BCCI ଜାରି କଲା ଘରୋଇ ସୂଚୀ; କେଉଁ କେଉଁ ଟିମ୍ ସହ ଲଢିବ ଭାରତ, ଜାଣନ୍ତୁ…

1 min read

ନୂଆଦିଲ୍ଲୀ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ସୋମବାର ଦିନ ୨୦୨୧-୨୨ ଅନ୍ତର୍ଜାତୀୟ ଘରୋଇ ସିଜନର ସୂଚୀ ଘୋଷଣା କରିଛି। ତଦନୁଯାୟୀ, ଜୁନ୍ ୨୦୨୨ ସୁଦ୍ଧା ଚାରୋଟି ଦେଶ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ୟୁଏଇ ଏବଂ ଓମାନରେ ଅନୁଷ୍ଠିତ ହେବାକୁ ଥିବା T-20 ବିଶ୍ୱକପ ପରେ ଏହି ମ୍ୟାଚ୍ ସବୁ ଆରମ୍ଭ ହେବ । ଭାରତରେ ନ୍ୟୁଜିଲ୍ୟାଣ୍ଡ ୩ଟି T-20 ଏବଂ ଦୁଇଟି ଟେଷ୍ଟ ସିରିଜ ଖେଳିବ। ଟିମ୍ ନଭେମ୍ବର ୨୦୨୧ରୁ ଜୁନ୍ ୨୦୨୨ ମଧ୍ୟରେ ଘରୋଇ ମାଟିରେ ୪ଟି ଟେଷ୍ଟ, ୧୪ T20  ଓ ୩ଟି ଏକଦିବସୀୟ ମ୍ୟାଚ୍ ଖେଳିବ ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ T-20 ସିରିଜର ମ୍ୟାଚ୍ ଗୁଡିକ ଜୟପୁର, ରାଞ୍ଚି ଏବଂ କୋଲକାତାରେ ଖେଳାଯିବ । ସେହିପରି ଟେଷ୍ଟ ସିରିଜର ମ୍ୟାଚ କାନପୁର ଏବଂ ମୁମ୍ବାଇରେ ଖେଳାଯିବ। ନ୍ୟୁଜିଲ୍ୟାଣ୍ଡ ପରେ ୱେଷ୍ଟଇଣ୍ଡିଜ୍ ଟିମ୍ ଭାରତ ଗସ୍ତ ପାଇଁ ପ୍ରସ୍ତାବ ଦିଆଯାଇଛି, ଯେଉଁଠାରେ ଫେବୃଆରୀ ୨୦୨୨ରେ କାରିବିଆନ୍ ଦଳ ତିନି ମ୍ୟାଚ୍ ବିଶିଷ୍ଟ T-20 ଏବଂ ଏକଦିବସୀୟ  ସିରିଜ୍ ଖେଳିବ।

ତେବେ ODI ସିରିଜର ମ୍ୟାଚ୍ ଅହମ୍ମଦାବାଦ, ଜୟପୁର ଏବଂ କୋଲକାତାରେ ଅନୁଷ୍ଠିତ ହେବାକୁ ଥିବାବେଳେ T20 ସିରିଜ କଟକ, ଭାଇଜାଗ ଏବଂ ତ୍ରିଭେନ୍ଦ୍ରମରେ ଖେଳିବାର କାର୍ଯ୍ୟକ୍ରମ ରହିଛି ।

Leave a Reply