ଏହି ମାମଲାରେ ଯାଜପୁର ବରୀ ଥାନା ଭୁରୁଙ୍ଗାର ପ୍ରୀତମ କରଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ। ଦେଶର ବିଭିନ୍ନ ରାଜ୍ୟକୁ ୫୦ ହଜାରୁ ଅଧିକ ବେନାମି ସିମ ଠକେଇ ମାମଲାରରେ ପ୍ରୀତମଙ୍କ ସଂପୃକ୍ତି ଥିଲା।

ପୂର୍ବରୁ ଭୁବନେଶ୍ୱରର ସହିଦ ନଗର ଥାନା ପୋଲିସ ମାମଲାରେ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ଠାରୁ ୧୭ ହଜାର ସିମ୍ ଓ ଦେଢ଼ଶହ ମୋବାଇଲ ଜବତ କରାଯାଇଥିଲା। ଅଭିଯୁକ୍ତ ମାନେ ବିନା ଡକ୍ୟୁମେଣ୍ଟରେ ସିମ୍ ଆକ୍ଟିଭ ପରେ ରାଜ୍ୟ ବାହାରକୁ ପଠାଉଥିଲେ। ଗିରଫ ମାନେ ହେଲେ ମହେଶ୍ୱର ବାରିକ, ରଜନୀକାନ୍ତ ପାଣିଗ୍ରାହୀ, ସୁବ୍ରତ କୁମାର ପାଣିଗ୍ରାହୀ, ସୁକାନ୍ତ କୁମାର ଦାସ, ଶ୍ରୀନିବାସ ଘଡେଇ, ରାଜେଶ କୁମାର ସେଠୀ ଓ ମଙ୍ଗଳମୟ ମିଶ୍ର । ପରେ ସେମାନଙ୍କୁ ରିମାଣ୍ଡରେ ନେଇ ମଧ୍ୟ ସିମ୍ ଜାଲିଆତିର ତଥ୍ୟ ଓଗାଳିଥିଲା ପୋଲିସ। ଜବତ ମୋବାଇଲ ଗୁଡିକର ଫରେନସିକ ଯାଞ୍ଚ କରିବା ପାଇଁ SFSIକୁ ପଠାଇବା ସହ ଟେଲିକମ ସଂସ୍ଥାମାନଙ୍କୁ ମଧ୍ୟ ତଥ୍ୟ ମାଗିଥିଲା କମିଶନରେଟ୍ ପୋଲିସ। ସେହିପରି ବାହାର ରାଜ୍ୟରେ ମଧ୍ୟ ତଦନ୍ତ କରିଥିଲା କମିଶନରେଟ୍ ପୋଲିସ।

ଦୁଇ ଭାଗରେ ବିଭକ୍ତ ହେବ ନବମ ଓ ଦଶମ ଶେଣୀ ପାଠ୍ୟକ୍ରମ

ଭୁବନେଶ୍ୱର: କରୋନା ପାଇଁ ଦୁଇ ଭାଗରେ ବିଭକ୍ତ ହେବ ନବମ ଓ ଦଶମ ଶେଣୀ ପାଠ୍ୟକ୍ରମ। ଏନେଇ ନୂଆ ଯୋଜନା କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ୨୦୨୧-୨୨ ଶିକ୍ଷା ବର୍ଷକୁ ଦୁଇ ଟର୍ମରେ ଭାଗ କରାଯାଇଛି। ପ୍ରଥମ ଟର୍ମ ଜୁଲାଇରୁ ନଭେମ୍ବର ଓ ଦ୍ୱିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ ଯାଏଁ ଚାଲିବ। ପ୍ରତି ଟର୍ମରେ ପିଲା ୫୦ ପ୍ରତିଶତ ପାଠ ପଢିବେ ଓ ପରୀକ୍ଷା ଦେବେ। ବୋର୍ଡ ସିଧାସଳଖ ଏହି ପରୀକ୍ଷା କରାଇବ।

ତେବେ ପାଠ୍ୟକ୍ରମ କେତେ ରହିବ ଓ କ’ଣ ରୁପରେଖ ରହିବ, ସେନେଇ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରିବ ବୋର୍ଡ।ସ୍କୁଲରେ ପିଲାଙ୍କ ପାଠପଢ଼ା ନେଇ ସମୟ ସମୟରେ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ କରାଯିବ। ମୋଟ୍ ୪ଟି ଆଭ୍ୟନ୍ତରୀଣ ମୂଲ୍ୟାୟନ ବା ଇଂଟରନାଲ ଏସେସମେଂଟ କରାଯିବ। ପ୍ରତି ଟର୍ମ ଭିତରେ ଦୁଇଟି ଆଭ୍ୟନ୍ତରୀଣ ମୂଲ୍ୟାୟନ କରାଯିବାର ବ୍ୟବସ୍ଥା କରାଯାଉଛି। ଉଭୟ ନବମ ଓ ଦଶମ ଶ୍ରେଣୀ ପାଇଁ ଏହି ମୂଲ୍ୟାୟନ ହେବ।

ସ୍କୁଲସ୍ତରରେ ହୋଇଥିବା ଆକଳନ ଅନୁଯାୟୀ ବୋର୍ଡ ବିଦ୍ୟାର୍ଥୀଙ୍କ ରେଜଲ୍ଟ ପ୍ରକାଶ କରିବ। ସ୍କୁଲରେ ନବମ ଓ ୧୦ମ ଶ୍ରେଣୀ ବିଦ୍ୟାର୍ଥୀ ମାସିକ ଓ ବାର୍ଷିକ ପରୀକ୍ଷାକୁ ମିଶାଇ ୬ଟି ପରୀକ୍ଷା ଦେବେ। ମାସିକ ଓ ବାର୍ଷିକ ପରୀକ୍ଷା ବୋର୍ଡ କର୍ତ୍ତୃପକ୍ଷ କରିବେ। ଏନେଇ ଗଣଶିକ୍ଷା ସଚିବଙ୍କ ସହିତ ବିସ୍ତୃତ ଆଲୋଚନା ପରେ ବୋର୍ଡ ପକ୍ଷରୁ ବିଧିବଦ୍ଧ ବିଜ୍ଞତି ପ୍ରକାଶ କରାଯାଇଥିବା ସମ୍ପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି।

ଭୁବନେଶ୍ୱରରେ ହଜାରେ ପାର କଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ପାର କରିଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ମୋଟ ୩୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ହଜାରେ ୯କୁ ବୃଦ୍ଧି ପାଇଛି।

ତେବେ ଆସ୍ୱସ୍ଥିକର ଖବର ହେଉଛି ବର୍ତ୍ତମାନ ସୁଦ୍ଧା ୭ଶହ ୬ଜଣ ସୁସ୍ଥ ହୋଇଛନ୍ତି। ଆକ୍ଟିଭ କେସ ୩୦୩ ରହିଛି। ଗତ୨୪ଘଣ୍ଟାରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ୧୦ ହଜାର ୨୭୬ଟି ଘରେ ମୋଟ ୪୨ହଜାର ୫୮୮ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି। ୩୨ ହଜାର ୮୩୧ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟେଇବା ସହ ୩୨ ହଜାର ୪୮୭ଟି ସ୍ଥାନରେ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଛି।

ଲୋକସଭାରେ ପାରିତ ହେଲା ଓବିସି ସଂଶୋଧନ ବିଲ୍

ନୂଆଦିଲ୍ଲୀ: ଏଣିକି ପଛୁଆ ବର୍ଗ ତାଲିକା ପ୍ରସ୍ତୁତ କରିବ ରାଜ୍ୟ! ମଙ୍ଗଳବାର ସଂସଦରେ ଏ ସମ୍ପର୍କିତ ସଂଶୋଧନ ବିଲ ପାରିତ ହୋଇଛି ।। ୭ ରାଜ୍ୟର ନିର୍ବାଚନ  ମୁଣ୍ଡ ଉପରେ ଥିବାବେଳେ ଓବିସି ବିଲ୍ ଗୃହୀତ କରିବା ଲାଗି ଜୋରଦାର କସରତ ଚାଲିଥିଲା । ପେଗାସସ ମାମଲାରେ ସରକାରଙ୍କୁ ବିରୋଧ କରୁଥିବା ବିରୋଧୀ ଓବିସି ବିଲକୁ କିନ୍ତୁ ସମର୍ଥନ କରିଛନ୍ତି । ଓବିସି ସଂଶୋଧନ ବିଲ୍‌ ଆଜି ଲୋକସଭାରେ ପାସ୍‌ ହୋଇଛି। ଏହି ଓବିସି ସଂଶୋଧନ ବିଲ୍‌ ସପକ୍ଷରେ ଲୋକସଭାରେ ଉପସ୍ଥିତ ଥିବା ସମସ୍ତ ୩୮୫ ସାଂସଦ ଭୋଟ ଦେଇଥିବା ବେଳେ ଜଣେ କେହି ବି ଏହା ବିରୋଧରେ ମତ ଦେଇନାହାନ୍ତି।

ଲୋକସଭାରେ ବିଲ୍‌ ପାରିତ ହୋଇଥିବାରୁ ଏବେ ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ସେଠାରେ ମଧ୍ୟ ଏହା ପାସ ହୋଇଯିବ ଏବଂ ଆଇନରେ ପରିଣତ ହେବା ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦ ଲାଗି ପଠାଯିବ । ଏହି ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଲେ ରାଜ୍ୟମାନେ ତିଆରି କରିବେ ଓବିସି ତାଲିକା । ୧୦୨ତମ ସମ୍ବିଧାନ ସଂଶୋଧନ ଯୋଗୁ ଓବିସି ତାଲିକା ପ୍ରସ୍ତୁତ କରିବା କ୍ଷମତା ରାଜ୍ୟ ହାତରୁ ଚାଲିଯାଇଥିଲା । ଯଦି ରାଜ୍ୟଗୁଡିକର ତାଲିକା କରିବା କ୍ଷମତା ରହିବ ନାହିଁ ତେବେ ଦେଶରେ ୬୭୧ ଓବିସି ଜାତି ଏହି ସୁବିଧାରୁ ବଞ୍ଚିତ ହେବେ । ସେପଟେ ବିଲକୁ ସମର୍ଥନ କରିଛି ବିଜେଡି । ହେଲେ ରାଜ୍ୟ ତାର ସ୍ୱତନ୍ତ୍ର ପଛୁଆ ବର୍ଗଙ୍କ ଗଣନା କରିବ ବୋଲି ବିଜେଡି କହିଛି  ।

କେନ୍ଦୁଝରରେ ପୁଣି ହାତୀ ମୃତ୍ୟୁ: ଗତ ୧ ମାସ ମଧ୍ୟରେ ୪ ହାତୀ ମୃତ

କେନ୍ଦୁଝର: ସ୍ଥାନୀୟ ଅଞ୍ଚଳରେ ପୁଣି ହାତୀ ମୃତ୍ୟୁ । ଆଜି ଜିଲ୍ଲା ବିଜେପି ରେଞ୍ଜ ସରୁକୁଦର ଜଙ୍ଗଲ ନିକଟରୁ ଏକ ମାଇ ହାତୀର ମୃତଦେହ ଉଦ୍ଧାର । ଗତ ୭ ତାରିଖରେ ତଳଚମ୍ପେଇରେ ମଧ୍ୟ ଏକ ମାଈ ହାତୀର ମୃତୁ ଦେହ ଉଦ୍ଧାର କରାଯାଇଥିଲା । ପାହାଡ଼ରୁ ଖସିପଡିବା ଯୋଗୁ ଏହି ହାତୀଟିର ମୃତ୍ୟୁ ହୋଇଥିବା କହିଥିଲା ବନ ବିଭାଗ । ଗତ ଜୁଲାଇ ୧୯ ତାରିଖରେ ମଧ୍ୟ ସେହି ବିଜେପି ରେଞ୍ଜର ବଂଶପାଳ ଅଞ୍ଚଳରେ ଗୋଟେ ମା ହାତୀ ଓ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ଏଥିସହିତ ପଢ଼ନ୍ତୁ: ଜଡି ବୁଟିର ଲେପ ସହ ବାଉଁଶ ତାଟ ଯୋଡ଼ିପାରୁଛି ଭଙ୍ଗା ହାଡ଼

ଗତ ଏକ ମାସ ଭିତରେ ୪ଟି ହାତୀର ମୃତ୍ୟୁ ହେଲାଣି । ବନ ବିଭାଗର ଅପାରଗତା ଯୋଗୁ ହାତୀ ବଂଶ ବିପଦରେ ଥିବା ଅଭିଯୋଗ ହୋଇଛି । ଅନ୍ୟପଟେ କାମାକ୍ଷାନଗର ରଞ୍ଜାଗଡ଼ ସରଂକ୍ଷିତ ଜଙ୍ଗଲ ଗହଳମୁଣ୍ଡା ଠାରେ ଚିକିତ୍ସାଧୀନ ଅବସ୍ଥାରେ ଦନ୍ତା ହାତୀଟିର ମୃତ୍ୟୁ ହୋଇଛି । ହାତୀର ଆନୁମାନିକ ବୟସ ପନ୍ଦରରୁ କୋଡିଏ ବର୍ଷ  । ଦନ୍ତା ଦେହରୁ ଦୁଇଟି ବିଷାକ୍ତ ଲୌହ ଖଣ୍ତ ମିଳିଛି । ତେବେ ଆଜକୁ ମାସେ ତଳେ ଦନ୍ତାକୁ ଶିକାରୀ ମାନେ ଆକ୍ରମଣ କରିଥିଲେ । ସେ ଗୁରୁତର ଭାବେ ଆହତ ହୋଇଥିଲା । ଆଜି ଚିକିତ୍ସାଧିନ ଅବସ୍ଥାରେ ହାତୀଟିର ମୃତ୍ୟୁ ହୋଇଛି । ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଢେ଼ଙ୍କାନାଳ ବନଖଣ୍ଡ ଅଧିକାରୀ ।

ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବେ ୧୯ ମନ୍ତ୍ରୀ, ଜାଣନ୍ତୁ କେଉଁଠି କିଏ କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ରାଜ୍ୟରେ ପାଳନ ହେବ ସ୍ୱାଧୀନତା ଦିବସ । ଏ ନେଇ ପୂର୍ବରୁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଥିବା କେଉଁ ଜିଲ୍ଲାରେ କିଏ ପତାକା ଉତ୍ତୋଳନ କରିବେ ଏ ନେଇ ସୂଚନା ଜାରି କରାଯାଇଛି ।

ତାଲିକା ଅନୁଯାୟୀ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ- ବରଗଡ଼, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ-କନ୍ଧମାଳ, ଷ୍ଟିଲ୍ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ-ଗଞ୍ଜାମ, ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ-ପୁରୀ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା-କଟକ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା, କୃଷି ମନ୍ତ୍ରୀ ଅରୁଣ ସାହୁ-ସୁନ୍ଦରଗଡ଼,  ଗ୍ରାମୀଣ ବିକାଶ ସୁଶାନ୍ତ ସିଂହ- ବଲାଙ୍ଗୀର, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ-କଳାହାଣ୍ଡି, ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ଟୁକୁନି ସାହୁ-କୋରାପୁଟ,  ଏସ୍‌ଏସ୍‌ଟି  ମନ୍ତ୍ରୀ ଜଗନ୍ନାଥ ସାରକା- ଗଜପତି, ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର- ନୂଆପଡ଼ା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା-ସମ୍ୱଲପୁର, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ-ବାଲେଶ୍ୱର, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ-ଅନୁଗୁଳ, ସ୍କିଲ୍ ଡେଫଲପମେଣ୍ଟ ମନ୍ତ୍ରୀ ପ୍ରେମାନନ୍ଦ ନାୟକ-ସୋନପୁର, ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ-କେନ୍ଦୁଝର, ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ- ମାଲକାନଗିରି, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା-ନବରଙ୍ଗପୁର ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିବେ ।