ମାନହାନୀ ମାମଲା: କଙ୍ଗନା କହିଲେ ‘କୋର୍ଟ ଉପରେ ଆଉ ଭରସା ନାହିଁ’

ମୁମ୍ବାଇ: ମାନହାନୀ ମାମଲାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ସଙ୍ଗୀତକାର ଜାଭେଦ ଅଖତରଙ୍କ ବିରୋଧରେ କାଉଣ୍ଟର କେସ୍ କରିଛନ୍ତି। କଙ୍ଗନାଙ୍କ ବିରୋଧରେ ଜାଭେଦ ଅଖତର ମାନହାନୀ କେସ୍ ଦାଏର କରିଥିବା ବେଳେ ଆଜି ବମ୍ବେର ଅନ୍ଧେରୀ କୋର୍ଟରେ ହାଜର ହୋଇଥିଲେ ।

ଅଭିନେତ୍ରୀ କଙ୍ଗନା କୋର୍ଟରେ ହାଜର ହେବା ପରେ ଏହି ମାମଲାର ଶୁଣାଣିକୁ ନଭେମ୍ବର ୧୫ ଯାଏଁ  ସ୍ଥଗିତ କରିଛନ୍ତି ।ତେବେ କଙ୍ଗନା ମଧ୍ୟ ଜାଭେଦ ଅଖତରଙ୍କ ବିରୋଧରେ କାଉଣ୍ଟର କେସ୍ କରିବା ସହ କୋର୍ଟ ଉପରେ ଆଉ ତାଙ୍କର ଭରସା ନଥିବା କହିଛନ୍ତି । ତାଙ୍କୁ କାହିଁକି ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ପାଇଁ କୁହାଯାଇଛି ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି । ତାଙ୍କ ଓକିଲ ଏହି ପ୍ରସଙ୍ଗକୁ ସିଏମଏମ କୋର୍ଟକୁ ଟ୍ରାନ୍ସଫର ପାଇଁ ଆବେଦନ କରିଛନ୍ତି। ତେବେ ପୂର୍ବ ଶୁଣାଣିରେ  କଙ୍ଗନା କୋର୍ଟରେ ହାଜର ନହୋଇଥିବା ବେଳେ କୋର୍ଟ ତାଙ୍କୁ ପ୍ରଶ୍ନ କରିଥିଲେ । ଆଉ କହିଥିଲେ, ଯଦି କଙ୍ଗନା ପରବର୍ତ୍ତୀ ଶୁଣାଣିରେ କୋର୍ଟରେ ହାଜର ନ ହୁଅନ୍ତି, ତା’ହେଲେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯିବ।

ସୋମବାର ଦିନ କୋର୍ଟରେ ତାଙ୍କର ଆଟେଣ୍ଡାସ୍ ମାର୍କ କରାଯାଇଥିଲା। ଏଥିସହିତ କଙ୍ଗନାଙ୍କ ଟ୍ରାନ୍ସଫର୍ ଆବେଦନ ଶୁଣାଣୀ ଆଗାମୀ ନଭେମ୍ବର ୧୫ରେ କରାଯିବ ବୋଲି ସୂଚନା ମିଳିଛି ।  ତେବେ କଙ୍ଗନାଙ୍କ ଓକିଲ ଯୁକ୍ତି କରିଛନ୍ତି ଯେ ମାମଲାରେ ଜାମିନ ପାଇବା ପରେ ମଧ୍ୟ ତାଙ୍କ ମହକିଲଙ୍କୁ ବାରମ୍ବାର କୋର୍ଟରେ ହାଜର ହେବାକୁ ବାଧ୍ୟ କରାଯାଉଛି ।

Leave a Reply