ପର୍ଣ୍ଣୋଗ୍ରାଫି ମାମଲାରେ ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ

1 min read

ମୁମ୍ବାଇ: ପର୍ଣ୍ଣୋଗ୍ରାଫି ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବିଜନେସମ୍ୟାନ୍ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ପକ୍ଷରୁ ତାଙ୍କୁ ୫୦ ହଜାର ଟଙ୍କାର ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି । ପୂର୍ବରୁ ପର୍ଣ୍ଣୋଗ୍ରାଫିକ ଫିଲ୍ମ ସୁଟିଂ କରି ଅର୍ଥ ଲାଭ କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ କୁନ୍ଦ୍ରା।

ବିଭିନ୍ନ ଆପରେ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମର ବ୍ୟବସାୟ ଚଳାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଚଢାଉ ବେଳେ କୁନ୍ଦ୍ରାଙ୍କ ଘରୁ ପୁଳାପୁଳା ଟଙ୍କାର ସନ୍ଧାନ କରି ତରାଟି ହୋଇଯାଇଥିଲା କ୍ରାଇମ ବ୍ରାଞ୍ଚ ଆଖି । ଗତ ଫେବ୍ରୁଆରୀ ୪ ତାରିଖରୁ ପର୍ଣ୍ଣ ଫିଲ୍ମ ରାକେଟର ଗୁମୁର ଫିଟିବା ଆରମ୍ଭ ହୋଇଥିଲା । କୁନ୍ଦ୍ରାଙ୍କୁ ନାଁରେ ଆଇପିସିର ଧାରା ୪୨୦, ୩୪, ୨୯୨, ୨୯୩ ଓ ଆଇଟି ଆକ୍ଟର ୬୭, ୬୭-କ ଧାରାରେ କରାଯାଇଥିଲା ଗିରଫ।

ତେବେ ଅନେକ ନବାଗତାଙ୍କୁ ସିନେମା ଓ ଟିଭିରେ ଅଭିନୟ କରିବା ଲୋଭ ଦେଖାଇ କୁନ୍ଦ୍ରାଙ୍କ ନେଟଓ୍ବାର୍କରେ ଚାଲିଥିଲା ବ୍ଲାକମେଲିଂ । ହ୍ବାଟସଆପ, ଇନଷ୍ଟାଗ୍ରାମ, ଟ୍ବିଟର ଆଦି ସାଇଟରେ ଏହାର ଟ୍ରେଲର ପ୍ରସାରଣ କରିବା ପରେ ବିଭିନ୍ନ ପର୍ଣ୍ଣ ସାଇଟ, ମୋବାଇଲ ଆପରେ ଏହି ଭିଡିଓ ଲୋଡ କରୁଥିଲେ ଗ୍ୟାଙ୍ଗ । ପର୍ଣ୍ଣ ଇଣ୍ଡଷ୍ଟ୍ରିରେ କୁନ୍ଦ୍ରା ନିବେଶ କରିଥିଲେ ପ୍ରାୟ ୧୦ କୋଟି ଟଙ୍କା ।

ଅଧିକ ପଢନ୍ତୁ- ଇନ୍‌ସାଇଡର ଟ୍ରେଡିଂ ଅଭିଯୋଗରେ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କୁ ୩ଲକ୍ଷ ଟଙ୍କାର ଜରିମାନା ଲଗାଇଲେ SEBI   

ତେବେ ତଳ କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଥିବାବେଳେ ପରେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ ରାଜ କୁନ୍ଦ୍ରା ।  ୨୦୨୦ ମସିହାରେ ପର୍ଣ୍ଣ ଫିଲ୍ମ ରାକେଟରେ ସାଇବର ପୁଲିସ ଦ୍ୱାରା ପଞ୍ଜୀକୃତ ମାମଲାରେ ଜାମିନ ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାଜ କୁନ୍ଦ୍ରା । ସେ ତାଙ୍କ ଆବେଦନରେ କହିଥିଲେ ଯେ ଗତ ବର୍ଷ ସାଇବର ପୋଲିସ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏତଲାରେ ତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇନାହିଁ। ପୂର୍ବରୁ ପୋଲିସକୁ ନିଜର ବିବୃତ୍ତି ଦେଇଛନ୍ତି ଏବଂ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଏବଂ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ସେ ଆବେଦନରେ ଦର୍ଶାଇଥିଲେ।

Leave a Reply